‘ଲଗାନ୍‌’ ଶୁଟିଂ ସେଟ୍‌ରେ କିରଣଙ୍କୁ ଭେଟିଥିଲେ ଆମିର

ବମ୍ବେ: ସୁପରହିଟ୍‌ ବଲିଉଡ୍‌ ଫିଲ୍ମ ‘ଲଗାନ୍‌’ରୁ ନିର୍ଦ୍ଦେଶନା ଦେଇଥିଲେ ଆମିର ଖାଁଙ୍କ ସ୍ତ୍ରୀ କିରଣ ରାଓ। ସହ ନିର୍ଦ୍ଦେଶିକା ଭାବେ ଏଥିରେ କାମ କରିଥିଲେ ସୁଦ୍ଧା ଏହା ତାଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିଥିଲା। କାରଣ ପ୍ରଥମ ଥର ଲାଗି ଏହି ଶୁଟିଂ ସେଟ୍‌ରେ ଆମିରଙ୍କୁ ଭେଟିଥିଲେ କିରଣ। ଏହା ଖୁବ୍‌ ସାଧାରଣ ଥିଲେ ମଧ୍ୟ ପରେ ଉଭୟ ନିକଟତର ହୋଇଥିଲେ। ଫିଲ୍ମ ଶୁଟିଂର କିଛି ସମୟ ପୂର୍ବରୁ ଆମିର ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହାକୁ ନେଇ ସେ ଚିନ୍ତାରେ ରହୁଥିଲେ। ଏହି ସମୟରେ ଦିନେ ଆମିରଙ୍କୁ କିରଣ ଫୋନ କରିଥିଲେ। ପ୍ରଥମ ଥର କଥା ହେବା ପରେ ଉଭୟ ଉଭୟଙ୍କୁ ଡେଟ୍‌ କରିବା ବିଷୟରେ ଭାବିଥିଲେ। ଶେଷରେ ୨୦୦୫ରେ କିରଣ ଆମିରଙ୍କୁ ବିବାହ କରିଥିଲେ। ଆଜି ଉଭୟ ବଲିଉଡର ଲୋକପ୍ରିୟ ଯୋଡ଼ି ବୋଲି କୁହାଯାଉଛି। ଉଭୟଙ୍କ ଏକ ପୁଅ ଆଜାତ ରାଓ ରହିଛି। ଆଜି କିରଣ ୪୫ ବର୍ଷର ହୋଇଛନ୍ତି। ଏହି ଅବସରରେ ସ୍ବାମୀ ଆମିର, ବନ୍ଧୁ ଏବଂ ଶୁଭେଚ୍ଛୁମାନଙ୍କ ପାଖରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।


All Right Reserved By Dharitri.Com

ବନ୍ୟାଘେରରୁ ଉଦ୍ଧାର ହେଲେ ମାଲାୟାଲମ ଅଭିନେତ୍ରୀ

ଶିମ୍‌ଲା,୨୦।୮: ଦେଶର ବହୁ ରାଜ୍ୟ ଏବେ ବନ୍ୟା ଘେରରେ ରହିଛି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫଶି ରହିଥିବା ମାଲାୟାଲମର ଜଣାଶୁଣା ଅଭିନେତ୍ରୀ ମଞ୍ଜୁ ଓ୍ବାରିୟର,...

ହସ୍ପିଟାଲରେ ଋଷି କପୁର, ଦେଖିବାକୁ ଗଲେ ରଣବୀର-ଆଲିଆ

ବଲିଉଡ ଅଭିନେତା ଋଷି କପୁର ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ହଠାତ୍‌ ତାଙ୍କ ସ୍ବାସ୍ଥବସ୍ଥା ଖରାପ ହେବାକୁ...

ରଣବୀରଙ୍କୁ ଧମକାଇଲେ ଦୀପିକା, କହିଲେ ଆଜି ରାତିରେ ଖାଇବା ବନ୍ଦ

ଦୀପିକା ପାଦୁକୋନ୍‌ – ରଣବୀର ସିଂହ ନିଜର କ୍ୟାରିୟର ସହିତ ବ୍ୟକ୍ତିଗତ ଜୀବନରେ ମଧ୍ୟ ବେଶ୍‌ ସନ୍ତୁଳନ ରକ୍ଷା କରି ଚାଲିଛନ୍ତି। ବେଳେବେଳେ ଦୁହିଁଙ୍କ ଗଭୀର...

ଲତାଙ୍କ ପୁରୁଣା ଫଟୋ ଶେୟାର କରି ଭାବବିହ୍ବଳ ହେଲେ ରିଷି

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ଅନେକ ସମୟରେ କିଛି ନା କିଛି ପୁରୁଣା ଫଟୋ ଓ ଭିଡିଓ ଶେୟାର କରି ଆସିଥାଆନ୍ତି ଚର୍ଚ୍ଚାକୁ। ନିକଟରେ...

ଗୋଟିଏ ଫ୍ରେମରେ ପଟୌଦି ଖାନଦାନ

ମୁମ୍ବାଇ,୨୯।୫: ସୋହା ଅଲ୍ଲୀ ଖାଁ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଶର୍ମିଲା ଟେଗୋର, ସୈଫ ଅଲ୍ଲୀ ଖାଁ, କରୀନା, ତୈମୁର, ସାରା...

ହାତକୁ ଦୁଇହାତ ହେଲେ କାମ୍ୟା

ବମ୍ବେ: ବିବାହ ବନ୍ଧନରେ ଟେଲିଜଗତର ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ। ପ୍ରେମିକ ସଲଭ ଦାଙ୍ଗଙ୍କୁ ସେ ପଞ୍ଜାବୀ ରୀତିନୀତିରେ ବିବାହ କରିଛନ୍ତି। ଏହା କାମ୍ୟାଙ୍କ ଦ୍ୱିତୀୟ...

ରୁମ୍‌ରେ ଯେଉଁ ମଡେଲଙ୍କ ଲଗାଉଥିଲେ ପୋଷ୍ଟର, ତାଙ୍କୁ କଲେ ବିବାହ: ୨୧ବର୍ଷ ପରେ ହେଲା ବିଚ୍ଛେଦ

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ମଙ୍ଗଳବାର ନିଜର ୪୭ତମ ଜନ୍ମଦିନ ପାଳନ କରିଛନ୍ତି। ୧୯୭୨ ନଭେମ୍ବର ୨୬ରେ ମଧ୍ୟପ୍ରଦେଶର ଜବଲପୁର ସହରରେ ସେ ଜନ୍ମଗ୍ରହଣ କରିଥିଲେ।...

ଶପଥଗ୍ରହଣ ସମାରୋହ ପରେ ଭିଡ଼ରେ ଫସିଥିଲେ ଆଶା ଭୋସଲେ, ସାହାଯ୍ୟ କରିଥିବାରୁ ସ୍ମୃତିଙ୍କୁ ଦେଲେ ଧନ୍ୟବାଦ

ମୁମ୍ବାଇ: କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉଦାର ସ୍ବଭାବକୁ ନେଇ ଚର୍ଚ୍ଚା। ସେ ବି ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ଟୁଇଟ୍‌ ପରେ। ଗୁରୁବାର...

Leave a comment

Your email address will not be published. Required fields are marked *