Posted inଫୁରସତ

ଏମିତି ଅଫିସ ଯେଉଁଠି ହେଲ୍‌ମେଟ୍‌ ପିନ୍ଧି କାମ କରନ୍ତି କର୍ମଚାରୀ

ଚଷମା ଏବଂ ଟୋପି ପିନ୍ଧି ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଆମେ ଦେଖିଛୁ। ମାତ୍ର ହେଲମେଟ ପିନ୍ଧି କାମ କରିବା କଥା କେହି କେବେହେଲେ କଳ୍ପନା ମଧ୍ୟ କରି ନ ଥିବେ। ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ।
ଉତ୍ତରପ୍ରଦେଶର ବାନ୍ଦ୍ରାରେ ଥିବା ବିଦ୍ୟୁତ୍‌ ବିଭାଗ ଅଫିସରେ ଏହା ଦେଖିବାକୁ ମିଳିଛି। ଏଠାର କର୍ମଚାରୀମାନେ ଅଫିସ ଭିତରେ କାମ କରିବା ସମୟରେ ହେଲ୍‌ମେଟ ଲଗାଇଥାନ୍ତି। ପ୍ରକୃତ କଥାଟା ହେଲା ଏହି ଅଫିସ ଛାତରୁ ସବୁ ସମୟରେ ପ୍ଲାଷ୍ଟର ଖସିଥାଏ। ବିଗତ ୨ ବର୍ଷ ହେବ ଏପରି ଘଟି ଚାଲିଛି। ଏହି କାରଣରୁ ଏଠାର କର୍ମଚାରୀମାନେ ସୁରକ୍ଷା ଦୃଷ୍ଟିରୁ ହେଲମେଟ ପିନ୍ଧି କାମ କରିଥାନ୍ତି। ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ, ଏହି ବିଲ୍ଡଂର ଅବସ୍ଥା ଅତି ଶୋଚନୀୟ। କେତେବେଳେ ଏହା ଭୁଶୁଡ଼ିବ ତାହା କହିହେବ ନାହିଁ। ଏ ନେଇ ବହୁବାର ସମ୍ପୃକ୍ତ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ।


All Right Reserved By Dharitri.Com

ସ୍ତ୍ରୀଙ୍କ ଆଶା ପୂରଣ ପାଇଁ ତିଆରି କଲେ ଗିଟାର ଆକାରର ଜଙ୍ଗଲ

ଆର୍ଜେଣ୍ଟିନା, ପମ୍ପାସ୍‌ର ଏକ ଉର୍ବର ଚାଷଜମିରେ ଦେଖିବାକୁ ମିଳେ ଏକ ବିରାଟକାୟ ଗିଟାର ଆକାରର ଜଙ୍ଗଲ। ଜଙ୍ଗଲଟି ୭୦୦୦ରୁ ଊର୍ଦ୍ଧ୍ୱ ସାଇପ୍ରେସ୍‌ ଓ ୟୁକାଲିପଟାସ୍‌ ଗଛ...

ସାଇକେଲରେ ଅଫିସ ଗଲେ ମିଳେ ଅଧିକ ଟଙ୍କା

ନେଦରଲାଣ୍ଡସ୍‌ରେ ସାଇକେଲରେ ଯାତାୟାତକୁ ଦିଆଯାଉଛି ଗୁରୁତ୍ୱ। ପୁଣି ସେଠାରେ ଅଫିସକୁ ଯାଉଥିବା ବ୍ୟକ୍ତିଙ୍କୁ ମିଳେ ଅଲଗା ପ୍ରୋତ୍ସାହନ ରାଶି। ସେଥିପାଇଁ ଏଠାରେ ଅଧିକାଂଶ ଲୋକେ ସାଇକେଲରେ...

ମୋତେ ପରିଚୟ ଦେଇଛି ଓଡ଼ିଶା କଳାସଂସ୍କୃତି: ବିଶ୍ୱରଞ୍ଜନ

ନିର୍ଜୀବ ପଥର ତାଙ୍କ ନିହଣ ସ୍ପର୍ଶରେ ହୋଇଉଠେ ଜୀବନ୍ତ। ଚିଲିକା କୂଳରେ ପ୍ରାକୃତିକ ଶୋଭାର ଭଣ୍ଡାରକୁ ଦେଖି ସେ ବିଭୋର ହୋଇପଡ଼ନ୍ତି। ଏଇଠି ବସି ସେ...

ପ୍ରତିଯୋଗିତାରେ ପ୍ରସ୍ତୁତ ହେଲା ୩୧୭୫ କିଲୋଗ୍ରାମ୍‌ ଦୁଗ୍ଧଜାତ ଖାଦ୍ୟ

ଓ୍ବାଶିଂଟନ,୫।୩ : ଆମେରିକାରେ ଏକ ନିଆରା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ୨୬ଟି ଦେଶର ପ୍ରତିଯୋଗୀ ବିଭିନ୍ନ ଦୁଗ୍ଧଜାତ ଖାଦ୍ୟ ପ୍ରସ୍ତୁତ କରିଛନ୍ତି।...

ଆପୋଲୋ-୧୧ ମିଶନ୍‌ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଦର୍ଶନୀ

ଓ୍ବାଶିଂଟନ୍‌: ଆପୋଲୋ-୧୧ ଚନ୍ଦ୍ରପୃଷ୍ଠକୁ ଜୁଲାଇ ୧୬,୧୯୬୯ ମସିହାରେ ତିନି ଜଣ ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ, ଏଡ୍‌ଓ୍ବିନ୍‌ ଆଲ୍‌ଡ୍ରିନ୍‌ ଓ ମାଇକେଲ୍‌ କୋଲିନ୍‌ଙ୍କୁ ନେଇ ଯାଇଥିଲା। ଏହା...

ପାହାଡ଼ ଉପରେ ଗଡ଼ିବ ଟ୍ରେନ୍‌

ଉତ୍ତରାଖଣ୍ଡ: ପାହାଡ଼ ଉପରେ ନ୍ୟାରୋଗେଜ୍‌ ହେଉ କି ମିଟରଗେଜ୍‌ ପ୍ରଥମ ଥର ପାଇଁ ଟ୍ରେନ୍‌ ଗଡ଼ିବ। ଘଣ୍ଟାପ୍ରତି ଏହା୧୦୦ କିଲୋମିଟର ବେଗରେ ଗତିକରିବ। ପ୍ରଥମେ ବ୍ରଡ୍‌ଗେଜ୍‌...

ରାଶି ଅନୁଯାୟୀ ଗଣେଶଙ୍କ ପୂଜା

ମେଷ: ଏ ରାଶିର ବ୍ୟକ୍ତିମାନେ ନାଲିରଙ୍ଗର ଗଣେଶ ମୂର୍ତ୍ତି ପୂଜା କରି ଲଡୁ, ଗୁଡ଼ ଭୋଗ ଲଗାନ୍ତୁ। ବୃଷ: ଏ ରାଶିର ବ୍ୟକ୍ତି ଧଳା ରଙ୍ଗର...

ସାଇତା ଖେଳଣା

ଏଠି ଯେଉଁ ଖେଳଣା କଥା କୁହାଯାଉଛି, ସେଥିପାଇଁ ପିଲା ଜିଦ୍ଦି କଲେ ବି ମା’ବାପା ପିଲାର ଆଶା ପୂରଣ କରିପାରିବେନି। କାରଣ ଏସବୁ ହେଉଛି ପୃଥିବୀର...

Leave a comment

Your email address will not be published. Required fields are marked *