Posted inଖେଳ

ରେକର୍ଡ ବିଜୟ

ଗଲ୍ଫ ସୁପରଷ୍ଟାର ଟାଇଗର
ଉଡ୍ସ ବିଭିନ୍ନ କାରଣରୁ ଫର୍ମ ଓ ଫିଟ୍‌ନେସ ପାଇଁ ସଂଘର୍ଷ କରିଆସୁଥିଲେ ମଧ୍ୟ ନିକଟରେ ଜୋଜୋ ଚାମ୍ପିୟନଶିପ୍‌ରେ ବିଜୟୀ ହୋଇଛନ୍ତି। ଏଥିସହିତ ସେ ୮୨ତମ ପିଜିଏ ଟୁର ଟାଇଟଲ ହାସଲ କରି ସର୍ବାଧିକ ଟୁର୍ନାମେଣ୍ଟ ଜିତିବାରେ
ନିଜ ଦେଶର ସାମ ସ୍ନିଡଙ୍କ
ସମକକ୍ଷ ହୋଇଛନ୍ତି…

ଆମେରିକୀୟ ଗଲ୍ଫ ସୁପରଷ୍ଟାର ଟାଇଗର ଉଡ୍ସ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ରେକର୍ଡ ସଂଖ୍ୟକ ଟୁର୍ନାମେଣ୍ଟରେ ବିଜୟ ହାସଲ କରିଛନ୍ତି। ଜାପାନର ଗ୍ରେଟର ଟୋକିଓ ଏରିଆରେ କିଛିଦିନ ତଳେ ଖେଳାଯାଇଥିବା ପେସାଦାର ଗଲ୍ପ ଟୁର୍ନାମେଣ୍ଟ ଜୋଜୋ ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିଛନ୍ତି ଟାଇଗର। ଏହି କ୍ରମରେ ସେ କ୍ୟାରିୟରର ୮୨ତମ ପିଜିଏ ଟୁର ଟାଇଟଲ ହାସଲ କରିଛନ୍ତି ଓ ସର୍ବାଧିକ ଟୁର୍ନାମେଣ୍ଟ ଜିତିବାରେ ନିଜ ଦେଶର ସାମ ସ୍ନିଡଙ୍କ ସମକକ୍ଷ ହୋଇଛନ୍ତି। ୪୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ପୁଣି ବହୁ ବିବାଦ ଓ ଦୀର୍ଘ ବର୍ଷଧରି ଆଘାତ ସମସ୍ୟା ଦେଇ ଗତି କରୁଥିବା ସତ୍ତ୍ୱେ ଟାଇଗରଙ୍କ ଚମକ କମିନାହିଁ। ଗତ ୧୩ ବର୍ଷ ମଧ୍ୟରେ ସେ ଜାପାନର ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏହା ଟାଇଗରଙ୍କ ପାଇଁ ସେତେଟା ବଡ଼ ଟୁର୍ନାମେଣ୍ଟ ହୋଇ ନ ଥିଲେ ମଧ୍ୟ କ୍ୟାରିୟର ଏ ଭଳି ମୋଡରେ ଏହି ବିଜୟ ତାଙ୍କ ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି। କ୍ୟାରିୟରରେ ସବୁ ପ୍ରକାର ସଫଳତା ହାସଲ କରିଥିବା ଟାଇଗରଙ୍କ ପାଇଁ ଏହି ବିଜୟ ବିଶେଷ ଭାବେ ମହତ୍ତ୍ୱ ରଖୁଛି।
ଟାଇଗରଙ୍କ ଏହି ସଫଳତାର ପଛରେ ୩ଟି ମୁଖ୍ୟ କାରଣ ରହିଛି। ଇଞ୍ଜୁରିରୁ ମୁକୁଳି ପୁଣି ଥରେ ସୁସ୍ଥ ହେବା ସହ ଫିଟ୍‌ନେସ ହାସଲ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ଅନ୍ୟତମ କାରଣ ହେଉଛି ଟାଇଗର ସହଜରେ ହାର ମାନି ନ ଥାନ୍ତି ଓ ସେ ଏତେଶୀଘ୍ର କିଛି ତ୍ୟାଗ କରି ନ ଥାନ୍ତି। ଅନ୍ୟ କାରଣଟି ହେଉଛି ସେ ଜଣେ ଉଚ୍ଚ ଓ ଦକ୍ଷତାସମ୍ପନ୍ନ ଖେଳାଳି। ୧୯୯୬ରେ ପେସାଦାର ଗଲ୍ଫରେ ପଦାର୍ପଣ କରିଥିବା ଏହି ତାରକା କ୍ୟାରିୟରରେ ୧୦୯ଟି ପେସାଦାର ବିଜୟ ହାସଲ କରିଛନ୍ତି। ବିଶ୍ୱ ଗଲ୍ଫ ର଼୍ୟାଙ୍କିଙ୍ଗ୍‌ରେ ସେ ୬୮୩ ସପ୍ତାହ ଧରି ଏକ ନମ୍ବର ସ୍ଥାନ ହାସଲ କରି ରେକର୍ଡ କରିଥିଲେ। ସେ ୮୨ଟି ପିଜିଏ ଟୁର ଟାଇଟଲ ହାସଲ କରିଥିବା ବେଳେ ୪୧ଟି ୟୁରୋପିଆନ ଟୁର ବିଜୟ ହାସଲ କରିଛନ୍ତି। ସେହିପରି ସେ ୩ଟି ଜାପାନ ଗଲ୍ଫ ଟୁର ବିଜୟ, ଗୋଟିଏ ଏସିଆନ ଟୁର ବିଜୟ, ଗୋଟିଏ ପିଜିଏ ଟୁର ଅଫ୍‌ ଅଷ୍ଟ୍ରେଲେସିଆ ବିଜୟ ହାସଲ କରିଛନ୍ତି। ୧୬ଟି ଅନ୍ୟ ପେସାଦାର ବିଜୟ ସହ ସେ ୨୧ଟି ଆମେଚର ବିଜୟ ମଧ୍ୟ ହାସଲ କରିଛନ୍ତି। ସେ ୧୫ଟି ମେଜର ଚାମ୍ପିୟନଶିପ୍‌ରେ ମଧ୍ୟ ବିଜୟ ହାସଲ କରିଛନ୍ତି। ଜୁନିୟରଠାରୁ ସିନିୟରସ୍ତର ପର୍ଯ୍ୟନ୍ତ ଗଲ୍ଫରେ ସଫଳତାର ଶୀର୍ଷକୁ ଛୁଇଁ ଥିବା ଟାଇଗର ପ୍ରାୟ ସବୁ ପୁରସ୍କାର ହାସଲ କରିଛନ୍ତି। ୪୬ ବର୍ଷରେ ପଦାର୍ପଣ କରିଥିବାରୁ ତାଙ୍କ କ୍ୟାରିୟର ଆଗକୁ ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଯେପର୍ଯ୍ୟନ୍ତ ଫିଟ୍‌ ଥିଲେ ଖେଳ ଜାରି ରଖିବେ ବୋଲି ଟାଇଗର କହିଛନ୍ତି।
ଟାଇଗରଙ୍କ ଅସାଧାରଣ ପ୍ରତିଭା ଓ ସଫଳତାରେ ବେଶ୍‌ ପ୍ରଭାବିତ ହୋଇଛନ୍ତି ଉତ୍ତର ଆୟର୍ଲାଣ୍ଡର ଅଭିଜ୍ଞ ଗଲ୍ଫର ରୋରି ମ୍ୟାକଲୋରି। ଟାଇଗର ହେଉଛନ୍ତି ଗଲ୍ଫ ଇତିହାସର ଶ୍ରେଷ୍ଠ ଖେଳାଳି ଓ ତାଙ୍କ ସଫଳତା ଦୃଷ୍ଟାନ୍ତମୂଳକ ବୋଲି ୪ଥର ମେଜର ଟାଇଟଲ ଜିତିଥିବା ମ୍ୟାକଲୋରି କହିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଗୋଟିଏ ଫଟୋରେ ୭୩୫ ନଟ୍‌ ଆଉଟ

ଆଡିଲେଡ୍‌,୪ା୧୨- ଚଳିତ ସପ୍ତାହକୁ ଜୀବନରେ କଦାପି ଭୁଲି ପାରିବେ ନାହିଁ ଅଷ୍ଟ୍ରେଲିଆନ ଓପନର ଡେଭିଡ ଓ୍ବାର୍ନର। ବାମହାତୀ ବ୍ୟାଟ୍ସମ୍ୟାନ କ୍ୟାରିୟରର ପ୍ରଥମ ଥର ପାଇଁ ତ୍ରିଶତକ...

ପ୍ରୋ କବାଡ଼ି ଲିଗ୍‌: ଦବଙ୍ଗ- ଓ୍ବାରିୟର୍ସ ଟାଇଟଲ ମୁକାବଲା

ଅହମ୍ମଦାବାଦ,୧୯।୧୦(ପି.ଟି.)-ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ର ଚଳିତ ସପ୍ତମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ଟାଇଟଲ ପାଇଁ ଦବଙ୍ଗ ଦିଲ୍ଲୀ ଓ ବେଙ୍ଗଲ ଓ୍ବାରିୟର୍ସ ଫାଇନାଲ...

ସ୍ତ୍ରୀ ସାକ୍ଷୀଙ୍କ ନାଁରେ ଏହି ଅଭିଯୋଗ ଆଣିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ପରିବାର ସହ ମଧ୍ୟ ପ୍ରଦେଶର କାହ୍ନା ପାର୍କ ବୁଲିବାକୁ ଯାଇଛନ୍ତି। ଧୋନୀଙ୍କ ସ୍ତ୍ରୀ...

ଧାଓ୍ବନ ଶୂନ୍ୟରେ ଆଉଟ; ଦିଲ୍ଲୀକୁ ହରାଇଲା ଜମ୍ମୁ-କଶ୍ମୀର

ସୁରଟ,୧୫।୧୧(ପି.ଟି.)- ଶିଖର ଧାଓ୍ବନ ତାଙ୍କର ପ୍ରଥମ ସୟଦ ମୁସ୍ତାକ ଅଲି ଟି୨୦ ମ୍ୟାଚ୍‌ରେ ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ଦିଲ୍ଲୀକୁ ୮ ଉଇକେଟରେ ଜମ୍ମୁ-କଶ୍ମୀର...

ଦିବାରାତ୍ର ଟେଷ୍ଟ: କାଉଣ୍ଟ ଡାଉନ୍‌ ଆରମ୍ଭ

କୋଲକାତା,୧୮ା୧୧ (ପି.ଟି.)-ଭାରତର ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ମ୍ୟାଚ ପାଇଁ କାଉଣ୍ଟଡାଉନ୍‌ ରବିବାରଠାରୁ ଆରମ୍ଭ ହୋଇଛି। ହର୍ଷ ଉଲ୍ଲାସର ସହରକୁ ଗୋଲାପୀ କରାଯାଇଛି। ଭାରତୀୟ କ୍ରିକେଟ...

ଭାରତୀୟ ଫୁଟବଲ କ୍ୟାମ୍ପରେ ଶୁଭମ୍‌

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)-ନିଜ ଲକ୍ଷ୍ୟ ପଥରେ କ୍ରମେ ଆଗକୁ ବଢ଼ୁଛନ୍ତି ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ଓଡ଼ିଆ ତାରକା ଶୁଭମ୍‌ ଷଡ଼ଙ୍ଗୀ। ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା...

ପ୍ରୋ କବାଡି ଲିଗ୍‌: ଗୁଜରାଟକୁ ହରାଇଲା ୟୁ ମୁମ୍ବା

ଜୟପୁର,୨୩।୯(ପି.ଟି.)- ପ୍ରୋ କବାଡି ଲିଗ୍‌ରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ୟୁ ମୁମ୍ବା ୩୧- ୨୫ ବ୍ୟବଧାନରେ ଗୁଜରାଟ ଫର୍ଚ୍ୟୁନ୍‌ଜିଆଣ୍ଟ୍ସକୁ ପରାସ୍ତ କରିଛି। ସ୍ଥାନୀୟ ସବାଇ ମାନସିଂ...

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ: ବର୍ଷା ବାଧକ, ୪୬.୧ ଓଭରରେ ନ୍ୟୁଜିଲାଣ୍ଡ କରିଛି ୨୧୧ ରନ; ଆଜି ଖେଳାଯିବ ମ୍ୟାଚର ଅବଶିିଷ୍ଟାଂଶ

ମାଞ୍ଚେଷ୍ଟର, ୧୦।୭ (ପି.ଟି.)- ଏଠାରେ ମଙ୍ଗଳବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳଯାଉଥିବା ବେଳେ ବର୍ଷା ବାଧା...

Leave a comment

Your email address will not be published. Required fields are marked *