Posted inଖେଳ

ରିଷଭ ପନ୍ତଙ୍କ ପିଲାଳିଆମି ଯାଉନି

ରାଜକୋଟ,୮।୧୧- ନିଜର ଶଟ୍‌ ଚୟନ ନେଇ ସର୍ବଦା ସମାଲୋଚନାର ସମ୍ମୁଖୀନ ହେଉଥିବା ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବାଂଲାଦେଶ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ରେ ଏକ ସ୍କୁଲ ଛୁଆଙ୍କ ଭଳି ତ୍ରୁଟି କରିଛନ୍ତି। ବାଂଲାଦେଶ ଇନିଂସର ୬ଷ୍ଠ ଓଭରରେ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ବଡ଼ ଶଟ ମାରିବା ପାଇଁ ବ୍ୟାଟ୍ସମ୍ୟାନ ଲିଟନ ଦାସ ଆଗକୁ ଷ୍ଟେପ ନେଇଥିଲେ। କିନ୍ତୁ ଲିଟନ ବଲ ମିସ କରିବାରୁ ପନ୍ତ ବିଳମ୍ବ ନ କରି ଷ୍ଟମ୍ପ ଆଉଟ୍‌ କରିଥିଲେ। ହେଲେ ଏହାପରେ ଯାହା ହେଲା କ୍ରିକେଟ ପ୍ରଶଂସକଙ୍କୁ ଚକିତ କରି ଦେଇଥିଲା। ରିପ୍ଲେରେ ପନ୍ତଙ୍କ କିପିଂ ଗ୍ଲୋଭ୍‌ର କିଛି ଅଂଶ ଉଇକେଟ ଆଗରେ ଥିବା ଜଣାପଡ଼ିଥିଲା। ଫଳରେ ତୃତୀୟ ଅମ୍ପାୟର ଲିଟନଙ୍କୁ ନଟ ଆଉଟ୍‌ ଦେଇଥିଲେ। ପନ୍ତଙ୍କ ଏଭଳି ଗୁରୁତର ତ୍ରୁଟି ଯୋଗୁ ଅନ୍‌ ଫିଲ୍ଡ ଅମ୍ପାୟର ଏହାକୁ ନୋ ବଲ ଘୋଷଣା କରିଥିଲେ ଓ ବାଂଲାଦେଶକୁ ଏକ ଫ୍ରି ହିଟ୍‌ ମିଳିଥିଲା। ଭାରତୀୟ ଦଳରେ ସ୍ଥାନ ପକ୍କା କରିବା ପାଇଁ ସଂଘର୍ଷ କରୁଥିବା ୨୨ ବର୍ଷୀୟ ଯୁବ ଖେଳାଳି ଚଳିତ ସିରିଜର ପ୍ରଥମ ମ୍ୟାଚ୍‌ରେ ଡିଆରଏସ୍‌ ନେଇ ସମାଲୋଚିତ ହୋଇଥିଲେ। ଏଭଳି ପ୍ରଦର୍ଶନ ଯୋଗୁ ଭାରତୀୟ କୋଚିଂ ଷ୍ଟାଫ, ପଣ୍ଡିତ ଓ ପ୍ରଶଂସକମାନେ ପନ୍ତଙ୍କୁ ସମାଲୋଚନା କରିଆସୁଛନ୍ତି।


All Right Reserved By Dharitri.Com

Posted inଖେଳ View All

ରାଜ୍ୟ ଓପନ ଚେସ୍‌: ସୌମ୍ୟ ଚାମ୍ପିୟନ

ଭୁବନେଶ୍ୱର, ୧୭।୬(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ନବରଙ୍ଗପୁର ଜିଲାର ଉମରକୋଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ପବ୍ଲିକ୍‌ ସ୍କୁଲରେ ଅନୁଷ୍ଠିତ ପ୍ରଥମ ରାଜ୍ୟ...

ସମଲିଙ୍ଗୀ ସମ୍ପର୍କକୁ ଦୂତୀଙ୍କ ସ୍ବୀକାର

ନୂଆଦିଲ୍ଲୀ,୧୯।୫- ଭାରତୀୟ ତାରକା ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ସମଲିଙ୍ଗୀ ସମ୍ପର୍କରେ ଥିବା କଥା ସ୍ବୀକାର କରିଛନ୍ତି। ଘରୋଇ ସହର ଯାଜପୁରର ଜଣେ ଝିଅଙ୍କ ସହ...

ଧୋନୀଙ୍କୁ କିମ୍ବଦନ୍ତୀ କହିଲେ ଅଖତର

ମାଞ୍ଚେଷ୍ଟର,୧୧ା୭- ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳ ୬ ରନ୍‌ରେ ୩ ଉଇକେଟ ହରାଇ ନିଶ୍ଚିତ ପରାଜୟ ମୁହଁା ହୋଇଥିଲା। ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର...

ଏକାଠି ସମୟ ବିତାଉଛନ୍ତି ବିରୁଷ୍କା

ନୂଆଦିଲ୍ଲୀ,୩।୭- ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଇଂଲଣ୍ଡରେ ଅଛନ୍ତି। ଶନିବାର ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ...

ରୋନାଲ୍ଡୋଙ୍କ ଦେହରେ ନାହିଁ ଟାଟୁ

ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟ୍‌ବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ୟ ପ୍ରସିଦ୍ଧ ଖେଳାଳିଙ୍କ ଭଳି ଦେହରେ ଟାଟୁ କରାଇ ନାହାନ୍ତି। ଏହା ପଛର କାରଣ ପ୍ରେରଣା...

ଅଷ୍ଟ୍ରେଲିଆନ ଓପନ୍‌:ସିନ୍ଧୁ, ସମୀରଙ୍କ ବିଜୟ ଅଭିଯାନ

ସିଡ୍‌ନୀ,୫।୬(ପିଟି)- ଭାରତୀୟ ଷ୍ଟାର ଶଟ୍‌ଲର ପି.ଭି. ସିନ୍ଧୁ ଓ ସମୀର ବର୍ମା ଏଠାରେ ଚାଲିଥିବା ଦେଢ଼ ଲକ୍ଷ ପୁରସ୍କାର ରାଶିବିଶିଷ୍ଟ ଅଷ୍ଟ୍ରେଲିଆ ଓପନ୍‌ ଓ୍ବାଲର୍‌ଡ ଟୁର୍‌...

ଅଲିମ୍ପିକ୍ସ ସ୍ବପ୍ନରେ ବିଭୋର ବିବେକ

ଭୁବନେଶ୍ୱର, ୨୪।୧୦(କ୍ରୀଡ଼ା ପ୍ରତିନିଧି)- ନଭେମ୍ବର ୧ ଓ ୨ ତାରିଖରେ ଏଫଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିରେ ଭାରତର ଉଭୟ ମହିଳା...

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ଆରମ୍ଭ: ପ୍ରଥମ ଟି୨୦ ଆଜି

ଲଡରରହିଲ୍‌ (ଆମେରିକା), ୩।୮(ପି.ଟି.)- ବିଶ୍ୱକପ୍‌ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବାକୁ ଯାଉଛି। ବିଶକପ୍‌ରେ ହଟ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *