ଡକାୟତି ଯୋଜନା ପଣ୍ଡ, ୪ ଗିରଫ

ଅନୁଗୋଳ ଅଫିସ, ୮।୧୧-ଅନୁଗୋଳ ଜିନ୍ଦଲ ରୋଡରେ ଥିବା ଗାଣ୍ଡୁ ପଡ଼ିଆରେ ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବାବେଳେ ୪ ଜଣଙ୍କୁ ଅନୁଗୋଳ ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେମାନେ ହେଲେ କୁମଣ୍ଡର ଅନିଲ ସେଠୀ, ହେମସୁରପଡ଼ାର ରାଜୁ ବେହେରା ଓ ଅନ୍ୟ ୨ ଜଣ ନାବାଳକ ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ଭୁଜାଲି, ଛୁରି ଓ ଲୁହା ରଡ ଜବତ କରାଯାଇଛି।
ପୋଲିସ ସୂଚନା ମୁତାବକ, ଅନିଲ ଓ ରାଜୁ ଅନ୍ୟ ଦୁଇ ଜଣ ନାବାଳକଙ୍କ ସହ ମିଶି ଡକାୟତି ଯୋଜନା କରୁଥିବାବେଳେ ଅନୁଗୋଳ ଥାନା ଏସ୍‌ଆଇ ପ୍ରକାଶ ଚନ୍ଦ୍ର ମାଝି କୌଣସି ସୂତ୍ରରୁ ସୂଚନା ପାଇଥିଲେ। ଏସ୍‌ଆଇ ସତ୍ୟରଞ୍ଜନ ଲେଙ୍କା ଓ ଅନ୍ୟମାନଙ୍କୁ ଧରି ସେ ଉକ୍ତ ପଡିଆରେ ଚଢ଼ାଉ କରିଥିଲେ। ଏକ ଟ୍ରକ୍‌କୁ ଲୁଟ କରିବାକୁ ସେମାନଙ୍କ ଯୋଜନା ରହିଥିଲା ବୋଲି ପୋଲିସ କହିଛି। ଦୁଇ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି।


All Right Reserved By Dharitri.Com

ମା’ ଭଦ୍ରକାଳୀଙ୍କ ସିଂହବାହିନୀ ବେଶ

ଭଦ୍ରକ ଅଫିସ, ୩୦ା୧୦:ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଚତୁର୍ଥ ଦିନରେ ବୁଧବାର ମା’ ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ବୁଧବାର ଦିନ ତମାମ ମା’ଙ୍କର...

ଶିଶୁକନ୍ୟା ବଳାତ୍କାର ଅଭିଯୋଗ: ବୃଦ୍ଧଙ୍କୁ ଜେଲ

ଖଣ୍ଡପଡ଼ା,୨୧ା୯(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା କଣ୍ଟିଲୋ ଫାଣ୍ଡି ଅଞ୍ଚଳର ଏକ ୪ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ବୃଦ୍ଧଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ...

ଅଭିଯୁକ୍ତ କାଠ ବ୍ୟବସାୟୀଙ୍କୁ ସର୍ବସମ୍ମୁଖରେ ଦଣ୍ଡ: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ପରଜଙ୍ଗ, ୧୩।୧୦(ଡି.ଏନ୍‌.ଏ.) – ଜଣେ ଅଭିଯୁକ୍ତ କାଠ ବ୍ୟବସାୟୀଙ୍କୁ ସର୍ବସମ୍ମୁଖରେ ଦଣ୍ଡ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ମହାବିରୋଡ ରେଞ୍ଜର ସୁବ୍ରତ ବେହେରା। ଏହାର ଫଟୋ...

ଧୂପକାଠି ଫ୍ୟାକ୍ଟ୍ରି ନାଁରେ ୩ ଲକ୍ଷ ଠକେଇ

ଦିଗପହଣ୍ଡି,୨୦ା୯(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବମକେଇ ଗଁାରେ ଧୂପକାଠି ଫ୍ୟାକ୍ଟ୍ରି ପ୍ରତିଷ୍ଠା କରାଇ ଦେବା ନଁାରେ ଜଗନ୍ନାଥ ପ୍ରଧାନଙ୍କଠାରୁ ବ୍ରହ୍ମପୁର ସହରର ଜଣେ ବ୍ୟକ୍ତି ପ୍ରାୟ ୩...

ତହସିଲଦାରଙ୍କୁ ଦୁର୍ବ୍ୟବହାର, ଗାଡ଼ିଭଙ୍ଗା ଘଟଣା: ନ୍ୟାୟ ପାଇଁ ଗୁହାରି କଲେ ମହିଳା

ସଜନାଗଡ଼, ୨୩।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ମିତ୍ରପୁର କାଠପାଳ ଛକଠାରେ ଗତ ୧୪ତାରିଖ ରାତି ପ୍ରାୟ ୧୧ଟାରେ ୩ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ନୀଳଗିରି...

ଏଟିଏମ୍‌ରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗାଏବ

ବାସୁଦେବପୁର, ୧୦।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବେତଡ଼ା ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଶାଖା ଏଟିଏମ୍‌ରୁ ହଠାତ୍‌ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗାଏବ...

ଥୁଆମୁଳ ରାମପୁର ବ୍ଲକରେ ସ୍ବାସ୍ଥ୍ୟ ସେବା ଅପହଁଚ୍‌: ଭଗବାନ ଭରସାରେ ଅଂଚଲର ରୁଗୀ

ଭବାନୀପାଟଣା,୨୯।୫(ଡି.ଏନ.ଏ.): ପାହାଡ଼ ଜଂଗଲ ଘେରା କଳାହାଣ୍ଡି ଜିଲାର ଥୁଆମୁଳ ରାମପୁର ବ୍ଲକରେ ପାଖାପାଖି ୭୫ ଭାଗ ଆଦିବାସୀ ଲୋକ୍‌ ବାସ କରୁଛନ୍‌। ବ୍ଲକର ଅନେକ ଗାଁବାସୀ...

ଜନସେବା କେନ୍ଦ୍ରକୁ ସହଯୋଗ ମିଳୁନି

ବାଲେଶ୍ୱର ଅଫିସ, ୭।୮-ବାଲେଶ୍ୱର ସଦର ବ୍ଲକ ଅଧୀନରେ ଥିବା ଜନସେବା କେନ୍ଦ୍ରଗୁଡ଼ିକୁ ତହସିଲ କର୍ମଚାରୀମାନେ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏନେଇ ଜନସେବା କେନ୍ଦ୍ରର ଭିଏଲ୍‌ସି(ଭିଲେଜ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *