Posted inଖେଳ

ଦ୍ୱିତୀୟ ଟି୨୦ରେ ଭାରତ ବିଜୟୀ

ରାଜକୋଟ, ୮ା୧୧-ରୋହିତ ଶର୍ମା (୮୫ରନ, ୪୩ବଲ, ୬ ଚୌକା, ୬ ଛକା) ଏବଂ ଶିଖର ଧାଓ୍ବନ (୩୧ରନ, ୨୭ ବଲ୍‌, ୪ଚୌକା)ଙ୍କ ଶତକୀୟ ଭାଗୀଦାରି ସହାୟତାରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଭାରତ ୮ ଉଇକେଟରେ ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ୧୫୪ ରନର ବିଜୟ ଲକ୍ଷ୍ୟକୁ ଘରୋଇ ଦଳ ୧୫.୪ ଓଭରରେ ୨ ଉଇକେଟ ବିନିମୟରେ ହାସଲ କରିନେଇଥିଲା। ଅଧିନାୟକ ଶର୍ମା ଏବଂ ଧାଓ୍ବନ ପ୍ରଥମ ଉଇକେଟରେ ୧୧୮ ରନ ସଂଗ୍ରହ କରି ବିଜୟ ପଥକୁ ସହଜ କରିଦେଇଥିଲେ। ଲୋକେଶ ରାହୁଲ ଏବଂ ଶ୍ରେୟାସ ଆୟାର ଯଥାକ୍ରମେ ୮ ଓ ୨୪ ରନ କରି ଅପରାଜିତ ରହିଥିଲେ। ଆୟାର ୧୩ ବଲ୍‌ର ସାମ୍ନା କରି ୩ ଚୌକା ଓ ୧ ଛକା ଲଗାଇଥିଲେ। ବାଂଲାଦେଶ ତରଫରୁ ଅମିନୁଲ ଇସ୍‌ଲାମ ୨୯ ରନ ବିନିମୟରେ ୨ଟି ଯାକ ଉଇକେଟ ଅକ୍ତିଆର କରିଥିଲେ। ଗୁରୁବାର ଭାରତର ଏହି ବିଜୟ ଦ୍ୱାରା ଦୁଇ ଦଳ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସ୍ତରକୁ ଚାଲିଆସିଛି।
ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାର ସଦୁପଯୋଗ କରିପାରି ନ ଥିଲା। ଓପନର ଲିଟନ ଦାସ (୨୧ ବଲ୍‌ରୁ ୨୯ରନ, ୪ ଚୌକା) ଏବଂ ମହମ୍ମଦ ନଇମ (୩୧ ବଲ୍‌ରୁ ୩୬, ୫ ଚୌକା) ପ୍ରଥମ ଉଇକେଟରେ ୬୦ରନ ଯୋଗକରିଥିଲେ। ନଇମ୍‌ ଖଲିଲ ଅହମ୍ମଦ(୧/୪୪)ଙ୍କ ବୋଲିଂରେ କ୍ରମାଗତ ୩ଟି ଚୌକା ଲଗାଇଥିଲେ। ମାତ୍ର ୟୁଜବେନ୍ଦ୍ର ଚହଲ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ୧୩ତମ ଓଭରରେ ଡବଲ ବ୍ରେକ୍‌ ଥ୍ରୁ ଆଣି ଭ୍ରମଣକାରୀ ଦଳକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲେ। ୪ ରନ କରି ଖେଳୁଥିବା ମୁସ୍‌ଫିକର ରହିମ ଚହଲଙ୍କ ବୋଲିଂରେ କ୍ରୁନାଲ ପାଣ୍ଡ୍ୟାଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ। ସୌମ୍ୟ ସରକାର(୨୦ ବଲ୍‌ରୁ ୩୦, ୨ ଚୌକା ଓ ୧ ଛକା) ଚହଲଙ୍କ ଶିକାର ହୋଇଥିଲେ। ଉଇକେଟକିପର ରିଷଭ ପନ୍ତ୍‌ ତାଙ୍କୁ ଷ୍ଟମ୍ପ କରିଦେଇଥିଲେ। ସେତେବେଳେ ବାଂଲାଦେଶ ୪ ଉଇକେଟ ବିନିମୟରେ ୧୦୩ ରନ ସଂଗ୍ରହ କରି ସଂଘର୍ଷ ଚଳାଇଥିଲା। ମାତ୍ର ଅଧିନାୟକ ମହମୁଦୁଲ୍ଲା ରିୟାଦଙ୍କ ଦ୍ରୁତ ୩୦ରନ (୨୧ବଲ୍‌) ସହାୟତାରେ ବାଂଲାଦେଶ ୧୫୦ ଅଙ୍କ ଅତିକ୍ରମ କରିଥିଲା। ସିମର ଦୀପକ ଚହର (୧/୨୫) ଏବଂ ଅଫ୍‌ ସ୍ପିନର ଓ୍ବାଶିଂଟନ ସୁନ୍ଦର(୧/୨୫) ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କ ଉପରେ ସେତେଟା ପ୍ରଭାବ ପକାଇ ପାରି ନ ଥିଲେ। ଏହି ମ୍ୟାଚ ପାଇଁ ଉଭୟ ଦଳ ସେମାନଙ୍କ ଦଳରେ କୌଣସି ପରିବର୍ତ୍ତନ କରି ନ ଥିଲେ। ରବିବାର ଦିଲ୍ଲୀଠାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ବାଂଲାଦେଶ ୭ ଉଇକେଟରେ ଭାରତକୁ ପରାସ୍ତ କରିଥିଲା।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ : ୨୦ ଓଭରରେ ୧୫୩/୬ (ମହମ୍ମଦ ନଇମ୍‌-୩୬, ସୌମ୍ୟ ସରକାର-୩୦, ମହମୁଦୁଲ୍ଲା-୩୦, ଲିଟନ ଦାସ-୨୯, ୟୁଜବେନ୍ଦ୍ର ଚହଲ-୨/୨୮)।
ଭାରତ: ୧୫.୪ ଓଭରରେ-୧୫୪/୨(ରୋହିତ ଶର୍ମା-୮୫, ଶିଖର ଧାଓ୍ବନ-୩୧, ଅମିନୁଲ ଇସ୍‌ଲାମ-୨/୨୯)


All Right Reserved By Dharitri.Com

Posted inଖେଳ View All

ଉଦ୍ଧାର ହେଲା ଏଭେରେଷ୍ଟ ବିଜୟିନୀ କଳ୍ପନାଙ୍କ ମରଶରୀର, ଓଡ଼ିଶା ଅଣାଯିବା ପ୍ରକ୍ରିୟା ତ୍ୱରାନ୍ବିତ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟର ପ୍ରଥମ ମହିଳା ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କ ମରଶରୀର ମଙ୍ଗଳବାର ଉଦ୍ଧାର କରାଯାଇଛି। ମୃତଦେହକୁ ବେସ୍‌ କ୍ୟାମ୍ପ-୪କୁ ଅଣାଯାଇଛି। ବେସ୍‌ କ୍ୟାମ୍ପରୁ ଏହାକୁ...

ଟିମ୍‌ ଇଣ୍ଡିଆର ଓ୍ବେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ହେବ ନାହିଁ ଖବରଦାତା ସମ୍ମିଳନୀ

ମୁମ୍ବାଇ, ୨୮।୭- ଭାରତୀୟ ଦଳ ସର୍ବଦା ବିଦେଶ ଗସ୍ତରେ ଯିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଯୋଗଦିଏ। କିନ୍ତୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ୍ବେଷ୍ଟଇଣ୍ଡିଜ...

ବିଜୟ ହଜାରେ ଟ୍ରଫି: କର୍ନାଟକ-ତାମିଲନାଡ଼ୁ ଫାଇନାଲ

ବେଙ୍ଗାଲୁରୁ, ୨୩।୧୦ (ପି.ଟି.):  କର୍ନାଟକ ଓ ତାମିଲନାଡ଼ୁ ମଧ୍ୟରେ ବିଜୟ ହଜାରେ ଟ୍ରଫି ଅଷ୍ଟାଦଶ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଖେଳାଯିବ। ବୁଧବାର ଖେଳାଯାଇଥିବା ଉଭୟ ସେମିଫାଇନାଲରେ...

ବର୍ଷା ଯୋଗୁ ଟସ୍‌ରେ ବିଳମ୍ବ

ନଟ୍ଟିଂହାମ,୧୩।୬: ଏଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଲାଗି ଟସ୍‌ରେ ବିଳମ୍ବ ହୋଇଛି। ଓଦା ଆଉଟ୍‌ ଫିଲ୍ଡ ଓ ପରେ ବର୍ଷା...

କୋହଲିଙ୍କୁ ଟ୍ରୋଲ କଲେ ଜୁନିୟର ବଚ୍ଚନ

ନୂଆଦିଲ୍ଲୀ,୨୫।୫- ଇଂଲଣ୍ଡରେ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ଭାରତୀୟ ଦଳ ସହ ପ୍ରସ୍ତୁତ ହେଉଥିବା ଅଧିନାୟକ ବିରାଟ କୋହଲି ଟୋଟେନହାମ ହଟସପୁର ଷ୍ଟାର ହାରି...

ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ, ରୌପ୍ୟ, ବ୍ରୋଞ୍ଜ ପଦକ ଉନ୍ମୋଚିତ

ଟୋକିଓ,୨୪।୭(ଏପି)- ଟୋକିଓ ଅଲିମ୍ପିକ୍ସକୁ ଆଉ ଠିକ୍‌ ଏକ ବର୍ଷ ରହିଲା। ଏହି ଅବସରରେ ଆୟୋଜକ କମିଟି ଅଲିମ୍ପିକ୍ସ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ବୁଧବାର...

ବାବର ଆଜମଙ୍କ ଲୋକପ୍ରିୟତା ଯୋଗୁ ସମରସେଟ୍‌ ଓ୍ବେବସାଇଟ୍‌ ଅଚଳ

କରାଚୀ,୭।୮- ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜମ ବର୍ତ୍ତମାନ କାଉଣ୍ଟି କ୍ଲବ ସମରସେଟ୍‌ ପାଇଁ ଖେଳୁଛନ୍ତି। ତାଙ୍କ ଲୋକପ୍ରିୟତା ଯୋଗୁ କ୍ଲବର ଓ୍ବେବସାଇଟ୍‌ ଅଚଳ ହୋଇଯାଇଛି। ସମରସେଟ୍‌...

ଅଲରାଉଣ୍ଡର ରେକର୍ଡ ଭାଙ୍ଗିଲେ ଗୌଥମ

ବାଙ୍ଗାଲୋର,୨୪।୮: କ୍ରୀଷ୍ଣପା ଗୌଥମ ଶୁକ୍ରବାର ବୋଧହୁଏ କ୍ରିକେଟ ଇତିହାସରେ ଶ୍ରେଷ୍ଠ ଅଲରାଉଣ୍ଡର ପ୍ରଦର୍ଶନ କରିଛନ୍ତି। କର୍ନାଟକ ପ୍ରିମିୟର ଲିଗ୍‌(କେପିଏଲ)ରେ ବଲାରି ଟସ୍କର୍ସ ପାଇଁ ଖେଳୁଥିବା ଡାହାଣହାତୀ...

Leave a comment

Your email address will not be published. Required fields are marked *