ଶିକ୍ଷୟିତ୍ରୀଙ୍କୁ ଯୌନ ନିର୍ଯାତନା: ଏସଡିପିଓ ତଦନ୍ତ କରି ଫେରିଲେ

ବାଲିଆପାଳ,୭।୧୧(ସ୍ବ.ପ୍ର./ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାଠିଆଠାରେ ଥିବା ଏକ ହାଇସ୍କୁଲର ଜନୈକା ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଦେବା ଘଟଣା ପଦାକୁ ଆସିଛି। ଏ ନେଇ ବାଲିଆପାଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା (ନଂ. ୧୭୨/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବୁଧବାର ଅପରାହ୍ନରେ ବସ୍ତା ଏସ୍‌ଡ଼ିପିଓ ରଞ୍ଜିତ ପୃଷ୍ଟି ଉକ୍ତ ବିଦ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି। ସେ ଅଭିଯୋଗକାରୀ ଶିକ୍ଷୟିତ୍ରୀଙ୍କ ସମେତ ଅଭିଯୁକ୍ତ ପ୍ରଧାନ ଶିକ୍ଷକ, ସ୍କୁଲ ପରିଚାଳନା କମିଟିି ଓ ଗ୍ରାମବାସୀଙ୍କ ବୟାନ ରେର୍କଡ କରି ଫେରିଛନ୍ତି। ଏଥିପୂର୍ବରୁ ବାଲିଆପାଳ ଥାନା ପୋଲିସ ଏହି ଘଟଣାର ତଦନ୍ତରେ ଶିଥିଳତା ପ୍ରକାଶ କରୁଥିବା ଦର୍ଶାଇ ସମ୍ପୃକ୍ତ ଶିକ୍ଷୟିତ୍ରୀ ଗଣମାଧ୍ୟମ ସାମ୍ନାକୁ ଆସି ସମସ୍ତ ଘଟଣା ବୟାନ କରିବା ପରେ ଏହା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ଶିକ୍ଷୟିତ୍ରୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରିବା ସହିତ ଅଫିସ୍‌ ଭିତରେ ଏକୁଟିଆ ଦେଖି ଯୌନ ନିର୍ଯାତନା ଦେଉଥିଲେ। ଏ ସମ୍ପର୍କରେ ସେ ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତାଙ୍କୁ ଜଣାଇଥିଲେ। କମିଟିରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଅନ୍ୟପକ୍ଷେ ପ୍ରଧାନଶିକ୍ଷକଙ୍କ କେତେକ ସମର୍ଥକ ଶିକ୍ଷକ ନିର୍ଯାତନା ଦେବା ଘଟଣା ବାହାରେ ପ୍ରଘଟ କଲେ ପରିସ୍ଥିତି ଭୟାବହ ହେବ ବୋଲି ଧମକଚମକ ଦେଇଥିଲେ। ଏଥିରେ ଅତିଷ୍ଠ ହୋଇ ସେ ବାଲିଆପାଳ ଥାନାରେ ଏ ନେଇ ଗତ ମାସ ୨୦ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ ତଦନ୍ତ ନ କରି ନୀରବ ରହିବାରୁ ସେ ଶେଷରେ ଗଣମାଧ୍ୟମ ସାମ୍ନାକୁ ଆସିବାକୁ ବାଧ୍ୟ ହୋଇଥିବା କହିଥିଲେ। ଅନ୍ୟପକ୍ଷେ ପୋଲିସ ତଦନ୍ତରେ ଶିଥିଳତା ନେଇ ସେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମହିଳା କମିଶନ, ରାଜ୍ୟ ମାନବାଧିକାର କମିଶନ, ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କ ନିକଟକୁ ଅଭିଯୋଗ ପଠାଇଛନ୍ତି। ଉଲ୍ଲେଖନୀୟ ଯେ, ଶିକ୍ଷୟତ୍ରୀଙ୍କ ଅଭିଯୋଗ ଗଣମାଧ୍ୟମରେ ପ୍ରଚାର ହେବା ପରେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ତୁରନ୍ତ ଏହାର ତଦନ୍ତ କରି ବୁଧବାର ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ବାଲିଆପାଳ ବିଇଓ ନାରାୟଣ ଦାସ, ନିଶାମଣି ଗାର୍ଲସ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରେବତୀ ଦାସ ଅପରାହ୍ନରେ ସେଠାକୁ ଯାଇ ମିଳିତ ତଦନ୍ତ କରି ଗଣଶିକ୍ଷାମନ୍ତ୍ରୀଙ୍କ ନିକଟକୁ ରିପୋର୍ଟ ପଠାଇଥିବା ଜଣାପଡିଛି। ଅପରପକ୍ଷେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ତାଙ୍କ ବିରୋଧରେ ଶିକ୍ଷୟିତ୍ରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସହିତ ସେ ଏଭଳି କିଛି କାର୍ଯ୍ୟ କରି ନାହାନ୍ତି ବୋଲି କହିଛନ୍ତି।


All Right Reserved By Dharitri.Com

ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ୧୦୦ବର୍ଷ ପୂର୍ତ୍ତି , ଏବିଭିପିର ତ୍ରିରଙ୍ଗା ଯାତ୍ରା

କେନ୍ଦୁଝର୧୫।୮(ସ୍ବ.ପ୍ର.): କେନ୍ଦୁଝର ଏବିଭିପି ଶାଖା ପକ୍ଷରୁ ଗୁରୁବାର ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ୧୦୦ବର୍ଷ ପୂର୍ତ୍ତି ଅବସରରେ ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏବିଭିପିର କାର୍ଯ୍ୟକର୍ତ୍ତା...

ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ, ଅଭିଯୁକ୍ତ ଫେରାର

ନୂଆପଡା ଅଫିସ,୩ା୭: ନୂଆପଡା ଅବକାରୀ ବିଭାଗ ସ୍ଥାନୀୟ ଲଖନା ଥାନା ଅନ୍ତର୍ଗତ ବରପଦରପଡା (ବାଞ୍ଜିବାହାଲ)ରୁ ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ କରିଥିବା ବେଳେ ଅଭିଯୁକ୍ତ ଫେରାର...

ବର୍ଷା ପବନରେ ବିଦ୍ୟୁତ୍‌ ସେବା ବ୍ୟାହତ

ଭଞ୍ଜନଗର, ୧୪।୬ (ଡି.ଏନ.ଏ)- ଭଞ୍ଜନଗର ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ପ୍ରବଳ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ଏଥିରେ ଏକାଧିକ ବିଦ୍ୟୁତ୍‌୍‌ ଖୁଣ୍ଟ ଭାଙ୍ଗିଯାଇଥିବାରୁ ଭଞ୍ଜନଗର...

ଶିଶୁକନ୍ୟାଙ୍କୁ ବଳାତ୍କାର କରି ବୃଦ୍ଧ ଗିରଫ

ଦଶରଥପୁର,୧୯।୯ (ଡିଏନ୍‌ଏ): ଦଶରଥପୁର ବ୍ଲକ ଚମ୍ପେଇପାଳ ପଞ୍ଚାୟତ କୁଆଁରପୁର ଗ୍ରାମର ୫ ବର୍ଷର ଶିଶୁକନ୍ୟାକୁ ଜଣେ ବୃଦ୍ଧ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ...

ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଆନନ୍ଦପୁର,୧୨।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟଠାରେ ନିୟୋଜିତ ଠିକାସଂସ୍ଥାର ସଫେଇ କର୍ମଚାରୀମାନେ ଗୁରୁବାର ପୂର୍ବାହ୍ନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଠିକ୍‌ ସମୟରେ ଦରମା...

ବଜ୍ରପାତରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଉଦଳା,୨୩ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ଥାନା ଅନ୍ତର୍ଗତ ସୋନନଦୀର ଜିରିଡାଘାଟ ନିକଟରେ ମଙ୍ଗଳବାର ରାତିରେ ବଜ୍ରପାତରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ...

ରେଳଷ୍ଟେଶନରେ ସୁରକ୍ଷିତ ମଣୁନାହାନ୍ତି ଯାତ୍ରୀ

ବ୍ରହ୍ମପୁର ଅଫିସ,୧୯ା୧-ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ରେଳଷ୍ଟେଶନ ଉପରେ ପ୍ରତିଦିନ ହଜାର ହଜାର ଲୋକ ନିର୍ଭର କରନ୍ତି। ଏହି ଷ୍ଟେଶନ ଦେଇ ବହୁ ଟ୍ରେନ ଚଳାଚଳ କରୁଛି।...

ଟ୍ରକ୍‌ ପଛକୁ ପିଟିଲା ଟ୍ରକ୍‌, ଜଣେ ଡ୍ରାଇଭର ଗୁରୁତର

କୋରେଇ,୨ା୯(ସ୍ବ.ପ୍ର.): ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଥାନା ଅନ୍ତର୍ଗତ ମହିନ୍ଦ୍ରା ଶୋରୁମ ସମ୍ମୁଖରେ ରବିବାର ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ସାଇକେଲ ଆରୋହୀଙ୍କୁ...

Leave a comment

Your email address will not be published. Required fields are marked *