ଚଳନ୍ତା କାର୍‌ରେ ଯୁବତୀଙ୍କୁ ବଳାତ୍କାର କରି ଫିଙ୍ଗିଦେବା ଘଟଣା: ଗିରଫ ହେଲେ ଅଭିଯୁକ୍ତ, କାର୍‌ ଜବତ

ଖୋର୍ଦ୍ଧା ଅଫିସ,୭।୧୧: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପିଏନ୍‌ କଲେଜ ନିକଟ ଶ୍ମଶାନ ନିକଟରେ ଜଣେ ଯୁବତୀଙ୍କୁ ଚଳନ୍ତା କାର୍‌ରେ ବଳାତ୍କାର କରିବା ପରେ ଦୁର୍ବୃତ୍ତ ଫିଙ୍ଗି ଦେଇ ଚାଲିଯାଇଥିଲେ। ଏହି ଘଟଣାରେ ଗୁରୁବାର ଅଭିଯୁକ୍ତଙ୍କ ସହ ଉକ୍ତ କାର୍‌କୁ ଜବତ କରାଯାଇଛି। ଅଭିଯୁକ୍ତ ହେଲେ ଜଟଣୀ ଥାନା କୁଦିଆରୀ ଗ୍ରାମର ମନୋରଞ୍ଜନ ମହାନ୍ତି। ଏଥିସହ ଖଣ୍ଡଗିରି ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ଲାଗି କୋର୍ଟକୁ ମଧ୍ୟ ନିଆଯାଇଛି। ସେହିଭଳି ଖୋର୍ଦ୍ଧାରେ ମହିଳା କମିଶନ ପହଞ୍ଚି ଏସ୍‌ପିଙ୍କ ସହ ବଳାତ୍କାର ଘଟଣା ସମ୍ପର୍କରେ ଆଲୋଚନା କରିଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ନୟାଗଡ଼ ଜିଲା ଗଣିଆ ଅଞ୍ଚଳର ପୀଡ଼ିତା ଯୁବତୀ ଜଣକ ଖୋର୍ଦ୍ଧାରେ ରୁହନ୍ତି। ବୁଧବାର କୌଣସି କାର୍ଯ୍ୟରେ ସେ ଭୁବନେଶ୍ୱର ଯାଇଥିଲେ। ଅପରାହ୍ନରେ ଖଣ୍ଡଗିରି ଛକରୁ ଏକ କାର୍‌ରେ ଲିଫ୍ଟ ମାଗି ଖୋର୍ଦ୍ଧା ଫେରୁଥିଲେ। ଫେରିବା ସମୟରେ କାର୍‌ରେ ଥିବା ଯୁବକମାନେ ତାଙ୍କୁ ବଳାତ୍କାର କରିବା ସହ ସେ ପିନ୍ଧିଥିବା ପୋଷାକକୁ ଚିରି ଦେଇଥିଲେ। ଯୁବତୀଜଣକ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଖୋର୍ଦ୍ଧା ନିକଟସ୍ଥ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ ଶ୍ମଶାନ ନିକଟରେ କାର୍‌ରୁ ଠେଲିଦେଇ ଚାଲି ଯାଇଥିଲେ। ଯୁବତୀଜଣକ ମୁମୂର୍ଷୁ ଅବସ୍ଥାରେ ପଡ଼ି କାନ୍ଦୁ ଥିବାବେଳେ କିଛି ଲୋକ ଶୁଣି ସେଠାରେ ପହଞ୍ଚିଥିଲେ। କାରଣ ପଚାରିବାରୁ ଯୁବତୀ ଜଣକ ଆଉ ବଞ୍ଚିବାକୁ ଚାହୁଁ ନାହିଁ, ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଛି ବୋଲି କହି ଭୋ ଭୋ କାନ୍ଦିଥିଲେ। ପରେ ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖି ଲୋକମାନେ ସ୍ଥାନୀୟ ପୋଲିସ, ଆମ୍ବୁଲାନ୍ସ ଏବଂ ଦମକଳକୁ ଖବର ଦେଇଥିଲେ। ପରେ ଦମକଳ ବାହିନୀ ସେଠାରେ ପହଞ୍ଚି ପୀଡ଼ିତା ଯୁବତୀଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଥିଲେ। ଖବର ପାଇ ପୀଡ଼ିତାଙ୍କ ମା’ ହସ୍ପିଟାଲରେ ପହଞ୍ଚିବା ପରେ ଯୁବତୀ ଜଣକ ସବୁ କଥା ପୋଲିସ ନିକଟରେ ପ୍ରକାଶ କରିଥିଲେ। ପୀଡ଼ିତାଙ୍କ ବୟାନ ଓ ଅଭିଯୋଗକୁ ଭିତ୍ତି କରି ଖୋର୍ଦ୍ଧା ପୋଲିସ ଘଟଣାର ପରବର୍ତ୍ତୀ ତଦନ୍ତ ପାଇଁ ଏଫଆଇଆରକୁ ଖଣ୍ଡଗିରି ଥାନାକୁ ହସ୍ତାନ୍ତର କରିଥିଲା। ଖଣ୍ଡଗିରି ଆଇଆଇସି ଖୋର୍ଦ୍ଧା ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୀଡ଼ିତା ଖଣ୍ଡଗିରିରୁ ଲିଫ୍ଟ ମାଗି ଆସିବାବେଳେ ଘଟଣା ଘଟିଥିବାରୁ ଅଭିଯୋଗକୁ ସେଠାକୁ ସ୍ଥାନାନ୍ତର କରାଗଲା ବୋଲି ଖୋର୍ଦ୍ଧା ପୋଲିସ କହିଛି। ଭାଜପା ମହିଳା ମୋର୍ଚ୍ଚାର ଖୋର୍ଦ୍ଧା ମଣ୍ଡଳ ସଭାନେତ୍ରୀ ମୀନା ଦାସ ହସ୍ପିଟାଲ ଯାଇ ପୀଡିତାଙ୍କ ସହ ଆଲୋଚନା କରିଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୋଲିସ ତୁରନ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାସ ଦାବି କରିଛନ୍ତି।


All Right Reserved By Dharitri.Com

ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ଅନୁଭୂତି: ଫାର୍ମାସିଷ୍ଟଙ୍କ ସୂଚନାରୁ ଧରାପଡ଼ିଲେ ହତ୍ୟା ଅଭିଯୁକ୍ତ

ରାଜ୍ୟରେ ଅନେକ ଅପରାଧ ଘଟୁଛି। କେତେକ ମାମଲାର ତଦନ୍ତରେ ପୋଲିସ ସଫଳ ହେଉଥିବାବେଳେ ଆଉ କେତେକରେ ବିଫଳ ହେଉଛି। ଜଣେ ଥାନା ଅଧିକାରୀଙ୍କ ଚାକିରି କାଳର...

୧୬ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, କେନ୍ଦୁଝର,...

ଆଧାରକେନ୍ଦ୍ରରେ ତୁମୁଳକାଣ୍ଡ: କର୍ମଚାରୀଙ୍କୁ ମାଡ଼ ମାରି ଯୁବକ ଫେରାର

ବାଲେଶ୍ୱର ଅଫିସ, ୨୫।୧୨-ନୂତନ ଆଧାର କାର୍ଡ କରିବାର ବିଳମ୍ବ ହେବାରୁ ବାଲେଶ୍ୱର ଜିଲାପାଳ ଅଫିସ୍‌ ପରିସର ସରକାରୀ ଗୃହରେ ଓକାକ୍‌ ଦ୍ୱାରା ଅନୁମୋଦିତ ଆଧାରକେନ୍ଦ୍ରରେ ତୁମୁଳକାଣ୍ଡ...

କଳାପଟାରେ ଅଙ୍କ କଷି ନ ପାରିବାରୁ ଛାତ୍ରୀଙ୍କୁ ଦଣ୍ଡ : ଶିକ୍ଷକଙ୍କୁ ନିଲମ୍ବନ କଲେ ବିଇଓ, ଥାନାରେ ମାମଲା

ଔପଦା,୨।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତର ପଣ୍ଡୁଆ ପ୍ରାଥମିକ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ କଳାପଟାରେ ଅଙ୍କ କଷି ନ ପାରିବାରୁ...

ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ କିନ୍ନର

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ସାଧାରଣ ଲୋକଙ୍କ ଭଳି ଏଣିକି କିନ୍ନରମାନେ ମଧ୍ୟ ଉଚ୍ଛେଦରେ ସାମିଲ ହେବା ସହ ହୋଲ୍ଡିଂ ଟ୍ୟାକ୍ସ ଓ ଟ୍ରେଡ଼ ଲାଇସେନ୍ସ ଆଦାୟ କରିବେ। ଏ...

୯ ଖଣି ନିଲାମ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ)- ରାଜ୍ୟର ୯ଟି ଖଣି ନିଲାମୀ ପାଇଁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ୭ ଲୁହାପଥର, ଗୋଟିଏ ମାଙ୍ଗାନିଜ୍‌ ଏବଂ ଗୋଟିଏ ଲୁହା ପଥର...

ଅତିଷ୍ଠ କରୁଛି କଂସାରି ଶାଳ ଶବ୍ଦ

ବ୍ରହ୍ମପୁର ଅଫିସ୍‌,୧୧ା୬-ପୁରୁଣା ବ୍ରହ୍ମପୁର ତଥା କୁଠାରୀ ମନ୍ଦିର ସାହିରେ ଥିବା କଂସାରି ଶାଳଗୁଡ଼ିକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ବହୁ...

ଅଜଣା ଗାଡ଼ି ଧକ୍କାରେ ଡ୍ରାଇଭରଙ୍କ ଜୀବନ ଗଲା

ଯୋଡ଼ା,୨୩।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ସିଆଳିଯୋଡ଼ାଠାରେ ରବିବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ...

Leave a comment

Your email address will not be published. Required fields are marked *