Posted inଜାତୀୟ

ହୋଟେଲରେ ବିଧାୟକଙ୍କୁ ଭେଟିଲେ ଆଦିତ୍ୟ ଠାକରେ

ମୁମ୍ବାଇ,୮।୧୧: ମହାରାଷ୍ଟ୍ରରେ ରାଜନୈତିକ ଜାରି ରହିଛି। ରାଜ୍ୟରେ ବିଧାନସଭା କାର୍ଯ୍ୟକାଳ ଶନିବାର ସରୁଥିବାବେଳେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଭାଜପା ଏବଂ ଶିବସେନା ମଧ୍ୟରେ ଆଲୋଚନା ଜାରି ରହିଛି। ଏସବୁ ଭିତରେ ବିଧାୟକଙ୍କୁ ଭାଜପା କାଳେ କିଣିନେବ ଏହି ଭୟରେ ଶିବସେନା ନିଜ ବିଧାୟକଙ୍କ ବାଦ୍ରାର ଏକ ଘରୋଇ ହୋଟେଲରେ ରଖାଯାଇଛି। ଶୁକ୍ରବାର ଶିବସେନା ନେତା ଆଦିତ୍ୟ ଠାକରେ ବିଧାୟକଙ୍କୁ ଭେଟିବାକୁ ହୋଟେଲ ଯାଇଥିବା ଜଣାପଡିଛି। ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ଗୁରୁବାର କହିଥିଲେ, ଭାଜପା ବର୍ତ୍ତମାନ ଏଭଳି ସ୍ଥିତି ସୃଷ୍ଟି କରୁଛି ଯାହାଫଳରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହୋଇପାରିବ। ସରକାର ଗଠନରେ ବିଳମ୍ବ କରାଇ ଭାଜପା ଏପରି କରୁଛି। ରାଜ୍ୟର ମୁଖ୍ୟମନ୍ତ୍ରୀ କେବଳ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱରେ ଥିବା ଦଳରୁ ହିଁ ହେବେ ବୋଲି ରାଉତ କହିଛନ୍ତି।


All Right Reserved By Dharitri.Com

ଛାତ୍ରଙ୍କ ଦାବି ସମ୍ମୁଖରେ ମୁଣ୍ଡ ନୁଆଁଇଲେ ସରକାର

ନୂଆଦିଲ୍ଲୀ,୧୩।୧୧ : ଗତ କିଛି ଦିନରୁ ବର୍ଦ୍ଧିତ ହଷ୍ଟେଲ ଫିକୁ ନେଇ ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି। ହେଲେ ବୁଧବାର...

ନିଜର ୨ ମାସର ଦରମା ଗରିବ ପିଲାଙ୍କୁ ଦାନ କଲେ ଆଇଏଏସ୍‌ ଅଫିସର

ଶିଲଂ,୧୬।୧୧: ମେଘାଳୟ ଶିଲଂରେ କାର୍ଯ୍ୟ କରୁଥିବା ଆଇଏଏସ୍‌ ଅଫିସର ସ୍ବପ୍ରିଲ୍‌ ଟେଂବେ ନିଜର ୨ ମାସର ଦରମା ଗରିବ ପିଲାଙ୍କୁ ଦାନ କରିଛନ୍ତି। ୨୦୧୫ ବ୍ୟାଚ୍‌ର...

ଉନ୍ନାଓ ପୀଡିତାଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ,୬।୧୨: ଉତ୍ତର ପ୍ରଦେଶ ଉନ୍ନାଓର ଜଣେ ବଳାତ୍କାର ପୀଡିତା ଗୁରୁବାର କୋର୍ଟକୁ ଯାଉଥିବା ସମୟରେ ତାଙ୍କୁ ଅଭିଯୁକ୍ତମାନେ ପୋଡି ମାରି ଦେବାକୁ ଉଦ୍ୟମ କରିଥିଲେ। ପୋଲିସ...

ପ୍ରଦୂଷଣ ରୋକିବ ଆଉଟ୍‌ଡୋର୍‌ ଏୟାର୍‌ ପ୍ୟୁରିଫାୟର୍‌

ହାଇଦ୍ରାବାଦ: ବାୟୁ ପ୍ରଦୂଷଣ ଏବେ ଦେଶରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ଲୋକେ ଶୁଦ୍ଧ ବାୟୁ ଗ୍ରହଣ କରିବା କଷ୍ଟକର ହୋଇପଡ଼ିଛି। ତେଣୁ ଏହାର ମୁକାବିଲା...

ଆନ୍ଧ୍ରରେ ଓ୍ବାଇଏସ୍‌ଆରସିପି ସରକାର: ୩୦ରେ ଶପଥ ନେବେ ଜଗନମୋହନ

ଅମରାବତୀ,୨୩ା୫: ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଓ୍ବାଇଏସ୍‌ଆର୍‌ ଜଗନମୋହନ ରେଡ୍ଡୀଙ୍କ ଦଳ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିବାକୁ ଯାଉଛି। ଜଗନମୋହନ ଆସନ୍ତା...

ଦେଓଘର ପହଞ୍ଚି ବାବା ବୈଦନାଥଙ୍କୁ ଦର୍ଶନ କଲେ ତେଜ ପ୍ରତାପ

ରାଞ୍ଚି,୨୯।୭: ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଝାଡ଼ଖଣ୍ଡର ଦେଓଘରରେ ଥିବା ବାବା ବୈଦନାଥ ମନ୍ଦିରରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଛନ୍ତି। ଏହି କ୍ରମରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)...

ସଂସଦରେ ଆଗତ ହେଲା ଜମ୍ମୁ-କଶ୍ମୀର ଆରକ୍ଷଣ ସଂଶୋଧନ ବିଲ୍‌

ନୂଆଦିଲ୍ଲୀ,୨୪।୬: ସଂସଦରେ ଜମ୍ମୁ-କଶ୍ମୀର ଆରକ୍ଷଣ ସଂଶୋଧନ ବିଲ୍‌ ସମେତ ଆଧାର ସଂଶୋଧନ ତଥା ଅନ୍ୟ ବିଲ୍‌ ଆଗତ ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ପକ୍ଷରୁ ଜମ୍ମୁ-କଶ୍ମୀର...

ନେହେରୁଙ୍କ ଅଚାନକ ଅସ୍ତ୍ରବିରତି ଘୋଷଣା ଯୋଗୁ ସୃଷ୍ଟି ହୋଇଥିଲା ପିଓକେ: ଶାହ

ମୁମ୍ବାଇ,୨୨।୯ : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଯୋଗୁ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ତେବେ ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କର ଏକ ଐତିହାସିକ...

Leave a comment

Your email address will not be published. Required fields are marked *