Posted inଜାତୀୟ

ପଞ୍ଚକୁଲା ହିଂସା: ହନିପ୍ରୀତଙ୍କୁ ଜାମିନ

ଚଣ୍ଡିଗଡ଼,୬।୧୧: ୨୦୧୭ର ବହୁ ଚର୍ଚ୍ଚିତ ପଞ୍ଚକୁଲା ହିଂସା ମାମଲାରେ ଆତ୍ମଘୋଷିତ ବାବା ଗୁରମିତ ସିଂହଙ୍କ ପୋଷ୍ୟକନ୍ୟା ହନିପ୍ରୀତ ସିଂହଙ୍କୁ ବୁଧବାର ଜାମିନ ମିଳିଛି। ଜାମିନ ମିଳିବାର କିଛି ସମୟ ପରେ ଅମ୍ବାଲାର ସେଣ୍ଟ୍ରାଲ ଜେଲ୍‌ରୁ ତାଙ୍କୁ ମୁକ୍ତ କରାଯାଇଛି। ହନିପ୍ରୀତଙ୍କ ଉପରେ ଦେଶଦ୍ରୋହ ମାମଲା ହଟିବା ପରେ ପଞ୍ଚକୁଲା କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଛି। ୧ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ଦୋଷୀ ସାବ୍ୟସ୍ତ ହେବାପରେ ହୋଇଥିବା ଦଙ୍ଗା ଏବଂ ହିଂସା ମାମଲାରେ ହନିପ୍ରୀତଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା।


All Right Reserved By Dharitri.Com

ଶାହଙ୍କ ଡିନର୍‌ ପାର୍ଟି

ନୂଆଦିଲ୍ଲୀ,୨୨ା୫: ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଥିବା ୧୪ ଏକ୍‌ଜିଟ୍‌ ପୋଲ ମଧ୍ୟରୁ ୧୨ଟି ଏନ୍‌ଡିଏ ସପକ୍ଷରେ ଜନମତ ରହିଥିବା କହିଛନ୍ତି। ଏଭଳି ସମୟରେ...

୧୬୫ ଯାତ୍ରୀଙ୍କୁ ନେଇ ଅଟକି ରହିଛି ଥର୍‌ ଏକ୍ସପ୍ରେସ୍‌

ଜୟପୁର,୧୦।୮: ଗତ ଶୁକ୍ରବାର ପାକିସ୍ତାନ ଥର୍‌ ଏକ୍ସପ୍ରେସ୍‌ ଚଳାଚଳକୁ ବନ୍ଦ କରିବା ପରେ ଏବେ ଏଥିରେ ୧୬୫ ଯାତ୍ରୀ ଅଟକି ରହିଥିବା ସୂଚନା ମିଳିଛି। ଏମାନଙ୍କ...

ଇଭିଏମ୍‌ରେ ଜନାଦେଶ, ୨୩କୁ ଅପେକ୍ଷା

ନୂଆଦିଲ୍ଲୀ,୨୦।୫(ପି.ଟି.): ପଶ୍ଚିମବଙ୍ଗ ଏବଂ ପଞ୍ଜାବର କେତେକ ସ୍ଥାନରେ ହିଂସାକାଣ୍ଡକୁ ବାଦ୍‌ ଦେଲେ ରବିବାର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।...

୨୦ ବର୍ଷରେ ବନ୍ୟାରେ କ୍ଷତି ହୋଇଛି ୫ ଶହ ୪୭ ଲକ୍ଷ କୋଟିରୁ ଅଧିକ

ନୂଆଦିଲ୍ଲୀ,୧୮।୭: ଗତ ୨୦ ବର୍ଷ ମଧ୍ୟରେ ଦେଶରେ ଦେଖାଦେଇଥିବା ବନ୍ୟାରେ ୫ଶହ ୪୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଟଙ୍କାରେ...

ଭାଜପାରେ ଯୋଗ ଦେବା ପରେ ପ୍ରଥମଥର ଏକ ରାଲିରେ ଯୋଗଦେଲେ ସନ୍ନି

ବାରମେର,୨୭।୪: କିଛିଦିନ ତଳେ ଭାଜପାରେ ଯୋଗ ଦେଇଥିବା ବଲିଉଡ୍‌ ଅଭିନେତା ସନ୍ନି ଦଓ୍ବେଲ ପ୍ରଥମ କରି ଶନିବାର ଏକ ରାଲିରେ ନଜର ଆସିଛନ୍ତି। ପ୍ରବଳ ଜନ...

ରାମବିଳାସ ପାସଓ୍ବାନ ନିଖୋଜ ପୋଷ୍ଟର ଲଗାଇଲେ ଗ୍ରାମବାସୀ: ଖୋଜି ଆଣିଲେ ପୁରସ୍କାର ୧୫ ହଜାର

ବୈଶାଳୀ,୨୩।୬: ବିହାରର ବୈଶାଳୀ ଅନ୍ତର୍ଗତ ହରିବଂଶପୁର ଗ୍ରାମର ବାସିନ୍ଦା ଏମ୍‌ପି ରାମବିଳାସ ପାସଓ୍ବାନ ନିଖୋଜ ଲେଖା ଥିବା ପୋଷ୍ଟର ଲଗାଇଛନ୍ତି। ଗ୍ରାମରେ ନାନା ପ୍ରକାର ସମସ୍ୟା...

ରମଜାନ୍‌ରେ ସେହରୀ ଏବଂ ଇଫତାର ସମୟ ଜଣାଇବା ପାଇଁ ରାୟସେନ୍‌ରେ ଫୁଟୁଛି ତୋପ

ଭୋପାଳ, ୨୭।୫: ମଧ୍ୟପ୍ରଦେଶ ରାୟସେନ ଦୁର୍ଗରେ ଏବେ ରମଜାନ୍‌ ମାସରେ ପ୍ରତିଦିନ ଭୋର୍‌ ଏବଂ ସନ୍ଧ୍ୟା ସମୟରେ ତୋପ ଫୁଟୁଛି। ସ୍ଥାନୀୟ ରାୟସେନ୍‌ ଦୁର୍ଗରେ ୨...

କୋରେଗାଁଓ-ଭୀମା ହିଂସା ମାମଲା: ନଭଲଖାଙ୍କୁ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ,୫ା୧୦(ପି.ଟି.): କୋରେଗାଁଓ- ଭୀମା ହିଂସା ମାମଲାରେ ନାଗରିକ ଅଧିକାର କର୍ମୀ ଗୌତମ ନଭଲଖାଙ୍କୁ ଗିରଫଦାରିରୁ ୧୫ ପର୍ଯ୍ୟନ୍ତ ସୁରକ୍ଷା ମିଳିଛି। ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କ ଅନ୍ତରୀଣ...

Leave a comment

Your email address will not be published. Required fields are marked *