Posted inଜାତୀୟ

ରେଲଓ୍ବେ ଟ୍ରାକ୍‌ ଉପରେ ସଚେତନତା ସୃଷ୍ଟି କରୁଛନ୍ତି ଯମରାଜା

ମୁମ୍ବାଇ,୭।୧୧: ଯମରାଜା କଥା କହିଲେ ଲୋକେ ଶିହିରି ଉଠିବା ସହ ଯେତେ ସମ୍ଭବ ତାଙ୍କଠାରୁ ଦୂରେଇ ରହିବାକୁ ଚାହାନ୍ତି। ତାଙ୍କୁ ସ୍ବଚକ୍ଷୁରେ କେହି ଦେଖି ନ ଥିବା ବେଳେ ପୌରାଣିକ ମତରେ ତାଙ୍କର ମାନ୍ୟତା ରହିଛି। ଫିଲ୍ମରେ ଦେଖିଥିବେ ଯେକୌଣସି ଦୁର୍ଘଟଣା ସମୟରେ ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥାଏ। ତେବେ ତାଙ୍କୁ ଯମରାଜା ସାଙ୍ଗରେ ଯମାଲୋକକୁ ନେଇଯାଇଥାନ୍ତି। ହେଲେ କେବେ ଦେଖିଛନ୍ତି କି, ରେଲଓ୍ବେ ଟ୍ରାକ୍‌ ଉପରେ ଠିଆହୋଇ ଯମରାଜା ଲୋକଙ୍କୁ ସଚେତନ କରିବାର। ଆଜ୍ଞା ହଁ, ଏହି ଦୃଶ୍ୟ ହେଉଛି ମୁମ୍ବାଇ ପଶ୍ଚିମ ରେଲଓ୍ବେ ଷ୍ଟେଶନର। ନିୟମ ନ ମାନି ରେଲଓ୍ବେ ଟ୍ରାକ୍‌ ଉପରେ ମନ ଇଚ୍ଛାରେ ଯାତାୟାତ କରୁଥିବା ବ୍ୟକ୍ତିଙ୍କୁ ଯମରାଜା ତାଗିଦ୍‌ କରିବା ସହ ସଚେତନ କରିଛନ୍ତି।

ଆଉ ଯେଉଁମାନେ ନିୟମର ଅବମାନନା କରୁଛନ୍ତି ତାଙ୍କୁ ନିଜ କାନ୍ଧରେ ଉଠାଇ ସୁରକ୍ଷିତ ଭାବେ ପ୍ଲାଟଫର୍ମରେ ଛାଡୁଥିବା ଦେଖିବାକୁ ମିଳିଛି। ଲୋକଙ୍କୁ ସଚେତନ କରାଇବା ପାଇଁ ମୁମ୍ବାଇ ଆରପିଏଫ୍‌ ପକ୍ଷରୁ ଯମରାଜାଙ୍କ ଚରିତ୍ରରେ ଅଭିନୟ କରାଯାଇ ସଚେତନତା ବାର୍ତ୍ତା ଦିଆଯାଇଥିଲା। ଭାରତୀୟ ରେଲଓ୍ବେ ପକ୍ଷରୁ ଶେୟାର କରାଯାଇଥିବା ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

‘କାର୍‌ଗିଲ ବିଜୟ ଭାରତର ଶକ୍ତିର ପ୍ରତୀକ’

ନୂଆଦିଲ୍ଲୀ,୨୮ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟ ଭାରତର ଶକ୍ତି, ପ୍ରତିବଦ୍ଧତା ଓ ସାମର୍ଥ୍ୟର ପ୍ରତୀକ ଥିଲା। ଏହାର ସଶସ୍ତ୍ର ବାହିନୀର ତ୍ୟାଗ ଏହାକୁ ଦୁର୍ଜେୟ କରି ରଖିଛି...

ବିରୋଧୀ ଦଳଙ୍କୁ ନେଇ ସାଥିରେ ଚାଲିବାକୁ ମୋଦି ସରକାରଙ୍କୁ ପରାମର୍ଶ ଦେଲେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ,୧୭।୧୨: ବିରୋଧୀ ଦଳଙ୍କୁ ନେଇ ସାଥିରେ ଚାଲିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପରାମର୍ଶ ଦେଇଛନ୍ତି। ଏହା ସହିତ ବହୁସଂଖ୍ୟକବାଦଠାରୁ...

ବଳାତ୍କାରୀଙ୍କୁ ସବୁଦିନ ପାଇଁ ଜେଲ୍‌ରେ ରଖାଯାଉ: ହେମା

ନୂଆଦିଲ୍ଲୀ,୩।୧୨: ଦେଶରେ ବଢି ଚାଲିଥିବା ବଳାତ୍କାର ମାମଲାକୁ ନେଇ ଉତ୍ତର ପ୍ରଦେଶ ମଥୁରାର ଭାରତୀୟ ଜନତା ପାର୍ଟି (ଭାଜପା)ଏମ୍‌ପି ତଥା ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ...

ପଶ୍ଚିମବଙ୍ଗରେ ଆରଏସଏସ କର୍ମକର୍ତ୍ତାଙ୍କୁ ହତ୍ୟା: ସ୍ତ୍ରୀ, ପୁଅଙ୍କୁ ବି ଛାଡିଲେନି

କୋଲକାତା,୧୦।୧୦:ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଛି। ମୃତକମାନେ ହେଲେ ବନ୍ଧୁପ୍ରକାଶ ପାଲ, ତାଙ୍କ ସ୍ତ୍ରୀ ବ୍ୟୁଟି ପାଲ ଏବଂ ୮ ବର୍ଷର...

ଚାଷୀଙ୍କ ପାଇଁ ୪ହଜାର ୭ଶହ ୫୦ କୋଟିର ପ୍ୟାକେଜ ଘୋଷଣା କଲେ ହରିୟାଣା ସରକାର

ଭିଓ୍ବଣ୍ଡି,୨।୯: ଆଗକୁ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଚାଷୀଙ୍କ ଲାଗି ୪ହଜାର ୭ଶହ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।...

ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ନୀତୀଶ

ପାଟନା,୨୮।୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କର ଏକ ପ୍ରତିମୂର୍ତ୍ତିକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ପାଟନାଠାରେ ଉନ୍ମୋଚନ କରିଛନ୍ତି। ଜେଟଲୀଙ୍କ ଜନ୍ମଦିନ ଅବସରରେ ଏହି...

ଏକ ମାଠିଆରୁ ଅଧିକ ପାଣି ନେଲେ ଦେବାକୁ ପଡୁଛି ୫୦ ଟଙ୍କା ଜରିମାନା

ରାୟପୁର,୧୫।୫: ଜଳ ହିଁ ଜୀବନ। ଜଳ ବିନା ସଭିଙ୍କ ଅବସ୍ଥା ଖରାପ ହୋଇଥାଏ। ତେଣୁ ଜଳ ସଙ୍କଟ ସମୟରେ ଏହାର ସୁବଣ୍ଟନ ଓ ନଷ୍ଟ ନ...

ମୁସଲମାନ କଲେ ହିନ୍ଦୁ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର

ଗୁଆହାଟୀ, ୨୬।୮: ଆସାମରେ କାମରୂପ ଜିଲାରେ ଭାଇଚାରାର ଏକ ନିଆରା ଦିଗ୍‌ଦର୍ଶନ ଦେଖିବାକୁ ମିଳିଛି। ଜଣେ ହିନ୍ଦୁ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମୁସଲମାନ ସମ୍ପ୍ରଦାୟର ଲୋକେ...

Leave a comment

Your email address will not be published. Required fields are marked *