ପୋକତୁଙ୍ଗା ଡମସାହିରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା; ଦୂଷିତ କୂଅ ପାଣି ମୁଖ୍ୟ କାରଣ

ବନ୍ତଳା,୭।୧୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପୋକତୁଙ୍ଗା ଡମସାହିରେ ଝାଡାବାନ୍ତି ବ୍ୟାପିବା ଘଟଣାରେ ଜିଲା ମୁଖ୍ୟ ଚିକିତ୍ସାଳୟର ଏକ ପ୍ରତିନିଧି ଦଳ ବୁଧବାର ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ଓ ପୋକତୁଙ୍ଗା ଗ୍ରାମକୁ ଯାଇ ଆକ୍ରାନ୍ତଙ୍କୁ ଭେଟିଛନ୍ତି। ଏଥିସହ ଝାଡାବାନ୍ତି ବ୍ୟାପିବାର କାରଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ସାହି ମଝିରେ ଥିବା ଏକ ଖୋଲା କୂଅର ଦୂଷିତ ପାଣି ଗ୍ରାମବାସୀ ବ୍ୟବହାର କରୁଥିବାରୁ ଏହା ବ୍ୟାପୁଥିବା ଡାକ୍ତରୀ ଟିମ୍‌ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ମଙ୍ଗଳବାର ୨୨ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ବୁଧବାର ଆଉ ୬ ଜଣ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ଛବି ବେହେରା (୬୫), ସ୍ବାଧୀନ ବେହେରା(୧୪), ସୁବ୍ରତ ବେହେରା(୧୬), ସାଇ ବେହେରା(୪), ଶିଖା ବେହେରା(୨), ଭରତ ବେହେରା(୮୦)।
ଗ୍ରାମକୁ ଯାଇଥିବା ସ୍ବାସ୍ଥ୍ୟ ଟିମ୍‌ରେ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ରାକେଶ ସାହୁ, ଏପିଡେମିଓଲୋଜିଷ୍ଟ ଡ. ବିନୋଦ ସାହୁ, ମାଇକ୍ରୋ ବାୟୋଲୋଜିଷ୍ଟ ଡ. ଏସ୍‌. ଏସ୍‌. ତ୍ରିପାଠୀ, ଆଟେଣ୍ଡାଣ୍ଟ ସତ୍ୟରଞ୍ଜନ ଦାଶ, ଜିଲା ସୁପରଭାଇଜର ଋଷି କୁମାର ବେହେରା, ପ୍ରୋଗ୍ରାମ ମ୍ୟାନେଜର ରୋଜାଲିନ ସାହୁ, ପୁରୁଷ ସୁପରଭାଇଜର ସତ୍ୟସୁନ୍ଦର ଦାସ, ଆକାଶ କୁମାର ଦେହୁରୀ, ଏଏନଏମ୍‌ ସଂଯୁକ୍ତା ସାହୁ, ଆଶାକର୍ମୀ ଅସକରା ସାହୁ ପ୍ରମୁଖ ଆକ୍ରାନ୍ତଙ୍କ ଘରକୁ ଯାଇ ଝାଡାବାନ୍ତିର କାରଣ ଅନୁଧ୍ୟାନ କରିଥିଲେ। ସାହି ମଝିରେ ଥିବା ଏକ ଖୋଲା ପାଣି ବ୍ୟବହାର ନ କରିବାକୁ ପ୍ରତିନିଧି ଦଳ ପରାମର୍ଶ ଦେଇଥିଲେ। କୂଅର ଚର୍ତୁଃପାର୍ଶ୍ୱରେ ୫୦ରୁ ଊର୍ଦ୍ଧ୍ୱ ପାଇଖାନା ଓ ୧୦୦ରୁ ଅଧିକ ଆବର୍ଜନା ପାଣି ହାଣ୍ଡି ରହିଛି। ଏଥିସହିତ ଅଧିକାଂଶ ଲୋକେ ପାଇଖାନା ଥାଇ ମଧ୍ୟ ଖୋଲାରେ ଶୌଚ ହେଉଛନ୍ତି। ସେହିପରି ସାହିବାସୀ ପାଣି ସଂଗ୍ରହ ପାଇଁ ବ୍ୟବହୃତ କରୁଥିବା ପାତ୍ର ପରିଷ୍କାର ପରିଚ୍ଛନ୍ନ ରଖୁ ନ ଥିବା ଟିମ୍‌ ଜାଣିବାକୁ ପାଇଥିଲା। ସମସ୍ତ ସାହିବାସୀଙ୍କୁ ଏହି ପ୍ରତିନିଧି ଦଳ ସଚେତନ କରାଇବା ସହିତ ଶୌଚ ପରେ ଓ ଖାଇବା ପୂର୍ବରୁ ହାତକୁ ସାବୁନରେ ଧୋଇବା, ପାଣିରେ ହାଲୋଜେନ ବଟିକା ପକାଇ ବ୍ୟବହାର କରିବା, ତାଜା ଖାଦ୍ୟ ଖାଇବା, କୂଅ ଠାରୁ ବହୁ ଦୂରରେ ଗାଧୋଇବା ଆଦି ବିଷୟରେ ସଚେତନ କରିଥିଲେ। ଏଥିସହିତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଆରଡବ୍ଲ୍ୟୁଏସଏସର ଏକଜ୍ୟୁକୁଟିଭ ଇଞ୍ଜିନିୟରଙ୍କୁ ନଳକୂପର ତୁରନ୍ତ ମରାମତି କରିବା ପାଇଁ ଫୋନ ଯୋଗେ ଜଣାଇଥିଲେ। ଗୁରୁବାର ନଳକୂପ ମରାମତି କରାଯିବ ବୋଲି ଉକ୍ତ ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି। ସେହିପରି ସା ୭ଟାରେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଦଳ ଉକ୍ତ ସାହିକୁ ଆସି ସାହିବାସୀଙ୍କ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିରେ ଡା. ବୀରେନ କୁମାର ସାହୁ, ଫାର୍ମାସିଷ୍ଟ ଛବିନ୍ଦ୍ର କୁମାର ସାମଲ, ସତ୍ୟଜିତ୍‌ ଦେହୁରି, ବରିଷ୍ଠ ସ୍ବାସ୍ଥ୍ୟ ସହାୟକ ଅଶୋକ କୁମାର ତ୍ରିପାଠୀ ସାମିଲ ଥିଲେ।


All Right Reserved By Dharitri.Com

ପୁରୀ ସହରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ: ଦୋକାନ ଭାଙ୍ଗିଲେ, ବ୍ୟବସାୟୀଙ୍କ ହାତ ହାଣିଲେ

ପୁରୀ ଅଫିସ, ୨୫।୮: କିଛିଦିନର ନୀରବତା ପରେ ପୁଣି ପୁରୀ ସହରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଶୁକ୍ରବାର ନରେନ୍ଦ୍ରକୋଣରେ ଜଣେ ଲଜ୍‌ ମାଲିକଙ୍କୁ ଆକ୍ରମଣ...

ବୋଝ ଉପରେ ବୋଝ

ଏକଦା ହାତୀକୁ ନେଇ ଗର୍ବ କରୁଥିଲା ଢେଙ୍କାନାଳ। ହେଲେ ଏବେ ହାତୀ-ମଣିଷ ସଂଘର୍ଷ ପାଇଁ ଜାତୀୟସ୍ତରରେ ନିନ୍ଦିତ ହେଉଛି ଏହି ଜିଲା। ବର୍ଷତମାମ ହାତୀ ଉପଦ୍ରବ...

ଘର ସହ ଜଳିଗଲେ ନବବଧୂ

ଭଦ୍ରକ ଅଫିସ, ୧୨।୨: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ସେରପୁର ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡ ଘଟି ତିନି ବଖରା ସହ...

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାରସ୍ବତ ଆସର: ‘ସାହିତ୍ୟ ସମାଜର ଦର୍ପଣ’

ଢେଙ୍କାନାଳ ଅଫିସ, ୫।୮:  ଭାଷା ଭିତ୍ତିରେ ଗଠନ ହୋଇଥିଲା ଓଡ଼ିଶା ପ୍ରଦେଶ। ଏହାର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଜାତି ଏବଂ ଓଡ଼ିଆ ଭାଷାକୁ ସ୍ବତନ୍ତ୍ର ମର୍ଯ୍ୟାଦା ଦେବା।...

୧୦ ଏକର ଫସଲ ନଷ୍ଟ କଲେ ହାତୀପଲ

ବଇଣ୍ଡା,୨୬ା୯(ଡି.ଏନ.ଏ)-ଆଠମଲ୍ଲିକ ବ୍ଲକ ଜାମ୍ବୁଡୋଲୀ ପଞ୍ଚାୟତ ନଟରା ଗ୍ରାମରେ ବୁଧବାର ହାତୀ ଉପଦ୍ରବ କରିଛନ୍ତି। ଫଳରେ ବ୍ୟାପକ ଫସଲ ନଷ୍ଟ ହେବାସହିତ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ନିକଟସ୍ଥ...

ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ପ୍ରସଙ୍ଗ ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଛତ୍ରପୁର,୨୯।୬(ଡି.ଏନ.ଏ.)-ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଶନିବାର ଥମିଛି। ତ୍ରିପାକ୍ଷିକ ଆଲୋଚନା ବୈଠକ ପରେ ବିସ୍ଥାପିତ ତଥା ଟାଟା ପ୍ରକଳ୍ପରେ ଏହାର ସହଯୋଗୀ ସଂସ୍ଥା ଟିଏସ୍‌ ଆଲଏଜ୍‌ରେ...

ଚାନ୍ଦବାଲି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟବ୍ରତ ମନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ନଗର...

୧ରୁ ଲାଗୁହେବ ଫାଷ୍ଟ ଟ୍ୟାଗ୍‌ ଆଇନ

କେନ୍ଦୁଝର ୨୩।୧୧ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ନୂତନ ଆଇନ ଅନୁଯାୟୀ ପ୍ରତ୍ୟେକ ଗାଡିରେ ଫାଷ୍ଟ ଟ୍ୟାଗ୍‌ (ଚିପସ) ନ ଲଗାଇଲେ ଟୋଲ ଗେଟ୍‌ରେ ଦୁଇଗୁଣ ଜରିମାନା...

Leave a comment

Your email address will not be published. Required fields are marked *