ଜଜାଙ୍ଗ ଖଣି ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଯୋଡ଼ା, ୮।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଧୀନ ଜଜାଙ୍ଗ ଖଣି ଶ୍ରମିକମାନେ ଗୁରୁବାର କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ା ବିଭିନ୍ନ ଦାବି ନେଇ ସେମାନେ ସକାଳ ୬ ଟାରୁ ଏହି ଆନ୍ଦୋଳନ ଚାଲିଛି ା ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଥମି ନାହିଁ ା ଏହାକୁ ନେଇ ଖଣି ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୋଲିସ ଫେର୍ସ ମୁତୟନ କରାଯାଇଛି ା
ଗୁରୁବାର ସକାଳୁ ଜଜାଙ୍ଗ ମାଇନ୍ସ ମଜଦୁର ସଂଘର ସମର୍ଥିତ ଶ୍ରମିକମାନେ କାର୍ଯ୍ୟବନ୍ଦ କରିବା ସହ ଖଣି ଭିତରେ ବସି ରହିଛନ୍ତି। ଆନ୍ଦୋଳନ ସମ୍ପର୍କରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ତଥା ଜଜାଙ୍ଗ ମାଇନ୍ସ ମଜଦୁର ସଂଘର ସଭାପତି ଡାକ୍ତର ମହାନ୍ତ କହିଛନ୍ତି, ଶ୍ରମିକମାନେ ତା୨୬।୫।୨୦୧୯ ରିଖରେ ବିଭିନ୍ନ ଦାବି ପୂରଣ ପାଇଁ ୧୫ ଦିନ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ ା ଏହାପରେ ରିଜିଓନାଲ ଲେବର କମିଶନର ଓ ସେଣ୍ଟ୍ରାଲ ଡାଇରେକ୍ଟର ଚିଫ୍‌ ଲେବର କମିଶନର ପକ୍ଷରୁ ଏହାର ସମାଧାନ ପାଇଁ କମ୍ପାନୀକୁ ନୋଟିସ କରାଯାଇଥିଲା। ୫ ଥର ନୋଟିସ ପରେ ବି ଆଲୋଚନା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଯାଇ ନ ଥିବାରୁ ଏହି ବିବାଦର କୌଣସି ସମାଧାନ ହୋଇ ପାରି ନ ଥିଲା । ଏଣୁ ବାଧ୍ୟ ହୋଇ ସଂଘ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ତା୨୪।୧୦।୨୦୧୯ ରିଖରେ ଏକ ଚିଠି ଲେଖିଥିଲା। ଉକ୍ତ ଚିଠିରେ ଶ୍ରମିକଙ୍କ ଦାବି ନେଇ ଯେଉଁ ବିବାଦ ରହିଛି ତା’ର ସମାଧାନ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ା ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଭ୍ରୂକ୍ଷେପ ନ କରିବାରୁ ଜଜାଙ୍ଗ ମାଇନ୍ସ ମଜଦୁର ସଂଘର କେତେଜଣ ଶ୍ରମିକ ଗୁରୁବାର ଆନ୍ଦୋଳନରେ ବସିଛନ୍ତି। ଏହି ବିବାଦର ସମାଧାନ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଶ୍ରମିକମାନେ ଆନ୍ଦୋଳନ କରିବେ ବୋଲି ସଂଘର ସଭାପତି ମହାନ୍ତ କହିଛନ୍ତି।
ସଂଘର ସକ୍ରିୟ ସଦସ୍ୟ ଶିଶିର ମାଝି, ଗଣେଶ ପାତ୍ର, ବାବୁଲୁ ମାଝି, ଅଖୀଳ ମହାକୁଡ, ମାନସିଂ ମୁଣ୍ଡା, ରତ୍ନାକର ହଂସ, ଲକ୍ଷ୍ମୀଧର ଆରୋରା ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ା ଏସମ୍ପର୍କରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଶ୍ରମିକଙ୍କ ଆନ୍ଦୋଳନ ପରେ ପ୍ରଶାସନ ପକ୍ଷରୁ ଖଣିର କାର୍ଯ୍ୟ ଚାଲୁରଖିବା ପାଇଁ ତା ୨୯।୦୯।୨୦୧୯ ରିଖରେ ୨ମାସ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିଲା ା ଯାହାକି ଆସନ୍ତା ୨୯ ପର୍ଯ୍ୟନ୍ତ ବଳବତ୍ତର ରହିଛି ା ଏହାସତ୍ତ୍ୱେ ସଂଘ ଡାକରାରେ ଶ୍ରମିକମାନେ ଖଣି ଭିତରେ ଆନ୍ଦୋଳନ କରିବା ଏକ ପ୍ରକାର ଅପରାଧ । ଖଣିକୁ ଯେଉଁମାନେ କାମ କରିବାକୁ ଯାଉଛନ୍ତି ସେମାନଙ୍କୁ ଧମକଚମକ ଦିଆଯାଇ ବାହାର କରିଦିଆଯାଉଛି ବୋଲି କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଛି ା
ଆନ୍ଦୋଳନ ସ୍ଥଳରେ ବଡବିଲ ଏସ୍‌ଡିପିଓ ଦିଲୀପ କୁମାର ବାଗ୍‌, ଯୋଡା ଥାନା ଆଇଆଇସି ରାଇସେନ୍‌ ମୁର୍ମୁ, ବାମେବାରୀ ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତିଙ୍କ ସହିତ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଓ ମାଜିଷ୍ଟ୍ରେଟ ଏବଂ ପୋଲିସ ଫୋର୍ସ ମୁତୟନ ହୋଇଛି। ଏନେଇ ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି କହିଛନ୍ତି, ଖଣିରେ ୧୪୪ ଧାରା ଜାରି ରହିଛି ା ଆନ୍ଦୋଳନକାରୀ ଶ୍ରମିକମାନଙ୍କୁ ପୋଲିସ ଉଠାଇ ନେବା ପରେ ବାମେବାରୀ ଥାନାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ା ତଥାପି ପୋଲିସ ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା ଚଳାଇଛି ା

 


All Right Reserved By Dharitri.Com

ଆନ୍ଦୋଳନକାରୀଙ୍କୁ ମନାଇ ପାରିଲାନି ପ୍ରଶାସନ: ଆଲୋଚନା ଫେଲ୍‌ ମାରିଲା

ଚମ୍ପୁଆ,୯ା୭(ଡି.ଏନ.ଏ.)- କେନ୍ଦୁଝର ଜିଲା ଖଣି ଖାଦାନଭରା ଚମ୍ପୁଆ ଅଞ୍ଚଳରେ ପାରିପାର୍ଶ୍ୱିକ ଉନ୍ନତି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଦାବି କରି ବଡକାଳିମାଟି ଗ୍ରାମବାସୀ ଦୀର୍ଘ ୨୨...

ଦିଗପହଣ୍ଡିରେ ଖୋଲିବ ସବ୍‌ଜଜ୍‌ କୋର୍ଟ

ଦିଗପହଣ୍ଡି,୧୮ା୪(ଡି.ଏନ.ଏ.)- ଦିଗପହଣ୍ଡିରେ ଖୁବଶୀଘ୍ର ଅତିରିକ୍ତ ଦେୱାନୀ ବିଚାରପତି (ବରିଷ୍ଠ) ତଥା ଆସିଷ୍ଟାଣ୍ଟ ସେସନ୍‌ ଜଜ୍‌ କୋର୍ଟ ଖୋଲିବାକୁ ଯାଉଥିବା ଜଣାପଡ଼ିଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ...

ପରିବାରର ୪ ସଦସ୍ୟଙ୍କୁ ହାଣି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା,ସୁନାଗହଣା

ଆଳି,୩୦।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ହାଡ଼ିବନ୍ଧୁ ସାହୁଙ୍କ ଘରେ ଡକାୟତି କରିବା ସହ ଘରର ସଦସ୍ୟଙ୍କୁ ଡକାୟତମାନେ ମରଣାନ୍ତକ ଆକ୍ରମଣ...

ପାରାଦୀପରେ ‘ବୁଲ୍‌ବୁଲ୍‌’: ବିଦ୍ୟୁତ୍‌ ସେବା ବନ୍ଦ

ପାରାଦୀପ,୯।୧୧(ସ୍ବ.ପ୍ର.): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଜନିତ ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହା ପ୍ରଭାବରେ ପାରାଦୀପ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି...

୨୮ ମାସରେ ୭୨୮ ଶିଶୁ ଅପପୁଷ୍ଟିର ଶିକାର

ନୟାଗଡ଼ ଅଫିସ,୨ା୮: ଯାଜପୁର ଜିଲା ନଗଡ଼ାକୁ କେହି ଭୁଲି ପାରିନାହାନ୍ତି। ୨୦୧୬ରେ ନଗଡ଼ାର ଶିଶୁମାନେ ଅପପୁଷ୍ଟିର ଶିକାର ହେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ...

ଛତ୍ରପୁର ବଜାର ରାସ୍ତାରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଛତ୍ରପୁର,୧୭ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ସହର ବଜାର ମୁଖ୍ୟ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଫଳରେ ଦୀର୍ଘ ସମୟ ଧରି ଟ୍ରାଫିକ୍‌ ଜାମ୍‌...

ଔପଦା ଚାଷୀ ଆମତ୍ହତ୍ୟା ଘଟଣା: ତଦନ୍ତ କଲେ ତହସିଲଦାର

ଔପଦା, ୯।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ବଡ଼ପୋଖରୀ ପଞ୍ଚାୟତ ବଡ଼ପୋଖରୀ ଗ୍ରାମର ଚାଷୀ ପ୍ରଦୀପ ପାତ୍ର (୩୯) ଋଣ ଭାର ସହି ନ ପାରି ମାନସିକ...

ନାବାଳିକାଙ୍କୁ ଅପହରଣ ମାମଲା : ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୬।୭: ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଶନିବାର ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଅଭିଯୁକ୍ତଙ୍କୁ...

Leave a comment

Your email address will not be published. Required fields are marked *