ପୁରୁଷୋତ୍ତମପୁରରେ ପ୍ରଥମ ମହିଳା ପୋଲିସ ଅଧିକାରୀ: ଏସ୍‌ଡିପିଓ ଭାବେ ଯୋଗ ଦେଲେ ସୀମା ସ୍ବାଇଁ

ପୁରୁଷୋତ୍ତମପୁର, ୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏସ୍‌ଡିପିଓ ଭାବେ ୨୦୧୫ ବ୍ୟାଚର ଓପିଏସ୍‌ ପାଇଥିବା ଅଫିସର ସୀମା ସ୍ବାଇଁ ଗୁରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଟ୍ରେନିଂସାରବା ପରେ ପ୍ରଥମେ ସେ ଏଠାରୁ କାର୍ଯ ଆରମ୍ଭ କରୁଛନ୍ତି। ୧୯୩୬ ମସିହାରେ ପୁରୁଷୋତ୍ତମପୁରରେ ଥାନା ପ୍ରତିଷ୍ଠା ହେବାଠାରୁ ଏବଂ ୨୦୧୬ରୁ ଏସ୍‌ଡିପିଓ ଅଫିସ ପ୍ରତିଷ୍ଠା ପରଠାରୁ କେହିହେଲେ ମହିଳା ଅଧିକାରୀ ଏଠାରେ ଯୋଗଦେଇ ନ ଥିଲେ। ପୁରୁଷୋତ୍ତମପୁର ପାଇଁ ପୋଲିସ ବିଭାଗରେ ସୀମା ହେଉଛନ୍ତି ପ୍ରଥମ ମହିଳା ଅଧିକାରୀ। କାର୍ଯ୍ୟରେ ଯୋଗଦାନ ପରେ ସୀମା କହିଛନ୍ତି ଯେ ମହିଳା, ଶିଶୁ ଓ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ମୋର ପ୍ରଥମ ଲକ୍ଷ୍ୟ। ଏହା ସହ ଗରିବ ନିଷ୍ପେଶିତ, ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କୁ ସାହାଯ୍ୟ କରିବା, ମୋ ସରକାର ମାଧ୍ୟମରେ ଜନସାଧାରଣଙ୍କ ସହ ପୋଲିସ ସୁସମ୍ପର୍କ ରକ୍ଷାକରି ଲୋକଙ୍କ ନିକଟତର ହୋଇ କାର୍ଯ୍ୟ କରିବା, ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର କରିବା ଓ ଯଥାଶୀଘ୍ର ସେବା ଯୋଗାଇବା ସହ ଅଞ୍ଚଳରୁ ଅପରାଧୀ ହଟାଇବା ପ୍ରଥମ କର୍ତ୍ତବ୍ୟ ହେବ ବୋଲି ସେ କହିଛନ୍ତି। ପୂର୍ବରୁ ଏଠାରେ ଥିବା ଏସ୍‌ଡିପିଓ ନିମାଇଁ ଚରଣ ସେଠୀଙ୍କ ସାଲେପୁର ବଦଳି ହୋଇଛି ।


All Right Reserved By Dharitri.Com

ସ୍ତ୍ରୀଙ୍କ ଗର୍ଭ ନଷ୍ଟ ଖବର ଶୁଣି ସ୍ବାମୀଙ୍କ ଆତ୍ମହତ୍ୟା

ସେମିଳିିଗୁଡା, ୧୦।୧୨(ସ୍ବ.ପ୍ର)- ହସ୍‌ପିଟାଲରେ ସ୍ତ୍ରୀଙ୍କ ଗର୍ଭ ନଷ୍ଟ କରାଯାଇଥିବା ଖବର ଶୁଣି ସ୍ବାମୀ ସୋମବାର ଆତ୍ମହତ୍ୟା କରିଛନ୍ତି ା ପୁଅ ଘର ଲୋକ ମୃତଦେହକୁ ଝିଅ...

ବିଶୋଇ ଭାଜପା ପକ୍ଷରୁ ବିକ୍ଷୋଭ

ବିଶୋଇ,୨ା୮(ଡି.ଏନ୍‌.ଏ.)- ବିଶୋଇ ବ୍ଲକର ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ଭାଜପା ପକ୍ଷରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଭିନ୍ନ ଅଭିଯୋଗ ସମ୍ମିଳିତ...

ଶକ୍ତି ଉତ୍ତୋଳନ ପ୍ରତିଯୋଗିତା: ମୟୂରଭଞ୍ଜ ଜିଲାକୁ ୨୪ ପଦକ

ବାରିପଦା ଅଫିସ,୧୫ା୧୨- ଗତ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲାକୁ ମିଳିଛି ସଫଳତା । ୧୭...

ପୋଲ ଉପରୁ ତେଲ୍‌ ନଦୀକୁ ଖସିିଲା କୋଇଲା ବୋଝେଇ ଟ୍ରକ୍‌

ବଲାଙ୍ଗୀର ଅଫିସ, ୭।୧୦: ବଲାଙ୍ଗୀର ଜିଲା ତୁଷୁରା ନିକଟରେ ରବିବାର ରାତିରେ ତେଲ୍‌ନଦୀ ପୋଲ ଉପରୁ ନଦୀ ଭିତରକୁ ଏକ ଟ୍ରକ୍‌ ତଳକୁ ଖସି ପଡିଛି।...

ବ୍ଲକ ସ୍ଥାୟୀ ଶିକ୍ଷା କମିଟି ବିଦ୍ୟାଳୟ ପରିଦର୍ଶନ କଲେ; ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ବୁଝିଲେ

ନୂଆପଡା ଅଫିସ,୮ା୮: ନୂଆପଡା ଏକ ଉପାନ୍ତ ବ୍ଲକ। ଏଠାରେ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ଥିବାବେଳେ ବିଦ୍ୟାଳୟଗୁଡିକ ଆନୁଷଙ୍ଗି ବ୍ୟବସ୍ଥା ଠିକ ନ ଥିବା ନେଇ ବାରମ୍ବାର...

ଗଭୀର ନଳକୂଅ ଖନନ ଟଙ୍କା ମିଳିଲାନି: ବିଷପାନ କରିଥିବା ଚାଷୀଙ୍କୁ ନେଇ ୪ ଘଣ୍ଟା ଗଣଧାରଣା

କେସିଙ୍ଗା,୧୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମପଞ୍ଚାୟତ ବାହାଦୂରପଦର ଗ୍ରାମର ଡମ୍ବରୁଧର ପୋଢ଼ (୪୦) ଜଳନିଧି ଯୋଜନାରେ ଗଭୀର ନଳକୂଅ ଖନନ କରିଥିଲେ।...

ଚାନ୍ଦିପୁର ବେଳାଭୂମି ସଫେଇ: ଜିଲାପାଳଙ୍କ ନେତୃତ୍ୱରେ ସାମିଲ ହେଲେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୨୨।୧୨-ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ବର୍ଣ୍ଣିମ ବେଳାଭୂମିରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଜିଲା ପ୍ରଶାସନ ଓ ହୋଟେଲ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଏକ...

କ୍ରଶର ଯୋଗୁ ନଷ୍ଟ ହଉଛି ଜମି

ନୟାଗଡ଼ ଅଫିସ,୧୦ା୧୧- ନୟାଗଡ଼ ଜିଲା ଗଣିଆ ତହସିଲ ଅନ୍ତର୍ଗତ ଖଲିସିରା ଗ୍ରାମର ନୂଆତଇଲାଠାରେ ଏକ ବେଆଇନ କ୍ରଶର ଯୋଗୁ ଜଣେ ବ୍ୟକ୍ତିଙ୍କ ଜମି ନଷ୍ଟ ହେଉଛି।...

Leave a comment

Your email address will not be published. Required fields are marked *