ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ପରିବହନ; ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ

ଅନୁଗୋଳ ଅଫିସ, ୭।୧୧:  ଅନୁଗୋଳ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପଦସଙ୍କୁଳ ଅବସ୍ଥାରେ ଶିକ୍ଷାନୁଷ୍ଠାନଗୁଡିକର ଛାତ୍ରୀଛାତ୍ରଙ୍କୁ ପରିବହନ କରୁଥିବା ଗାଡ଼ି ଧରାଯିବା ସହ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି। ଅନୁଗୋଳ ସହର ଓ ବନ୍ତଳା ଅଞ୍ଚଳରେ ପରିବହନ କାର୍ଯ୍ୟାଳୟ ଅଧିକାରୀ ଚଢ଼ାଉ କରି ୨ଟି କଲେଜ ବସ୍‌, ୨ଟି ଟାଟା ମ୍ୟାଜିକ ଓ ଗୋଟିଏ ଅଟୋକୁ ଧରିଥିଲେ। ଚଢ଼ାଉବେଳେ ବିପଦସଙ୍କୁଳ ଅବସ୍ଥାରେ ପିଲାଙ୍କୁ ପରିବହନ, ଫିଟ୍‌ନେସ ସାର୍ଟିିଫିକେଟ ନ ଥିବା ଗାଡ଼ିଗୁଡିକରୁ ଜରିମାନା ଆଦାୟ କରାଯିବା ସହ ଚାଳକଙ୍କୁ ତାଗିଦ୍‌ କରାଯାଇଥିବା ଏମ୍‌ଭିଆଇ ଚିତ୍ତରଞ୍ଜନ ସେନାପତି ସୂଚନା ଦେଇଛନ୍ତି। ଆଡିସିନାଲ ଆରଟିଓ ବିନୟ ପାଲ ଓ ଅନ୍ୟ କର୍ମଚାରୀମାନେ ଚଢ଼ାଉରେ ସାମିଲ ହୋଇଥିଲେ।


All Right Reserved By Dharitri.Com

ଗାଁ ଦାଣ୍ଡରେ ଶାଶୁଙ୍କୁ ଘୋଷାଡ଼ି ପିଟିଲେ ବୋହୂ

ପରଜଙ୍ଗ, ୯।୮(ଡି.ଏନ.ଏ.)-ଢେଙ୍କାନାଳ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଗେହ୍ଲେଇକାଟେଣୀ ଗ୍ରାମର ଜଣେ ମହିଳା ତାଙ୍କ ବୃଦ୍ଧା ଶାଶୁଙ୍କୁ ଗଁା ଦାଣ୍ଡରେ ଘୋଷାଡ଼ି ନିସ୍ତୁକ ମାଡ଼ ମାରୁଥିବା...

ବିଜେପୁର ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ

ବରଗଡ଼ ଅଫିସ,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ଗୁରୁବାର ପୂର୍ବାହ୍ନ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପଦ୍ମପୁର ଆରଏମ୍‌ସି ପରିସରରେ ଏକ ଗୋଦାମ...

ପେଟ୍ରୋଲ ଟାଙ୍କି କରାଇଦେବା ନାଁରେ ୪୦ ଲକ୍ଷ ଟଙ୍କା ଠକେଇ:ବିହାରରୁ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନ, ୩ା୧୨(ଡି.ଏନ.ଏ) ପେଟ୍ରୋଲ ଟାଙ୍କି କରାଇଦେବା ନାଁରେ ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୩ନଂ ୱାର୍ଡର ଓମ ପ୍ରକାଶ ମିଶ୍ରଙ୍କଠାରୁ ୪୦ ଲକ୍ଷ ୪୫ ହଜାର...

ଅନ୍‌ଲାଇନ ବ୍ୟବସ୍ଥା ଦେଉଛି ଦୁଃଖ

ଝୁମ୍ପୁରା, ୧୦।୯(ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକର ଦୁର୍ଗମ ବଣପାହାଡ଼ ଘେରା ଇଲାକାରେ ଆଜି ବି ଟେଲି ଯୋଗାଯୋଗ ସୁବିଧା ଅପହଞ୍ଚ ହୋଇ ରହିଛି। ଦୁର୍ଗମ ଇଲାକାରେ...

ଛୁଟି ଦିନରେ ଗାଡ଼ି ଯାଞ୍ଚ: ଟ୍ରକ୍‌ ଚଢ଼ିଯିବାରୁ ଆର୍‌ଟିଓ କର୍ମଚାରୀଙ୍କ ମୃତ୍ୟୁ

କେନ୍ଦୁଝର, ୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପୁରୁଣା ସହର ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅର୍ଥାତ୍‌ ଛୁଟି ଦିନରେ ଗାଡ଼ି...

ପୋଲିସ ଇନ୍‌ଫର୍ମର ସନ୍ଦେହ: ଜଣକୁ ହତ୍ୟାକଲେ ମାଓବାଦୀ

ଦାରିଙ୍ଗବାଡି,୩।୧(ଡି.ଏନ.ଏ.)-କନ୍ଧମାଳ ଜିଲା କ.ନୂଆଗାଁ ଥାନା ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ଜଣକୁ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟାର ଶିକାର...

ବାରିପଦାରେ ମଦମୃତ୍ୟୁ : ରାସ୍ତାକଡ଼ରୁ ୨ ମୃତଦେହ ଉଦ୍ଧାର

ବାରିପଦା ଅଫିସ,୫ା୮- ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଓ ସଦର ଥାନା ଅଞ୍ଚଳରେ ମଦ୍ୟପାନ ଯୋଗୁଁ ଗୋଟିଏ ଦିନରେ ୨ ଜଣଙ୍କର ମୃତ୍ୟୁ ଘଟଛି।...

ରେକର୍ଡ ରଚିଲେ ରୀତା

ବରଗଡ଼ ଅଫିସ/ପଦ୍ମପୁର/ଭୁବନେଶ୍ୱର(ବ୍ୟୁରୋ)୨୫-୧୦:ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟଗଣତି ଗୁରୁବାର ସରିବା ପରେ ଫଳାଫଳ ଘୋଷିତ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହେବା...

Leave a comment

Your email address will not be published. Required fields are marked *