ଭିତ୍ତିଭୂମି ବଦଳିବା ସତ୍ତ୍ୱେ ଆସିନି ସୁଧାର

ବାଲେଶ୍ୱର ଅଫିସ,୭।୧୧- ବିଧାନସଭାର ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍‌ ଅଶ୍ୱିନୀ ପାତ୍ରଙ୍କ ତତ୍ତ୍ୱାବଧାନରେ ୧୨ ଜଣିଆ ଟିମ୍‌ ବୁଧବାର ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସେମାନେ ଚିକିତ୍ସାଳୟର ଭିତ୍ତିଭୂମି ତଦାରଖ କରିବା ସହ ପ୍ରସୂତି ଓ ଶିଶୁ ବିଭାଗ ପରିଦର୍ଶନ କରି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହିତ କିଭଳି ସ୍ବାସ୍ଥ୍ୟସେବା ମିଳୁଛି, ସେ ନେଇ ପଚାରି ବୁଝିଥିଲେ। ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ କମିଟିର ସଦସ୍ୟମାନେ ଆଲୋଚନା କଲାବେଳେ ଡାକ୍ତରଖାନାର ଭିତ୍ତିଭୂମି ବଦଳୁଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସା ସେବା ମିଳୁ ନ ଥିବା ଅଭିଯୋଗ କରିଥିଲେ। ଏ ପରି କି ଜିଲା ହସ୍‌ପିଟାଲ ଓ ମେଡ଼ିକାଲ କଲେଜ କର୍ତ୍ତୃପକ୍ଷ ପରସ୍ପରକୁ ଦୋଷ ଦେଇ ନୀରବରେ ବସି ରହୁଥିବା ଅଭିଯୋଗ ହୋଇଥିଲା।
କମିଟିିର ସଦସ୍ୟମାନେ ଆସି ଅପରାହ୍ନ ସାଢ଼େ ୩ଟା ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ଉକ୍ତ କମିଟିରେ ସଦର ବିଧାୟକ ମଦନ ମୋହନ ଦତ୍ତ, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ୍‌, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଝାରସୁଗୁଡ଼ା ବିଧାୟକ କୁସୁମ ଟେଟେ, ସାରସକଣା ବିଧାୟକ ଡ. ବୁଧାନ ମୁର୍ମୁ, ଚମ୍ପୁଆ ବିଧାୟକ ମୀନାକ୍ଷୀ ମହନ୍ତ, ସ୍ବାସ୍ଥ୍ୟ ବିଭାଗ ସେକ୍ରେଟାରୀ ହରପ୍ରସାଦ ପଟ୍ଟନାୟକ, ନର୍ସିଂ ନିର୍ଦ୍ଦେଶକ ଡା. ସୁନୀଲ କୁମାର, ଡିଏସ୍‌ଏସ୍‌ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ମେଡିକାଲ କଲେଜ ଡିନ୍‌ ଡା. ପ୍ରତାପ ରଥ, ସୁପରିଣ୍ଟେଣ୍ଡେଣ୍ଟ ଡା. ସୁଧୀର କୁମାର ଘୋଷ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବାନାର୍ଜୀ ପ୍ରସାଦ ଛୋଟରାୟ ପ୍ରମୁଖ ରହିଥିଲେ। ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସମୟରେ ବିଭିନ୍ନ ବିଭାଗର ଦାୟିତ୍ୱରେ ଥିବା ଡାକ୍ତରମାନେ ଉପସ୍ଥିତ ଥିଲେ।
ସ୍ବାସ୍ଥ୍ୟ ସମସ୍ୟାର ପ୍ରତିକାର ଲାଗି ନୂତନ ବିଲ୍ଡିଂ ନିର୍ମାଣ ଭଳି ଭିତ୍ତିଭୂମିରେ ପରିବର୍ତ୍ତନ ଅଣାଯାଇ ବିଭିନ୍ନ ବିଭାଗ ଖୋଲାଯାଇ ଡାକ୍ତର, ନର୍ସ ଓ କର୍ମଚାରୀ ନିଯୁକ୍ତି ଦିଆଯାଇଛି। ଜିଲା ଚିକିତ୍ସାଳୟ ବାଲେଶ୍ୱର ସରକାରୀ ମେଡିିକାଲ କଲେଜ ହସ୍‌ପିଟାଲ ଭାବେ କାର୍ଯ୍ୟକାରୀ ହେବା ପରେ ଅନେକ କିଛି ପରିବର୍ତ୍ତନ ଆସିବ ବୋଲି ଲୋକେ ଆଶା ରଖିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟକୁ ପୂର୍ବରୁ ୪ଶହରୁ ୫ଶହ ରୋଗୀ ଦୈନିକ ଆସୁଥିବାବେଳେ ଏବେ ୨୭ଶହରୁ ୩ହଜାର ରୋଗୀ ଆସୁଛନ୍ତି। ବିଶେଷଜ୍ଞ ଓ ପ୍ରଫେସରମାନଙ୍କ ଉପସ୍ଥିତି ସାଙ୍ଗକୁ ଏମ୍‌ଆର୍‌ଆଇ, ଡାୟାଲିସିସ୍‌, ସିଟିସ୍କାନ୍‌, ଅଲ୍‌ଟ୍ରାସାଉଣ୍ଡ, ହାଇ ଆଣ୍ଡ ଲ୍ୟାବ୍‌ ଭଳି ବହୁମୂଲ୍ୟ ସେବା ମାଗଣାରେ ଉପଲବ୍ଧ ହେଉଛି। କିନ୍ତୁ ହସ୍‌ପିଟାଲ ଓ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଅଧିକାଂଶ ପ୍ରଫେସର ଓ ବିଶେଷଜ୍ଞ ଡାକ୍ତର ରୋଗୀ ଦେଖିବାକୁ ଆସୁ ନ ଥିବା କମିଟିର ସଦସ୍ୟଙ୍କ ସହ ଆଲୋଚନା ବେଳେ ରୋଗୀମାନେ ଅଭିଯୋଗ କରିଥିଲେ। ବାୟୋମେଟ୍ରିକ୍‌ ବ୍ୟବସ୍ଥା ହୋଇ ନ ଥିବାରୁ ଡାକ୍ତର ଓ ନର୍ସମାନେ କେତେବେଳେ ଡ୍ୟୁଟିରେ ଆସୁଛନ୍ତି ଓ ଯାଉଛନ୍ତି ତାହା ଜଣାପଡୁ ନ ଥିବା ଏବଂ ଗରିବ ସାଧାରଣ ଲୋକେ ଦୂରଦୂରାନ୍ତରୁ ଜିଲା ହସ୍‌ପିଟାଲକୁ ଆସି ହଇରାଣ ହେଉଥିବା ଅଭିଯୋଗ ହୋଇଥିଲା। ଏହି ଅବସରରେ ଡାକ୍ତର ଅଭାବ ସମସ୍ୟା ଉଠିଥିଲା। ହସ୍‌ପିଟାଲ ପରିସରରେ ଗାଡ଼ି ପାର୍କିଂ, ସିସି କ୍ୟାମେରା, ପାନୀୟଜଳ ଓ ଶୌଚାଳୟ ବ୍ୟବସ୍ଥା କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିବା ଏବଂ ବିଶ୍ରାମ ସ୍ଥଳ ଭଳି ଆନୁଷଙ୍ଗିିକ ସୁବିଧା ଅଭାବରୁ ରୋଗୀଙ୍କ ସହ ଆସୁଥିବା ସମ୍ପର୍କୀୟମାନେ ହଇରାଣ ହେଉଥିବା ଦର୍ଶାଯାଇଥିଲା। ସେହିପରି ଗ୍ରାମାଞ୍ଚଳରେ ଚିକିତ୍ସା ସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଥିବା ଷ୍ଟାଣ୍ଡିଂ କମିଟି ଆଗରେ ରୋଗୀ ଓ ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ।


All Right Reserved By Dharitri.Com

ପାହାଡ଼ରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ପାଲଲହଡ଼ା, ୧୦ା୧୧(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଆଲୁରି ପଞ୍ଚାୟତ ବୁରୁବୁରା ଗ୍ରାମର କୁଲାଡେରା ଜଙ୍ଗଲ ନିକଟ ପାହାଡ଼ ଉପରୁ ଶନିବାର ଜଣେ ମହିଳାଙ୍କ...

ମଧ୍ୟାହ୍ନ ଭୋଜନ ଖାଇ ୨୨ ଛାତ୍ରୀଛାତ୍ର ଅସୁସ୍ଥ

ସମ୍ବଲପୁର/କୁଚିଣ୍ଡା,୧୬।୯ (ବ୍ୟୁରୋ/ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ବ୍ଲକ ଜରାବଗା ଗ୍ରାମ ପଞ୍ଚାୟତ ଚାଲଟିକ୍ରା ପ୍ରାଥମିକ ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ୨୨ ଜଣ...

ଘେରିବନ୍ଧ କାଟିଦେଲା ତୈଳ ବିଶୋଧନାଗାର : ଧାନକ୍ଷେତରେ ଲହଡ଼ି ମାରୁଛି ପାଣି

ବାଲିକୁଦା,୧୯ା୮(ସ୍ବ.ପ୍ର.): ବାଲିକୁଦା ବ୍ଲକ ତଣ୍ଡିକୁଳ ପଞ୍ଚାୟତରେ ଏବେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଖରାଦିନେ ପାରାଦୀପ ତୈଳ ବିଶୋଧନାଗାର ପାଇପ ଲାଇନ କାମ...

ସୂର୍ଯ୍ୟନାରାୟଣଙ୍କ ରଥଯାତ୍ରା ପାଇଁ ଦଶପଲ୍ଲାରୁ ଗଲା କାଠ

ନୟାଗଡ଼ ଅଫିସ,୨୩ା୯-କୋଣାର୍କ ସୂର୍ଯ୍ୟ ମନ୍ଦିରରେ ହେବାକୁ ଥିବା ସୂର୍ଯ୍ୟନାରାୟଣ ରଥଯାତ୍ରା ପାଇଁ ରବିବାର ଦଶପଲ୍ଲା ବନ ନିଗମରୁ କାଠ ପଠାଯାଇଛି। ସୌର ବାହ୍ମଣ ପରିଷଦ ଓଡ଼ିଶା...

ବଣ୍ଡାଘାଟିରେ ଜଳକଷ୍ଟ: ବର୍ଷାଦିନେ ବି ଚୁଆପାଣି ଭରସା

ଗୋବିନ୍ଦପାଲି,୨୨ା୭(ଡି.ଏନ.ଏ.)- ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଣ୍ଡାଘାଟି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି। ବର୍ଷାଦିନେ ମଧ୍ୟ ଲୋକେ ଚୁଆପାଣି ଉପରେ ନିର୍ଭର କରୁଛନ୍ତି।...

ଖୁଣ୍ଟ ଅଛି ଜଳୁନି ଲାଇଟ୍‌

କେନ୍ଦୁଝର, ୨୮ା୪(ସ୍ବ.ପ୍ର.)-କେନ୍ଦୁଝର ସହରାଞ୍ଚଳରେ ବିଦ୍ୟୁତ ଯୋଗାଣରେ ବ୍ୟାପକ ହେରଫେର ହୋଇଥିବା ନେଇ ଅଭିଯୋଗ ହେଉଛି। କେଉଁଠି ନିମ୍ନମାନର ବିଦ୍ୟୁତ୍‌ ଖୁଣ୍ଟ ଓ ଲାଇଟ୍‌ ବ୍ୟବହାର ହୋଇଥିବାରୁ...

ଅସୁସ୍ଥ କୃଷ୍ଣସାର ଉଦ୍ଧାର

ଦିଗପହଣ୍ଡି,୧୧ା୧୧(ଡି.ଏନ.ଏ.): ଦିଗପହଣ୍ଡି ବନ ବିଭାଗ କର୍ମଚାରୀମାନେ ରବିବାର ଅସୁସ୍ଥ ଅବସ୍ଥାରେ ଏକ ମାଈ କୃଷ୍ଣସାରକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟରେ ରଖିଛନ୍ତି। ସୋମବାର ତାକୁ...

ସ୍ବାଧୀନତା ଦିବସ ଅବସରରେ ଚାରାରୋପଣ

ସେମିଳିଗୁଡା, ୧୫।୮(ସ୍ବ.ପ୍ର.)- ସେମିଳିଗୁଡ଼ାସ୍ଥିତ ସାଉଥ୍‌-କୋ କାର୍ଯ୍ୟାଳୟରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ପ୍ରଥମେ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା। ପରେ ଏହି ଅବସରରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *