୨ମାସ ବିତିଲା, ହେଲାନି ମରାମତି: ଭଙ୍ଗା କଲଭର୍ଟରେ ବିପଦପୂର୍ଣ୍ଣ ଯାତାୟାତ

ଘସିପୁରା, ୮।୧୧(ଡି.ଏନ.ଏ.)-ଆଦିବାସୀ ଅପହଞ୍ଚ ଇଲାକା ଗୁଡ଼ିକରେ ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଆଜି ବି ଅନେକ ଅଞ୍ଚଳରେ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନି। ଘସିପୁରା ବ୍ଲକ ଶାମୁକାନାଣ୍ଡି ପଞ୍ଚାୟତର ନଟିଆ ଗ୍ରାମରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଏହି ଅପହଞ୍ଚ ଆଦିବାସୀ ଇଲାକାରେ ଲୋକଙ୍କ ଗମନାଗମନର ସୁବିଧା ପାଇଁ ରାସ୍ତା ଓ କଲଭର୍ଟ ନିର୍ମାଣ କରାଗଲା। ମାତ୍ର ନିର୍ମାଣର ଦିନ କେଇଟା ନ ବିତୁଣୁ ଗତ ସେପ୍ଟେମ୍ବର ମାସରେ ହୋଇଥିବା ଅସରାଏ ବର୍ଷାରେ କଲଭର୍ଟଟି ଭୁଶୁଡ଼ି ପଡ଼ିଲା। ଫଳରେ ଏବେ ଏହି ଅଞ୍ଚଳକୁ ଯାତାୟାତ ବନ୍ଦ ହୋଇପଡ଼ିଛି। ଯାନବାହାନ ତ ଦୂରର କଥା ସାଇକେଲ ଯୋଗେ ମଧ୍ୟ ଯାତାୟାତ ସମ୍ଭବ ହେଉ ନାହିଁ। ଫଳରେ ସ୍ଥାନୀୟ ଲୋଚନସାହି, କେନ୍ଦୁପଦା, ବୁରୁଗୁଡ଼ାର ହଜାର ହଜାର ସଂଖ୍ୟାରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଅପରପକ୍ଷେ ଦୁଇ ମାସ ହେବ ପୋଲଟି ଭୁଶୁଡି ପଡ଼ିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମରାମତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଘସିପୁରା ବ୍ଳକ ଦ୍ୱାରା ୨୦୧୭/୧୮ ଆର୍ଥିକ ବର୍ଷରେ ଝିଙ୍କିପିଟା-ନଟିଆ ଲୋଚନସାହିକୁ କଲଭର୍ଟ ଓ ରାସ୍ତା ନିର୍ମାଣପାଇଁ ୩.୮ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା। ସ୍ଥାନୀୟ ଲୋକମାନଙ୍କ କହିବା ଅଭିଯୋଗ ଅନୁଯାୟୀ ଏହାର ନିର୍ମାଣ ସମୟରେ ବ୍ୟାପକ ଅନିୟମିତତା ହୋଇଥିବାରୁ କଲଭର୍ଟଟି ଭୁଶୁଡି ପଡ଼ିଥିଲା। ତୁରନ୍ତ ଏହି କଲଭର୍ଟ ମରାମତି କରି ଯାତାୟାତକୁ ସ୍ବଭାବିକ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅପରପକ୍ଷେ ଏନେଇ ଅନୁଧ୍ୟାନ କରାଇଯାଇ ଖୁବଶୀଘ୍ର ମରାମତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଆଲୋକ ମହାନ୍ତି କହିଛନ୍ତି।


All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଶ୍ରମିକଙ୍କ ପକ୍ଷରୁ ବିଶାଳ ସମାବେଶ: କାର୍ଯ୍ୟ ପାଇଁ ଆବେଦନ କଲେ ୪ ଶହ ଶ୍ରମିକ

କର୍ଲାମୁଣ୍ଡା,୬।୬(ଡି.ଏନ.ଏ.): ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଓଡିଶା ଇନଫ୍ରାଷ୍ଟ୍ରକଚର୍‌ ୱାର୍କର କଳାହାଣ୍ଡି ଶାଖା ଓ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ୧୪ ଦଫା ଦାବି ସମ୍ବଳିତ ଏକ...

କୂଳ ଲଙ୍ଘୁଛି ଡାହୁକା: ନଷ୍ଟ ହେଉଛି ଜାମୁ ଜଙ୍ଗଲ

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ସହରଠାରୁ ୫ କିଲୋମିଟର ଦୂର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମ ଡାହୁକା ନଦୀ କୂଳରେ ରହିଛି ବୃହତ୍ତ ଜାମୁ ଜଙ୍ଗଲ। ୮୦୦...

ଶହୀଦନଗର ଦୁର୍ଗାପୂଜା ସମିତି:ତୋରଣରେ ଲକ୍ଷ୍ନୌ ରାଜପ୍ରାସାଦ

ଭୁବନେଶ୍ୱର,୧୭-୯(ବ୍ୟୁରୋ):ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତିରେ ନିଜକୁ ସାମିଲ କରିଛି ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ପୂଜାମଣ୍ଡପ ଶହୀଦନଗର। ଶହୀଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ଏବେ ସୁଦ୍ଧା ମା’ଙ୍କ ମୃଣ୍ମୟୀ...

ଜେଲ ଗଲେ ବ୍ରାଉନସୁଗାର ବ୍ୟବସାୟୀ,୧୬.୬୦୦ ଗ୍ରାମ ବ୍ରାଉନସୁଗାର, ୩୦ହଜାର ୨ଶହ ଟଙ୍କା ଓ ମୋବଇ ଫୋନ ଜବତ

ଖୋର୍ଦ୍ଧା ଅଫିସ,୧୬।୯: ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ସୋମବାର ବ୍ୟବସାୟୀ ପ୍ରକାଶ ନାୟକ ଓରଫ ମୁନାଙ୍କୁ ଗିରଫ କରି କୋର୍ଟ ଚାଲଣ...

ଗଛ ଲଗାଇଥିଲେ ଏବେ କାଟିଦେଲେ: ୫୭ ନଂ. ଜାତୀୟ ରାଜପଥ କଡ଼ ବୃକ୍ଷଶୂନ୍ୟ

ଖୋର୍ଦ୍ଧା ଅଫିସ/ବୋଲଗଡ, ୨୧ା୧୨ (ଡି.ଏନ.ଏ.): ରାସ୍ତା ପ୍ରଶସ୍ତୀକରଣର ଆଳ ଦେଖାଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ(ଏନଏଚ୍‌) କଡରୁ କଟା ଚାଲିଛି ଗଛ। ତେବେ ରାସ୍ତା...

ଶାରଳା ମନ୍ଦିରରେ ଏଜି ଅଡିଟ୍‌: ୨୮କର୍ମଚାରୀଙ୍କ ନିଯୁକ୍ତି ତଥ୍ୟ ମିଳୁନାହିଁ

ଜଗତ୍‌ସିଂହପୁର ଅଫିସ,୨୬ା୧୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ହେଉଥିବା ଅବ୍ୟବସ୍ଥା ସମ୍ପର୍କରେ ବହୁ ତଥ୍ୟ ଲୋକଲୋଚନକୁ ଆସିଛି। ମନ୍ଦିର ପ୍ରଶାସନ ଅଧୀନରେ...

ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଭାରତୀୟ କ୍ରିକେଟ୍‌ ଦଳ କଟକସ୍ଥିତ ବାରବାଟୀରେ ହେଉଥିବା ଦିନିକିଆରେ ବିଜୟୀ ହୋଇଛି। ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଟିମ୍‌...

ଶେରଗଡ଼ ଛକରେ ଚୋରି: ଶଟର ଭାଙ୍ଗି କଳାକନା ବୁଲାଇଲେ ଦୁର୍ବୃତ୍ତ

ରେମୁଣା,୧।୧୧(ଡି.ଏନ.ଏ.)-ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ଛକରେ ଲୁଟେରାମାନେ ଆତଙ୍କ ଖେଳାଇଛନ୍ତି। ପୋଲିସକୁ ଚ୍ୟାଲେଞ୍ଜ କରି ଅପରାଧୀମାନେ ଗୋଟିଏ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି।...

Leave a comment

Your email address will not be published. Required fields are marked *