୧୯ ବର୍ଷୀୟ ଯୁବକଙ୍କ ନାଁରେ ୧୭୫ଟି ମାମଲା

ପୁଣେ,୮।୧୧: ପୁଣେ ପୋଲିସ ପାଇଁ ଜଣେ ୧୯ ବର୍ଷୀୟ ଯୁବକ ମୁଣ୍ଡବିନ୍ଧାର କାରଣ ସାଜଛି। ୮ ବର୍ଷ ଭିତରେ ଉକ୍ତ ଯୁବକଙ୍କ ନାଁରେ ୧୭୫ଟି ମାମଲା ରୁଜୁ ହେବା ପରେ ଶେଷରେ ବହୁ କଷ୍ଟରେ ପୋଲିସ ହାତରେ ଧରାପଡିଛନ୍ତି ଏହି କୋଟିପତି ଚୋର। ପୋଲିସ ମୁତାବକ, ପବିତ୍ର ସିଂ ଓରଫ ଗବର ସିଂ ନାମକ ଏହି ଚୋର ୧୨ ବର୍ଷରୁ ଚୋରି କରିବା ଆରମ୍ଭ କରିଥିଲା। ପ୍ରଥମେ ସେ ସ୍କୁଲରୁ କମ୍ପ୍ୟୁଟର ଚୋରି କରିଥିଲେ। ଯଦିଓ ସେ ଏଥିରେ ଧରାପଡି ସୁଧାରଗୃହକୁ ଯାଇଥିଲା। କିନ୍ତୁ ଭୁଲ ସୁଧୁରିବା ପରିବର୍ତ୍ତେ ସେ ଆହୁରି ଚୋରି କରିଚାଲିଥିଲେ। ଧୀରେ ଧୀରେ ତାଙ୍କ ନାଁରେ ମାମଲା ବଢିଚାଲିଥିଲା। ପୋଲିସ ତାଙ୍କୁ ଧରିବାରେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ନିକଟରେ ଗବର ସିଂ ନିଜ ଦୁଇ ସାଙ୍ଗଙ୍କ ସହ ଏକ ସୁନା ଦୋକାନରୁ ଚୋରି କରିବାକୁ ଯାଇଥିଲା। ଏହାର ସୂୂଚନା ପାଇଁ ପୋଲିସ ସୁନା ଦୋକାନ ଚାରିପଟୁ ତାଙ୍କୁ ଘେରି ଯାଇଥିଲା। ପୋଳିସ ତାଙ୍କୁ ଗିରଫ କରିବା ସହ ୩୮ କିଲୋ ରୂପା, ୧ କିଲୋ ସୁନା, ୧୩ଟି କାର୍‌, ୫ଟି ବାଇକ୍‌ ତାଙ୍କଠାରୁ ଜବତ କରିଥିଲା।


All Right Reserved By Dharitri.Com

ଶବ୍ଦକୁ ନେଇ ଅତିଷ୍ଠ ବ୍ୟକ୍ତି ଏସି ଭିତରର ଦୃଶ୍ୟ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ସାଧାରଣତଃ ଯଦି ଏସିରୁ କୌଣସି ଶବ୍ଦ ବାହାରେ, ତେବେ ଆମେମାନେ ତାକୁ ଖୋଲି ସଫା କରିଦେଉ। ହେଲେ ଯଦି ଏହି ଶବ୍ଦ କୌଣସି ଯାନ୍ତ୍ରିକ ତ୍ରୁଟି...

ରାତିରେ ଶୋଇ ପାରିଲେନି ଚିନ୍ମୟାନନ୍ଦ

ଶାହାଜହାନପୁର,୨୧।୯: ଏକ ବଳାତ୍କାର ମାମଲାରେ ସ୍ବାମୀ ଚିନ୍ମୟାନନ୍ଦ ଶୁକ୍ରବାର ଜେଲ୍‌ରେ ପ୍ରଥମ ରାତି କାଟିଛନ୍ତି। ଜଣେ ଆଇନ ଛାତ୍ରୀଙ୍କ ଅଭିଯୋଗ କ୍ରମେ ଶୁକ୍ରବାର ତାଙ୍କୁ ଗିରଫ...

ଶପଥ ନେଲେ ମନମୋହନ

ନୂଆଦିଲ୍ଲୀ,୨୩।୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ରାଜ୍ୟସଭା ସଦସ୍ୟ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ରାଜସ୍ଥାନ ଆସନରୁ ମନମୋହନ କଂଗ୍ରେସ ଦଳର...

ସ୍କୁଲରେ ମନା ହେବ ଜଙ୍କ୍‌ ଫୁଡ୍‌

ନୂଆଦିଲ୍ଲୀ,୬ା୧୧(ପି.ଟି.): ଦେଶରେ ବିଦ୍ୟାଳୟଗୁଡ଼ିକରେ ଖୁବ୍‌ଶୀଘ୍ର ଜଙ୍କ୍‌ ଫୁଡ୍‌ ମନା ହେବ। ଆଳୁ ଓ୍ବେଫର୍ସ, ସଫ୍ଟ ଡ୍ରିଙ୍କ୍‌ସ ଓ ଅନ୍ୟ ଜଙ୍କ୍‌ ଫୁଡ୍‌ଗୁଡ଼ିକ ଆଉ ସ୍କୁଲ କ୍ୟାଣ୍ଟିନରେ...

ମନ୍ତ୍ରୀଙ୍କ କାମ ଅର୍ଥ ବ୍ୟବସ୍ଥା ସୁଧାରିବା, କମେଡି ସର୍କସ ଚଲାଇବା ନୁହେଁ: ପ୍ରିୟଙ୍କା

ନୂଆଦିଲ୍ଲୀ,୧୯।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପରେ ବର୍ଷିଛନ୍ତି। ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅଭିଜିତ ବାନାର୍ଜୀଙ୍କ...

ପ୍ରଦୂଷଣ ରୋକୁଛନ୍ତି ଏହି ଗଣେଶ

ଅକୋଲା: ଗଣେଶ ବିସର୍ଜନ ଏବେ ଦେଶରେ ଧୁମଧାମରେ ଚାଲିଛି। ମୃଣ୍ମୟ ମୂର୍ତ୍ତିକୁ ବିସର୍ଜନ କରିବା ପରେ ଜଳ ପ୍ରଦୂଷଣ ବୃଦ୍ଧି ହେଉଥିବାରୁ ଏଥିପାଇଁ ସବୁ ସ୍ତରରେ...

ଆଇଏଏଫ୍‌ ସ୍କ୍ବାଡ୍ରନ ଲିଡର ମିଣ୍ଟିଙ୍କୁ ଯୁଦ୍ଧ ସେବା ସମ୍ମାନ

ନୂଆଦିଲ୍ଲୀ,୧୫।୮- ଭାରତୀୟ ବାୟୁ ସେନା (ଆଇଏଏଫ୍‌) ସ୍କ୍ବଡ୍ରନ ଲିଡର ମିଣ୍ଟି ଅଗ୍ରଓ୍ବାଲଙ୍କୁ ଗୁରୁବାର ଯୁଦ୍ଧ ସେବା ମେଡାଲ ପ୍ରଦାନ କରାଯାଇଛି। ଏଭଳି ସମ୍ମାନ ପାଇବାରେ ସେ...

ସପ୍ତମ ପର୍ଯ୍ୟାୟ ନିର୍ବାଚନ: ୧୭୦ ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା

ନୂଆଦିଲ୍ଲୀ,୧୫ା୫ :ଆସନ୍ତା ୧୯ ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଲାଗି ଭୋଟଗ୍ରହଣ କରାଯିବ। ମୋଟ ୯୦୯ ପ୍ରାର୍ଥୀ ମଇଦାନରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୭୦...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *