ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁଜବ

ନୂଆଦିଲ୍ଲୀ,୨୭-୫: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ନେଇ ସୋସିଆଲ ମିଡିଆରେ ହେଉଥିବା ପ୍ରଚାର ଏକ ଗୁଜବ ବୋଲି ସରକାରୀ ମୁଖପାତ୍ର କହିଛନ୍ତି। ସୋସିଆଲ ମିଡିଆରେ ହେଉଥିତ୍ବା ପ୍ରଚାର ସମ୍ପୂର୍ଣ୍ଣ ଭୁଲ୍‌ ଏବଂ ଭିତ୍ତିହୀନ ବୋଲି ସେ କହିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ମହାନିର୍ଦ୍ଦେଶକ ତଥା କେନ୍ଦ୍ର ସରକାରଙ୍କ ମୁଖପାତ୍ର ସିତାଂଶୁ କର ରବିବାର ଟୁଇଟର୍‌ରେ ଲେଖିଛନ୍ତି ଯେ, ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି ବୋଲି କେତେକ ମିଡିଆରେ ଚାଲିଥିବା ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଭଳି ଗୁଜବରୁ ଦୂରେଇ ରହିବା ଲାଗି ମିଡିଆକୁ ପରାମର୍ଶ ଦିଆଯାଉଛି। ଉଲ୍ଲେଖଥାଉ କି, ନୂଆ ସରକାରଙ୍କ ଦ୍ୱାରା ଉପସ୍ଥାପିତ ହେବାକୁ ଥିବା ୨୦୧୯-୨୦ର ପୂର୍ଣ୍ଣାଙ୍ଗ ବଜେଟ୍‌ ସମ୍ପର୍କରେ ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତାଙ୍କର କିଡ୍‌ନୀ ପ୍ରତ୍ୟାରୋପଣ କରାଯାଇଥିଲା। ଏଥିପାଇଁ ତାଙ୍କୁ ବାରମ୍ବାର ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ୁଛି।


All Right Reserved By Dharitri.Com

ଷ୍ଟକ୍‌ ମାର୍କେଟକୁ ଆସିବ ଏଲ୍‌ଆଇସି

ନୂଆଦିଲ୍ଲୀ,୩୦-୭: ମୋଦି ସରକାର ଦେଶର ସର୍ବବୃହତ ଜୀବନ ବୀମା କମ୍ପାନୀ(ଏଲ୍‌ଆଇସି)କୁ ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ କରିବାକୁ ଯୋଜନା କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ପୁଞ୍ଜିପ୍ରତ୍ୟାହାରରୁ ଅଧିକ...

ଓଡ଼ିଶାରେ ଚାଷୀଙ୍କ ମାସିକ ଆୟ ହାରାହାରି ୫ ହଜାର

ନୂଆଦିଲ୍ଲୀ,୧୭-୭: ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ଚାଷୀଙ୍କ ମାସିକ ହାରାହାରି ଆୟ ୫୦୦୦ ଟଙ୍କା। ଅର୍ଥାତ ଜଣେ ଚାଷୀ ଦୈନିକ ୧୬୬...

ତେଲ ପାଇଁ କ୍ରେଡିଟ୍‌ କାର୍ଡରେ ମିଳିବନି କ୍ୟାଶ୍‌ବ୍ୟାକ; ଅକ୍ଟୋବର ପହିଲାରୁ ଲାଗୁ

ନୂଆଦିଲ୍ଲୀ,୨୬।୯: ଅକ୍ଟୋବର ପହିଲାରୁ ପେଟ୍ରୋଲ ପମ୍ପରେ ତେଲ ପକାଇଲେ କ୍ରେଡିଟ୍‌ କାର୍ଡଧାରୀଙ୍କୁ ଆଉ କ୍ୟାଶ୍‌ବ୍ୟାକ ମିଳିବ ନାହିଁ। ଦେଶର ତୈଳ କମ୍ପାନୀଗୁଡ଼ିକ ଏ ନେଇ ନିଷ୍ପତ୍ତି...

ଜାନୁୟାରୀରୁ ଯାନ ଦର ବଢାଇବ ହିରୋ ମୋଟୋକର୍ପ

ନୂଆଦିଲ୍ଲୀ,୧୪-୧୨: ଆସନ୍ତା ଜାନୁୟାରୀରୁ ଯାନ ଦର ବଢାଇବା ନେଇ ହିରୋମୋଟୋକର୍ପ ପକ୍ଷରୁ ଘୋଷଣା କରାଯାଇଛି। ଏହା ଦ୍ୱାରା କମ୍ପାନୀର ବିଭିନ୍ନ ମଡେଲଗୁଡିକ ପ୍ରାୟ ୨୦୦୦ ଟଙ୍କା...

ଫେସ୍‌ବୁକ୍‌, ଗୁଗଲରେ ବିଜ୍ଞାପନ;ରାଜନୈତିକ ଦଳ ଖର୍ଚ୍ଚ କରିଛନ୍ତି ୫୩ କୋଟି

ନୂଆଦିଲ୍ଲୀ,୨୦-୫: ଦେଶର ରାଜନୈତିକ ଦଳଗୁଡ଼ିକ ଚଳିତ ବର୍ଷ ଫେବୃୟାରୀରୁ ଅଦ୍ୟାବଧି ଫେସ୍‌ବୁକ୍‌ ଓ ଗୁଗଲ ଆଦି ସୋସିଆଲ ମିଡିଆରେ ନିଜର ପ୍ରଚାର ପାଇଁ ୫୩ କୋଟିରୁ...

ବଜେଟରେ ମିଳି ନ ପାରେ ଆୟକର ରିହାତି

ନୂଆଦିଲ୍ଲୀ,୨୭-୧୨: ସରକାର କର୍ପୋରେଟ ଟିକସ ହାର ହ୍ରାସ କରିବା ପରେ ବ୍ୟକ୍ତିଗତ ଆୟକର ହ୍ରାସ ହେବା ନେଇ ଚର୍ଚ୍ଚା ହେଉଛି। ଫେବୃୟାରୀ ପହିଲାରେ ଆସିବାକୁ ଥିବା...

ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ, ୨-୧୨: ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଭାବେ ୩ ମାସ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ହ୍ରାସ ହେବା ପରେ ନଭେମ୍ବରରେ ୬%...

୨ ଲକ୍ଷ କୋଟିର ଋଣ ରାଇଟଅଫ୍‌ କଲେ ବ୍ୟାଙ୍କ

ନୂଆଦିଲ୍ଲୀ,୩୦-୧୧: ଦେଶରେ ସୂଚୀଭୁକ୍ତ ୪୨ ବାଣିଜି୍ୟକ ବ୍ୟାଙ୍କ ୨୦୧୮-୧୯ରେ ୨.୧୨ ଲକ୍ଷ କୋଟି ଟଙ୍କାର ଋଣ ରାଇଟ ଅଫ୍‌ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପାର୍ଲାମେଣ୍ଟକୁ...

Leave a comment

Your email address will not be published. Required fields are marked *