Posted inଜାତୀୟ

୧୯୯୩ ନିର୍ଦ୍ଦେଶର ପୁନର୍ବିଚାର କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭ା୧୧(ଆଇଏଏନ୍‌ଏସ୍‌): ୧୯୯୩ରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ପୀଠ ବିଚାରପତିମାନଙ୍କ ନିଯୁକ୍ତି ଲାଗି କଲେଜିୟମ୍‌ ବ୍ୟବସ୍ଥା ଲାଗୁକରିବାକୁ ରାୟ ଦେଇଥିଲେ। ଉକ୍ତ ନିର୍ଦ୍ଦେଶନାମାର ପୁନର୍ବିଚାର କରିବାକୁ ସର୍ବୋଚ୍ଚ ଅଦାଲତ ବୁଧବାର ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ ଏନ୍‌.ଭି. ରମନ୍ନାଙ୍କୁ ନେଇ ଗଠିତ ୯ ଜଣିଆ ପୀଠ ନ୍ୟାୟିକ ସଂସ୍କାର ଓ ସ୍ବଚ୍ଛତା ଜାତୀୟ ଆଇନଜୀବୀ ପ୍ରଚାର ଅଭିଯାନ (ଏନ୍‌ଏଲ୍‌ସିଜେଆର୍‌ଟି) ପକ୍ଷରୁ ଦାଏର ରିଭ୍ୟୁ ପିଟିଶନକୁ ଖାରଜ କରିଦେଇଛନ୍ତି। ୧୯୯୩ ପୂର୍ବରୁ କେନ୍ଦ୍ର କ୍ୟାବିନେଟର ପରାମର୍ଶକ୍ରମେ ରାଷ୍ଟ୍ରପତି ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିମାନଙ୍କୁ ନିଯୁକ୍ତି ପ୍ରଦାନ କରୁଥିଲେ। ୧୯୯୩ର ରାୟ ପରେ ରାଷ୍ଟ୍ରପତି କଲେଜିୟମ ସୁପାରିସ କରିଥିବା ନାମ ତାଲିକାରୁ ବିଚାରପତି ନିଯୁକ୍ତି ଦେବା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ଏହି ବ୍ୟବସ୍ଥାକୁ ନେଇ ସମାଲୋଚନାର ସ୍ବର ଉଠିବା ପରେ ୨୦୧୫ରେ ପାର୍ଲାମେଣ୍ଟ କଲେଜିୟମ୍‌ ବଦଳରେ ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନ (ଏନ୍‌ଜେଏସି) ଗଠନ ଲାଗି ଆଇନ ପ୍ରଣୟନ କରିଥିଲେ। ତେବେ ଏହି ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଥିଲେ।


All Right Reserved By Dharitri.Com

ଶପଥ ନେଲେ ସୋନିଆ, ମୁଲାୟମ୍‌

ନୂଆଦିଲ୍ଲୀ,୧୯ା୬(ପି.ଟି.): ସପ୍ତଦଶ ଲୋକ ସଭାର ଦ୍ୱିତୀୟ ଦିବସରେ ମଙ୍ଗଳବାର ଆଉ କେତେକ ସଦସ୍ୟ ଶପଥଗ୍ରହଣ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ...

ଗାନ୍ଧୀ ପରିବାର ବିନା କଂଗ୍ରେସର ଭଲ ପ୍ରଦର୍ଶନ

ଚଣ୍ଡିଗଡ଼,୨୪।୧୦: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଛି। ଏମିତିକି ହରିୟାଣାରେ ଭାଜପା ପାଇଁ କଂଗ୍ରେସ ବଡ ସମସ୍ୟା ହୋଇ...

ପାଣିରେ ଭିଜା କିସ୍‌ମିସ୍‌ ଖାଆନ୍ତୁ, ମିଳିବ ଏହିସବୁ ଫାଇଦା

କିସ୍‌ମିସ୍‌ ପାଟିକୁ ଯେତିକି ସ୍ବାଦିଷ୍ଟ ଲାଗିଥାଏ, ଶରୀର ପାଇଁ ମଧ୍ୟ ମଧ୍ୟ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। କିସ୍‌ମିସରେ ଆଇରନ, ପୋଟାସିୟମ, ମ୍ୟାଗ୍ନେସିଅମ ଏବଂ ଫାଇବର...

ବିକ୍ରମ ଲ୍ୟାଣ୍ଡରକୁ ‘ହେଲୋ’ ବାର୍ତ୍ତା ପଠାଇଲା ନାସା

ଓ୍ବାଶିଂଟନ,୧୨।୯: ଭାରତର ଚନ୍ଦ୍ରୟାନ-୨ ମିଶନ ୯୫ ପ୍ରତିଶତ ସଫଳ ହୋଇଛି। ବିକ୍ରମ ଲ୍ୟାଣ୍ଡରକୁ ଇସ୍ରୋ ଚିହ୍ନଟ କରିଥିଲେ ମଧ୍ୟ କୌଣସି ଯୋଗାଯୋଗ ସ୍ଥାପନ ହୋଇପାରୁନି। ସେଥି...

ମୋବାଇଲ ନିଶାରେ ପଡିଥିବା ବ୍ୟକ୍ତିଙ୍କର ଏଠାରେ ହେବ ଚିକିତ୍ସା

ଅମୃତସର,୧୨।୭: ପଞ୍ଜାବ ଅମୃତସରରେ ଏକ ହସ୍ପିଟାଲରେ ମୋବାଇଲ ଡି-ଆଡିକଶନ ସେଣ୍ଟର ଖୋଲିଛି। ମୋବାଇଲ ନିଶାରୁ ମୁକ୍ତ କରିବା ପାଇଁ ଏହି କେନ୍ଦ୍ର ଖୋଲା ଯାଇଛି। ଏହା...

ସାବରିମାଲା ମନ୍ଦିର ପାଇଁ ଆଇନ ପ୍ରଣୟନ କରିବାକୁ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୧୧: ସାବରିମାଲା ଆୟପ୍ପା ମନ୍ଦିରକୁ ନେଇ ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ସାବରିମାଲା ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ଓ ମନ୍ଦିର ପ୍ରଶାସନର ସୁବିଧାକୁ...

୮୨ କୋଟି ଲୋକ ଭୋକିଲା

ଜାତିସଂଘ,୧୬ା୭(ପି.ଟି.): ବିଶ୍ୱରେ ୮୨କୋଟିରୁ ଊର୍ଦ୍ଧ୍ୱ ଲୋକ କ୍ଷୁଧା, ଖାଦ୍ୟାଭାବ ଏବଂ ଅପପୁଷ୍ଟିର ଶିକାର ହୋଇଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୫ରୁ ଖାଦ୍ୟ ଅଭାବ ବୃଦ୍ଧି...

୩୦ ବର୍ଷ ପରେ ୪ ବାୟୁସେନା ଯବାନଙ୍କ ହତ୍ୟା ମାମଲାର ଶୁଣାଣି: ମୁଖ୍ୟ ଅଭିଯୁକ୍ତ ୟାସିନ୍‌ ମାଲିକ୍‌ଙ୍କୁ ଟାଡା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଶ୍ରୀନଗର,୧୧।୯: ବାୟୁସେନା ଯବାନଙ୍କୁ ହତ୍ୟା କରାଯିବା ମାମଲାରେ ଜେକେଏଲଏଫ୍‌ ମୁଖ୍ୟ ତଥା ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମାଲିକ୍‌ଙ୍କୁ ହାଜର ହେବାକୁ ଜମ୍ମୁର ଟାଡା କୋର୍ଟ ପକ୍ଷରୁ...

Leave a comment

Your email address will not be published. Required fields are marked *