ଝଗଡ଼ା ସମାଧାନ କରିବାକୁ ଯାଇ ଖାଇଲେ ମାଡ଼ : ଥାନାରେ ମାମଲା, ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗ୍ରାମର ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା ସମାଧାନ କରିବାକୁ ଯାଇ ତୃତୀୟ ବ୍ୟକ୍ତି ମାଡ଼ ଖାଇବା ଘଟଣା ଚର୍ଚ୍ଚା ପାଲଟିଛି। ଆଙ୍କୋରଡ଼ା ଗ୍ରାମର ଦେବ ନାଇକଙ୍କୁ ରୁନା ନାଇକ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦେବଙ୍କ ସ୍ତ୍ରୀ ଜମ୍ଭୁ ନାଇକଙ୍କ ଏତଲା କ୍ରମେ ପୋଲିସ କେସ୍‌ ନଂ. ୨୨୬/୧୯ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ବୁଧବାର ଗ୍ରାମର ରୁନା ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଶୌଚାଳୟ ନିର୍ମାଣକୁ କେନ୍ଦ୍ରକରି ଝଗଡ଼ା ଚାଲିଥିଲା। ଦେବ ସେଠାରେ ପହଞ୍ଚି ଉଭୟଙ୍କୁ ବୁଝାଶୁଝା କରୁଥିବା ବେଳେ ରୁନା ଏଥିରେ ଉତ୍ତେଜିତ ହୋଇ ଦେବଙ୍କୁ ଆକ୍ରମଣ କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।


All Right Reserved By Dharitri.Com

ପୋଖରୀରେ ବୁଡ଼ିଗଲେ ଦିବ୍ୟାଙ୍ଗ

ପୁରୁଷୋତ୍ତମପୁର,୧୯ା୭(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ଥାନା ବାଳକେଶ୍ୱରପୁର ଗ୍ରାମରେ ବୁଧବାର ପୋଖରୀରେ ଗାଧୋଇବାବେଳେ ବୁଡିଯାଇ ଜଣେ ଦିବ୍ୟାଙ୍ଗଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏମ୍‌. ହରିକୃଷ୍ଣ ରେଡ୍ଡୀ(୫୫)। ହରିକୃଷ୍ଣ...

ଡକାୟତି ଅଭିଯୋଗରେ ୪ ଗିରଫ

ଦଶପଲ୍ଲା,୮।୧୧(ଡି.ଏନ.ଏ.): ଦଶପଲ୍ଲା ସହ ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରୁ ଡକାୟତି ଅଭିଯୋଗରେ ସମ୍ପୃକ୍ତ ଥିବା ୩ଜଣ ଏବଂ ଚୋରି ସାମଗ୍ରୀ ରଖିବା ଅଭିଯୋଗରେ ଜଣେ ଏପରି...

ଧାନ ରୋଇଲେ ଜିଲାପାଳ

ଛତ୍ରପୁର,୩୦ା୭(ଡି.ଏନ.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ପୂର୍ବାହ୍ନରେ ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ଅଧିନ ଭରସା ଗଁାରେ ଥିବା ଜମିରେ ଧାନ ଗଛ...

ମହିଳାଙ୍କୁ ଗଣ ବଳାତ୍କାର ଅଭିଯୋଗ: ସ୍ବାମୀ ଛାଡି ଚାଲିଯିବାପରେ ଥାନାର ଦ୍ୱାରସ୍ଥ ହେଲେ ମହିଳା

ରାଉରକେଲା ଅଫିସ, ୧୧।୭: ଝିରିପାଣି ଥାନା ଅଞ୍ଚଳର ଜନୈକା ମହିଳାଙ୍କୁ ଗଣ ବଳାତ୍କାର କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଗତ ୭ ତାରିଖରେ ଏଭଳି ଘଟଣା...

ଓଏମ୍‌ସି ଦୈତାରି ଲୌହ, ମାଙ୍ଗାନିଜ ଖଣି ଜନଶୁଣାଣି: ସମର୍ଥନ ପାଇଁ ସର୍ତ୍ତ ରଖିଲେ ଅଞ୍ଚଳବାସୀ

କାଳିଆପାଣି,୫ା୧୦(ଡି.ଏନ୍‌.ଏ.): ଓଡ଼ିଶା ଖଣି ନିଗମ(ଓଏମ୍‌ସି) ପରିଚାଳିତ ଦୈତାରୀିଲୌହ ଓ ମାଙ୍ଗାନିଜ ଖଣିର ବାର୍ଷିକ ୩ ଲକ୍ଷ ଟନ୍‌ରୁ ୬ ଲକ୍ଷ ଟନ୍‌ କ୍ରୋମାଇଟ ଉତ୍ପାଦନ ବୃଦ୍ଧି...

୧୧ କେଭି ବିଦ୍ୟୁତତାର ଲାଗି ଜଣକ ଜୀବନଗଲା

ଶେରଗଡ଼,୧।୮(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଗୋବିନ୍ଦପୁର ବାଲିସାହି ରାସ୍ତାରେ ଗୁରୁବାର ପୂର୍ବାହ୍ନରେ ୧୧କେଭି ତାର ଲାଗି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ସେ...

ରୂପେଲିର ଚିକିଛା ଲାଗି ଟଁକା ଅଭାବ୍‌ ଘଟ୍‌ନା: ଗାଁରେ ପୁହୁଁଚିଲେ ଡାକ୍‌ତରୀ ଦଲ

ଗୁଡ଼ଭେଲା,୨୧ା୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଡୁଙ୍ଗିବାହାଲ ଗଁାର ମେଘନାଦ ରଣାକଁର ଝି’ ହେଉଛନ୍‌ ରୂପେଲି(୩)। ସେ ଜନମ୍‌ ହେବାର ଦୁଇ ମାସ ଉତାରୁ ରୂପେଲିର...

ମହିଳାଙ୍କୁ ଆୟର ପନ୍ଥା ଯୋଗାଇବା ନାଁରେ ଠକେଇ

କେନ୍ଦୁଝର, ୨ା୭(ଡି.ଏନ୍‌.ଏ.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବନାଯୋଡି ଗ୍ରାମରେ ଏକ ସ୍ବେଚ୍ଛାସେବୀ ସଂସ୍ଥା ଗତବର୍ଷ କାର୍ଯ୍ୟାଳୟ ଖୋଲି ମହିଳାମାନଙ୍କୁ ଛେଳି ଚାଷ ଓ କ୍ଷୁଦ୍ର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *