ଜିଲାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

କେନ୍ଦ୍ରାପଡା ଅଫିସ, ୨୭ା୫ : ଆସନ୍ତା ଜୁନ ସୁଦ୍ଧା ଓଡ଼ିଶାରେ ମୌସୁମୀ ବାୟୁ ପ୍ରବାହିତ ହେବ ବୋଲି ପାଣି ବିଭାଗ ପୂର୍ବନୁମାନ କରିଛି। ମାତ୍ର ଏହି ସୂଚନାକୁ ଜିଲା ସ୍ବାସ୍ଥ୍ୟ ବିଭାଗ, ବ୍ଲକ, ଜିଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଅଣଦେଖା କରାଯାଉଛି। ଫଳରେ ଜିଲାବାସୀ ମ୍ୟାଲେରିଆ କବଳରେ ପଡ଼ିିବାର ଆଶଙ୍କା ରହିଛି ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ସୂଚନାଯୋଗ୍ୟ, ବର୍ଷା ଆସିଲେ ଡ଼େଙ୍ଗୁ, ମ୍ୟାଲେରିଆ ଓ ଝାଡ଼ାବାନ୍ତି ଆଦି ଜଳବାହିତ ରୋଗବାହକଙ୍କ ବଂଶ ବୃଦ୍ଧି ଘଟେ ା ଏହାର ନିରାକରଣ ଓ ସମୟୋଚିତ ପଦକ୍ଷେପ ପାଇଁ ରାଷ୍ଟ୍ରୀୟ ଓ ରାଜ୍ୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ଜନ ସଚେତନା କରାଯାଉଛି। ଏହି କାର୍ଯ୍ୟକ୍ରମକୁ ଜୋରଦାର କରିବା ସହ ପରିମଳ ବ୍ୟବସ୍ଥାକୁ ସଜାଡ଼ିବା ହେଉଛି ଜିଲା ପ୍ରଶାସନର ଦାୟିତ୍ୱ। ମାତ୍ର ଆଗାମୀ ବର୍ଷା ଋତୁରେ ଜଳବାହିତ ରୋଗର ମୁକାବିଲା ପାଇଁ ଜିଲା ଓ ବ୍ଲକ ପ୍ରଶାସନ କୌଣସି ଦୃଢ଼ ପଦକ୍ଷେପ ନିଆଯାଇ ନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଏହା ଦୁର୍ଭାଗ୍ୟଜନକ ବୋଲି ସହରର ମନୋଜ କୁମାର କର କହିଛନ୍ତି। ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ୫୪ ଗ୍ରାମ ମ୍ୟାଲେରିଆପ୍ରବଣ ଚିହ୍ନଟ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇରେ ଏହାର ପ୍ରଭାବ ବେଶି ରହିଛି। ୨୦୧୯ ଏପ୍ରିଲ ୨୫ ସୁଦ୍ଧା ଜିଲାର ୧୫୨ ଜଣ ମ୍ୟାଲେରିଆ ରୋଗରେ ପୀଡିତ ଥିବା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡିଛି। ଏହାବ୍ୟତୀତ ପ୍ରତିବର୍ଷ ଡେଙ୍ଗୁ ଓ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ୁଛି। ୨୦୧୮ ଜୁଲାଇ ଶେଷ ସୁଦ୍ଧା ଜିଲାର ୮ ହଜାରରୁ ଊର୍ଦ୍ଧ୍ୱ ଝାଡାବାନ୍ତି ରୋଗୀରେ ପୀଡିତ ହୋଇଛନ୍ତି।
ଏ ସମ୍ପର୍କରେ ଡା. ରମେଶଚନ୍ଦ୍ର ମଲ୍ଲିକ କୁହନ୍ତି ଯେ, ଜଳବାହିତ ରୋଗ ପାଇଁ ସମସ୍ତେ ସଚେତନ ହେବା ଦରକାର। ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ପ୍ରବଳ ଜ୍ୱର ଆସିବା ପରି ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ପରୀକ୍ଷା କରାଇବା ଆବଶ୍ୟକ ବୋଲି କହିଛନ୍ତି। ରାଜନଗର ବ୍ଲକ ଅନ୍ତର୍ଗତ ମଗରକନ୍ଦାର ମହେଶ୍ୱର ଯେନା, ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଗ୍ରାମର ହୃଷୀକେଶ ଦାଶ, ଆଳି ବ୍ଲକ ସାନମଙ୍ଗର ଆଶୁତୋଷ ସ୍ବାଇଁ ପ୍ରମୁଖ କୁହନ୍ତିଯେ ତାଙ୍କ ଘର ନିକଟରୁ ଅନୂ୍ୟନ ୧୦ କିଲୋମିଟର ଦୂରରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ରାସ୍ତା ବେହାଲ ଥିବାରୁ ବର୍ଷାଦିନେ ଚିକିତ୍ସାଳୟକୁ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବର୍ଷା ଋତୁରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ଗ୍ରାମକୁ ଅନୂ୍ୟନ ୧୫ ଦିନରେ ଥରେ କ୍ୟାମ୍ପ କରି ବିଭିନ୍ନ ରୋଗର ରକ୍ତ ପରୀକ୍ଷା କରାଇଲେ ଏହାର ସୁଫଳ ମିଳିପାରନ୍ତା ବୋଲି ସେ କହିଛନ୍ତି। ମନକରପୁରର ଗୋଲେଖ ଚନ୍ଦ୍ର ପଢ଼ିଆରୀ ପରିମଳ ବ୍ୟବସ୍ଥା ଓ ସ୍ବାସ୍ଥ୍ୟସେବା ନେଇ ଅସନ୍ତୋଷବ୍ୟକ୍ତ କରି କହିଛନ୍ତି ଯେ, ଜିଲାରେ ପୁରୁଣା ଢାଞ୍ଚାରେ ପ୍ରସ୍ତୁତ ହୋଇଥିବା ସ୍ବେରେଜ ସିଷ୍ଟମ ଏବେ କାମ କରୁନାହିଁ। ଏହି ଡ୍ରେନେଜ୍‌ ସିଷ୍ଟମଗୁଡିକର ପୁନରୁଦ୍ଧାର କରା ନ ଯାଇ କେବଳ ନୂତନ ରାସ୍ତା ନିର୍ମାଣ ଚାଲିଛି। ଫଳରେ ବର୍ଷା ଓ ଉଦ୍‌ବୃତ୍ତ ଜଳ ନିଷ୍କାସିତ ହୋଇ ନ ପାରି ଖାଲୁଆ ସ୍ଥାନରେ ଜମି ରହୁଛି। ଏହାବ୍ୟତୀତ ସହରରେ ବହୁ ପୋଖରୀ, ଗଡିଆରେ ପରିତ୍ୟକ୍ତ ଅବସ୍ଥାରେ ଥିତ୍ବାରୁ ମଶା ମାଛିଙ୍କ ଉତ୍ପତ୍ତିସ୍ଥଳ ପାଲଟିଛି। ଫଳରେ ପ୍ରତ୍ୟେକ ବର୍ଷ ମେଲେରିଆ ସହିତ ଝାଡାବାନ୍ତି ରୋଗ ବ୍ୟାପିବାର ଲାଗିଛି। କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜସ ସମ୍ପାଦକ ମହମ୍ମଦ ଜାହିଦ୍‌ ଖାନ କୁହନ୍ତିଯେ ଜିଲାରେ ପ୍ରତିବର୍ଷ ନିଧିମଉସା ସଚେତନତା ରଥ, ମୋ ମଶାରୀ, ପୌରାଞ୍ଚଳ ମଶାମରା ଅଭିଯାନ ପାଇଁ ସରକାରଙ୍କ ପକ୍ଷରୁ ଔଷଧ ଓ ଅନୁଦାନ ରାଶି ଆସୁଛି। ମାତ୍ର ଏହି ଅନୁଦାନ ରାଶି କାଗଜ କଲମରେ ଠିକ୍‌ ଥିବାବେଳେ ବାସ୍ତବରେ ହଡ଼ପ ହେବାରେ ଲାଗିଛି।
ଏ ସମ୍ପର୍କରେ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର କୁହନ୍ତି, ଆଗାମୀ ଜୁନରେ ମ୍ୟାଲେରିଆ ନିରାକରଣ ମାସ ଭାବେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଏକ ଟ୍ୟାକ୍ସଫୋର୍ସ କମିଟି ଗଠନ ହୋଇ ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ମିଶ୍ର କହିଛନ୍ତି।


All Right Reserved By

ବାଉଁଶ ଉପକରଣର ସ୍ଥାନ ନେଉଛି ପ୍ଲାଷ୍ଟିକ୍‌: ବୃତ୍ତି ହରାଇବେ ବାଉଁଶ କାରିଗର

ଗଣିଆ,୨୬ା୫(ଡି.ଏନ.ଏ.)- ପରିବର୍ତ୍ତନ ସହ ତାଳଦେଇ ଉଭୟ ଗ୍ରାମ ଓ ସହରାଞ୍ଚଳରେ ଦିନକୁ ଦିନ ବାଉଁଶ ତିଆରି ଉପକରଣର ଚାହିଦା କମିବାରେ ଲାଗିଛି। ବଜାରରେ ବାଉଁଶ ଉପକରଣ...

ଫନୀ କ୍ଷୟକ୍ଷତି, ପକ୍କାଘର ଦାବିରେ ଧାରଣା: ପଦକ୍ଷେପ ନ ହେଲେ ଆତ୍ମହତ୍ୟା ଧମକ

କୃଷ୍ଣପ୍ରସାଦ,୨୨ା୫ (ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଫନୀଜନିତ ବାତ୍ୟା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଛି। ତେବେ ଗୃହ ହରାଇଥିବା ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପକ୍କା ଛାତଘର...

ଆଳିରେ ବିଜେଡି ୧୨୫୧ ଭୋଟରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- ଆଳି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରତାପ ଦେବ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମାଙ୍କଠାରୁ ୧୨୫୧ ଭୋଟରେ ଆଗୁଆ। ଦେବେନ୍ଦ୍ର ଶର୍ମା...

ପ୍ରଥମ ଶ୍ରେଣୀରୁ ପାସ୍‌ ଫେଲ ପୁନଃପ୍ରଚଳନ ଦାବି ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଯାଜପୁର ଟାଉନ,୨୪ା୬(ଡି.ଏନ.ଏ.)- ଚଳିତ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରୁ ପାସ୍‌ ଫେଲ ବ୍ୟବସ୍ଥା ପୁନଃପ୍ରଚଳନ କରିବା ଓ ଶିକ୍ଷାକ୍ଷେତ୍ରରେ ଥିବା ବହୁବିଧ ସମସ୍ୟା ଦୂର କରିବା ଦାବିରେ...

ଢାବା ଉପରେ ବୋମାମାଡ଼ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ନୟାଗଡ଼ ଅଫିସ,୧୩ା୬: ନୟାଗଡ଼ ଜିଲା ଶରଣକୁଳ ଥାନା ଗୋଡ଼ିପଡ଼ାର ଏକ ଢାବା ଉପରେ ବୁଧବାର ରାତିରେ ବୋମାମାଡ଼ ହୋଇଛି। ଏଥିରେ ଢାବାମାଲିକଙ୍କର ବୁଲେଟ୍‌ ଏବଂ କାର୍‌ଟି...

ଜଳ ଯୋଗାଣ ପାଇପ ଲିକ୍‌, ନଷ୍ଟ ହେଉଛି ପାଣି

ଖଣ୍ଡପଡା,୨୧ା୪(ସ୍ବ.ପ୍ର.) ନୟାଗଡ ସହରବାସୀଙ୍କୁ ପାନୀୟ ଜଳ ସମସ୍ୟା ଅତିଷ୍ଠ କରୁଛି। ଜଳଯୋଗାଣର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଆରମ୍ଭରୁ ସମସ୍ୟା ସୃଷ୍ଟି କରୁଛି। କଣ୍ଟିଲୋ, ବାଣପୁର...

ପଟାଥାଇ ଜମି ପାଉନାହାନ୍ତି ଆଦିବାସୀ ମହିଳା

କୁଜଙ୍ଗ,୨୫ା୭(ସ୍ବ.ପ୍ର): ସରକାର ଗରିବ ଭୂମିହୀନମାନଙ୍କୁ ପଟା ସହ ଜମି ଓ ବାସଗୃହ ଯୋଗାଇଦେବାକୁ ଯୋଜନା କରିଛନ୍ତି। ଏ କ୍ଷେତ୍ରରେ ଆଦିବାସୀମାନଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ମଧ୍ୟ...

ଆଜି ବିଶ୍ୱ ପରିବେଶ ଦିବସ: ଉତ୍କଟ ହେଉଛି ନଦୀ, ଭୂତଳ ଜଳ ପ୍ରଦୂଷଣ କାର୍ଯ୍ୟକାରୀ ହେଉନି ଯୋଜନା

ଯାଜପୁର ଅଫିସ,୫ା୬- ବିଶ୍ୱ ପରିବେଶ ଦିବସ ଆସିଲେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା, ସଂଗଠନ ଜଳ ଓ ବାୟୁ ପ୍ରଦୂଷଣ କଥା ଚିନ୍ତା କରିଥାନ୍ତି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *