ଆକାଶରୁ ରୁପା ବର୍ଷା!

ପାଟନା,୬।୧୧: ବିହାର ରାଜ୍ୟ ସୀତାମାଢ଼ିର ସୁରସଣ୍ଡରେ ଆକାଶରୁ ରୁପା ବର୍ଷା ହେଉଥିବା ଖବର ସାମ୍ନାକୁ ଆସିଛି। ବୁଧବାର ସକାଳେ ଟାଓ୍ବାର ଛକରୁ ବରାହି ଗାଁକୁ ଯାଉଥିବା ରାସ୍ତାରେ ରୁପା ପଡ଼ିଥିବା ନେଇ ଗୁଜବ ପ୍ରଚାର ହେବା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଏହାପରେ ଗାଁଲୋକେ ଗୁଜବର ସତ୍ୟତା ପରୀକ୍ଷା କରିବା ପାଇଁ ରାସ୍ତା ଉପରେ ବାସନ ଧରି ରୁପା ସଂଗ୍ରହ କରିଥିଲେ। ପ୍ରଥମେ ଏହାକୁ ଅସଲି ରୁପା ନୁହେଁ ବୋଲି କୁହାଯାଉଥିବା ବେଳେ ପରୀକ୍ଷା ପରେ ଏହା ଖାଣ୍ଟି ବୋଲି ଜଣାପଡ଼ିଥିଲା। ତେବେ ଏତେ ପରିମାଣରେ ରୁପା କେଉଁଠାରୁ ଆସିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ କେହି ଦୁର୍ବୃତ୍ତ ବସ୍ତାରେ ଭରି ଏହାକୁ ଚୋରାଚାଲାଣ କରିବାକୁ ନେଉଥିବା ସମୟରେ ଏହା ରାସ୍ତାରେ ପଡ଼ିଯାଇଥିବା ନେଇ ଅନୁମାନ କରାଯାଉଛି। କାରଣ ଏହି ଗାଁ ନେପାଳ ସୀମାରେ ରହିଥିବାରୁ ଏଠାରେ ମାତ୍ରାଧିକ ସଂଖ୍ୟାରେ ଚୋରାଚାଲାଣ ହୋଇଥାଏ। ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।


All Right Reserved By Dharitri.Com

ଜେଲ୍‌ ଭିତରେ କେକ୍‌ କାଟି ଜନ୍ମଦିନ ପାଳିଲେ ଅପରାଧୀ: ଭିଡିଓ ଭାଇରାଲ

ପାଟନା,୧।୯: ବିହାର ଆଇନ ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଏଠାରେ ଥିବା ସୀତାମରହି ଜେଲ୍‌ରେ ଜଣେ ଅପରାଧୀ ଜେଲ୍‌ ଭିତରେ କେକ୍‌ କାଟି...

କଂଗ୍ରେସ ବିଧାୟକଙ୍କୁ ଆକ୍ରମଣ: ୟୁପି ସରକାରକୁ ଦୋଷଦେଲେ ପ୍ରିୟଙ୍କା

ରାଏ ବରେଲି,୧୬ା୫ : ୟୁପିର ରାଏବରେଲି ବିଧାୟକ ଅଦିତି ସିଂଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଜ୍ୟ...

ଶ୍ରୀଲଙ୍କାରୁ ଲାକ୍ଷାଦ୍ୱୀପରେ ପହଞ୍ଚିଲା ସନ୍ଦିଗ୍ଧ ବୋଟ୍‌: ଗୋଇନ୍ଦା ବିଭାଗ ସୂଚନା ଆଧାରରେ କେରଳରେ ହାଇଆର୍ଲଟ

ଥିରୁବନନ୍ତପୁରମ୍‌,୨୬।୫: ଶ୍ରୀଲଙ୍କାରୁ ଏକ ସନ୍ଦିଗ୍ଧ ବୋଟ୍‌ ଲାକ୍ଷାଦ୍ୱୀପରେ ଆସି ପହଞ୍ଚିଛି। ଏଥିରେ ୧୫ ଜଣ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା...

ନମସ୍ତେ ଟ୍ରମ୍ପ୍‌: ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୩୬ ଘଣ୍ଟା ଗସ୍ତ କାର୍ଯ୍ୟକ୍ରମରେ ୧୦୦ କୋଟିରୁ ଅଧିକ ଖର୍ଚ୍ଚ

ଅହମଦାବାଦ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ପରିବାର ପାଇଁ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।...

ସମୟ ପୂର୍ବରୁ ମିଳିପାରେ କରୋନା ଟିକା

ନୂଆଦିଲ୍ଲୀ,୧୩ା୫: ସାରା ବିଶ୍ୱରେ ପ୍ରାୟ ୨ ଲକ୍ଷ ୯୦ ହଜାର ଲୋକଙ୍କ ଜୀବନ ନେଇଥିବା ଏବଂ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଂକ୍ରମିତ କରିଥିବା ମହାମାରୀ...

ବିପଦ ସଙ୍କେତ ଉପରେ ଯମୁନା: ୧୦ହଜାର ଲୋକଙ୍କୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୨୦।୮: ଦିଲ୍ଲୀର ଯମୁନା ନଦୀରେ ମଙ୍ଗଳବାର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହି ହେଉଛି। ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ...

ଜମ୍ମୁ କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୨।୬: ଜାମ୍ମୁ କାଶ୍ମୀରର ଅନ୍ତନାଗ କେପି ରୋଡ଼ରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସିଆରପିଏଫର ୫ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିସହ ଯବନାଙ୍କ...

ଚୁମ୍ବନରୁ ଚୟନ ହୁଏ ପ୍ରେମୀ

ଚୁମ୍ବନ ଉପରେ ଯେ କେବଳ ମଣିଷର ଅଧିକାର ଅଛି ସେପରି ଭାବିବା ଠିକ୍‌ ନୁହେଁ। ହ୍ବାଇଟ୍‌ ଫ୍ରଣ୍ଟେଡ୍‌ ପ୍ୟାରଟ ନାମରେ ଗୋଟି ପ୍ରଜାତିର ଶୁଆ ଦେଖିବାକୁ...

Leave a comment

Your email address will not be published. Required fields are marked *