Posted inଜାତୀୟ

ସରକାର ଅନୁମତି ନ ଦେଲେ ବି ପାକିସ୍ତାନ ଯିବି: ସିଦ୍ଧୁ

ନୂଆଦିଲ୍ଲୀ,୭।୧୧: କରତାରପୁର କରିଡର ଉଦଘାଟନ ହେବାକୁ ଆଉ ମାତ୍ର ଦୁଇଦିନ ବାକି ଥିବାବେଳେ ପାକିସ୍ତାନ ଯିବା ପାଇଁ ଜିଦ୍‌ ଧରି ବସିଛନ୍ତି ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ। କର୍ତ୍ତାରପୁର ଯିବା ପାଇଁ ଅନୁମତି ଦାବି କରି ସେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ସେ ତୃତୀୟଥର ଚିଠି ଲେଖିଛନ୍ତି। ଏଥର ଯଦି ସରକାର ଯଦି ମୋ ଚିଠିର କୌଣସି ଉତ୍ତର ନ ଦେବେ ତେବେ ମୁଁ ଜଣେ ଶିଖ୍‌ ଶ୍ରଦ୍ଧାଳୁଙ୍କ ଭଳି ପାକିସ୍ତାନ ଯିବି ବୋଲି ସିଦ୍ଧୁ କହିଛନ୍ତି। ସୂଚନାଯୋଗ୍ୟ, ନଭେମ୍ବର ୯ରେ କରତାରପୁର କରିଡର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାକିସ୍ତାନ ସିଦ୍ଧୁଙ୍କୁ ଆମନ୍ତ୍ରଣ କରିଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସିଦ୍ଧୁ ପୂର୍ବରୁ ମଧ୍ୟ ବହିର୍ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କିନ୍ତୁ କୌଣସି ଉତ୍ତର ମିଳି ନ ଥିଲା। ନଭେମ୍ବର ୯ ତାରିଖ ସକାଳ ୯.୩୦ରେ କରିଡର ଜରିଆରେ ପାକିସ୍ତାନ ଯାଇ ଉଦଘାଟନ ସମାରୋହ ଭାଗ ନେଇ ପୁଣି ସନ୍ଧ୍ୟାରେ ଫେରିଆସିବେ ବୋଲି ଚିଠିରେ ସେ ଉଲ୍ଲେଖ କରିଛନ୍ତି।


All Right Reserved By Dharitri.Com

ଅମେଠିରେ ‘ନ୍ୟାୟ’ ବ୍ୟାନର: ରାହୁଲଙ୍କୁ ଇସି ନୋଟିସ

ଭୋପାଳ,୨୦ା୪(ପି.ଟି.): ଅମେଠିରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନ (ଇସି) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି। ସ୍ଥାନୀୟ ନିର୍ବାଚନ...

ସ୍ବାଧୀନତା ଦିବସରେ ନାଚିଲେ ଲଦାଖ ଏମ୍‌ପି

ଲଦାଖ,୧୫।୮: ସ୍ବାଧୀନତା ଦିବସ ଅବସରରେ ଲଦାଖ ଏମ୍‌ପି ଜାମ୍‌ୟାଙ୍ଗ ତେସରିଂ ନାମଗୟାଲ ନିଜ ସମର୍ଥକଙ୍କ ସହିତ ଖୁସି ମନରେ ନାଚିଛନ୍ତି। ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା ହେବା...

ମହାରାଷ୍ଟ୍ର କଂଗ୍ରେସକୁ ଝଟ୍‌କା: ବିଧାୟକ ପଦରୁ ଇସ୍ତଫା ଦେଲେ ରାଧାକୃଷ୍ଣ ପାଟିଲ

ମୁମ୍ବାଇ,୬।୪: ଲୋକ ସଭା ନିର୍ବାଚନରେ ପରାଜୟ ବରଣ କରିଥିବା କଂଗ୍ରେସକୁ ପୁଣି ଥରେ ଲାଗିଛି ଏକ ବଡ ଝଟକା। ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ରାଧାକୃଷ୍ଣ ବିଖେ...

ଫୁଟପାଥରେ ଶୋଇଥିବା ୩ ଶିଶୁଙ୍କ ଉପରେ ଚଢିଗଲା ଗାଡି

ପାଟନା, ୨୬।୬: ବିହାରର ଅଗମାକୁଆଁ ଥାନା ଅନ୍ତର୍ଗତ କୁମହରାରରେ ଏକ ଅଭାବନୀୟ ଘଟଣା ଘଟିଛି। ଫୁଟପାଥରେ ଶୋଇଥିବାବେଳେ ୩ ଶିଶୁଙ୍କ ଉପରେ ଗାଡି ଚଢିଯାଇଛି। ଫଳରେ...

ଅମିତ ଶାହ ସ୍ବରାଷ୍ଟ୍ର ମନ୍ତ୍ରୀ ହେବା ପରେ ହାର୍ଦ୍ଦିକଙ୍କୁ ମିଳୁଛି ଧମକ

ଗାନ୍ଧିନଗର,୧।୬: ପୂର୍ବତନ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କୁ ମୋଦି ସରକାରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି। ଶାହ ଦାୟିତ୍ୱ ଗ୍ରହଣ କରିବା ପରେ ହାର୍ଦ୍ଦିକ ପଟେଲ...

ନିପା ଭାଇରସ୍‌ ଆତଙ୍କ: କେରଳରେ ୬ଜଣିଆ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ,୫।୬: କେରଳରେ ନିପା ଭାଇରସ୍‌ ଆତଙ୍କ ଖେଳାଇଛି। ଜଣେ କଲେଜ୍‌ ଛାତ୍ର(୨୩) ମଙ୍ଗଳବାର ଏଥିରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ୮୬ ଜଣଙ୍କୁ ନିରୀକ୍ଷଣ କରାଯାଉଥିବା...

ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ମହିଳାମାନେ ନ୍ୟାଭି ସୈନ୍ୟଙ୍କ ହାତରେ ବାନ୍ଧିଲେ ରାଖୀ

ପୁଣେ,୧୧।୮: ମହାରାଷ୍ଟ୍ର, କେରଳ, କର୍ନାଟକ, ଗୁଜରାଟ ଏବଂ ମଧ୍ୟ ପ୍ରଦେଶରେ ଏବେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି। ମହାରାଷ୍ଟ୍ରରେ...

ପିଓକେ-ଗିଲ୍‌ଗିଟ୍‌କୁ ଲୋକ ସଭା ଆସନ ଘୋଷଣା ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ: ପୂର୍ବ ‘ର’ ଅଧିକାରୀଙ୍କୁ ୫୦ ହଜାର ଜରିମାନା

ନୂଆଦିଲ୍ଲୀ,୧।୭: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଏବଂ ଗିଲ୍‌ଗିଟ୍‌-ବଲ୍ଟିସ୍ତାନକୁ ଲୋକ ସଭା ଆସନ ଭାବେ ଘୋଷଣା କରିବା ଆବେଦନ ସୁପ୍ରିମ୍‌କୋର୍ଟରେ ସୋମାବାର ଖାରଜ ହୋଇଯାଇଛି। ଏହି ମାମଲାରେ...

Leave a comment

Your email address will not be published. Required fields are marked *