ଜୀବନ୍ତ ଅବସ୍ଥାରେ ମୃତ୍ୟୁର ଅନୁଭବ ‘ଲିଭିଂ ଫ୍ୟୁନେରାଲ’

ସିଓଲ: ଥରେ ଭାବନ୍ତୁ ତ, ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଅବସ୍ଥାରେ କଫିନରେ ଭର୍ତ୍ତି କରାଯିବ। ମରିବା ପରେ ଯେମିତି ଶେଷକୃତ୍ୟ କରାଯାଏ, ଠିକ୍‌ ସେମିତି ସବୁ ବିଧି ନୀତିନିୟମ ଅନୁଯାୟୀ ହେବ। ଏହି ସ୍ମୃତିକୁ ସାଇତି ରଖିବାକୁ ଫଟୋ ଉଠାଯିବ। କଫିନ୍‌ ଭିତରେ ଥିବା ଲୋକଟି ମୃତ୍ୟୁର ଅନୁଭବ କରିବାର କିଛି ସମୟ ପରେ ପୁଣି ବାହାରକୁ ଆସିବ। ହେଲେ ସେତେବେଳକୁ ବଦଳିଯାଇଥିବ ଜୀବନର ଲକ୍ଷ୍ୟ। ଜୀବନ୍ତ ଅବସ୍ଥାରେ ମରଣ ସହ ପରିଚିତ ହେବା ପରେ ଅବଶିଷ୍ଟ ଜୀବନ ବେଶ୍‌ ସହଜିଆ ହୋଇଯିବ ନା? ଯଦି ଏହାର ଉତ୍ତର ଲୋଡ଼ାଯାଏ ତେବେ ଅଧିକାଂଶ ଲୋକ ନିଶ୍ଚିତ ଭାବେ ହଁ ବୋଲି କହିବେ। ଜୀବନର ବାସ୍ତବତାକୁ ଲୋକଙ୍କୁ ହୃଦ୍‌ବୋଧ କରାଇବାକୁ ଦକ୍ଷିଣ କୋରିଆର ‘ହ୍ବବୋନ ହିଲିଂ’ କମ୍ପାନୀ ଦୀର୍ଘ ୭ବର୍ଷ ହେଲା ଆୟୋଜନ କରିଆସୁଛି ଏଭଳି ନିଆରା ପ୍ରୋଗ୍ରାମ, ଯାହାର ନଁା ହେଉଛି ‘ଲିଭିଂ ଫ୍ୟୁନେରାଲ’। ପାଖାପାଖି ୨୫୦୦୦ ଜଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମୃତ୍ୟୁକୁ ଅତି ନିକଟରୁ ଅନୁଭବ କରିସାରିଥିବା କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ମୃତ୍ୟୁ ଭଳି ଚିରନ୍ତର ସତ୍ୟକୁ ଜୀବନ୍ତ ଅବସ୍ଥାରେ ଅନୁଭବ କରିବାକୁ ହଜାର ହଜାର ଲୋକ ସ୍ବତଃପ୍ରବୃତ୍ତ ଭାବେ ଆସୁଛନ୍ତି। ସେମାନଙ୍କୁ ୧୦ ମିନିଟ ଯାଏ କଫିନ୍‌ ଭିତରେ ରଖାଯାଉଛି। ଅନ୍ତିମ ଇଚ୍ଛା ଅନୁଯାୟୀ ଜୀବନ୍ତ ଅବସ୍ଥାରେ ଶେଷକୃତ୍ୟ ସମ୍ପର୍କିତ ସବୁ ନୀତି କରାଯାଉଛି, ଯାହା ଜଣେ ବ୍ୟକ୍ତିର ମୃତ୍ୟୁ ପରେ ହୋଇଥାଏ। କଫିନ୍‌ ଭିତରେ ମୃତ୍ୟୁର ଅନୁଭୂତି ସାଉଁଟି ସାରିଥିବା ୭୫ ବର୍ଷୀୟ ଚୋ-ଜେ-ହୀ କୁହନ୍ତି, ମୃତ୍ୟୁର ଅନୁଭବ ହେବା ପରେ ହିଁ ଜଣେ ଜୀବନର ବାସ୍ତବତା ଜାଣି
ପାରେ। ୨୮ ବର୍ଷୀୟ ଛାତ୍ର ଚୋଇ-ଜିନ୍‌-କୁ-ୟୁ କୁହନ୍ତି, କଫିନ୍‌ ଭିତରେ ବନ୍ଦ ହୋଇଯିବା ପରେ ଭିନ୍ନ ଅନୁଭବ ହୋଇଥିଲା। ଏହା ପୂର୍ବରୁ ସେ ନିଜକୁ ଅନ୍ୟମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ବୋଲି ଭାବୁଥିଲେ। ହେଲେ କଫିନ୍‌ରୁ ବାହାରିବା କ୍ଷଣି ଏପରି ମନୋଭାବ ବଦଳି ଯାଇଥିଲା। ସେ ଚାକିରିର ଗହଳିରେ ହଜିଯିବା ଅପେକ୍ଷା ନିଜେ ଗୋଟିଏ ଛୋଟ ବ୍ୟବସାୟ କରି ସାଧାରଣ ଜୀବନଯାପନ କଲେ ଅଧିକ ଆତ୍ମସନ୍ତୁଷ୍ଟି ପାଇବେ ବୋଲି କହିଛନ୍ତି। ଦକ୍ଷିଣ କୋରିଆର ଜନସାଧାରଣଙ୍କ ମଧ୍ୟରେ ଆତ୍ମହତ୍ୟାପ୍ରବଣତା ବଢ଼ିବାରେ ଲାଗିଛି। ଦେଶ ଏବେ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି। ଶିକ୍ଷା, ଦାରିଦ୍ର୍ୟ, ବେରୋଜଗାର ଯୁବପିଢ଼ିଙ୍କ ମାନସିକ ଅବସ୍ଥାକୁ ଦୋହଲାଇ ଦେଉଛି। ସେମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଉନାହାନ୍ତି। ହେଲେ ଜୀବନ ଥାଉ ଥାଉ ମୃତ୍ୟୁର ଅନୁଭବ କରିବା ପରେ ସେମାନଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେଉଛି। ସେମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉନ୍ନତ ଜୀବନ ଜିଇଁବାକୁ ଇଚ୍ଛୁକ ହେଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

୧୨ ଘଣ୍ଟାରେ ୩୫୦ ମିଲିୟନ ବୃକ୍ଷରୋପଣ କଲେ ଇଥିଓପିଆବାସୀ

ଜଙ୍ଗଲ ଅବକ୍ଷୟ ଯୋଗୁ ବିଗୁଡୁଛି ପରିବେଶ ସନ୍ତୁଳନ। ଏହାକୁ ଠିକ୍‌ ସମୟରେ ରୋକା ନ ଗଲେ ସମସ୍ତଙ୍କ ଜୀବନ ହୋଇଯିବ ଦୁର୍ବିଷହ। ଏକଥାର ମର୍ମ ଭଲଭାବେ...

ବିଶ୍ୱର ସବୁଠୁ ଉଚ୍ଚରେ ଥିବା ହ୍ରଦ

ଲାମଜୁଙ୍ଗ: ନେପାଳର ମାନାଙ୍ଗ ଜିଲାରେ ଏବେ ନୂତନ ଭାବେ ସନ୍ଧାନ ମିଳିଥିବା କାଜିନ ସାରା ହ୍ରଦ ବିଶ୍ୱର ଉଚ୍ଚତମ ହ୍ରଦ ବୋଲି କୁହାଯାଉଛି। ଏହା ପୂର୍ବରୁ...

ପବନରେ ଝୁଲୁଛି ଏହି ମନ୍ଦିର

ଚାଇନାରେ ଦୀର୍ଘ ୧୫ଶହ ବର୍ଷ ହେବ ଏକ ମନ୍ଦିର ପବନରେ ଝୁଲୁଥିବା କୁହାଯାଏ। ଚାଇନାର ଏହା ଏକମାତ୍ର ମନ୍ଦିର ଯାହା ଦୀର୍ଘ ବର୍ଷ ହେଲା ପବନରେ...

୧୫ ଅଗଷ୍ଟ, ୨୬ ଜାନୁୟାରୀରେ ପତାକା ଉତ୍ତୋଳନରେ କ’ଣ ରହିଛି ପାର୍ଥକ୍ୟ

ସାଧାରଣତଃ ୧୫ ଅଗଷ୍ଟ ଓ ୨୬ ଜାନୁୟାରୀରେ ଭାରତର ଜାତୀୟ ପତାକାକୁ ସାରା ଦେଶରେ ଉତ୍ତୋଳନ କରାଯାଇଥାଏ। ହେଲେ ଏହି ୨ଦିନ ଭିନ୍ନ ଭିନ୍ନ ଭାବେ...

ଇରାନରେ ୧୭ ସିଆଇଏ ଗୁପ୍ତଚରଙ୍କୁ ମୃତ୍ୟୁ ଦଣ୍ଡାଦେଶ

ତେହେରାନ୍‌,୨୨।୭: ଇରାନରେ ଆମେରିକାର ସେଣ୍ଟ୍ରାଲ୍‌ ଇଣ୍ଟେଲିଜେନ୍ସ ଏଜେନ୍ସି(ସିଆଇଏ)ର ୧୭ ଗୁପ୍ତଚରଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ଏନେଇ ଇରାନ ଗଣମାଧ୍ୟମ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ୩...

ଏମିତି ଏକ ମନ୍ଦିର ଯେଉଁଠି ପ୍ରସାଦ ଭାବେ ମିଳେ ନୁଡୁଲ୍ସ

ଭାରତରେ ଅନେକ ମନ୍ଦିର ରହିଛି। ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପ୍ରସାଦ ଭୋଗ ଲାଗି ହୁଏ। ପଶ୍ଚିମବଙ୍ଗର ଟାଙ୍ଗ୍ରାରେ ଏକ କାଳୀମାତା ମନ୍ଦିର ରହିଛି, ଯେଉଁଠି...

୧୩୫ କିଲୋ ଓଜନର ଆଇଏସ୍‌ ଆତଙ୍କବାଦୀ ଗିରଫ: ଟ୍ରକରେ ବୋହି ଜେଲକୁ ଅଣାଗଲା

ମୋସୁଲ୍‌,୧୯।୧: ଇରାକର ମୋସୁଲ୍‌ଠାରୁ ଆଇଏସ୍‌ ଆତଙ୍କବାଦୀଙ୍କୁ ସ୍ଥାନୀୟ ଗିରଫ କରିଛି। ୧୩୫ କିଲୋ ଓଜନ ଥିବା ଶିଫା ଅଲ୍‌ ନିମା ନାମକ ଏହି ଆତଙ୍କବାଦୀଙ୍କୁ ଗିରଫ...

କଣ୍ଠେ ତୁଳସୀ ମୁଖେ ରାମ

ଲୋକକଳାର ଆରମ୍ଭ କାହିଁ କେଉଁ କାଳରୁ । ବିଶେଷକରି ସାଧାରଣ ନିରକ୍ଷରଙ୍କଠାରୁ ଆରମ୍ଭ କରି ଶିକ୍ଷିତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଯେତେବେଳେ ଟିକେ ଅବସର ମିଳେ ସେତେବେଳେ...

Leave a comment

Your email address will not be published. Required fields are marked *