ଜିଲାସ୍ତରୀୟ କଳା ଉତ୍ସବ ପ୍ରତିଯୋଗିତା; ଗୋଡ଼ରେ ଚିତ୍ର ଆଙ୍କି ବିରଞ୍ଚି ପ୍ରଥମ

ବ୍ରହ୍ମପୁର ଅଫିସ୍‌,୭ା୧୧-ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟରେ ବୁଧବାର ଗଞ୍ଜାମ ଜିଲାସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚିତ୍ରାଙ୍କନରେ ଛଣମେରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବିରଞ୍ଚି ବାଡ଼ତ୍ୟା ପ୍ରଥମ ଏବଂ ବେଗୁନିଆପଡ଼ା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍ମିତାରାଣୀ ମହାପାତ୍ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିଭଳି କଣ୍ଠସଂଗୀତ ଖଲ୍ଲିିକୋଟ ଓଏଭିର ଶୁଭସ୍ମିତା ସାହୁ ପ୍ରଥମ ଏବଂ ପାକିଡ଼ିଡିଲ୍‌ ଓଏଭିର ଶ୍ରୀମନ୍ତ ସେଠୀ ଦ୍ୱିତୀୟ ସ୍ଥାନ ରହିଥିଲେ। ସେହିଭଳି ବାଦ୍ୟଯନ୍ତ୍ରରେ ଭି.ଭି.ଗିରି ବାଳିକା ଉଚ୍ଚ ବିଦ୍ୟାଳୟର ଶୁଭସ୍ମିତା ପାଢୀ ପ୍ରଥମ ଏବଂ ଦିଗପହଣ୍ଡି ବି.କେ. ହାଇସ୍କୁଲର ଜିତେନ ମହାପାତ୍ର ଦ୍ୱିତୀୟ ହୋଇଛନ୍ତି। ସେହିଭଳି ନୃତ୍ୟରେ କବିସୂର୍ଯ୍ୟନଗର ଏଓଭିର ଯଶସ୍ବିନୀ ମିଶ୍ର ଏବଂ ଭାଟକୁମରଡ଼ା ଏଓଭିର ସୁବ୍ରତ କୁମାର ଗୌଡ଼ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତିଯୋଗୀଙ୍କ ମଧ୍ୟରୁ ବିରଞ୍ଚିଙ୍କ ପ୍ରତିଭା ସମସ୍ତଙ୍କୁ ଚକିତ କରିଥିଲା। ନବମ ଶ୍ରେଣୀ ଛାତ୍ର ବିରଞ୍ଚି ଜନ୍ମରୁ ଭିନ୍ନକ୍ଷମ। ତାଙ୍କ ଉଭୟ ହାତ କାମ କରୁନି। ପିଲାଟି ଦିନରୁ ସେ ଗୋଡ଼ରେ ଖାଇବାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ନିତ୍ୟକର୍ମ କରନ୍ତି। ପାଠପଢ଼ା ଏବଂ ଲେଖା ମଧ୍ୟ ଗୋଡ଼ରେ ହିଁ ହୁଏ। ହେଲେ ପିଲା ଦିନରୁ ଚିତ୍ରାଙ୍କନ ପ୍ରତି ତାଙ୍କର ଦୁର୍ବଳତା ଥିଲା। ପରିବାର ବର୍ଗ ମଧ୍ୟ ତାଙ୍କୁ ଉତ୍ସାହିତ ଏବଂ ପ୍ରୋତ୍ସାହନ ଦେଇଥିଲେ। ଏଣୁ ବିରଞ୍ଚି ଗୋଡ଼ରେ ଚିତ୍ରଆଙ୍କିବା ଆରମ୍ଭ କରିଥିଲେ। ‘ସୁରଭି’ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବିଭିନ୍ନ ବ୍ଲକସ୍ତରୀୟ, ଏପରିକି ଜିଲାସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସେ ସଫଳ ହୋଇଛନ୍ତି। ଚିତ୍ରାଙ୍କନ ପ୍ରତିଯୋଗିତାରେ ଏକମାତ୍ର ଭିନ୍ନକ୍ଷମ ଥିଲେ ବିରଞ୍ଚି। ସମସ୍ତ ସକ୍ଷମଙ୍କୁ ପଛରେ ପକାଇ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏବେ ଜୋନାଲ୍‌ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।
ତାଙ୍କ କଠିନ ପରିଶ୍ରମକୁ ସବୁଆଡ଼ୁ ପ୍ରଶଂସା କରାଯାଉଛି।
ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ପ୍ରଭାତୀ ମହାପାତ୍ର ଉଦ୍‌ଘାଟନ କରିଥିଲେ। ଲୋକକଳାକୁ ଲୋକାଭିମୁଖୀ କରାଇବାକୁ ଏହି ଉତ୍ସବର ପ୍ରୟାସ ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ଡୁରା ନ୍ୟାଶନାଲ୍‌ ହାଇସ୍କୁଲ ପ୍ରଧାନ ଶିକ୍ଷକ ରାମକୃଷ୍ଣ ରାଓ ଯୋଗ ଦେଇଥିଲେ। ପ୍ରାରମ୍ଭରେ ବିଜ୍ଞାନ ନିରୀକ୍ଷକ ପ୍ରନ୍ନଗ ଭୂଷଣ ମାଝି ସ୍ବାଗତ ତଥା ଅତିଥ ପରିଚୟ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା କୁମାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ଛାତ୍ରୀଛାତ୍ର ଦୁଇଜଣ ଲେଖାଏ ଆସନ୍ତା ୧୧ତାରିଖରେ ଖୋର୍ଦ୍ଧାରେ ଜୋନାଲ୍‌ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପ୍ରସନ୍ନ କୁମାର ପାଢୀ, ସୀମାନ୍ତିନି ମିଶ୍ର, ଦେବଶ୍ରୀ ଦାସ, ପି.ଦଣ୍ଡାସୀ, ସ୍ମିତା ସୁରଦର୍ଶିନୀ, ସୁଶୀଲ କୁମାର ତ୍ରିପାଠୀ, ଜୟନ୍ତ ଆଚାର୍ଯ୍ୟ, ସିପ୍ରାରାଣୀ ଜେନା, ଗୀତାଞ୍ଜଳି ପାଣି, ସରସି ଦାସ ଏବଂ ସନ୍ତୋଷ କୁମାର ରାଉତରାୟ ବିଚାରକ ଭାବେ ଯୋଗ ଦେଇଥିଲେ।
ପ୍ରମୋଦ ପଣ୍ଡା, କେଦାରନାଥ ଚୌଧୁରୀ, କେ.ଶରତ କୁମାର, କିଶୋର କୁମାର ଏବଂ ସୁଧାଂଶୁ ଶେଖର ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ।


All Right Reserved By Dharitri.Com

ବାଇକ୍‌ର ପେଣ୍ଠସ୍ଥଳ କୁହୁଡି:ବାଇକ୍‌ ଚୋରି ପାଇଁ ତାଲିମ ଦିଆଯାଉଥିଲା

ଖୋର୍ଦ୍ଧା ଅଫିସ,୪ା୯: ଖୋର୍ଦ୍ଧା ଜିଲାର ଟାଙ୍ଗୀ ଥାନା କୁହୁଡି ଚୋରା ବାଇକ୍‌ର ପେଣ୍ଠସ୍ଥଳ ପାଲଟିଛି। ଏପରି କି ଏଠାରେ ବାଇକ୍‌ ଲୁଟ୍‌ କରିବାକୁ ଯୁବକମାନଙ୍କୁ ତାଲିମ...

ବିଦ୍ୟାଳୟ ଖେଳପଡିଆରେ ପଞ୍ଚାୟତ କାର୍ଯ୍ୟାଳୟର ଗୃହ ନିର୍ମାଣକୁ ବିରୋଧ

ଖଣ୍ଡପଡ଼ା,୧୦ା୧(ସ୍ବ.ପ୍ର.): ଖଣ୍ଡପଡା ବ୍ଲକର ଏକ ବିଦ୍ୟାଳୟ ଖେଳ ପଡିଆରେ ପଞ୍ଚାୟତ କାର୍ଯ୍ୟାଳୟର ଗୃହ ନିର୍ମାଣକୁ ସ୍ଥାନୀୟ ଅଧିବାସୀ ବିରୋଧ କରିଛନ୍ତି। ପ୍ରକାଶ ଯେ, ରାଜ୍ୟରେ ନୂତନ...

ଅଲ୍‌ ଓଡ଼ିଶା ବାର୍‌ ଆସୋସିଏଶନ ବୈଠକ: ଯୋଗଦେଲେ ୯୩ ବାର୍‌ ଆସୋସିଏଶନ କର୍ମକର୍ତ୍ତା

କଟକ ଅଫିସ, ୧୯ା୧୦: ରାଜ୍ୟର ବିଭିନ୍ନ ଅଦାଲତରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ, ହାଇକୋର୍ଟ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲାକୁ ନେଇ ଶୁକ୍ରବାର...

ତଳସରାରେ ପ୍ରଫୁଲ୍ଲ ମାଝି ପଛୁଆ

ତଳସରା,୨୩।୫: ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ତଳସରା ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଡ. ପ୍ରଫୁଲ୍ଲ ମାଝି ପଛୁଆ ରହିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ...

ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ : କୋମ୍ବିଂ ଅପରେଶନ ଜୋରଦାର, ସରକାରୀ ବସ୍‌ ଚଳାଚଳ ବନ୍ଦ

ରାୟଗଡ଼ା ଅଫିସ,୨।୧୨: ମାଓବାଦୀ ସଂଗଠନ ପକ୍ଷରୁ ସୋମବାରଠାରୁ ପିଏଲଜିଏ ସପ୍ତାହ ପାଳନ କରାଯାଉଥିବା ବେଳେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ବିଶେଷକରି ନିୟମଗିରି ଅଞ୍ଚଳରେ ମାଓବାଦୀ...

ବାଙ୍ଗାଲୋରରୁ ଗିରଫ ନାବାଳିକା ଅପହରଣକାରୀ

ତିହିଡ଼ି, ୮।୧(ଡ.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ବିଲଣା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଯୁବକଙ୍କୁ ବୁଧବାର ପୋଲିସ ବାଙ୍ଗାଲୋରରୁ ଗିରଫ କରିଛି। ଏଥିସହ...

ସଂକ୍ରମିତ ଦଳିତଙ୍କ ଏତଲା ରଖୁନି ପୋଲିସ: କାର୍ଯ୍ୟାନୁଷ୍ଠାନ ନେଇ ଡିସିପିଙ୍କ ଦ୍ୱାରସ୍ଥ

ପୁରୁଣା ଭୁବନେଶ୍ୱର, ୧ା୧୨ (ଡି.ଏନ.ଏ.) ଏଚଆଇଭି ସଂକ୍ରମିତଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଓ ସେମାନଙ୍କ ପ୍ରତି ଅବିଚାର ନ ହେବା ନେଇ ଅନେକ ସରକାରୀ...

ବିଛାଖଣ୍ଡି ପଥର ଖାଦାନରେ ମାରାଥନ ଚଢାଉ : ୩ କ୍ରଶର ସିଲ୍‌, ୧୯କୁ ନୋଟିସ

ଧର୍ମଶାଳା/ଜେନାପୁର,୧୨।୮(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ବିଛାଖଣ୍ଡି ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନ ଉପରେ ଧର୍ମଶାଳା ତହସିଲ ପକ୍ଷରୁ ମାରାଥନ ଚଢାଉ...

Leave a comment

Your email address will not be published. Required fields are marked *