Posted inଜାତୀୟ

‘ନିବେଶ ଲାଗି ଭାରତ ସବୁଠୁ ଅନୁକୂଳ’

ଧର୍ମଶାଳା(ହି.ପ୍ର.),୮-୧୧(ପି.ଟି.):ପୁଞ୍ଜିନିବେଶ ଲାଗି ଭାରତ ଏବେ ସବୁଠୁ ଅନୁକୂଳ ଲକ୍ଷ୍ୟସ୍ଥଳ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ୨୦୧୪ରୁ ୨୦୧୯ ମଧ୍ୟରେ ବିଶ୍ୱ ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସ (ବ୍ୟବସାୟ ଲାଗି ସହଜ ବ୍ୟବସ୍ଥା) ସୂଚକାଙ୍କରେ ଭାରତ ୭୯ ସ୍ଥାନ ଉପରକୁ ଉଠିପାରିଛି। ଶିଳ୍ପ ସଂସ୍ଥା ଲାଗି ତୃଣମୂଳ ସ୍ତରର ଆବଶ୍ୟକତାକୁ ହୃଦୟଙ୍ଗମ କରି ସରକାର ନିଷ୍ପତ୍ତି ନେଉଥିବାରୁ ପ୍ରତିବର୍ଷ ଏହି ର଼୍ୟାଙ୍କ୍‌ରେ ଉନ୍ନତି ଘଟୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହିତ ଭାରତରେ ବ୍ୟବସାୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ଆମେ ଅର୍ଥନୀତିର ମୌଳିକତାକୁ ଦୁର୍ବଳ ହେବାକୁ ଦେଉ ନ ଥିବାରୁ ଭାରତ ଅର୍ଥନୀତିରେ ସୁଦୃଢ଼ ହୋଇପାରିଛି।
ପୁରୁଣା ଆଇନକୁ ରଦ୍ଦ କରିବା, ନିବେଶକମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଆଦି ଏକାଧିକ ଆର୍ଥିକ ସଂସ୍କାର ନୀତି ଗତ କିଛି ବର୍ଷ ମଧ୍ୟରେ ଗ୍ରହଣ କରାଯାଇଛି। ବ୍ୟବସାୟରେ ଇନ୍ସପେକ୍ଟର ରାଜ୍‌କୁ ହଟାଇଦିଆଯାଇଛି। ଏବେ ରାଜ୍ୟ ଅନୁମତିକୁ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
୨୦୨୫ ସୁଦ୍ଧା ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାରେ ପହଞ୍ଚାଇବାକୁ ହେଲେ ପ୍ରତ୍ୟେକ ରାଜ୍ୟ ଓ ଜିଲାର ସହଯୋଗ ଆବଶ୍ୟକ ବୋଲି ଗୁରୁବାର ପ୍ରଧାନମନ୍ତ୍ରୀ କହିଛନ୍ତି। ହିମାଚଳପ୍ରଦେଶକୁ ପୁଞ୍ଜି ଆକୃଷ୍ଟ କରିବା ଲାଗି ଦୁଇଦିନିଆ ବିଶ୍ୱ ନିବେଶକ ସମ୍ମିଳନୀକୁ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରତି ରାଜ୍ୟ ଓ ଜିଲା ସେମାନଙ୍କ ସାମର୍ଥ୍ୟ ବଳରେ ଲକ୍ଷ୍ୟ ହାସଲ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବେ। ପୂର୍ବ ଅବସ୍ଥା ଏବେ ନାହିଁ। ବର୍ତ୍ତମାନ ରାଜ୍ୟଗୁଡ଼ିକ ପୁଞ୍ଜି ଆକୃଷ୍ଟ କରିବା ଲାଗି ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ହିମାଚଳପ୍ରଦେଶରେ ପର୍ଯ୍ୟଟନ, ଔଷଧ ଓ ଅନ୍ୟ ସେକ୍ଟରରେ ପୁଞ୍ଜିନିବେଶ ଲାଗି ପର୍ଯ୍ୟାପ୍ତ ସୁଯୋଗ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ହିମାଚଳପ୍ରଦେଶ ସରକାର ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ଏହାର ଉଚ୍ଚ ପ୍ରଶଂସା କରିଥିଲେ। ଏହି ସମ୍ମିଳନୀରେ ୨୦୦ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସମେତ ୧୭୦୦ରୁ ଅଧିକ ବ୍ୟବସାୟ ପ୍ରତିନିଧି ଯୋଗଦେଇଥିଲେ।


All Right Reserved By Dharitri.Com

ସିଏଏକୁ ନେଇ ବିରୋଧ ପ୍ରଦର୍ଶନ: ସାମିଲ ହେଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ

ନୂଆଦିଲ୍ଲୀ,୧୭।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀର ଜାମା ମସ୍‌ଦିଜ ସାମ୍ନାରେ ଶୁକ୍ରବାର ବିରୋଧ ପ୍ରଦର୍ଶନ କରାଯାଇଛି। ଏଥିରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ...

ଏନ୍‌ସିପି ବିଧାୟକ ନିଖୋଜ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଭାଜପାରୁ ଦେବେନ୍ଦ୍ର ଫଡନବିସ ଦ୍ୱିତୀୟ ଥର ଲାଗି ଶପଥ ଗ୍ରହଣ କଲେ ସତ। ହେଲେ ଏପର୍ଯ୍ୟନ୍ତ ସଂଖ୍ୟା ଗରିଷ୍ଠତାକୁ ନେଇ...

ନିର୍ଭୟା ମାମଲା: ତିହାର ଜେଲରେ ୪ ଦୋଷୀଙ୍କ ଡମିକୁ ଦିଆଗଲା ଫାଶୀ

ନୂଆଦିଲ୍ଲୀ,୧୩।୧: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁୟାରୀ ୨୨ରେ ସକାଳ ୭ଟାରେ ଫାଶୀ ଦିଆଯିବ। ଏନେଇ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି।...

ମା’ବାପାଙ୍କୁ ହଇରାଣ କଲେ ୬ ମାସ ଜେଲ୍‌

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ମାତାପିତା କିମ୍ବା ବରିଷ୍ଠ ନାଗରିକଙ୍କୁ ଖରାପ ବ୍ୟବହାର ଦେଖାଇଲେ ୬ ମାସ ଜେଲ୍‌ କିମ୍ବା ୧୦ ହଜାର ଟଙ୍କା ଜରିମାନା ବା ଉଭୟ ଦଣ୍ଡ...

ଅକ୍ସିଜେନ୍‌ ସାହାଯ୍ୟରେ ପରୀକ୍ଷା ଦେଲେ ଛାତ୍ରୀ

ବରେଲି(ଉତ୍ତର ପ୍ରଦେଶ): ଦୃଢ଼ ଇଚ୍ଛାଶକ୍ତି ଥିଲେ କୌଣସି ପ୍ରତିବନ୍ଧକ ଲକ୍ଷଚ୍ୟୁତ କରିପାରେନି। ନିଜର ଆତ୍ମବିଶ୍ୱାସ ଆଗରେ ରୋଗ ମଧ୍ୟ ହାର୍‌ ମାନିଯାଏ। ଏହା ପ୍ରମାଣିତ କରିଛନ୍ତି,...

ଅଯୋଧ୍ୟା ରାୟକୁ ଚ୍ୟାଲେଞ୍ଜ ନିଷ୍ପତ୍ତି

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୮ା୧୧(ପି.ଟି./ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟ ପରେ ମଧ୍ୟ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦର ସମାଧାନ ହୋଇପାରି ନାହିଁ। ଏହି ଐତିହାସିକ ରାୟକୁ ସୁନ୍ନି ସେଣ୍ଟ୍ରାଲ...

ଭାଙ୍ଗିବ ଚନ୍ଦ୍ରାବାବୁଙ୍କ ବିଳାସମୟ କୋଠା: ମୁଖ୍ୟମନ୍ତ୍ରୀ ଜଗନ ମୋହନ ଦେଲେ ନିର୍ଦ୍ଦେଶ

ହାଇଦ୍ରାବାଦ,୨୪।୬: ଆନ୍ଧ୍ରପ୍ରଦେଶ ଅମରାବତୀରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବାସଭବନ ‘ପ୍ରଜା ବେଦିକା’ ଏବେ ଭାଙ୍ଗିବାକୁ ଯାଉଛି। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟର ନବନିର୍ବାଚିତ...

ରାହୁଲଙ୍କୁ ପୁଣି ସମନ୍‌

ଅହମଦାବାଦ,୧୦ା୭ (ପି.ଟି.): ଗୁଜରାଟର ଏକ କୋର୍ଟ ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ପୁଣି ସମନ୍‌ କରିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କୁ ‘ହତ୍ୟା...

Leave a comment

Your email address will not be published. Required fields are marked *