ଶିକ୍ଷୟିତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ସତ୍ୟତା ନାହିଁ, ତଦନ୍ତ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଛି: ମନ୍ତ୍ରୀ

ବାଲିଆପାଳ/ଭୁବନେଶ୍ୱର,୭।୧୧(ସ୍ବ.ପ୍ର./ଡି.ଏନ୍‌.ଏ./ବ୍ୟୁରୋ): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାଠିଆଠାରେ ଥିବା ଏକ ବିଦ୍ୟାଳୟର ଜନୈକା ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଦେବା ଅଭିଯୋଗ ମାମଲାରେ ସତ୍ୟତା ନାହିଁ। ତଦନ୍ତ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି। ହେଲେ ବିଦ୍ୟାଳୟରେ ସୁସ୍ଥ ପରିବେଶ ପାଇଁ ପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ତାଙ୍କ ସହ ଅନ୍ୟ ୨ ଜଣ ଶିକ୍ଷକଙ୍କୁ ମଧ୍ୟ ବଦଳି କରାଯାଇଛି। ଖାଲି ସେତିକି ନୁହେଁ ଅଭିଯୋଗ ଆଣିଥିବା ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଥିବା ଗୁରୁବାର ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଦେଉଥିବା ନେଇ ବୁଧବାର ଶିକ୍ଷୟିତ୍ରୀ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଉକ୍ତ ପ୍ରଧାନଶିକ୍ଷକ ତାଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରିବା ସହ ଅଫିସରେ ଏକୁଟିଆ ପାଇ ଯୌନ ନିର୍ଯାତନା ଦେଉଥିବା ନେଇ ଶିକ୍ଷୟିତ୍ରୀ ଅଭିଯୋଗରେ ଦର୍ଶାଇଥିଲେ। ଗଣମାଧ୍ୟମରେ ଏହା ପ୍ରଚାର ହେବା ପରେ ମନ୍ତ୍ରୀ ଦାଶ ତୁରନ୍ତ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।


All Right Reserved By Dharitri.Com

ଟେଲାପାଲି ସେବାଶ୍ରମ ନୂତନ ଶ୍ରେଣୀଗୃହ କାମ ସରୁନି: ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ଫିରିଙ୍ଗିଆ, ୨୧ା୮- ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି କି ପ୍ରାଥମିକ ଶିକ୍ଷାରୁ କେହି ବଞ୍ଚିତ ହେବେ ନାହିଁ। କିନ୍ତୁ ଭିତ୍ତିଭୂମିକୁ ଅଣଦେଖା କରାଯାଉଛି। ପିଲାମାନେ ପଢ଼ିବାକୁ...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା,୩୧।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ମାରୁଢିପ ଗାଁରେ ଭାଲୁ ଆକ୍ରମଣରେ ଗୁରୁବାର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣକ...

ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ାଉ: ୧୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ

କୋରାପୁଟ,୧୪।୧୦(ସ୍ବ.ପ୍ର.): କୋରାପୁଟ ସଦର ଓ ଟାଉନ ଥାନା ପୋଲିସ ପକ୍ଷରୁ ରବିବାର ବିଳମ୍ବିତ ରାତ୍ରରେ ସହରର ସୁନାପୁର ଓ ସଦର ଥାନା ଅନ୍ତର୍ଗତ ଅପରକୋଲାବ ଅଞ୍ଚଳରେ...

ଗୁଗଲ୍‌ ମ୍ୟାପରେ ଟ୍ୟାଗ୍‌ ହେବ ଆର୍‌ଟିଓ

କଟକ ଅଫିସ, ୨୩-୧୦:ଗୁଗଲ୍‌ ମ୍ୟାପ୍‌ରେ ଟ୍ୟାଗ୍‌ ହେବ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ) ସହିତ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍‌ ଓ ପଲ୍ୟୁଶନ ଅଣ୍ଡର କଣ୍ଟ୍ରୋଲ (ପିୟୁସି) କେନ୍ଦ୍ର।...

ଅନ୍ଧାରରେ ବାସୁଦେବପୁର, ଧାମରା ଅଞ୍ଚଳ

ଭଦ୍ରକ ଅଫିସ/ପଦ୍ମପୁର, ୧୨।୧୧ (ଡି.ଏନ.ଏ.)- ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଭଦ୍ରକ ଜିଲାର ଚାନ୍ଦବାଲି, ଧାମରା ଓ ବାସୁଦେବପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଚାଷଜମିରେ ପାଚିଲା...

ଗଛରେ ପିଟିହେଲା ବାଇକ୍‌ : ୨ ଯୁବକ ମୃତ

ସିମୁଳିଆ,୨୦।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ଅଞ୍ଚଳରେ ଲକ୍ଷ୍ମୀପୂଜା ଅବସରରେ ଅପେରା ଦେଖିବା ପାଇଁ ଆସି ଦୁଇ ଯୁବକ ରବିବାର ଭୋର୍‌ ୪ଟାରେ ବାଇକ୍‌...

ମାଲକାନଗିରିରେ ୧୦ ଦିନରେ ତିନିଥର ବନ୍ୟା ପରିସ୍ଥିତି ଗମ୍ଭୀର

ମାଲକାନଗିରି/ଏମ୍‌.ଭି. ୭୯/ପଦ୍ମଗିରି/ଶିଖପାଲ୍ଲି/ପଡିଆ/କୋରୁକୋଣ୍ଡା, ୭ା୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ପୁଣି ଲଘୁଚାପଜନିତ ଲଗାଣ ବର୍ଷା ଜିଲାକୁ ବେହାଲ କରିଦେଇଛି। ମଙ୍ଗଳବାର ରାତିରୁ ବର୍ଷା ଲାଗିରହିଥିବାରୁ ଜିଲାରେ ବନ୍ୟା ପରିସ୍ଥିତି...

ଖେଳଣା ବନ୍ଧୁକ ଦେଖାଇ ପ୍ରଧାନଶିକ୍ଷୟିତ୍ରୀଙ୍କସୁନାଚେନ ଲୁଟ୍‌

ତିର୍ତ୍ତୋଲ,୧୭ା୯(ଡି.ଏନ.ଏ.): ତିର୍ତ୍ତୋଲ ଥାନା ତରଜଙ୍ଗା ପଞ୍ଚାୟତ ବଫାପୁର ପ୍ରାଥମିକ ବିଦ୍ୟାଳୟରେ ସୋମବାର ପ୍ରଧାନଶିକ୍ଷୟିତ୍ରୀଙ୍କ ସୁନାଚେନ୍‌ ଲୁଟ୍‌ ହୋଇଛି। ପ୍ରଧାନଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ଶ୍ରେଣୀଗୃହରେ ପଢାଉଥିବାବେଳେ ଦୁର୍ବୃତ୍ତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *