ବିବାହିତା ମହିଳାଙ୍କୁ ବଳାତ୍କାର ଅଭିଯୋଗ

ହିନ୍ଦୋଳ, ୭।୧୧(ଡି.ଏନ.ଏ.)-ହିନ୍ଦୋଳ ଥାନା ନୂଆକୋଟ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ବୁଧବାର ରାତିରେ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି, ସେ ହିନ୍ଦୋଳ ଏନ୍‌ଏସି ପଟଣା ଗ୍ରାମର ଜଣେ ମାର୍ବଲ ମିସ୍ତ୍ରିଙ୍କ ନିକଟରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ମିସ୍ତ୍ରି ଜଣକ ଠିକ୍‌ ଭାବେ ଟଙ୍କା ପଇସା ନ ଦେବାରୁ ସେ ଆଉ କାମ କରିବାକୁ ଯାଉ ନ ଥିଲେ। ବୁଧବାର ମହିଳାଙ୍କ ସ୍ବାମୀ ଘରେ ନ ଥିଲେ। ରାତିପ୍ରାୟ ୧୦ଟାରେ ସେ ନିଜର ଦୁଇ ପିଲାଙ୍କ ସହ ଶୋଇଥିବାବେଳେ ଅଭିଯୁକ୍ତ ମିସ୍ତ୍ରି ଘରେ ପଶି ତାଙ୍କୁ ବଳାତ୍କାର କରିଥିଲେ। ତାଙ୍କର ଦୁଇପୁଅ ଏହାର ସାକ୍ଷୀ ଥିବା ସେ ଏତଲାରେ ଦର୍ଶାଇଛନ୍ତି। ଏ ନେଇ ଗୁରୁବାର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି।


All Right Reserved By Dharitri.Com

କାନ୍ଥପଡ଼ି ସ୍ବାମୀ ମୃତ, ସ୍ତ୍ରୀ ଆହତ

ଆଳି,୨୫।୧୦(ଡି.ଏନ୍‌.ଏ.): ଲଗାଣବର୍ଷା ଯୋଗୁ ଗୁରୁବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ ଧୋୟା ଅଞ୍ଚଳର ଗଣେଶ୍ବରପୁର ନୂଆସାହି ଗ୍ରାମରେ...

ଆଜି ଭଙ୍ଗାଯିବ ବଡ଼ ଆଖଡ଼ା ମଠ

ପୁରୀ ଅଫିସ,୩।୯: ଶ୍ରୀମନ୍ଦିର ସୁରକ୍ଷା ଆଉ ପୁରୀ ସହରର ବିକାଶ ପାଇଁ ମାଟିରେ ମିଶିବ ଆଉ ଏକ ଐତିହ୍ୟ। ତୃତୀୟ ମଠ ଭାବେ ସତ୍ତା ହରାଇବ...

ଫାଶୀ ଦେଇ ଯୁବତୀଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ବଡ଼ବିଲ,୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଚଟେଇ ହଣ୍ଟିରେ ଜଣେ ୧୬ ବର୍ଷୀୟ ଯୁବତୀ ଓଢଣିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୋମବାର ରାତିରେ...

ଭୁଶୁଡିଲା ପୁରୁଣା ପୋଲ: ୩ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ

ଖୁଣ୍ଟା,୧୨ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ବଡଫେଣି ପଞ୍ଚାୟତ ଅଧୀନ ଛତ୍ରମା ଓ ବଡ଼ ସାତଶୋଲ ଗ୍ରାମ ମଧ୍ୟବର୍ତ୍ତୀ ଆରଡି ରାସ୍ତାର ଗଙ୍ଗାହାର ନଦୀ ଉପରେ...

ସୁବର୍ଣ୍ଣପୁରରେ ସ୍ବାଧୀନତା ଦିବସ

ସୋନପୁର,୧୫।୮(ନିି.ପ୍ର.): ସୁବର୍ଣ୍ଣପୁର ଷ୍ଟାଡିୟମରେ ୭୩ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ମନୀଷା ବାନାର୍ଜୀ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡ୍‌ରେ ଅଭିବାଦନ...

ହାତୀ ଉପଦ୍ରବ : ଫସଲ ଖାଇଲା, ଘର ଭାଙ୍ଗିଲା

ବଡ଼ଗାଁ,୪।୮(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ବନଖଣ୍ଡ ଅଧୀନରେ ମାସେ ହେଲା ରହି ଆସୁଥିବା ହାତୀପଲ ମଧ୍ୟରୁ ଗୋଟିଏ ହାତୀ ଶନିବାର ରାତିରେ ଉପଦ୍ରବ ଘଟାଇଛି।...

ସରକାରୀ ପ୍ରୋତ୍ସାହନ ନାହିଁ: ଦୁର୍ଦ୍ଦିନରେ ୭୦ ଚାଷୀ ପରିବାର

ଖଇରା, ୧୮।୨(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ନୂଆଗାଁ ପଞ୍ଚାୟତ ସଇଁ ଗ୍ରାମ ସବୁଜ ପନିପରିବା ଚାଷ ପାଇଁ ବେଶ୍‌ ଜଣାଶୁଣା। ଥରେ ଯଦି କେହି...

ଦରକାରୀ କାଗଜପତର ଦାଖଲକରି ହତାଶ: ଭତାରୁ ବହୁତ୍‌ ଦୂରେ ହକ୍‌ଦାର ହିତାଧିକାରୀ

ଲାଠୋର, ୧୦ା୬ (ଡି.ଏନ୍‌.ଏ):  ସରକାର ୬୦ ବଛର୍‌ରୁ ଅଧ୍‌କା ବଏସ୍‌ର ବୁଢ଼ାବୁଢ଼ିମାନକୁ ମାସିକ ୫ଶହ ଟଁକା ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ୮୦ ବଛର୍‌ରୁ ଅଧ୍‌କା...

Leave a comment

Your email address will not be published. Required fields are marked *