ରାସ୍ତାକଡ଼ରେ ସନ୍ତାନ ପ୍ରସବ ଘଟଣା; ଏସ୍‌ସିବି ମେଡିକାଲରେ ଭର୍ତ୍ତି ହେଲେ ମହିଳା

କଟକ ଅଫିସ, ୭ା୧୧: ରାସ୍ତା କଡ଼ରେ ସନ୍ତାନ ପ୍ରସବ କରିଥିବା ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଏସ୍‌ସିବି ମେଡ଼ିକାଲ ମାନସିକ ରୋଗ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ଓଡ଼ିଶା ଲିଗାଲ ଆଣ୍ଡ ସୋସିଆଲ୍‌ ଆସୋସିଏଶନ(ଓଲ୍‌ସା) ପକ୍ଷରୁ ସମ୍ପୃକ୍ତ ମହିଳାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଉଛି। ମହିଳାଙ୍କ ଘର କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଧୀନ ଦଶିପୁରରେ ବୋଲି ଜଣାପଡ଼ିଛି। ଏହି ମହିଳାଙ୍କର ୧୨ ବର୍ଷର ଝିଅ ଓ ସ୍ବାମୀ ରହିଥିବାବେଳେ ପାରିବାରିକ ଅଶାନ୍ତି କାରଣରୁ ସେ ପ୍ରାୟ ୨ବର୍ଷ ହେବ ଘରୁ ଚାଲି ଆସିଥିବା ଓଲ୍‌ସା ପକ୍ଷରୁ କୁହାଯାଇଛି। ମହିଳା ଓ ଚୌଦ୍ୱାର ସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ଶିଶୁ କନ୍ୟାଙ୍କ ଯତ୍ନ ଓଲ୍‌ସା ପକ୍ଷରୁ ନିଆଯାଉଛି। ପ୍ରକାଶଥାଉ କି, ଜଗତ୍‌ପୁର ଥାନା ଅଧୀନ ପୀରବଜାର ଅଞ୍ଚଳରେ ସୋମବାର ନବଜାତକ ଶିଶୁକୁ ନେଇ ବୁଲୁଥିବା ଏହି ମହିଳାଙ୍କୁ ଓଲ୍‌ସା ଉଦ୍ଧାର କରିଥିଲା। ପରେ ମହିଳାଙ୍କୁ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ହେବା ପରେ ସମ୍ପୃକ୍ତା ମହିଳା ଝିଅକୁ ନେବା ପାଇଁ ଦୁଇଦିନ ହେବ ଜଗତ୍‌ପୁର ଥାନାକୁ ଯାଉଛନ୍ତି। ତେବେ ସେ ମାନସିକସ୍ତରରେ ସୁସ୍ଥ ନ ଥିବା ଜଣାପଡ଼ିବା ପରେ ବୁଧବାର ଜଗତ୍‌ପୁର ପୋଲିସ ସହାୟତାରେ ଓଲ୍‌ସା ଓ ସିଡବ୍ଲ୍ୟୁସିର କର୍ମକର୍ତ୍ତା ମହିଳାଙ୍କୁ ଆଣି ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।


All Right Reserved By Dharitri.Com

ଉଚ୍ଚଶିକ୍ଷା ବିଭାଗର କଡ଼ା ନିଷ୍ପତ୍ତି:କର୍ମଚାରୀଙ୍କୁ ଜଗିବ ବାୟୋମେଟ୍ରିକ ମେଶିିନ

ଭୁବନେଶ୍ୱର, ୨୫-୯(ବ୍ୟୁରୋ):କାର୍ଯ୍ୟରେ ଠକୁଥିବା କର୍ମଚାରୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ କଡ଼ା ନିଷ୍ପତ୍ତି ନେଇଛି। କର୍ମଚାରୀମାନେ ଆଉ ଅଳ୍ପ ସମୟ କାମ କରି ପଳାଇ ଯାଇପାରିବେ ନାହିଁ।...

ଦୋଳି ପାଇଁ ଗଛ ନାହିଁ

ପୁରୀ ଅଫିସ, ୧୩ା୬: ଗୁରୁବାର ସଜବାଜ ଓ ଶୁକ୍ରବାର ପହିଲି ରଜ। ଓଡ଼ିଶାର ମହାନ ଗଣପର୍ବ ‘ରଜ’କୁ ନେଇ ସବୁଠି ଏବେ ଚଳଚଞ୍ଚଳ। ବର୍ଷକରେ ଥରେ...

ଓଡ଼ିଶା ବିଧାନସଭା ଟ୍ରେଣ୍ଡ୍‌: ବିଜେଡି ୭୫, ଭାଜପା ୨୩, କଂଗ୍ରେସ ୯ଟି ଆସନରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଓଡ଼ିଶା ବିଧାନସଭା ୧୪୬ଟି ବିଧାନସଭା ଆସନ ମଧ୍ୟରୁ ୧୦୮ଟି ଫଳାଫଳ ସାମ୍ନାକୁ ଆସୁଛି। ଏହି ସବୁ ଆସନରେ ଏବେବି ଗଣତି ଚାଲିଥିବା ବେଳେ...

କାଠଯୋଡିରେ ବୁଡି ଘରୋଇ ଇଞ୍ଜିନିୟରିଂ ଛାତ୍ର ନିଖୋଜ

ବାରଙ୍ଗ,୨୬ା୫(ଡି.ଏନ୍‌.ଏ.): କଟକସ୍ଥିତ ନରାଜ ଆନିକଟ ପାଖ କାଠଯୋଡିରେ ବୁଡି ରବିବାର ମଧ୍ୟାହ୍ନରେ ଜଣେ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ନିଖୋଜ ଅଛନ୍ତି। ସେ ହେଉଛନ୍ତି ଝାଡଖଣ୍ଡର...

ପିଆଜ ଜ୍ୱାଳାରେ ଲୋକେ ଛଟପଟ:ଦର ଛୁଇଁଲାଣି ୪୫

ଭୁବନେଶ୍ୱର,୨୦-୯(ବ୍ୟୁରୋ):ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଦର ବୃଦ୍ଧି ଗରିବ, ନିମ୍ନ ମଧ୍ୟବିତ୍ତ ପରିବାର ମୁଣ୍ଡରେ ଚଡ଼କ ପକାଇଛି। ପ୍ରତିଦିନ ଦର ବଢ଼ି ବଢ଼ି ଚାଲଛି । ବଜାରରେ...

ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍‌ ଗୃହୀତ

ଭୁବନେଶ୍ୱର,୧।୮(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା ୧.୪୬ ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲକୁ ବୁଧବାର ବିଧାନସଭାରେ ଅନୁମୋଦନ ଲାଭ କରିଛି।...

୧୪ ଜିଲାରେ କାର୍ଯ୍ୟକାରୀ ହେବ ପେସା ରୁଲ୍‌: ୨୦୬୮ ପଞ୍ଚାୟତ ହାତରୁ ଯିବ କ୍ଷମତା, ସବୁ ଆଦିବାସୀ ଗ୍ରାମରେ ଗଠନ ହେବ ପରିଷଦ

ଭୁବନେଶ୍ୱର,୧୫।୯(ବ୍ୟୁରୋ): ଆଦିବାସୀ ଗ୍ରାମକୁ ମିଳିବ କ୍ଷମତା। ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ବିକାଶ ଗ୍ରାମ ପରିଷଦ(କାଉନ୍‌ସିଲ) ହାତରେ ରହିବ। ସେମାନଙ୍କ ଜୀବନଜୀବିକା, ପରମ୍ପରା ଓ କୌଳିକ ବୃତ୍ତିରେ...

ବମିଖାଲ ଓଭରବ୍ରିଜ୍‌ ତଳେ ଚାଲିଛି ଖୁଲମଖୁଲା ନିଶା କାରବାର: ତାରିଣୀ ମା’ ଡାକିଲେ ମିଳେ ବ୍ରାଉନ ସୁଗାର

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ): ନିଶା କାରବାର ରୋକିବାକୁ ପୋଲିସ ପକ୍ଷରୁ ବିଭିନ୍ନ ଉଦ୍ୟମ ଚଳାଉଥିବାବେଳେ ବେପାରୀମାନେ ମଧ୍ୟ ନୂଆ ନୂଆ ତରିକା ଆପଣାଉଛନ୍ତି। କିଛିଦିନ ବ୍ୟବଧାନ ପରେ ପୁଣି...

Leave a comment

Your email address will not be published. Required fields are marked *