ଜାତୀୟ ପୁରସ୍କାର ପାଇବେ ଓଡ଼ିଶାର ୮ ହସ୍ତଶିଳ୍ପୀ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ଓଡ଼ିଶାର ହସ୍ତଶିଳ୍ପ ତଥା ଓଡ଼ିଆ କାରିଗରଙ୍କ କଳାକୃତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ସୁନାମ ଅର୍ଜନ କରିଛି। ଇତିମଧ୍ୟରେ ଓଡ଼ିଶାର ମୋଟ ୧୮୦ ହସ୍ତଶିଳ୍ପ କାରିଗର ଜାତୀୟସ୍ତରରେ ପୁରସ୍କୃତ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେମାନଙ୍କ ମଧ୍ୟରୁ ୪ ପଦ୍ମ ପୁରସ୍କାର ଏବଂ ୧୧ ସମ୍ମାନଜନକ ଶିଳ୍ପୀଗୁରୁ ପୁରସ୍କାର ହାସଲ କରିଛନ୍ତି। ଏହି କ୍ରମରେ ୨୦୧୭ ବର୍ଷ ପାଇଁ ଓଡ଼ିଶାର ୮ ହସ୍ତଶିଳ୍ପୀ କାରିଗର ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ୩ ଜାତୀୟ ‘କୃତୀ’ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ତାଳପତ୍ର ଖୋଦେଇ(କୃଷ୍ଣଲୀଳା)’ ପାଇଁ ଶିଳ୍ପୀ ବିରଞ୍ଚତ୍ ନାରାୟଣ ବେହେରା, ପଥର ଖୋଦେଇ(କନ୍ଦର୍ପ ହସ୍ତୀ) ଲାଗି ଶିଳ୍ପୀ ରାକେଶ କୁମାର ମହାରଣା, ନଡ଼ାଶିଳ୍ପ(କନ୍ଦର୍ପ ରଥ) କାରିଗର ପ୍ରଦୀପ କୁମାର ନାୟକ, ପଟ୍ଟଚିତ୍ର(କୃଷ୍ଣଲୀଳା) ପାଇଁ ସବିତା ମହାପାତ୍ର, ଟସର ପେଣ୍ଟିଂ(ଠିଆ ବଢ଼ିଆ) ଲାଗି ଶିଳ୍ପୀ ସ୍ବର୍ଣ୍ଣଲତା ମହାପାତ୍ର ଜାତୀୟ ପୁରସ୍କାର ବିଜୟୀ ହୋଇଛନ୍ତି। ସେହିଭଳି ମୁକୁନ୍ଦ ରଣା, ରଘୁ ରଣା ଏବଂ ଅପରାଜିତା ପରିଡ଼ା ‘କୃତୀ’ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମୃତ୍ତିକା ଶିଳ୍ପରେ ‘ମା’ଦୁର୍ଗା ଭସାଣି’ ପାଇଁ ମୁକୁନ୍ଦ ରଣା ଏବଂ ‘ତୁଳସୀ ଚଉରା’ ପାଇଁ ରଘୁ ରଣା, ପଟ୍ଟଚିତ୍ରରେ ‘କୃଷ୍ଣଲୀଳା’ କଳାକୃତି ନିମନ୍ତେ ଅପରାଜିତା ପରିଡ଼ା ପୁରସ୍କୃତ ହେବେ। ଗୋଟିଏ ବର୍ଷରେ ଓଡ଼ିଶାର ଏତେ ସଂଖ୍ୟକ ହସ୍ତଶିଳ୍ପୀ ଜାତୀୟ ପୁରସ୍କାର ପାଇବା ଏକ ଉଲ୍ଲେଖନୀୟ ସଫଳତା ବୋଲି ବିବେଚନା କରାଯାଉଛି। ତେବେ ଓଡ଼ିଶାରୁ ୨୦୦୯ ବର୍ଷ ପାଇଁ ୬ଜଣ, ୨୦୧୦ ପାଇଁ ୫ଜଣ, ୨୦୧୧ରେ ୫ଜଣ, ୨୦୧୨ରେ ୪ଜଣ, ୨୦୧୩ରେ ୨ଜଣ, ୨୦୧୪ରେ ଜଣେ ଏବଂ ୨୦୧୫ରେ ୪ ଜଣ ହସ୍ତଶିଳ୍ପୀ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ।


All Right Reserved By Dharitri.Com

ଶହେ କିଲୋମିଟର ବେଳାଭୂମିକୁ ସଫା କଲେ ୧୦ହଜାର ସ୍ବେଚ୍ଛାସେବୀ

ପୁରୀ ଅଫିସ,୨୧।୯: ପୁରୀରେ ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ ହୋଇଛି। ଶନିବାର ଜିଲାର ପ୍ରାୟ ଶହେ କିଲୋମିଟର ପର୍ଯ୍ୟନ୍ତ ବେଳାଭୂମିକୁ ଏକାସାଙ୍ଗରେ ୧୦ହଜାର ସ୍ବେଚ୍ଛାସେବୀ...

ବୁଧବାର ବନକଲାଗି, ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ,୨୨ା୧୦: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଶ୍ରଦ୍ଧାଳୁ...

୨୪ ଘଣ୍ଟାରେ ସମଗ୍ର ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ରାଜ୍ୟରେ ପ୍ରବେଶ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲାରେ ଅର୍ଥାତ୍‌ ୨୪ ଘଣ୍ଟା...

ରାଜଧାନୀରେ ବାହୁଡ଼ାଯାତ୍ରା

ଭୁବନେଶ୍ୱର,୧୩।୭(ବ୍ୟୁରୋ): ପୁରୀ ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ଶେଷ ହୋଇଛି ରାଜଧାନୀ ପ୍ରସିଦ୍ଧ ଇସ୍କନ ମନ୍ଦିର ରଥଯାତ୍ରା। ଆନନ୍ଦ ଉଲ୍ଲାସ ମଧ୍ୟରେ ଲକ୍ଷାଧିକ ଭକ୍ତ ଶ୍ରୀଜୀଉଙ୍କୁ ରଥରେ...

ମୋଦିଙ୍କ ଶାସନରେ ଗରିବ ଲାଭାନ୍ବିତ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୫।୯(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଗରିବମାନେ ସର୍ବାଧିକ ଲାଭାନ୍ବିତ ହୋଇଛନ୍ତି। ଭୁବନେଶ୍ୱରଠାରେ ଶନିବାର ମୋଦିଙ୍କ ଜନ୍ମ ସପ୍ତାହ ଅବସରରେ ଭାଜପା ପକ୍ଷରୁ ଆୟୋଜିତ...

ଏପିଡିଙ୍କ ସନ୍ଦେହଜନକ ମୃତ୍ୟୁ: କ୍ୱାର୍ଟର୍ସ କବାଟ ଭାଙ୍ଗି ଉଦ୍ଧାର କରାଗଲା ମୃତଦେହ

ଫୁଲବାଣୀ ଅଫିସ, ୨୧ା୬- କନ୍ଧମାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଏପିଡି) ଧ୍ରୁବ କୁମାର ସିଂ(୩୭)ଙ୍କ ମୃତଦେହ ଶୁକ୍ରବାର ତାଙ୍କ କ୍ୱାର୍ଟର୍ସରୁ...

୧୨ ବର୍ଷରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ୧୪୧୭

ଭୁବନେଶ୍ୱର, ୧୮ା୭: ରାଜଧାନୀ ଭୁବନେଶ୍ୱରରେ ହତ୍ୟା, ବଳାତ୍କାର, ଲୁଟ୍‌, ଠକେଇ, ଜମି ହଡପ, ଅପହରଣ ଭଳି ବଡ଼ ବଡ଼ ଅପରାଧ ପ୍ରାୟ ପ୍ରତିଦିନ ଘଟୁଛି। ଏ...

ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସମ୍ମିଳନୀ: ଚାଷୀ ସୁରକ୍ଷା ଭତ୍ତା ଦାବିରେ ଦେଶବ୍ୟାପୀ ହେବ ଆନ୍ଦୋଳନ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ଦେଶରେ ଜନସଂଖ୍ୟାର ୭୦ଭାଗ ହେଉଛନ୍ତି ଚାଷୀ। ତେଣୁ ଶାସନ ପ୍ରଶାସନ ଚାଷୀମନସ୍କ ହେବାକଥା। କିନ୍ତୁ ୭୦ ବର୍ଷ ପରେ ମଧ୍ୟ ସବୁ ଓଲଟା...

Leave a comment

Your email address will not be published. Required fields are marked *