କ୍ୟାପିଟାଲ ହସ୍ପିଟାଲରେ ହେବ ହାର୍ଟ ଅପରେଶନ୍‌

ଭୁବନେଶ୍ୱର, ୭।୧୧(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲରେ ହାର୍ଟ-ସର୍ଜରି ୟୁନିଟ୍‌ ଆରମ୍ଭ ହେବ। ଫଳରେ ଏଠାରେ ହାର୍ଟ ଅପରେଶନ୍‌, ଓପନ ହାର୍ଟ ସର୍ଜରି, କମ୍ପ୍ଲେକ୍ସ ଆଞ୍ଜିଓଗ୍ରାଫି, ଡିଭାଇସ୍‌ କ୍ଲୋଜର, ଇଲେକ୍ଟ୍ରୋ ଫିଜିଓଲୋଜିକାଲ ଷ୍ଟଡି ସମ୍ଭବ ହୋଇପାରିବ। ଏନେଇ କ୍ୟାପିଟାଲ ହସ୍ପିଟାଲ ପରିସରରେ ଆବଶ୍ୟକ ଭିତ୍ତିଭୂମିର ଉନ୍ନତିକରଣ କରାଯିବ। ଏଥି ନିମନ୍ତେ ଆବଶ୍ୟକୀୟ ଗୃହ ଉପଲବ୍ଧ ଥିବାବେଳେ ଅପରେଶନ୍‌ ଥିଏଟର ପାଇଁ ଆନୁଷଙ୍ଗିକ ଚିକିତ୍ସା ସରଞ୍ଜାମ ଓ ଯନ୍ତ୍ରପାତି ଖୁବ୍‌ଶୀଘ୍ର ଯୋଗାଇଦିଆଯିବ। ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ପ୍ରାୟ ୩୦୦୦ରୁ ୩୫୦୦ ରୋଗୀ ବହିର୍ବିଭାଗରେ ଚିକିତ୍ସା ପାଇଁ ଆସୁଥିବାବେଳେ କାର୍ଡିଓଲୋଜି ବହିର୍ବିଭାଗରେ ପ୍ରତିଦିନ ୧୦୦ରୁ ଅଧିକ ରୋଗୀ ପରାମର୍ଶ ପାଇଁ ଆସୁଛନ୍ତି।
ଉଲ୍ଲେଖଯୋଗ୍ୟ, କ୍ୟାପିଟାଲ ହସ୍ପିିଟାଲରେ ହାର୍ଟ-ସର୍ଜରୀ କେନ୍ଦ୍ର ଖୋଲିବା ପାଇଁ ପୂର୍ବରୁ ଶ୍ରୀ ସତ୍ୟସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାୟର ମେଡିକାଲ ସାଇନ୍ସସ, କାର୍ଡିଆକ୍‌ ସାଇନ୍ସେସ୍‌ ବିଭାଗ ଅଧ୍ୟକ୍ଷ ଡା. ପ୍ରଭାତ କୁମାର ଦାସଙ୍କୁ ଏଠାରେ ଯୋଗଦେବା ପାଇଁ ସରକାର ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ଡା. ଦାସ ଭୁବନେଶ୍ୱର ପହଞ୍ଚତ୍ଥିଲେ। ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସଙ୍କ ସହ ଡା. ଦାସ କ୍ୟାପିଟାଲ ହସ୍ପିଟାଲରେ ହାର୍ଟ ଅପରେଶନ୍‌ ପାଇଁ ଚିହ୍ନଟ ସ୍ଥଳ ବୁଲି ସନ୍ତୋଷ ପ୍ରକାଶ କରିଛନ୍ତି। ଖୁବ୍‌ଶୀଘ୍ର ଏଠାରେ ହାର୍ଟ ଅପରେଶନ୍‌ ଆରମ୍ଭ ହେବ ବୋଲି ଡା. ଦାସ ମତ ଦେଇଛନ୍ତି। ଏଥିପ୍ରତି ସରକାରଙ୍କ ଆନ୍ତରିକତା ସହ ସାହାଯ୍ୟ ଓ ସହଯୋଗ ମଧ୍ୟ ରହିଛି। ଖୁବ୍‌ଶୀଘ୍ର ଅପରେଶନ୍‌ ଥିଏଟର ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ଫଳରେ ଏହା କାର୍ଡିଆକ୍‌ ସେଣ୍ଟର ଅଫ୍‌ ଏକ୍ସଲେନ୍ସରେ ପରିଣତ ହୋଇପାରିବ। ଏଠାରେ ଗୋଟିଏ ଅତିରିକ୍ତ କ୍ୟାଥ୍‌ ଲ୍ୟାବ୍‌ ପ୍ରତିଷ୍ଠା କରାଯିବା ଫଳରେ ଅଳ୍ପ ସମୟ ମଧ୍ୟରେ ଜଟିଳ ଆଞ୍ଜିଓପ୍ଲାଷ୍ଟି, ଯେମିତି କି ହାର୍ଟର ହୋଲ୍‌କୁ ବିନା ଅପରେଶନ୍‌ରେ ବନ୍ଦ କରାଯାଇପାରିବ। ଏହା ସହ ହାର୍ଟର ଅନିୟମିତ ସଞ୍ଚାଳନକୁ କରେଣ୍ଟ ଦେଇ ଠିକ୍‌ କରାଯାଇପାରିବା ଓ ଗୁରୁତର ହୃଦ୍‌ରୋଗୀଙ୍କ ପାଇଁ ଓପନ୍‌-ହାର୍ଟ-ସର୍ଜରି ଓ ଶିଶୁମାନଙ୍କ ହାର୍ଟ ସମ୍ବନ୍ଧୀୟ ଅସୁସ୍ଥତାର ମଧ୍ୟ ଚିକିତ୍ସା କରାଯାଇପାରିବ।
ସେହିପରି ଭବିଷ୍ୟତରେ ଆହୁରି ଦକ୍ଷ ହାର୍ଟ ବିଶେଷଜ୍ଞ ଏଠାରେ ଯୋଗଦେବେ ବୋଲି ମନ୍ତ୍ରୀ କହିଛନ୍ତି। ସରକାର ହାର୍ଟକେୟାର କ୍ଷେତ୍ରରେ କ୍ୟାପିଟାଲ ହସ୍ପିଟାଲକୁ ଉତ୍କର୍ଷ କେନ୍ଦ୍ରଭାବେ ପରିଣତ କରିବା ପାଇଁ ସବୁ ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଖୁବ୍‌ଶୀଘ୍ର ଏ ସମ୍ପର୍କରେ ଆଉ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ ବୋଲି ମନ୍ତ୍ରୀ ଦାସ କହିଛନ୍ତି। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଆଶୋକ କୁମାର ପଟ୍ଟନାୟକ ହସ୍ପିଟାଲ ପରିସରରେ ହାର୍ଟ-ଅପରେଶନ୍‌ ପାଇଁ ଗୃହ ନିର୍ମାଣ କାର୍ଯ୍ୟ ସରିଥିବା ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ଅପରେଶନ୍‌ ଥିଏଟରକୁ କାର୍ଯ୍ୟକ୍ଷମ କରାଯିବ। ଏହି ଅବସରରେ ଡା. ଆର୍‌.ଏସ୍‌.ଏନ୍‌ ମୂର୍ତ୍ତି, ଡା. ପି.କେ. ରଥ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

୭ ଦଲାଲ୍‌ଙ୍କୁ ଗିରଫ କଲା ପୋଲିସ

ଅନୁଗୋଳ ଅଫିସ, ୨୫।୨ ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦଲାଲି କରୁଥିବା ଅଭିଯୋଗରେ ୭ଜଣଙ୍କୁ ଅନୁଗୋଳ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।...

ଭୁଶୁଡ଼ିଲା ଅଧ୍ୟକ୍ଷ କାର୍ଯ୍ୟାଳୟର ସିଲିଂ

କଟକ ଅଫିସ,୫।୯: ଜାତୀୟ କବି ବୀର କିଶୋର (ଜେକେବିକେ) ସରକାରୀ କଲେଜର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ସିଲିଂ ଭୁଶୁଡ଼ି ପଡିଛି। ବୁଧବାର କାର୍ଯ୍ୟାଳୟ ଖୋଲାଯିବା ପରେ ଅଧ୍ୟକ୍ଷଙ୍କ...

ଇସ୍କନ ମନ୍ଦିର ନିକଟରେ ବିକଳ ଚିତ୍ର

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଇସ୍କନ ମନ୍ଦିର ସମ୍ମୁଖରେ ଶୁକ୍ରବାର ଜଳବନ୍ଦୀ ପାଇଁ ସବୁଠୁ ବିକଳ ପରିସ୍ଥିତି ସୃଷ୍ଟି କରିଥିଲା। ମନ୍ଦିର ପରିସର, ଜାତୀୟ ରାଜପଥ ଓ ଓଭରବ୍ରିଜ୍‌ରେ...

ଜାତୀୟ ରାଜପଥ ପୋଲ ପଥଚାରୀଙ୍କ ପାଇଁ ପାଲଟିଛି ମରଣଯନ୍ତା

ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଜାତୀୟ ରାଜପଥରେ କେନ୍ଦ୍ର ସରକାର ଟୋଲ ଗେଟ ସ୍ଥାପନ କରି ରାଜପଥ ପାଇଁ ଟୋଲ ଟିକସ ଆଦାୟ କରୁଥିଲାବେଳେ ଏହାର ମରାମତି ପାଇଁ ଆଦୌ...

ବିଧବାଙ୍କୁ ବଳାତ୍କାର

ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜଧାନୀରେ ଜଣେ ବିଧବାଙ୍କୁ ବଳାତ୍କାର। ନୟାପଲ୍ଲୀ ଥାନାଞ୍ଚଳରେ ଘଟିଛି ଏହି ସ୍ପର୍ଶକାତର ଘଟଣା। ଏନେଇ ପୀଡିତା ଜଣକ ଲିଖିତ ଅଭିଯୋଗ କରିବା ପରେ ପୋଲିସ...

୪ ଜିଲାରେ ନିର୍ମାଣ ହେବ ସ୍ପୋଟର୍‌ସ କମ୍ପ୍ଲେକ୍ସ:  ଅଲିମ୍ପିକ୍‌, ହକି ଯୋଗ୍ୟତାପର୍ଯ୍ୟାୟ ଖେଳ ପାଇଁ ୩୧ ଲକ୍ଷ ଟଙ୍କାର ଟିକେଟ ବିକ୍ରି ହୋଇଛି

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ରାଜ୍ୟର ୪ଟି ଜିଲାରେ କ୍ରୀଡ଼ାର ବିକାଶ ପାଇଁ ସ୍ପୋଟର୍‌ସ କମ୍ପ୍ଲେକ୍ସ ନିର୍ମାଣ ହେବ। ଏହି ଜିଲାଗୁଡ଼ିକ ହେଲା ବରଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା ଏବଂ...

ମାନବିକତାର ବାର୍ତ୍ତା ଦେଲେ ଯୁବ ସ୍ବେଚ୍ଛାସେବୀ: କୁଷ୍ଠରୋଗୀଙ୍କ ଘା’ ସଫା କଲେ

ବଲାଙ୍ଗୀର ଅଫିସ, ୨୨ା୭: ବଲାଙ୍ଗୀର ସୁଦପଡାସ୍ଥିତ କୁଷ୍ଠ କଲୋନୀରେ ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ସ୍ବେଚ୍ଛାସେବୀମାନେ ଏକ ମହତ୍‌ ସେବା କାର୍ଯ୍ୟ କରି ସମାଜକୁ ଏକ ଭିନ୍ନ...

ରାଜ୍ୟରେ ତିନିମାସରେ ୯୧୨.୪ମିମି ବର୍ଷା: ସ୍ବାଭାବିକଠାରୁ ୧.୨% କମ

ଭୁବନେଶ୍ୱର, ୧ା୯(ବ୍ୟୁରୋ): ରାଜ୍ୟରେ ନିଅଣ୍ଟିଆ ବର୍ଷା ରହିଛି। ଅଗଷ୍ଟରେ ପ୍ରବଳ ବର୍ଷା ଯୋଗୁ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ଆଉ କିଛି ସ୍ଥାନରେ ବର୍ଷାର...

Leave a comment

Your email address will not be published. Required fields are marked *