ପଞ୍ଚୁକ ପଡ଼ିଲେ ୬ ଦିନ ଶ୍ରୀଜିଉଙ୍କର ହୁଏ ନାଗାର୍ଜୁନ ବେଶ: ୨୫ ବର୍ଷ ପରେ ୨୦୨୦ ନଭେମ୍ବର ୨୭ରେ

କାର୍ତ୍ତିକ ମାସରେ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୬ ଦିନ ପଡ଼ିଲେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ହୋଇଥାଏ। ଶ୍ରୀଜିଉ ବୀରବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ବେଶକୁ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଜନସମାଗମ ହୋଇଥାଏ। ନାଗାର୍ଜୁନ ବେଶ ଦର୍ଶନ କଲେ ଜନ୍ମ ଜନ୍ମାନ୍ତର ପାପ ନାଶ ହୋଇ ମୋକ୍ଷ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଅର୍ଜୁନଙ୍କ ପୁତ୍ର ଶହସ୍ରାର୍ଜୁନ ବା ନାଗାର୍ଜୁନଙ୍କ ସହିତ ଯୁଦ୍ଧ ସମୟରେ ଏହା ଏକ ବୀର ବେଶ ବୋଲି କେତେକ କୁହନ୍ତି। ନାଗାର୍ଜୁନଙ୍କୁ ପ୍ରଭୁ ପର୍ଶୁରାମ ବଧ କରିଥିଲେ ବୋଲି ପୁରାଣରେ ଉଲ୍ଲେଖ ଅଛି। ଏହି ବେଶ ପୂର୍ବରୁ ୧୯୬୬ ମସିହାରେ ହୋଇଥିଲା। ଏହାପରେ ୧୯୮୩ ଏବଂ ୧୯୯୪ରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୦୨୦ରେ କାର୍ତ୍ତିକ ମାସରେ ପଞ୍ଚୁକ ୬ ଦିନ ହେବ। ତେଣୁ ୨୦୨୦ ନଭେମ୍ବର ୨୭ରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଦୀର୍ଘ ୨୫ ବର୍ଷ ପରେ ପୁଣି ଭକ୍ତ ଦର୍ଶନ କରିବାର ଅପୂର୍ବ ସୁଯୋଗ ଲାଭ କରିବେ।


All Right Reserved By Dharitri.Com

ଗାଡ଼ିକୁ ଦେଖି କାହିଁକି ଭୁକିଥାନ୍ତି କୁକୁର..

କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଭାବେ ବିବେଚନା କରାଯାଇଥାଏ। ମାଲିକର ସବୁକଥା ବୁଝିବା, ଅନୁଗତ ରହିବା ଭଳି ଅନେକ କାରଣ ଯୋଗୁ କୁକୁରକୁ ଆମେ ବନ୍ଧୁ...

ଶ୍ରୀକ୍ଷେତ୍ରରେ ରହିଛି ଲାହୋର ସାଧୁଙ୍କ ମଠ

ପୁରୀ ଅଫିସ,୧୭ା୨: ଶ୍ରୀକ୍ଷେତ୍ରରେ ରହିଛି ଲାହୋର(ପାକିସ୍ତାନ) ସାଧୁଙ୍କ ମଠ। ଏକଦା ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇବା ପାଇଁ ଜଗନ୍ନାଥ ଧାମକୁ ଚାଲି ଆସିଥିବା ବାଳକ ରାମ ଦାସ...

ସରକାରୀ କର୍ମଚାରୀଙ୍କ ପାଇଁ ବଦଳିଲା କ୍ରିଟିକାଲ-ପାର୍ସିଆଲି କ୍ରିଟିକାଲ୍‌ ବର୍ଗ: ରୋଷ୍ଟର ଡ୍ୟୁଟି କରିବେ କର୍ମଚାରୀ

ଭୁବନେଶ୍ୱର,୨।୫(ବ୍ୟୁରୋ): ସରକାରୀ କର୍ମଚାରୀଙ୍କ ପାଇଁ କ୍ରିଟିକାଲ ଓ ପାର୍ସିଆଲି କ୍ରିଟିକାଲ୍‌ ବର୍ଗକୁ ବଦଳାଯାଇଛି। କ୍ରିଟିକାଲ ବର୍ଗରେ ୧୫ଟି ବିଭାଗ ରହିଛି। ସେହିଭଳି ପାର୍ସିଆଲି କ୍ରିଟିକାଲ ବର୍ଗରେ...

ରାଜ୍ୟର ୪୯, ୫୦ ନଂ ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ସ୍ବାସ୍ଥ୍ୟ ବିଭାଗ, ଅଛନ୍ତି ଜଣେ ମହିଳା

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ୪୯ ଓ ୫୦ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ ଶନିବାର ସ୍ବାସ୍ଥ୍ୟ ବିଭାଗ ଜାରି କରିଛି। ଏହି...

ଗରମରେ ସିଝୁଛି ଓଡ଼ିଶା: ୧୫ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ସମଗ୍ର ରାଜ୍ୟ ଗରମ ଓ ଗୁଳୁଗୁଳିରେ ସିଝୁଛି। ସତେ ଯେପରି ଆକାଶରୁ ଅଗ୍ନି ବର୍ଷୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପରିବେଶକୁ ଉତ୍ତପ୍ତ କରି ଦେଇଛି। ମଣିଷଠାରୁ ଆରମ୍ଭ...

ଗଞ୍ଜାମ ଜିଲାପରିଷଦ ବୈଠକ: ଫସଲ କ୍ଷତି ନେଇ ବୀମା କମ୍ପାନୀଙ୍କୁ ନୋଟିସ

ଛତ୍ରପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପରିଷଦ ବୈଠକ ଶୁକ୍ରବାର ଛତ୍ରପୁର ସ୍ଥିତ ଜିଲାପରିଷଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ସୋନମ ପଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚାଷୀଙ୍କୁ...

ତାମିଲନାଡୁରୁ ଦେବେନ୍ଦ୍ରଙ୍କ ମୃତଦେହକୁ ଓଡ଼ିଶା ଆଣିବାରେ ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର,୯।୩(ବ୍ୟୁରୋ): ସୁବର୍ଣ୍ଣପରୁ ଜିଲା ଅନ୍ତର୍ଗତ ଦଳବଦା ଗ୍ରାମର ଦେବେନ୍ଦ୍ର ଭୁକ୍ତଙ୍କର ତାମିଲନାଡୁସ୍ଥିତ ମାଲଗୁଡିଠାରେ ଶନିବାର ମଧ୍ୟାହ୍ନରେ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ବିଷୟରେ ବାଣିଜ୍ୟ...

ଭିଜିଲାନ୍ସ ଜାଲରେ ୧୪୪ ପୋଲିସ ଅଧିକାରୀ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବଚ୍ଛ ଶାସନ ଉପରେ ଗୁରୁତ୍ୱ ଦେଉଥିବାବେଳେ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ନୀତିର ମୋହ ଛାଡ଼ୁନାହିଁ। ଗତ ୫ ବର୍ଷ (୨୦୧୪-୧୦୧୯)ମଧ୍ୟରେ ରାଜ୍ୟ...

Leave a comment

Your email address will not be published. Required fields are marked *