ଗୁହାଳରେ ଅଗ୍ନିକାଣ୍ଡ: ୨ ଗୋରୁ ଜୀବନ୍ତ ଦଗ୍ଧ, ୭ ଗୁରୁତର

ପଟ୍ଟାମୁଣ୍ଡାଇ,୬।୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ନାହିଆଡ଼ିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ଗୁହାଳ ଭସ୍ମୀଭୂତ ହୋଇଛି । ଗୁହାଳରେ ବନ୍ଧା ହୋଇଥିବା ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୭ଟି ଗାଈ,ବାଛୁରୀ ପୋଡ଼ିହୋଇ ଗୁରୁତର ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମର ରଘୁନାଥ ବିଶ୍ୱାଳଙ୍କ ଗୁହାଳେ ପ୍ରଥମେ ନିଆଁ ଲାଗି ପାଖରେ ଥିବା ଚୈତନ୍ୟ ବିଶ୍ୱାଳ, କିଶୋର ବିଶ୍ୱାଳ, ନିରାକାର ବିଶ୍ୱାଳଙ୍କ ଗୁହାଳକୁ ବ୍ୟାପୀ ଯାଇଥିଲା। କିଶୋର ଓ ରଘୁନାଥଙ୍କର ଦୁଇଟି ଲେଖାଏ ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ନିରାକାର ଓ ଚୈତନ୍ୟଙ୍କର ୭ଟି ଗାଈ, ବାଛୁରୀ ଅର୍ଦ୍ଧ ଦଗ୍ଧ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ପଟ୍ଟାମୁଣ୍ଡାଇ ବିଡିଓ ପବିତ୍ର ମୋହନ କାନୁନ୍‌ଗୋଙ୍କ ସହ କନିଷ୍ଠଯନ୍ତ୍ରୀ ପ୍ରସନ୍ନ ରାଉତ ପ୍ରମୁଖ ଘଟଣାସ୍ଥଳକୁ ଯାଇଥିଲେ। କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ଅନ୍ନପୂର୍ଣ୍ଣା ସେଠୀ, ସମିତି ସଭ୍ୟା ଦାବି କରିଛନ୍ତି।


All Right Reserved By Dharitri.Com

ମାଗଣାରେ ମାସ୍କ ବାଣ୍ଟିଲା ଦିଗପହଣ୍ଡି ଏନ୍‌ଏସି ପ୍ରଶାସନ

ଦିଗପହଣ୍ଡି,୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପ୍ରଶାସନ ପକ୍ଷରୁ ଗୁରୁବାର ସହରର ରାସ୍ତାପାର୍ଶ୍ୱରେ ପନିପରିବା ବ୍ୟବସାୟ କରୁଥିବା ବ୍ୟବସାୟୀ ବିଶେଷକରି ମହିଳାମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ...

ମିଳୁନି ପ୍ରୋତ୍ସାହନ : କ୍ରୀଡ଼ାରୁ ମୁହଁ ଫେରାଉଛନ୍ତି ଯୁବପିଢ଼ି

ପୁରୀ ଅଫିସ,୫ା୮ : ପୁରୀ ଜିଲାରେ ବହୁ ପ୍ରତିଭାବାନ ଖେଳାଳି ଉପେକ୍ଷିତ ହେଉଛନ୍ତି। ସେହିପରି କ୍ରୀଡ଼ାରୁ ମୁହଁ ଫେରାଇ ନେଉଛନ୍ତି ଯୁବ କ୍ରୀଡ଼ାବିତ୍‌। ଏକଦା ଜାତୀୟ,...

ଡମ୍ପର- ଭ୍ୟାନ ମୁହାଁମୁହିଁ: ୪ ଗୁରୁତର, ୨ ଗୋରୁ ମୃତ

ବଡ଼ସାହି,୧୧ା୧୨(ସ୍ବ.ପ୍ର)-ବଡ଼ସାହି-ବେତନଟୀ ରାସ୍ତାର ଘୁଷୁରିଆ ନିକଟରେ ମଙ୍ଗଳବାର ରାତି ୮ଟା ୪୫ମିନିଟ ସମୟରେ ଏକ ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ବାଲି ବୋଝେଇ...

କୁନି ମ୍ୟାଜିସିଆନ ସାରା ଦର୍ଶକଙ୍କୁ କରୁଛନ୍ତି ମତୁଆଲା

ଭୁବନ, ୪।୧୧(ଡି.ଏନ.ଏ.) ବୟସ ମାତ୍ର ୫। ଅଥଚ ଦର୍ଶକଙ୍କ ଆଖି ଆଗରେ ଇନ୍ଦ୍ରଜାଲ ସୃଷ୍ଟି କରିବାରେ ସେ ବେଶ୍‌ ପାରଙ୍ଗମ। ପିଲାମାନଙ୍କ ଖେଳିବୁଲିବା ବୟସରେ ମ୍ୟାଜିକ୍‌ ଭଳି...

ସେକ୍ସ ର଼୍ୟାକେଟ ଠାବ: ଦମ୍ପତିଙ୍କ ସହ ୨ ଯୁବକ ଗିରଫ,୨ ଯୁବତୀ ଉଦ୍ଧାର

ରାୟଗଡ଼ା ଅଫିସ,୨୩।୯- ରାୟଗଡ଼ା ପୋଲିସ ସୋମବାର ସ୍ଥାନୀୟ ଗାୟତ୍ରୀ ନଗର ୪ର୍ଥ ଲାଇନରେ ଚାଲିଥିବା ସେକ୍ସ ର଼୍ୟାକେଟକୁ ଠାବ କରିଛି। ଘର ମାଲିକଙ୍କ ସହ ୨...

ପାରାଦୀପରେ ମାରାତ୍ମକ: ପ୍ରଦୂଷଣ ପ୍ରସଙ୍ଗ ସବୁ ଶିଳ୍ପସଂସ୍ଥାକୁ ଜରିମାନା ନୋଟିସ

ପାରାଦୀପ, ୮।୨ (ସ୍ବ.ପ୍ର.): ରାଜ୍ୟର ଅର୍ଥନୈତିକ ମୁଖଶାଳା ପାରାଦୀପରେ ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ସମେତ ଏସିଆର ବୃହତ୍‌ ସାର କାରଖାନା ଓ ବୃହତ୍‌ ବିଶୋଧନାଗାର...

କେନ୍ଦ୍ରାପଡାରେ ଇଦ୍‌-ଉଲ୍‌-ଜୁହା ପାଳିତ

କେନ୍ଦ୍ରାପଡ଼ା ଅଫିସ, ୧୨।୮: କେନ୍ଦ୍ରାପଡ଼ା ଜିଲାର ମୁସଲମାନ ବହୁଳ ଅଞ୍ଚଳରେ ଇଦ୍‌-ଉଲ୍‌-ଜୁହା ସୋମବାର ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି। ଏଥିପାଇଁ ବିଭିନ୍ନ ଇଦ୍‌ଗାହଠାରେ ସମୂହ...

ରସୁଲପୁର ତହସିଲ ପହଞ୍ଚତ୍ଲା ତିତିଲି, ଫନୀ ଫସଲ କ୍ଷୟକ୍ଷତି ଅର୍ଥ

ରସୁଲପୁର,୧୭।୧୨(ଡିଏନଏ)ରେ ରସୁଲପୁର ତହସିଲ ଅଞ୍ଚଳରେ ତିତିଲି ଓ ଫନୀ ବାତ୍ୟାରେ ଫସଲ ହାନୀ ବାବଦରେ କ୍ଷତିପୂରଣ ଅର୍ଥ ଆସି ପହଞ୍ଚିଛି। ଏ ନେଇ ଚାଷୀଙ୍କର ଦୀର୍ଘଦିନର...

Leave a comment

Your email address will not be published. Required fields are marked *