ରପ୍ତାନିକାରୀଙ୍କ ଲାଗି ଜିଏସ୍‌ଟି ରିଫଣ୍ଡ ପ୍ରକ୍ରିୟାରେ ପରିବର୍ତ୍ତନ

ନୂଆଦିଲ୍ଲୀ,୨୭-୫: ରପ୍ତାନିକାରୀଙ୍କ ଲାଗି ଜିଏସ୍‌ଟି ପ୍ରକ୍ରିୟାକୁ ସରଳ କରିବା ତଥା ଏଥିରେ ଗତିଶୀଳତା ଆଣିବା ଲକ୍ଷ୍ୟରେ ଅର୍ଥ ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ଯାଉଛି। ଏହା ଅଧୀନରେ ଜିଏସ୍‌ଟି ରିଫଣ୍ଡକୁ ମଞ୍ଜୁରୀ ତଥା ପ୍ରୋସେସିଂ ଉଭୟ କାମକୁ ଗୋଟିଏ ବ୍ୟବସ୍ଥା ବା ପ୍ରାଧିକରଣ କରିବ। ବର୍ତ୍ତମାନ ବ୍ୟବସ୍ଥାରେ ରପ୍ତାନିକାରୀଙ୍କୁ ଉଭୟ କେନ୍ଦ୍ର ଓରାଜ୍ୟର ଟିକସ ଅଧିକାରୀଙ୍କ ଠାରୁ ଅନୁମତି ନେବାକୁ ପଡ଼ୁଛି। ଅଗଷ୍ଟରୁ ଏହି ବ୍ୟବସ୍ଥା ରେ ପରିବର୍ତ୍ତନ କରାଯିବ। ନୂଆ ବ୍ୟବସ୍ଥାରେ ଦୁଇଟି ବଦଳରେ ଗୋଟିଏ ସ୍ଥାନରେ ପ୍ରାଧିକରଣ ଜିଏସ୍‌ଟି ରିଫଣ୍ଡକୁ ମଞ୍ଜୁରି ତଥା ପ୍ରକ୍ରିୟାକରଣ କରିବ। ରାଜସ୍ବ ବିଭାଗ ପକ୍ଷରୁ ଏଥିନେଇ କାମ ଚାଲିଛି। ତଦନୁଯାୟୀ, ଟିକସଦାତାଙ୍କ ଦାବି ମଞ୍ଜୁର ହେବା ପରେ ଅଧିକାରୀଙ୍କ ଠାରୁ ସମ୍ପୂର୍ଣ୍ଣ ରିଫଣ୍ଡ ମିଳିଯିବ। ବର୍ତ୍ତମାନ ଟିକସଦାତାଙ୍କ ରିଫଣ୍ଡ ଦାବି ମଞ୍ଜୁର କରି କେନ୍ଦ୍ରୀୟ ଟିକସ ଅଧିକାରୀ ୫୦ ପ୍ରତିଶତ ରିଫଣ୍ଡ କରିଦିଅନ୍ତି ଏବଂ ବାକି ଅଧା ରାଶି ରାଜ୍ୟ ଟିକସ ଅଧିକାରୀ ସମ୍ପୂର୍ଣ୍ଣ ଯାଞ୍ଚ ପରେ ଦେଇଥାନ୍ତି। ଜିଏସ୍‌ଟି ରିଫଣ୍ଡ ଲାଗି ରାଜ୍ୟ ଟିକସ ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଗଲେ ମଧ୍ୟ ସମାନ ବ୍ୟବସ୍ଥା ପାଳନ କରାଯାଉଛି। ଏହି କାରଣରୁ ରିଫଣ୍ଡ ମିଳିବା ବିଳମ୍ବିତ ହେଉଛି। ଫଳରେ ରପ୍ତାନିକାରୀଙ୍କୁ ନଗଦ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଅର୍ଥ ମନ୍ତ୍ରଣାଳୟ ଗୋଟିଏ ପ୍ରକାର ବ୍ୟବସ୍ଥା ଆପଣାଇବାକୁ ଯାଉଛି।


All Right Reserved By Dharitri.Com

ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ଏନ୍‌ସିଏଲ୍‌ଏଟି ରାୟ

ନୂଆଦିଲ୍ଲୀ,୧୯-୧୨: ଟାଟା ସନ୍ସ ଅଧ୍ୟକ୍ଷ ପଦବୀରୁ ସାଇରସ ମିସ୍ତ୍ରିଙ୍କୁ ହଟାଇବା ଭୁଲ ଥିଲା ବୋଲି ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ (ଏନସିଏଲ୍‌ଏଟି) ନିଷ୍ପତ୍ତି ଶୁଣାଇଛନ୍ତି।...

ରେପୋ ରେଟ୍‌ କମାଇଲା ଆର୍‌ବିଆଇ: ୩ ମାସ ଋଣ କିସ୍ତି ବନ୍ଦ

ନୂଆଦିଲ୍ଲୀ,୨୭ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଥିବାରୁ ଏହା ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିଛି। ଏହି ପ୍ରଭାବକୁ...

କ୍ରେଡାଇ ଓଡ଼ିଶା ପକ୍ଷରୁ ବାତ୍ୟା ପ୍ରଭାବିତଙ୍କୁ ସହାୟତା

ଭୁବନେଶ୍ୱର,୨୯-୬ -କ୍ରେଡାଇ ଓଡ଼ିଶା ପକ୍ଷରୁ ବାତ୍ୟା ପ୍ରଭାବିତ ଲୋକଙ୍କ ପୁନର୍ବାସ ଲାଗି ଗୃହ ନିର୍ମାଣ ସାମଗ୍ରୀ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ...

ମିଶିଯିବେ ବିଏସ୍‌ଏନ୍‌ଏଲ୍‌, ଏମ୍‌ଟିଏନ୍‌ଏଲ୍‌

ନୂଆଦିଲ୍ଲୀ,୨୪-୧୦: ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନଏଲର ପୁନରୁଦ୍ଧାର ଲାଗି କେନ୍ଦ୍ର କ୍ୟାବିନେଟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ବିଏସ୍‌ଏନ୍‌ଏଲ୍‌ ସହ ଏମ୍‌ଟିଏନ୍‌ଏଲ୍‌ର ମିଶ୍ରଣକୁ...

୨୬ରୁ ସ୍ପାଇସଜେଟ୍‌ ଉଡ଼ାଇବ ୨୮ ବିମାନ

ନୂଆଦିଲ୍ଲୀ,୨୪-୪: ଆସନ୍ତା ୨୬ରୁ ଘରୋଇ ନେଟଓ୍ବାର୍କରେ ସ୍ପାଇସଜେଟ୍‌ ନୂଆଦିଲ୍ଲୀ ଏବଂ ମୁମ୍ବାଇରୁ ଅନ୍ୟ ସହରକୁ ଦୈନିକ ୨୮ ନୂଆ ବିମାନ ଉଡ଼ାଇବ ବୋଲି ମଙ୍ଗଳବାର କମ୍ପାନୀ...

ଆତ୍ମ ସନ୍ଦେହ ସ୍ଥିତିରେ ନ ରହୁ ଶିଳ୍ପଜଗତ: ସୀତାରାମନ

ନୂଆଦିଲ୍ଲୀ,୨୧-୧୨: ଦେଶର ଶିଳ୍ପ ଜଗତ ଆତ୍ମ ସନ୍ଦେହ ସ୍ଥିତିରେ ନ ରହି ଏହାଠାରୁ ବାହାରକୁ ଆସିବାର ଆବଶ୍ୟକତା ରହିଛି ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ...

ଏପ୍ରିଲରେ ପାଇକାରୀ ମୁଦ୍ରାସ୍ଫୀତି ୩.୦୭%: ପନିପରିବା ଦର ଆକାଶଛୁଆଁ

ନୂଆଦିଲ୍ଲୀ,୧୫-୫: ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତି ହାର ହ୍ରାସ ପାଇଛି। ମଙ୍ଗଳବାର କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ଦ୍ୱାରା ଜାରି...

ଗରିବୀ ସର୍ଭେ ଆରମ୍ଭ କଲେ ସରକାର

ନୂଆଦିଲ୍ଲୀ,୨୨-୨: ଦେଶରେ ଗରିବୀର ଆକଳନ କରିବା ଲାଗି ସରକାର ନୂଆ ସର୍ଭେ ଆରମ୍ଭ କରିଛନ୍ତି। ଏହା ମଧ୍ୟରେ ପୋଷଣର ମାତ୍ରା, ପିଇବା ପାଣି, ହାଉସିଂ, ରନ୍ଧନ...

Leave a comment

Your email address will not be published. Required fields are marked *