Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ଟିକେଟ ବିକ୍ରି ଆରମ୍ଭ: ଟିକେଟ ବିକ୍ରି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦିଆଯିବ

ଭୁବନେଶ୍ୱର,୨୭।୫(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମସ୍ଥିତ ବକ୍ସ ଅଫିସ୍‌ରେ ଟିକେଟ ବିକ୍ରି ଆରମ୍ଭ କରାଯାଇଛି ବୋଲି ଆୟୋଜକମାନେ ଘୋଷଣା କରିଛନ୍ତି। ଏଥିସହିତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଖୋଲିଥିବା ଆଉଟ୍‌ଲେଟ୍‌ଗୁଡିକରେ ମଧ୍ୟ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଯେଉଁ ପ୍ରଶଂସକମାନେ ଅନ୍‌ଲାଇନ୍‌ରେ ଟିକେଟ କିଣିଛନ୍ତି ସେମାନେ ଷ୍ଟାଡିୟମସ୍ଥିତ ରିଡେମ୍ପଶନ କାଉଣ୍ଟରରେ ଟିକେଟ ରିଡମ୍‌ କରିପାରିବେ ବୋଲି ସୂଚନା ଦିଆଯାଇଛି।
ଟିକେଟ ବିକ୍ରିରୁ ମିଳିବାକୁଥିବା ଲାଭାର୍ଥ ସାଇକ୍ଲୋନ ଫନୀ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କ ସାହାଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ଆୟୋଜକମାନେ ଘୋଷଣା କରିଛନ୍ତି। ଟିକେଟ କ୍ରୟ କରିଥିବା ଲୋକେ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ବିଶ୍ୱସ୍ତରୀୟ ହକି ଦେଖିବାର ସୁଯୋଗ ହାସଲ କରିବେ। ୮ଟି ଦଳ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଓ ଷ୍ଟାଡିୟମର ଗେଟ୍‌ ନମ୍ବର ୯ସ୍ଥିତ ବକ୍ସ ଅଫିସ୍‌ରେ ଟିକେଟ ମିଳିପାରିବ। ସେହିପରି ଅନ୍‌ଲାଇନରେ ଟିକେଟ କ୍ରୟ କରିଥିବା ପ୍ରଶଂସକମାନେ ଗେଟ୍‌ ନମ୍ବର ୪ ସ୍ଥିତ ରିଡେମ୍ପଶନ କାଉଣ୍ଟରରେ ସେମାନଙ୍କ ଅନ୍‌ଲାଇନ ଭାଉଚରକୁ ରିଡମ କରିପାରିବେ।
ସକାଳ ୧୦.୩୦ରୁ ଅପରାହ୍ନ ୫ଟା ମଧ୍ୟରେ ବିଭିନ୍ନ ଆଉଟଲେଟ୍‌ରେ ଟିକେଟ ମିଳିପାରିବ। ତେବେ ଗେଟ୍‌ ନମ୍ବର ୯ ସ୍ଥିତ ବକ୍ସ ଅଫିସରେ ସକାଳ ୯ଟାରୁ ୧୨ ପର୍ଯ୍ୟନ୍ତ ଟିକେଟ ମିଳିପାରିବ। ସେହିପରି ଅପରାହ୍ନ ୩ଟାରୁ ୭ଟା ପର୍ଯ୍ୟନ୍ତ ୪ ନମ୍ବର ଗେଟ୍‌ରେ ଅନ୍‌ଲାଇନ୍‌ ଭାଉଚରଗୁଡିକର ରିଡେମ୍ପଶନ ହୋଇପାରିବ ବୋଲି କୁହାଯାଇଛି। ପୂର୍ବରୁ ମେ ୧୪ ତାରିଖରେ ଅନ୍‌ଲାଇନ୍‌ରେ ଟିକେଟ ଉପଲବ୍ଧ ହୋଇଥିଲା।
ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ଗୁଡିକ ପାଇଁ ଇଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୨୦୦, ସାଉଥ୍‌ ଓ ନର୍ଥ ଷ୍ଟାଣ୍ଡ ପାଇଁ ଟିକେଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ଗୁଡିକ ଆସନ୍ତା ଜୁନ ୬ରୁ ୧୨ ତାରିଖ ମଧ୍ୟରେ ଆୟୋଜନ ହେବ। ସେହିପରି ୧୪ ଓ ୧୫ ତାରିଖରେ ଖେଳାଯିବାକୁ ଥିବା ଦୁଇଟି ସେମିଫାଇନାଲ ମ୍ୟାଚ୍‌ ପାଇଁ ଇଷ୍ଟ ଷ୍ଟାଣ୍ଡ ଟିକେଟର ମୂଲ୍ୟ ୨୫୦ ଓ ସାଉଥ୍‌ ଏବଂ ନର୍ଥ ଷ୍ଟାଣ୍ଡ ପାଇଁ ଟିକେଟର ମୂଲ୍ୟର ୧୫୦ ଟଙ୍କା ରଖାଯାଇଛି। ଆଗାମୀ ୬, ୭, ୧୦, ୧୨ ଓ ୧୪ ତାରିଖ ସକାଳ ୮ଟା ୪୫ରେ ଆରମ୍ଭ ହେବାକୁଥିବା ମ୍ୟାଚ୍‌ଗୁଡିକ ପାଇଁ ଇଷ୍ଟ, ନର୍ଥ ଓ ସାଉଥ ଷ୍ଟାଣ୍ଡ ଫାଷ୍ଟ କମ ଫାଷ୍ଟ ସର୍ଭ ବେସିସ୍‌ରେ ଦର୍ଶକ ମାନେ ବିନା ଟିକେଟରେ ମାଗଣାରେ ଏଣ୍ଟ୍ରି କରିପାରିବେ।


All Right Reserved By Dharitri.Com

Posted inଖେଳ View All

ମହିଳା ଜାଭେଲିନ୍‌ ଥ୍ରୋ ଜାତୀୟ ରେକର୍ଡ ସହ ଫାଇନାଲରେ ଅନୁ

ଦୋହା, ୧।୧୦(ପି.ଟି.)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତର ଶୀର୍ଷସ୍ଥାନୀୟ ମହିଳା ଜାଭେଲିନ ଥ୍ରୋୟର ଅନୁ ରାଣୀ ନିଜ ନାମରେ ଥିବା ଜାତୀୟ ରେକର୍ଡ...

ରୁଟ୍‌ଙ୍କ ଦ୍ୱିଶତକ: ଇଂଲଣ୍ଡ ଅଗ୍ରଣୀ

ହାମିଲଟନ,୩।୧୨(ଏଏଫପି)- ଅଧିନାୟକ ଜୋ ରୁଟଙ୍କ ଦ୍ୱିଶତକ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ୧୦୧ ରନ୍‌ର ଇନିଂସ ଅଗ୍ରଣୀ ହାସଲ...

ନୂଆବର୍ଷରେ କୋହଲିଙ୍କ ନୂଆ ଲୁକ୍‌

ଆଜିକାଲି କ୍ରିକେଟରେ ଫ୍ୟାଶନ୍‌ ଏବଂ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ନୂଆବର୍ଷରେ ନୂଆ...

ଏସିଆନ ଆର୍ଚେରୀ ଚାମ୍ପିୟନଶିପ୍‌: ଅତନୁଙ୍କୁ ବ୍ରୋଞ୍ଜ

ବ୍ୟାଙ୍କକ୍‌, ୨୬।୧୧ (ପି.ଟି.)- ଭାରତୀୟ ତୀରନ୍ଦାଜ ଅତନୁ ଦାସ ଏଠାରେ ଚାଲିଥିବା ଏସିଆନ ଆର୍ଚେରୀ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ରିକର୍ଭ ବ୍ୟକ୍ତିଗତ ଇଭେଣ୍ଟରେ...

ସୋସିଆଲ ମିଡିଆର ‘କିଙ୍ଗ୍‌’ ହେଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡିଆରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। କ୍ରିକେଟର ଭଗବାନ୍‌ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ରେକର୍ଡ...

ରଶିଦ ଆଫଗାନିସ୍ତାନ କ୍ରିକେଟ ଦଳର ନୂଆ ଅଧିନାୟକ

କାବୁଲ, ୧୨ା୭ (ପି.ଟି.): ଷ୍ଟାର ସ୍ପିନର ରଶିଦ ଖାଁଙ୍କୁ ଶୁକ୍ରବାର ଆଫଗାନିସ୍ତାନ କ୍ରିକେଟ ଦଳର ସମସ୍ତ ଫର୍ମାଟ ପାଇଁ ନୂଆ ଅଧିନାୟକ ଭାବେ ନିଯୁକ୍ତି ମିଳିଛି।...

ବେଙ୍ଗାଲୁରୁ ଏଫ୍‌ସି ବିଜୟୀ

ବେଙ୍ଗାଲୁରୁ, ୪ା୧ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ବେଙ୍ଗାଲୁରୁ ଏଫ୍‌ସି ଏହାର ପ୍ରଧାନ୍ୟ ଜାରି ରଖିଛି। ଶୁକ୍ରବାର ଅନୁଷ୍ଠିତ ଏକ ମ୍ୟାଚରେ ଦଳ ୨-୧...

ଶାସ୍ତ୍ରୀଙ୍କ ସ୍ବତନ୍ତ୍ର ଅନୁରୋଧ

ମୁମ୍ବାଇ,୧୭।୮: ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀଙ୍କୁ ପୁଣି ଥରେ ଭାରତୀୟ ଦଳର କୋଚ୍‌ ନିଯୁକ୍ତ କରାଯାଇଛି। ତାଙ୍କୁ ୨୦୨୧ ଟି୨୦ ବିଶ୍ୱକପ୍‌ ପର୍ଯ୍ୟନ୍ତ ଦଳର ଦାୟିତ୍ୱ...

Leave a comment

Your email address will not be published. Required fields are marked *