ଆଜିଠୁ ପଞ୍ଚୁକ: ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ, ୮।୧୧: ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ । ସେଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ପଞ୍ଚୁକ ୫ ଦିନ ପାଞ୍ଚଟି ସ୍ବତନ୍ତ୍ର ବେଶରେ ଦର୍ଶନ ଦେବେ ମହାପ୍ରଭୁ। ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ଶୁକ୍ରବାର ଠାକୁରଙ୍କ ଲକ୍ଷ୍ମୀ ନାରାୟଣ ବେଶ କରାଯାଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି । କାର୍ତ୍ତିକ ପାଇଁ ଶ୍ରୀମନ୍ଦିରରେ ଭୋର ୪ଟା ୧୦ରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଥିବା ବେଳେ ସେହି ଅନୁଯାୟୀ ଅନ୍ୟାନ୍ୟ ନୀତି ସଅଳ ଚାଲିଛି ।
ପଞ୍ଚୁକର ଦ୍ୱିତୀୟ ଦିନରେ ବାଙ୍କଚୂଡ ବେଶ, ତୃତୀୟ ଦିନରେ ତ୍ରିବିକ୍ରମ ବେଶ, ଚତୁର୍ଥ ଦିନରେ ଲକ୍ଷ୍ମୀନୃସିଂହ ବେଶ ଓ ଶେଷ ଦିନରେ ତଥା କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶରେ ମହାପ୍ରଭୁ ଦର୍ଶନ ଦେବେ। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୩୦ ପ୍ଲାଟୁନ ଫୋର୍ସ ଏବଂ ୧୦୦ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି।


All Right Reserved By Dharitri.Com

ଶିକ୍ଷୟିତ୍ରୀଙ୍କ ନିଲମ୍ବନ ବିରୋଧରେ ତାଲା

ଅନୁଗୋଳ ଅଫିସ, ୧୬।୭ଅନୁଗୋଳ ସହର ପଶ୍ଚିମ ବଜାରପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ମିଶ୍ର ଓ ସହକାରୀ ଶିକ୍ଷୟିତ୍ରୀ ପ୍ରୀତିମଞ୍ଜରୀ ଦ୍ୱିବେଦୀଙ୍କୁ ଶିକ୍ଷାଦାନରେ ଅବହେଳା...

ମୟୂରଭଞ୍ଜ ଜିଲା ପରିଷଦ ବୈଠକରେ ହଟ୍ଟଗୋଳ

ବାରିପଦା ଅଫିସ,୨୧।୮- ମୟୂରଭଞ୍ଜ ଜିଲା ପରିଷଦର ଅଷ୍ଟମ ବୈଠକ ମଙ୍ଗଳବାର ବାରିପଦା ମୁର୍ଗାବାଡି ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ହଟ୍ଟଗୋଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ...

ପରିବା: ସରକାରଙ୍କ ତଥ୍ୟ ନାହିଁ

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ଓଡ଼ିଶାରେ ଯେତିକି ପରିବା ଉତ୍ପାଦନ ହେଉଛି, ତା’ଠାରୁ ବହୁତ ଅଧିକ ପନିପରିବା ବାହାର ରାଜ୍ୟରୁ ଆମଦାନୀ କରାଯାଉଛି। କହିବାକୁ ଗଲେ ପ୍ରାୟତଃ ସମସ୍ତ...

ଗିରିଶୋଲା ଡକାୟତି ଘଟଣାରେ ୨ ଗିରଫ

ଭଞ୍ଜନଗର,୧୭।୬(ଡି.ଏନ.ଏ)-ବେଲଗୁଣ୍ଠା ଫାଣ୍ଡି ଗିରିଶୋଲାରେ ଗତ ୧୨ ତାରିଖ ରାତିରେ ହୋଇଥିବା ଚୋରି ଘଟଣାରେ ପୋଲିସ ସୋମବାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜଗନ୍ନାଥ ନାଇକ...

ଧାନ ଫସଲରେ ପୋକ, ଚାଷୀ ଆତଙ୍କିତ

ଢେଙ୍କାନାଳ ଅଫିସ, ୬।୧୦ – ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ଗ୍ରାମରେ ଧାନ ଫସଲରେ ପୋକ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି।...

ଲଗାଣ ବର୍ଷାରେ ସ୍ଥିତି ବେହାଲ: ଖାଲୁଆ ଅଞ୍ଚଳ ଜଳମଗ୍ନ

ଭଦ୍ରକ ଅଫିସ, ୨୫।୧୦ – ଦୀପାବଳି ପୂର୍ବରୁ ଲଘୁଚାପଜନିତ ବର୍ଷାରେ ଭଦ୍ରକ ସହର ଅବସ୍ଥା ବେହାଲ ହୋଇଛି। ସହରର ଖାଲୁଆ ଅଞ୍ଚଳରେ ପାଣି ଜମିରହି ସ୍ଥିତି...

୪ରେ ଶ୍ରୀକ୍ଷେତ୍ର ଆସିବେ ଶତାଧିକ ପାକିସ୍ତାନୀ ହିନ୍ଦୁ: ମହାପ୍ରଭୁଙ୍କ ଦର୍ଶନ ସହ ସମୁଦ୍ର ସ୍ନାନ କରିବେ

ପୁରୀ ଅଫିସ,୩ା୧: ପାକିସ୍ତାନରେ ରହୁଥିବା ପ୍ରାୟ ଶହେରୁ ଊର୍ଦ୍ଧ୍ୱ ହିନ୍ଦୁ ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ସେମାନେ ମହୋଦଧି ସ୍ନାନ କରିବା ସହ...

ଭାପୁର ବ୍ଲକରେ ଦୁର୍ନୀତିର ତଦନ୍ତ, ଏବିଡିଓଙ୍କ ବଦଳି ଦାବି ଆମରଣ ଅନଶନରେ ବସିଲେ ଜନପ୍ରତିନିଧି

ନୟାଗଡ଼ ଅଫିସ/ଭାପୁର (ଡି.ଏନ୍‌.ଏ.),୪ା୧୨: ନୟାଗଡ଼ ଜିଲା ଭାପୁର ବ୍ଲକରେ ହୋଇଥିବା ବିଭିନ୍ନ ଦୁର୍ନୀତିର ତଦନ୍ତ ଓ ଏବିଡିଓଙ୍କ ବଦଳି ଦାବିରେ ମଙ୍ଗଳବାର ପଞ୍ଚାୟତ ଜନପ୍ରତିନିଧି ଆନ୍ଦୋଳନକୁ...

Leave a comment

Your email address will not be published. Required fields are marked *