ଧରାକୋଟ ବ୍ଲକ ନକଲି ସାର୍ଟିଫିକେଟ୍‌ରେ ନିଯୁକ୍ତି; ଧରାପଡ଼ିଲେ ଆଉ ୩ ଶିକ୍ଷକ

ବ୍ରହ୍ମପୁର ଅଫିସ୍‌,୭ା୧୧-ନିଯୁକ୍ତି ବେଳେ ନକଲି ସାର୍ଟିଫିକେଟ୍‌ ଦେଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ।
ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଆଉ ୩ ଜଣ ଶିକ୍ଷକ ନକଲି ସାର୍ଟିଫିକେଟ୍‌ ଦେଇ ଧରାପଡ଼ିଛନ୍ତି। ବୁଧବାର ଏନେଇ ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେମାନଙ୍କ ନାମ ପ୍ରକାଶ କରାଯାଇନାହିଁ, ପରିଚୟ ଲୁଚାଇ ରଖାଯାଇଛି । ଧରା ପଡ଼ିଥିବା ସମସ୍ତ ୩ଜଣ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଧରାକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ଧରାକୋଟ ବ୍ଲକର ଜଣେ ଶିକ୍ଷୟିତ୍ରୀ ଏବଂ ଅନ୍ୟ ୩ ଶିକ୍ଷକ ନକଲି ସାର୍ଟିଫିକେଟ୍‌ ଦେଇ ଧରାପଡ଼ିଛନ୍ତି। ସେମାନଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ଫଳରେ ବ୍ଲକରେ ନକଲି ସାର୍ଟିଫିକେଟ୍‌ ଦେଇଥିବା ଶିକ୍ଷକଙ୍କ ସଂଖ୍ୟା ୭ରେ ପହଞ୍ଚିଛି ।


All Right Reserved By Dharitri.Com

ଦୁର୍ଦ୍ଦାନ୍ତ ଅପରାଧୀ ଟିଟୁଙ୍କ ସହଯୋଗୀ କୁଶଲ ଗିରଫ

ବଡବିଲ, ୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ବୁଧବାର ଦୁର୍ଦ୍ଦାନ୍ତ ଅପରାଧୀ ଟିଟୁ ଓରଫ୍‌ ସୁନୀଲ ପାତ୍ରଙ୍କ ସହଯୋଗୀ କୁଶଲ ଓରଫ ବାବୁ କେନ୍ଥ୍‌୍‌କୁ...

୨୧ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି

ପୁରୁଷୋତ୍ତମପୁର,୧୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୨୧ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ ଶିକ୍ଷକ ଭାବରେ ମାନ୍ୟତା ମିଳିଛି। ଏହି...

ଡାକ୍ତର ଅନୁପସ୍ଥିତି ନେଇ ଗ୍ରାମବାସୀଙ୍କ ଧାରଣା

ସଜନାଗଡ଼, ୧୨।୧୦(ଡି.ଏନ.ଏ.)-ନୀଳଗିରି ବ୍ଲକ ବରହମ୍‌ପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ପୂର୍ବାହ୍ନରେ କୌଣସି ଡାକ୍ତର ନ ଥିବାରୁ ରୋଗୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଥିଲା। ଏହାର ପ୍ରତିବାଦ କରି...

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ‘ଫନୀ’ କ୍ଷତିଗ୍ରସ୍ତ ପରିବାର: ଭାଜପା ପ୍ରତିନିଧି ଦଳର ଆଲୋଚନା

ପୁରୀ ଅଫିସ,୪।୧୧: ମେ’ ୩ରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ରେ ପୁରୀ ଜିଲା ବ୍ୟାପକ କ୍ଷତିଗ୍ରସ୍ଥ ହୋଇଥିଲା। ତେବେ ଏହା ଭିତରେ ବାତ୍ୟାକୁ ୬ ମାସ...

ସୁପ୍ରିମ୍‌କୋର୍ଟ ବିଚାରପତିଙ୍କୁ ଶ୍ରୀମନ୍ଦିରରେ ଦୁର୍ବ୍ୟବହାର

ପୁରୀ ଅଫିସ, ୨୦ା୧୦: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ସେବାୟତ, କର୍ମଚାରୀ, ଜେଟିପି(ଜଗନ୍ନାଥ ଟେମ୍ପୁଲ ପୋଲିସ)ଙ୍କୁ ବାରମ୍ବାର ଶୃଙ୍ଖଳାର ଜ୍ଞାନ ପଢ଼ାଉଛି...

ମୃତକଙ୍କ ନାଁରେ ଉଠାଯାଉଛି ଭତ୍ତା

ତିହିଡ଼ି, ୧୪।୯ (ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଏପରିକି ମୃତକଙ୍କ ନଁାରେ ୨ ବର୍ଷ...

ଚିଲିକାରେ ପହଞ୍ଚିଲେ ବିଦେଶୀ ପକ୍ଷୀ

ବାଲୁଗାଁ,୨୭।୧୦(ଡି.ଏନ.ଏ.)-ଶୀତର ପହିଲି ସ୍ପର୍ଶ ସାଙ୍ଗକୁ ନୀଳାମ୍ବୁ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି । ଶନିବାର ସୁଦ୍ଧା ଚିଲିକା ମଧ୍ୟସ୍ଥ ପକ୍ଷୀ...

ମାନେଶ୍ୱର ରାବଣ ପୋଡ଼ି: ରାମଙ୍କ ବଦଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ; ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ସମ୍ବଲପୁର,୯।୧୦ (ବ୍ୟୁରୋ): ସମ୍ବଲପୁର ସହର ଉପକଣ୍ଠ ସାର୍ବଜନୀନ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ରାବଣ ପୋଡି ପାଇଁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ସରିଥିଲା...

Leave a comment

Your email address will not be published. Required fields are marked *