ରାୟ ପୂର୍ବରୁ ଆକ୍ରମଣ ଆଶଙ୍କା:ଅଯୋଧ୍ୟାରେ ପୋଲିସ ଛାଉଣୀ

ଅଯୋଧ୍ୟା/ନୂଆଦିଲ୍ଲୀ,୮-୧୧(ପି.ଟି./ଆଇଏଏନ୍‌ଏସ୍‌):ଅଯୋଧ୍ୟା ମାମଲାର ବହୁ ପ୍ରତୀକ୍ଷିତ ରାୟ ଆସନ୍ତା ସପ୍ତାହରେ ପ୍ରକାଶ ପାଇବାକୁ ଥିବାବେଳେ ରାମଙ୍କ ଜନ୍ମଭୂମିରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଗୋଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ୩୦ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌ଙ୍କୁ ନିୟୋଜିତ କରାଯାଇଛି।
ରଞ୍ଜନ ଗୋଗେଇ ଆସନ୍ତା ୧୭ରେ ଅବସର ନେବାକୁ ଥିବାବେଳେ ଏହାର ଦିନେ କିମ୍ବା ଦୁଇଦିନ ପୂର୍ବରୁ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ୍‌ ଜମି ବିବାଦ ମାମଲାର ରାୟ ଆସିପାରେ। ଏଭଳି ସମୟରେ ଆତଙ୍କବାଦୀମାନେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରି ଦଙ୍ଗା ଭିଆଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ସୁରକ୍ଷା ସଂସ୍ଥାଗୁଡିକୁ ଆକ୍ରମଣ ନେଇ ସୂଚନା ମିଳିବା ପରେ ୧୨ ତାରିଖ ସୁଦ୍ଧା ସମସ୍ତ ଧର୍ମଶାଳାକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଯୋଧ୍ୟା ବାହାର ଓ ଅଚିହ୍ନା ଲୋକଙ୍କୁ ମଙ୍ଗଳବାର ରାତି ସୁଦ୍ଧା ସହର ଛାଡି ଚାଲିଯିବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ରାୟକୁ ନେଇ ଅଦ୍ୟାବଧି କୌଣସି ଉତ୍ତେଜନା ଦେଖାଦେଇ ନ ଥିବାବେଳେ ସମସ୍ତଙ୍କ ମନରେ ଆଶଙ୍କା ରହିଛି। ରାୟ ପ୍ରକାଶ ପାଇବା ଦିନ ଯେତିକି ପାଖେଇ ଆସୁଛି ଅଯୋଧ୍ୟା ସହରରେ ପୋଲିସ ଓ ସୁରକ୍ଷା ଯବାନଙ୍କ ସଂଖ୍ୟା ସେତେ ବଢ଼ିଚାଲିଛି। ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇବା ପୂର୍ବରୁ ସଜାଗ ରହିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। ଉତ୍ତରପ୍ରଦେଶ ବିଶେଷକରି ଅଯୋଧ୍ୟା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୪ ହଜାର ଅର୍ଦ୍ଧସାମରିକ ବାହିନୀ ଯବାନ ପଠାଇଛି। ପ୍ରତ୍ୟେକ ରାଜ୍ୟ ସମ୍ବେଦନଶୀଳ ଅଞ୍ଚଳରେ ପର୍ଯ୍ୟାପ୍ତ ପୋଲିସ ମୁତୟନ କରିବାକୁ କେନ୍ଦ୍ର ପକ୍ଷରୁ ଆଡଭାଇଜରି ପଠାଯାଇଛି।
ଅଯୋଧ୍ୟା ମାମଲାରେ ସର୍ବୋଚ୍ଚ ଅଦାଲତ ଯାହା ରାୟ ଦେବେ ତାକୁ ସମସ୍ତେ ମାନିନେବେ ବୋଲି ସଂଖ୍ୟାଗରିଷ୍ଠ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଷ୍ପତ୍ତି ନେଇସାରିଥିଲାବେଳେ ଏଭଳି ସୁରକ୍ଷା ବ୍ୟବସ୍ଥା କ’ଣ ପାଇଁ ବୋଲି ଜଣେ ସ୍ଥାନୀୟ ଛାତ୍ର ପ୍ରଶ୍ନ କରିଛନ୍ତି। ନଭେମ୍ବର ୨୦ ପୂର୍ବରୁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟରେ ଏକାଧିକ ବିବାହ ଥିଲାବେଳେ ସେଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଅନେକ ଲୋକ ଅଯୋଧ୍ୟା ଭ୍ରମଣ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ଆଗକୁ କଟକଣା ଜାରି ହେବା ଆଶଙ୍କା କରି ଅଯୋଧ୍ୟା ବାସିନ୍ଦା ଅତ୍ୟାବଶ୍ୟକ ସାମଗ୍ରୀ କିଣିନେଇ ଘରେ ମହଜୁଦ କରି ରଖୁଥିବା ଦେଖିବାକୁ ମିଳିଛି। ବିଶାଳ ରାମମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ୧୯୯୦ରୁ ଜାରି ରଖିଥିବା ପଥର ଖୋଦେଇ କାମକୁ ପ୍ରଥମ ଥର ପାଇଁ ବନ୍ଦ କରିଛି। ପୁଣି ପଥର ଖୋଦେଇ କାମ କେବେ ଆରମ୍ଭ ହେବ ସେ ସମ୍ପର୍କରେ ରାମ ଜନ୍ମଭୂମି ନ୍ୟାସ ନିଷ୍ପତ୍ତି ନେବ ବୋଲି ଭିଏଚ୍‌ପି ପକ୍ଷରୁ କୁହାଯାଇଛି।
୧୯୯୨ରେ ବାବ୍ରୀ ମସ୍‌ଜିଦ ଭଙ୍ଗାଯିବା ପରେ ଅଯୋଧ୍ୟାରେ କର୍ଫ୍ୟୁ ଜାରି ହୋଇଥିଲା। ଏହା ପରେ ମଧ୍ୟ ଏକାଧିକ ଥର କଟକଣା ଲାଗୁ ହୋଇଛି। ତେଣୁ ସତର୍କତା ସ୍ବରୂପ ଲୋକେ ତେଜରାତି ସାମଗ୍ରୀ ସମେତ ଔଷଧ ମହଜୁଦ୍‌ ରଖୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ମୋହିନୀ ଶ୍ରୀବାସ୍ତବ କହିଛନ୍ତି। ଯଦିଓ ସମସ୍ତେ ଅଯୋଧ୍ୟା ରାୟକୁ ଗ୍ରହଣ କରିନେବା ଲାଗି ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିନେଇଛନ୍ତି, ତଥାପି କେତେଜଣ ଅଶାନ୍ତି ସୃଷ୍ଟିକାରୀ ହିଂସାକାଣ୍ଡ ଘଟାଇପାରନ୍ତି ବୋଲି ଆଶଙ୍କା କରାଯାଉଥିବା ଶ୍ରୀବାସ୍ତବ କହିଛନ୍ତି। ମସ୍‌ଜିଦ ଭଙ୍ଗାଯିବା ପରେ ଅଯୋଧ୍ୟାରେ ଦଙ୍ଗା ସୃଷ୍ଟି ହୋଇଥିଲା। ବହୁ ଘର ଓ ଦୋକାନ ପୋଡିଦିଆଯାଇଥିଲା। ଏଥର ସବୁକିଛି ସ୍ବାଭାବିକ୍‌ ରହିଥିଲେ ବି ଲୋକଙ୍କ ମନରେ ଭୟ ରହିଥିବା ମହମ୍ମଦ ଅହସାନ୍‌ କହିଛନ୍ତି। ଅଯୋଧ୍ୟା ରାୟ ଦିନ ଇଣ୍ଟରନେଟ ସେବା ବନ୍ଦ ରହିଲେ ଗୁଜବକୁ ରୋକାଯାଇପାରିବ ବୋଲି ସେ ମତ ଦେଇଛନ୍ତି।
ଅଯୋଧ୍ୟା ରାୟ ପାଇଁ ଜିଲା ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତିରେ ରହିଛି। ଯବାନମାନଙ୍କ ରହଣି ପାଇଁ ସରକାରୀ ଓ ଘରୋଇ ସମସ୍ତ ସ୍କୁଲକୁ ନିଆଯାଇଥିଲାବେଳେ ହୋଟେଲ, ଲଜ୍‌ ଓ ଗେଷ୍ଟହାଉସ୍‌ଗୁଡ଼ିକୁ ବୁକ୍‌ କରାଯାଇଛି। ଜିଲା ମାଜିଷ୍ଟ୍ରେଟ୍‌ ଅନୁଜ୍‌ ଝା ହିନ୍ଦୁ ଓ ମୁସଲମାନ ନେତାମାନଙ୍କ ସହ ଯୋଗାଯୋଗରେ ରହିବା ସହିତ ସେମାନଙ୍କୁ ସୁରକ୍ଷା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି। ମୁସଲମାନ ବହୁଳ ଥେରି ବଜାର ଓ କଜ୍ରିଆନାରେ ସର୍ବାଧିକ ସୁରକ୍ଷା ବଳ ମୁତୟନ କରାଯାଇଛି।


All Right Reserved By Dharitri.Com

‘ପ୍ରାର୍ଥନା କରୁଥିଲି, ସେହି ମୃତଦେହ ସିଦ୍ଧାର୍ଥଙ୍କର ହୋଇ ନ ଥାଉ’

ବେଙ୍ଗାଲୁରୁ, ୩୧।୭: ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ କନର୍ର୍ାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ଉଦ୍ଧାର...

ମୋଦିଙ୍କ ମନ୍ତ୍ରିମଣ୍ଡଳର ଏହି ମନ୍ତ୍ରୀ ଶପଥ ନେବାକୁ ଆସିବା ମାତ୍ରେ ତାଳିରେ କମ୍ପିଲା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଜଣେ ପରେ ଜଣେ ଶପଥ ନେଇଥିଲେ।...

ଆସିଲେ ନାହିଁ ହସ୍ପିଟାଲର କୌଣସି କର୍ମଚାରୀ ଏକେଲା ସନ୍ତାନ ପ୍ରସବ କଲେ ମହିଳା

ନାଗପୁର,୪।୬: ମହାରାଷ୍ଟ୍ର ନାଗପୁରର ସୁକେଶ୍ରୀ ଶ୍ରୀକାନ୍ତ ନାମକ ଜଣେ ୨୩ ବର୍ଷୀୟା ମହିଳା ସନ୍ତାନ ପ୍ରସବ ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଠିକ୍‌...

ଗୀତ ଦେଲା ପରିଚୟ, ୧୦ ବର୍ଷ ପରେ ଏବେ ଝିଅଙ୍କୁ ଭେଟିଲେ ରାନୁ ମଣ୍ଡଳ

କୋଲକାତା, ୧୪।୮:ଭାଗ୍ୟ କେତେବେଳେ ଯେ କାହାକୁ କେଉଁଠି ଆଣି ଛିଡା କରାଇଦିଏ ତାହା କେହି କହିପାରିବେ ନାହିଁ। ସେମିତି ଜଣେ ଭିକ୍ଷା ବୃତ୍ତି କରୁଥିବ ରାନୁ...

ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ: ସ୍ବର୍ଣ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଅମ୍ରିତସର,୧୨।୧୧: ପଞ୍ଜାବର ଅମ୍ରିତସରରେ ଥିବା ସ୍ବର୍ଣ୍ଣ ମନ୍ଦିରରେ ଶିଖ୍‌ ଧର୍ମଗୁରୁ ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ମଙ୍ଗଳବାର ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି।...

ଆସ୍ଥାଭୋଟ ପୂର୍ବରୁ ଘୋଡ଼ାବେପାର ଭୟ: ବିଧାୟକଙ୍କୁ ଜଗିଲେ ସବୁ ଦଳ

ବେଙ୍ଗାଲୁରୁ,୧୩ା୭:କର୍ନାଟକର ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ଏବଂ ଅଯୋଗ୍ୟ ଘୋଷଣା ସମ୍ପର୍କରେ ବାଚସ୍ପତି ୧୬ ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେବା...

ଜିତେନ୍ଦ୍ରଙ୍କ ନଁ।ରେ ଅସଦାଚରଣ ଅଭିଯୋଗ ଆଣିଥିଲେ ସମ୍ପର୍କୀୟା: ମାମଲା ଖାରଜ କଲେ କୋର୍ଟ

ମୁମ୍ବାଇ,୨୨।୫ : ଗତବର୍ଷ ୯୦ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତା ଜିତେନ୍ଦ୍ରଙ୍କ ନଁ।ରେ ହୋଇଥିବା ଅସଦାଚରଣ ଅଭିଯୋଗକୁ ହିମାଚଳ ପ୍ରଦେଶ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି।...

ବନ୍ୟା ପୀଡିତ ପରିବାରଙ୍କୁ ୬ ହଜାର ଟଙ୍କା ଦେବାକୁ ଘୋଷଣା କଲେ ନୀତୀଶ

ପାଟନା,୧୯।୭: ବିହାରରେ ଚଳିତ ବର୍ଷ ବନ୍ୟା ପରିସ୍ଥିତି ଉତ୍କଟ ରୂପ ଧାରଣ କରିଛି ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଶୁକ୍ରବାର...

Leave a comment

Your email address will not be published. Required fields are marked *