ରାନୀ ପାଲକ

ପର୍ଯ୍ୟଟନ ସହର ପୁରୀର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟରେ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେଉଛି। କିନ୍ତୁ ଯେଉଁଠି ସୁସ୍ବାଦୁ ଖାଦ୍ୟ ସେଇଠି ଗ୍ରାହକଙ୍କ ଭିଡ଼। ଏମିତି ଭିଡ ଜମୁଛି ପୁରୀ ସ୍ବର୍ଗଦ୍ୱାର ନିକଟ ହୋଟେଲ ଅତିଥି ହେରିଟେଜ୍‌ରେ। ଗ୍ରାହକଙ୍କ ଚାହିଦାକୁ ନେଇ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ଏଠାରେ ପ୍ରସ୍ତୁତ କରାଯାଉଛି। ଆଉ ସବୁଠୁ ଚାହିଦା ରହିଛି ନିରାମିଷ ଡିଶ୍‌ ‘ରାନୀ ପାଲକ’ର। ଗୋଟିଏ ପ୍ଲେଟ୍‌ର ଦାମ୍‌ ୧୫୦ ଟଙ୍କା। ଏହାର ପ୍ରସ୍ତୁତି ସମ୍ପର୍କରେ ହୋଟେଲର ମୁଖ୍ୟ ଶେଫ୍‌ ମଙ୍ଗରାଜ ଦାସ ଯାହା କୁହନ୍ତି….

ଆବଶ୍ୟକ ସାମଗ୍ରୀ

ପାଳଙ୍ଗ ଶାଗ: ୨୫୦ ଗ୍ରାମ୍‌
ପିଆଜ: ୭୫ ଗ୍ରାମ୍‌
ଟମାଟୋ: ୫୦ ଗ୍ରାମ୍‌
ଅଦା: ୧୦ ଗ୍ରାମ୍‌
ରସୁଣ: ୨୦ ଗ୍ରାମ୍‌
କଞ୍ଚାଲଙ୍କା: ୫ଟି
ଗୋଟା ଜିରା: ୫ ଗ୍ରାମ୍‌
ତେଲ: ୫୦ ଗ୍ରାମ୍‌
ସୁଇଟ୍‌ କର୍ନ: ୨୫ ଗ୍ରାମ୍‌
ପନିିର: ୨୫ ଗ୍ରାମ୍‌
ଜିରାଗୁଣ୍ଡ: ୫ ଗ୍ରାମ୍‌
ଚିନି: ୫ ଗ୍ରାମ୍‌
ବଟର: ୧୦ ଗ୍ରାମ୍‌
ଅମୁଲ କ୍ରିମ୍‌: ୨୫ ଗ୍ରାମ୍‌

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପାଳଙ୍ଗ ଶାଗକୁ କାଟି ଭଲ ଭାବେ ଧୋଇ ସିଝାଇଦେବେ। ଏହା ଥଣ୍ଡା ହୋଇଗଲା ପରେ ବାଟି ଦିଅନ୍ତୁ। ଅଦା, ରସୁଣ, ଲଙ୍କା ଓ ପିଆଜକୁ କିମା କରି ଅଲଗା ପାତ୍ରରେ ରଖନ୍ତୁ। ଟମାଟୋକୁ ପେଷ୍ଟ କରି ଏକ ପାତ୍ରରେ ରଖିଦିଅନ୍ତୁ। ଏହାପରେ କଡ଼େଇରେ ତେଲ ପକାଇ ଗରମ କରନ୍ତୁ। ଏଥିରେ ଗୋଟା ଜିରା ପକାନ୍ତୁ। ଜିରା ହାଲ୍‌କା ଫୁଟିବା ପରେ ସେଥିରେ କିମା କରିଥିବା ପିଆଜ, ଅଦା, ରସୁଣ ଓ ଲଙ୍କା ପକାଇ ଭଲ ଭାବେ ଭାଜନ୍ତୁ। ସ୍ବାଦ ଅନୁସାରେ ଲୁଣ ଏବଂ ଜିରାଗୁଣ୍ଡ ଓ ଚିନିି ପକାନ୍ତୁ। ପୂର୍ବରୁ ପେଷ୍ଟ୍‌ ହୋଇଥିବା ପାଳଙ୍ଗ ଶାଗକୁ ସେଥିରେ ପକାଇ ମିଶାଇ ଦିଅନ୍ତ। ଭଲ ଭାବେ ମିଶିଯିବା ପରେ କିମା ହୋଇଥିବା ପନିିର ଓ ସୁଇଟ୍‌ କର୍ନ ପକାଇ ସେଥିରେ ହାଲକା ପାଣି ଦିଅନ୍ତୁ। ପରେ କମ୍‌ ଆଞ୍ଚରେ ୫ରୁ ୧୦ ମିନିିଟ୍‌ ଯାଏ ଘୋଡେଇ ରଖନ୍ତୁ। ଏହାପରେ ଘୋଡଣୀ ଖୋଲି ସେଥିରେ ବଟର ଏବଂ କ୍ରିମ୍‌ ପକାନ୍ତୁ। ଏହାକୁ ଏକ ପାତ୍ରରେ ବାହାର କରି ପରଷି ଦିଅନ୍ତୁ। ନାନ୍‌, ରୁଟି କିମ୍ବା ପରଟା ସହିତ ଏହାର ସ୍ବାଦ ନିଅନ୍ତୁ।


All Right Reserved By Dharitri.Com

ହାର୍ଟଆଟାକରୁ ଦୂରେଇ ରହିବା ପାଇଁ ସକାଳେ ଗ୍ଲାସେ ଉଷୁମ ପାଣି ସହିତ ଏଥିରୁ ଖଣ୍ଡେ…

ଅଦା ଅନେକ ଔଷଧୀୟ ଗୁଣରେ ଭରପୁର। ଏହା ନାନା ପ୍ରକାର ରୋଗରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ପ୍ରତିଦିନ ସକାଳେ ଖଣ୍ଡେ ଅଦା...

ଚୋପା ସହ ଚୋବାଇ ଖାଆନ୍ତୁ ଫାଳେ ସେଓ…

ପ୍ରତିଦିନ ଫାଳେ ସେଓକୁ ଚୋପା ସହ ଚୋବାଇ ଖାଇଲେ ଅନେକ ଉପକାର ମିଳିଥାଏ। ସେଓରେ ଭିଟାମିନ୍‌ ଏ, ଭିଟାମିନ୍‌ ସି’, ପୋଟାସିୟମ୍‌, ଫାଇବର ଓ କାର୍ବୋହାଇଡ୍ରେଟ୍‌ସ...

ରକ୍ତହୀନତା ଦୂରକରେ ସଜନା ଶାଗ

ଶରୀରରେ ରକ୍ତର ପରିମାଣ କମ୍‌ ହେଲେ ମନୁଷ୍ୟ ରୋଗାକ୍ରାନ୍ତ ହୋଇପଡେ। ତେବେ ଶରୀରରେ ରକ୍ତ କମିଗଲେ ଔଷଧ ପରିବର୍ତ୍ତେ କିଛି ଘରୋଇ ଉପଚାର କଲେ ଲାଭ...

ପିସିଓଏସ୍‌-ଆଇଭିଏଫ୍‌ ଚିକିତ୍ସା ପ୍ରଣାଳୀ

”ପଲିସାଇଷ୍ଟିକ୍‌ ଓଭାରିଆନ ଡିଜିଜ (ପିସିଓଡି) ଯାହାକି ପଲିସାଇଷ୍ଟିକ ଓଭାରିୟାନ ସିନଡ୍ରୋମ (ପିସିଓଏସ) ଭାବେ ଏହି ରୋଗ ବର୍ତ୍ତମାନ ମହିଳାମାନଙ୍କ ମଧ୍ୟରେ ବିଶେଷ କରି ୪୦ ବର୍ଷ...

ପିମ୍ପୁଡ଼ିିଠୁ ଛୋଟ ରୋବଟ୍‌ ଶରୀର ଭିତରେ ଚିକିତ୍ସା କରିବ

ଓ୍ବାଶିଂଟନ,୨୧।୭: ଚିକିତ୍ସା କ୍ଷେତ୍ରରେ ରୋବଟ୍‌ର ଉପଯୋଗ ବୃଦ୍ଧି ପାଉଥିବାରୁ ଏବେ ବୈଜ୍ଞାନିକମାନେ ନୂଆ ନୂଆ ରୋବଟ ବିକାଶ କରିବାରେ ଲାଗିଛନ୍ତି। ଏବେ ବୈଜ୍ଞାନିକମାନେ ବିକାଶ କରିଥିବା...

ଦିଆସିଲି ଆକାରର ଡିଭାଇସ୍‌ ଦୂର କରିବ ଅଣ୍ଟା ଦରଜ

ଅଧିକାଂଶ ଲୋକଙ୍କଠାରେ ଅଣ୍ଟା ଦରଜ ସମସ୍ୟା ଦେଖାଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଅଷ୍ଟ୍ରେଲିଆର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଦିଆସିଲି ଆକାରର ଏକ ଡିଭାଇସ୍‌ ବାହାର କରିଛନ୍ତି,...

ଜାତୀୟସ୍ତରରେ ପୁଣି ଜଣେ

ପାଶ୍ଚାତ୍ୟ ବେଶଭୂଷାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଏପରି ଅବସ୍ଥାରେ ଫ୍ୟାଶନ ଡିଜାଇନର ନୂଆ ଟ୍ରେଣ୍ଡ ନେଇ ଯୁବ ପିଢି ବେଶ ଉତ୍ସାହିତ। ଏନେଇ...

ଅମ୍ଲଦୋଷ ଦୂର କରେ ମହୁମିଶା ପଇଡ ପାଣି

ଶରୀର ପାଇଁ ପଇଡ ପାଣି ବେଶ୍‌ ଉପକାରୀ। ଏଥିରେ ଭିଟାମିନ୍‌ ସି’ ଏବଂ ଆଣ୍ଟିଇକ୍ସିଡାଣ୍ଟ୍‌ ଥାଏ, ଯାହା ରୋଗପ୍ରତିରୋଧକ କ୍ଷମତାକୁ ମଜଭୁତ୍‌ କରିଥାଏ। ପଇଡ ପାଣିରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *