ପଳାତକ ଘୋଷିତ ନୀରବ ମୋଦିଙ୍କ ଇମୋସନାଲ୍‌ ଡ୍ରାମା: ଭାରତକୁ ପ୍ରତ୍ୟର୍ପଣ କଲେ କରିବି ଆତ୍ମହତ୍ୟା

ଲଣ୍ଡନ,୭।୧୧: ପଳାତକ ଘୋଷିତ ନୀରବ ମୋଦି ଲଣ୍ଡନରେ କୋର୍ଟରେ ଇମୋସନାଲ୍‌ ଡ୍ରାମା କରିଛନ୍ତି। କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ସେ କହିଛନ୍ତି ଯେ, ଯଦି ମୋତେ ଭାରତକୁ ପ୍ରତ୍ୟର୍ପଣ କରାଯାଏ ତେବେ ମୁଁ ଆତ୍ମହତ୍ୟା କରିବି। ଓ୍ବେଷ୍ଟ ମିନଷ୍ଟର କୋର୍ଟରେ ଜାମିନର ଶୁଣାଣି ସମୟରେ ତାଙ୍କୁ ଜେଲ୍‌ରେ ୩ ଥର ମାଡ଼ ହୋଇଥିବା ସେ ଅଭିଯୋଗ କରିଥିଲେ। ଭାରତରେ ତାଙ୍କ ପ୍ରତି ନିରପେକ୍ଷ ବିଚାର କରାଯିବାର ଆଶା ନ ଥିବା ନୀରବ କହିଛନ୍ତି। ସୂଚନାଯୋଗ୍ୟ, ନୀରବଙ୍କୁ ପିଏନ୍‌ବି ଠକେଇ ମାମଲାରେ ମାର୍ଚ୍ଚ ୧୯ରେ ଗିରଫ କରାଯାଇଥିଲା। ଏବେ ସେ ଲଣ୍ଡନର ଦକ୍ଷିଣ-ପଶ୍ଚିମରେ ଥିବା ଓ୍ବେଣ୍ଡସ୍‌ଓ୍ବର୍ଥ ଜେଲ୍‌ରେ ରହିଛନ୍ତି। ଭାରତ ସରକାରଙ୍କ ଅନୁରୋଧ କ୍ରମେ ପ୍ରତ୍ୟର୍ପଣ ଓ୍ବାରେଣ୍ଟ୍‌ରେ ତାଙ୍କୁ ଗିରଫ କରାଯାଇଥିଲା।


All Right Reserved By Dharitri.Com

ଲକ୍ଷେ ଟପିବ ଆମେରିକା କରୋନା ମୃତ୍ୟୁ ସଂଖ୍ୟା: ଟ୍ରମ୍ପ୍‌

ଓ୍ବାଶିଂଟନ,୪।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଗାମୀ ଦିନରେ କରୋନା ମୃତ୍ୟୁ ସଂଖ୍ୟା ଆମେରିକାରେ ଲକ୍ଷେ...

ପ୍ରଦୂଷଣରୁ ମୁକୁଳୁଛି କାରୋନା ଭାଇରସ ପ୍ରଭାବିତ ଚାଇନା!

ଓ୍ବାଶିଂଟନ,୧।୩: କରୋନା ଭାଇରସରେ ପ୍ରଭାବିତ ହୋଇଥିବା ଚାଇନା ଏବେ ପ୍ରଦୂଷଣରୁ ମୁଳୁଳୁଥିବା ଦେଖାଯାଇଛି। ଏହାକୁ ନେଇ ଆମେରିକା ମହାକାଶ ଏଜେନ୍ସି ନାସା ଏକ ଫଟୋ ଜାରି...

ପାକିସ୍ତାନ ହାତ ଛାଡ଼ିଲା ରୁଷିଆ: ଭାରତ ନେଇଛି ସାମ୍ବିଧାନିକ ନିଷ୍ପତ୍ତି

ମସ୍କୋ, ୧୦।୮: ଭାରତ ଅନୁଚ୍ଛେଦ ୩୭୦ର ଉଚ୍ଛେଦ କରିବା ପରେ ପାକିସ୍ତାନ ଏହାର ବିରୋଧ କରିବା ଜାରି ରଖିଛି। ତେବେ ରୁଷିଆର ମନ୍ତବ୍ୟ ପାକିସ୍ତାନକୁ ଝଟ୍‌କା...

ମ୍ୟାନ୍‌ମାର୍‌ ବିରୋଧରେ ଗଣହତ୍ୟା ଅଭିଯୋଗକୁ ଖଣ୍ଡନ କଲେ ସୁକି

ଦି ହ୍ୟୁଗ୍‌,୧୧।୧୨: ନୋବେଲ ପୁରସ୍କାର ବିଜେତା ଅଙ୍ଗ ସାନ୍‌ ସୁକି ମ୍ୟାନ୍‌ମାର୍‌ ବିରୋଧରେ ହୋଇଥିବା ଗଣହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ନେଦରଲାଣ୍ଡର ଦି ହ୍ୟୁଗ୍‌ ଠାରେ...

ଚାଇନାରୁ ନିଜ ନାଗରିକଙ୍କୁ ଫେରାଇ ଆଣିବନି ପାକିସ୍ତାନ

ଇସ୍‌ଲାମାବାଦ,୧।୨: ଚାଇନାରେ ଏବେ କରୋନା ଭୂତାଣୁ ମହାମାରୀର ରୂପ ନେଇଛି। ଏବେ ଏଠାକୁ କିଛି ଦେଶ ସେମାନଙ୍କ ବିମାନ ସେବା ବନ୍ଦ କରିଦେଇଥିବା ବେଳେ ଆଉ...

ମରାମତି ପରେ ପ୍ରଥମ ଜେଏଫ-୧୭ ଯୁଦ୍ଧ ବିମାନ ପାକିସ୍ତାନକୁ ହସ୍ତାନ୍ତର କଲା ଚାଇନା

ବେଜିଂ,୨୨।୫: ଆବଶ୍ୟକ ମରାମତି ପରେ ଏକ ଇଞ୍ଜିନବିଶିଷ୍ଟ ଜେଏଫ-୧୭ ଯୁଦ୍ଧ ବିମାନକୁ ଚାଇନା ପାକିସ୍ତାନକୁ ହସ୍ତାନ୍ତର କରିଛି। ପ୍ରାୟ ଏକ ଦଶନ୍ଧି ତଳେ ଜେଏଫ-୧୭ ଯୁଦ୍ଧ...

ଜାତିସଂଘରେ ସମ୍ବୋଧନ ଦେବା ପୂର୍ବରୁ ପରାଜୟ ସ୍ବୀକାର କଲେ ଇମ୍ରାନ ଖାନ୍‌

ନ୍ୟୁୟର୍କ,୨୭।୯: ଜାତିସଂଘ ସାଧାରଣ ପରିଷଦରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବା ପୂବରୁ ପରାଜୟ ସ୍ବୀକାର କରିଛନ୍ତି ଇମ୍ରାନ ଖାନ୍‌। ସେ କହିଛନ୍ତି, ମୁଁ ଜାଣିଛି...

ଦୁଃଖୀ ଦେଶ ତୁଳନାରେ ସୁଖୀ ଦେଶରେ ଅଧିକ କରୋନା ସଂକ୍ରମିତ

ଓ୍ବାଶିଂଟନ,୫।୫: କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ପୃଥିବୀର ବିଭିନ୍ନ ରାଷ୍ଟ୍ର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ତେବେ ଦୁନିଆର ଦୁଃଖୀ ଦେଶ ତୁଳନାରେ ସୁଖୀ ଦେଶରେ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *