ପ୍ରକଳ୍ପ ଅଛି : ପାଣି ଆସୁନି, ଅସୁବିଧା ଭୋଗୁଛନ୍ତି ୮ ୱାର୍ଡ଼ର ଲୋକେ

ନୟାଗଡ଼ ଅଫିସ/ରଣପୁର (ସ୍ବ.ପ୍ର.)୨୭ା୫:  ପାନୀୟ ଜଳ ପ୍ରକଳ୍ପ ଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେଉ ନାହିଁ। ଫଳରେ ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ତର୍ଗତ କୁଳାସର, ନୀଳପଲ୍ଲୀ ଓ ବେଣୁଧର ଗ୍ରାମର ୮ ଓ୍ବାର୍ଡର ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ସମସ୍ୟା ସମାଧାନ ନ ହେଲେ ଓ୍ବାର୍ଡବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ, ଆର୍ଥିକବର୍ଷ ୨୦୧୨-୧୩ରେ କୁଳାସର ଗ୍ରାମ ପଞ୍ଚାୟତର କୁଳାସର, ନୀଳପଲ୍ଲୀ ଓ ବେଣୁଧର ଗ୍ରାମର ୯ ୱାର୍ଡ଼ର ପାଖାପାଖି ୨୫୦୦ ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ନିମନ୍ତେ ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ପ୍ରକଳ୍ପ ହେବାର ଦୁଇମାସ ପରେ ୯ ୱାର୍ଡ଼ ବଦଳରେ ମାତ୍ର ୨ଟି ୱାର୍ଡ଼ରେ ସୀମିତ ରହିଲା ଜଳଯୋଗାଣ। ପଞ୍ଚାୟତବାସୀ ଏହି ସମସ୍ୟା ନେଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗଠାରେ ଅଭିଯୋଗ କରିଥିଲେ। ହେଲେ ମାଟିତଳେ ପାଣି ନ ପଡ଼ିବାରୁ ଏହିଭଳି ଅସୁବିଧା ଦେଖାଦେଇଥିବା ବିଭାଗ ପକ୍ଷରୁ କୁହାଗଲା। ଇତିମଧ୍ୟରେ ୭ବର୍ଷ ବିତିଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବର୍ତ୍ତମାନ ଦୁଇଟି ୱାର୍ଡ଼ ବଦଳରେ ଗୋଟିଏ ୱାର୍ଡ଼କୁ ପାଣି ଯୋଗାଣ ହେଉଛି। ପ୍ରବଳ ଗୀଷ୍ମ ପ୍ରବାହରେ ଲୋକମାନେ ପାନୀୟଜଳ ପାଇଁ କୂଅର ଦୂଷିତ ପାଣି ଉପରେ ନିର୍ଭର କରୁଛନ୍ତି। ଗ୍ରାମରେ ନଳକୂପ ଥିଲେ ମଧ୍ୟ ପାଣିରେ ଲୁହାଗୁଣ୍ଡ ଆସୁଥିବାରୁ ଏହା ପାନୀୟ ଉପଯୋଗୀ ହୋଇପାରୁନାହିଁ। ତୁରନ୍ତ ଏହାର ସମାଧାନ କରା ନ ଗଲେ ପଞ୍ଚାୟତବାସୀ ରାଜାରାସ୍ତାକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି।
କ’ଣ କହନ୍ତି ଏମାନେ
– ବିଭାଗ କିଛି ତର୍ଜମା ନ କରି ଯେଉଁଠି ପାରିଲା ସେଇଠି ଖୋଳି ଦେଲା। ଏବେ ପାଣି ଆସୁ ନ ଥିବାରୁ ଆମେମାନେ ହଇରାଣ ହେଉଛୁ। ଏହାର ତଦନ୍ତ ନ କରି ସରକାର କିପରି ଟଙ୍କା ମଞ୍ଜୁର କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଠିକାଦାର ଓ ଯନ୍ତ୍ରୀ ମିଳିମିଶି ନିମ୍ନମାନର କାମ କରି ମାଲାମାଲ ହେଲେ, ଆମକୁ ପାଣି ମିଳିଲା ନାହିଁ।
ସଞ୍ଜୟ କୁମାର ସାହୁ, ଗ୍ରାମବାସୀ
– ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ୯ ୱାର୍ଡ଼କୁ ପାଣି ଯୋଗାଣ ପାଇଁ ବନ୍ଦୋବସ୍ତ କଲେ। ପ୍ରତି ୱାର୍ଡ଼କୁ ପାଇପ୍‌ ବିଛାଯିବା ସହିତ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଗଲା। ପାଣି ଆସୁ ନ ଥିବାରୁ କିଛି ସ୍ଥାନରେ ଲୋକମାନେ ଷ୍ଟାଣ୍ଡପୋଷ୍ଟ ଓ ପାଇପ୍‌ ଉପାଡ଼ି ନେଲେଣି। ଲୋକେ ପାଣି ଟୋପାଏ ପାଇଁ ହଇରାଣ ହେଉଛନ୍ତି। ବାଧ୍ୟ ହୋଇ ଆମେ ଦୂଷିତ ପାଣି ପିଉଛୁ।
ବିପିନ ନାୟକ, ଗ୍ରାମବାସୀ
-ରାଜନୈତିକ ଇଚ୍ଛାଶକ୍ତି ଅଭାବ ଓ ପ୍ରଶାସନର ଅସହଯୋଗ ଯୋଗୁ ଏଭଳି ଅସୁବିଧା ହେଉଛି। ପ୍ରତିବର୍ଷ ଖରାଦିନେ ଲୋକମାନେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାଟିତଳେ ପାଣି ନାହିଁ ବୋଲି କୁହାଯାଉଛି। ୭ବର୍ଷ ବିତି ଯାଇଥିଲେ ବି କୌଣସି ବିକଳ୍ପ ବ୍ୟବସ୍ଥା କରାଯାଉନାହିଁ। ତୁରନ୍ତ ଏହାର ସମାଧାନ କରା ନ ଗଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ।
ଗୌରାଙ୍ଗ ଖୁଣ୍ଟିଆ, ଗ୍ରାମବାସୀ
– ମାଟିତଳୁ (ସୋର୍ସ) କମ୍‌ ଜଳ ମିଳିବା କାରଣରୁ ଏଭଳି ଅସୁବିଧା ଦେଖାଦେଇଛି। ଏହାର ବିକଳ୍ପ ଭାବେ କ’ଣ କରାଯାଇପାରିବ ସେ ନେଇ ବିଭାଗ ତର୍ଜମା କରୁଛି। ଅନ୍ୟ କେଉଁଠି ସୋର୍ସ କରାଯାଇ ପାଣି ଟାଙ୍କିକୁ ଅଣାଯିବାର ବନ୍ଦୋବସ୍ତ କରାଯିବ।
ରାଜୀବ ପାଣିଗ୍ରାହୀ, ନିର୍ବାହୀଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, ନୟାଗଡ଼


All Right Reserved By

୨ ସମ୍ପ୍ରଦାୟର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣା: ୪୮ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ

କେନ୍ଦ୍ରାପଡା ଅଫିସ, ୬ା୬: ସାମାଜିକ ଗଣମାଧ୍ୟମରେ ଉତ୍ତେଜନାମୂଳକ ଖବର ପ୍ରସାରଣ ରୋକିବା ପାଇଁ କେନ୍ଦ୍ରାପଡ଼ା ସହର ଓ ଏହାର ଆଖାପାଖ ଅଞ୍ଚଳରେ ୪୮ ଘଣ୍ଟା ଅର୍ଥାତ୍‌...

ବିଦ୍ୟୁତ୍‌ ସେବାରୁ ବଞ୍ଚିତ ୧୯ ପରିବାର: ତାର ଟଣାଯାଇ ଘରେ ମିଟର, ବୋର୍ଡ ବସାଯାଇଛି

ଗଣିଆ,୧୨ା୭(ଡି.ଏନ.ଏ.): ପ୍ରତି ଘରକୁ ବିଜୁଳି ଓ ପାଣି ଯୋଗାଣ ଲକ୍ଷ୍ୟ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଅର୍ଥ...

କିମ୍ବଦନ୍ତୀର ମୂକସାକ୍ଷୀ: ପବିତ୍ର ନାରାୟଣୀଙ୍କ ପୋଖରୀବନ୍ଧ୍ୟା ସ୍ନାନ କଲେ ହୁଅନ୍ତି ସନ୍ତାନବତୀ

ଖଣ୍ଡପଡ଼ା,୨ା୭(ସ୍ବ.ପ୍ର.)-ନୟାଗଡ଼ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ପଥରଚକଡ଼ା ଗ୍ରାମ ନିକଟସ୍ଥ ପୌରାଣିକ କିମ୍ବଦନ୍ତୀର ମୂକସାକ୍ଷୀ ପାଲଟିଥିବା ମା’ ନାରାୟଣୀ ପୀଠସ୍ଥିତ ପୋଖରୀଟି ସ୍ଥାନୀୟ ଅଞ୍ଚଳରେ ବେଶ୍‌...

ସବ୍‌ଜେଲ ସ୍ଥାନାନ୍ତର ପ୍ରତିବାଦ୧୨ଘଣ୍ଟିଆ ଦଶପଲ୍ଲା ବନ୍ଦ ପାଳନ

ଦଶପଲ୍ଲା,୧୬।୭(ଡି.ଏନ୍‌.ଏ.)-ଦଶପଲ୍ଲାର ପୁରାତନ ଉପକାରାଗାର ସ୍ଥାନାନ୍ତର ପ୍ରକ୍ରିୟାକୁ ଦଶପଲ୍ଲାବାସୀ ଘୋର ବିରୋଧ କରିଛନ୍ତି। ଦୀର୍ଘ ୧୧୦ ବର୍ଷର ପୁରୁଣା ଏହି ଉପକାରାଗାରକୁ ସରକାର ନୟାଗଡକୁ ସ୍ଥାନାନ୍ତର କରିବା...

ସ୍ବାସ୍ଥ୍ୟକେନ୍ଦ୍ରରେ ସରକାରୀ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ ଅଭିଯୋଗ

ଟାଙ୍ଗୀ(ଖୋର୍ଦ୍ଧା),୧ା୭(ଡି.ଏନ୍‌.ଏ.): ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସରକାରୀ ନୀତିନିୟମ ଓ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ମ୍ୟୁନିସିପାଲିଟି ନଜରରେ ଉଠାଦୋକାନ

ନୟାଗଡ଼ ଅଫିସ,୩।୭-ନୟାଗଡ଼ ମ୍ୟୁନିସିପାଲିଟି ଓ ଟାଉନ ପୋଲିସ ପକ୍ଷରୁ ନୟାଗଡ଼ ସହରର ବିଭିନ୍ନ ଉଠାଦୋକାନ ଉପରେ ସୋମବାର ଠାରୁ ଚଢ଼ାଉ ଆରମ୍ଭ ହୋଇଛି। ମଙ୍ଗଳବାର ଦ୍ୱିତୀୟ...

ବୋହୂଙ୍କୁ ବିଷ ପିଆଇ ହତ୍ୟା: ଶ୍ୱଶୁର ଘର ଲୋକଙ୍କ ନାମରେ ମାମଲା

ରଣପୁର,୩ା୭ (ସ୍ବ.ପ୍ର.)- ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳର ଜଣେ ବୋହୂଙ୍କୁ ଶାଶୁଘର ଲୋକେ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ...

ଓଡ଼ିଶା ଖଣି ନିଗମ କାର୍ଯ୍ୟାଳୟ: ପ୍ରତିଶ୍ରୁତି ପାଳନ ଦାବିରେ ବିସ୍ଥାପିତଙ୍କ ଧାରଣା

କାଳିଆପାଣି,୨୧|୬(ଡି.ଏନ୍‌.ଏ.)- ଓଡ଼ିଶା ଖଣି ନିଗମ ପକ୍ଷରୁ ବିସ୍ଥାପିତ ପୁରୁଣାପାଣି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। କାରଖାନା ପକ୍ଷରୁ ବିସ୍ଥାପିତଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *