ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ, ଜଣେ ଗିରଫ

ଦେବଗଡ,୬।୧୧(ଡି.ଏନ.ଏ) : ଦେବଗଡ଼ ବନାଞ୍ଚଳ ଅଧୀନ ତିଲେଇବଣି ସେକ୍ସନ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ ଚଳାଇଥିବା ଅଭିଯୋଗରେ ବନ ବିଭାଗ ମଙ୍ଗଳବାର ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଲେ ଅଶୁର ଖୋଳ ଗ୍ରାମର ଅର୍ଜୁନ ପେଣ୍ଠେଇ। ଏପରି କି ବନ ବିଭାଗ ତାଙ୍କଠାରୁ ବିଦ୍ୟୁତ୍‌ ତାର ଓ ଧନୁ ତୀର ଜବତ କରିଛି ଅନ୍ୟପକ୍ଷେ ଘଟଣାସ୍ଥଳରୁ ୫ଜଣ ଶିକାରୀ ଫେରାର ହୋଇଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ତିଲେଇବଣି ଫରେଷ୍ଟ ସେକ୍ସନର ଅଶୁରଖୋଳ ନିକଟସ୍ଥ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ କେତେଜଣ ଶିକାରୀ ବିଦ୍ୟୁତ୍‌ ତାର ବିଛାଉଥିବା ବନ ବିଭାଗକୁ ଖବର ମିଳିଥିଲା। ଏନେଇ ତିଲେଇବଣି ଫରେଷ୍ଟର ସୁଧାଁଶୁ ବେହେରା ସଦଳବଳେ ଜଙ୍ଗଲରେ ଚଢାଉ କରିଥିଲେ। ଚଢାଉ ବେଳେ ଅର୍ଜୁନ ବିଦ୍ୟୁତ୍‌ ତାର ବିଛାଉଥିବା ବେଳେ ଧରାପଡିଥିଲେ। ହେଲେ ଅନ୍ୟ ୫ ସହଯୋଗୀ ଫେରାର ହୋଇଯାଇଥିଲା। ବନ ବିଭାଗ ପକ୍ଷରୁ ୬ଜଣଙ୍କ ବିରୋଧରେ ମାମଲା ରୁୁଜୁ ହୋଇଛି। ଗିରଫ ଅର୍ଜୁନକୁ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଚଢାଉରେ ଦେବଗଡ଼ ଫରେଷ୍ଟର ପ୍ରଶନ୍ନ କୁମାର ସାହୁ, ତିଲେଇବଣି ଫରେଷ୍ଟଗାର୍ଡ ଅଶୋକ କୁମାର ପାନ୍ନା ଓ ଦେବଗଡ ବନ ବିଭାଗ ସ୍କ୍ବାର୍ଡ ସାମିଲ ହୋଇଥିଲେ।


All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୫।୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗରେ ଅନ୍ୟ ଏକ ଗାଁର ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ...

ନାହାନ୍ତି ବିଶେଷଜ୍ଞ ଡାକ୍ତର

ବଅଁରପାଳ, ୨୬ା୨(ଡି.ଏନ.ଏ.) – ସ୍ବାସ୍ଥ୍ୟକେନ୍ଦ୍ର ଥିଲେ ବି ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳବାସୀ। ଡାକ୍ତର ଅଭାବ ସହ...

ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ଆରମ୍ଭ ହେଲା କାମ

ଦାରିଙ୍ଗବାଡ଼ି,୧୮।୪(ଡି.ଏନ.ଏ)- କରୋନା ଯୋଗୁ ଶ୍ରମିକମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ରୋଜଗାରକ୍ଷମ ଏବଂ ବ୍ଲକର ବିଭିନ୍ନ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ...

ସମୟ ଗଡୁଛି, ସରୁନି ମାଷ୍ଟର ପ୍ଲାନ : ଅସଜଡ଼ା ଜଗତ୍‌ସିଂହପୁର ସହର

ଜଗତ୍‌ସିଂହପୁର ଅଫିସ,୭ା୮: ଦିନକୁ ଦିନ ଜଗତ୍‌ସିଂହପୁର ସହର ତା’ର କାୟା ବିସ୍ତାର କରିଚାଲିଛି। କିନ୍ତୁ ଏହା ଅସଜଡ଼ା ଭାବେ ସମ୍ପ୍ରସାରିତ ହେଉଥିବାରୁ ସମସ୍ୟା ସୃଷ୍ଟି ହେଉଛି।...

ମା’ ଭଳି ମାତୃଭାଷାକୁ ଆଦର କର

ବ୍ରହ୍ମପୁର ଅଫିସ୍‌,୧୬ା୭-ଦିନ ଥିଲା, ବ୍ରହ୍ମପୁର ସହରସ୍ଥିତ ବିଦ୍ୟାଳୟଗୁଡ଼ିକରେ ପ୍ରଥମଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହଜାର ହଜାର ଛାତ୍ରୀଛାତ୍ର ତେଲୁଗୁ ଭାଷାରେ ଅଧ୍ୟୟନ କରୁଥିଲେ । ହେଲେ...

ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଭବାନୀପାଟଣା,୨୪।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅର୍ନ୍ତଗତ ସିଂଝରଣ ଗ୍ରାମରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ସିଂଝରଣ ଗ୍ରାମର...

ରାସ୍ତାରେ ମୃତଦେହ ଛାଡି ଚାଲିଗଲେ ଅଟୋ ଚାଳକ

ନବରଙ୍ଗପୁର,୧୨ା୨(ବି.ପ୍ର.): କାମଳ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଦେଶୀ ଚିକିତ୍ସା ପାଇଁ ଅଟୋରେ ନେଉଥିବା ସମୟରେ ରାସ୍ତାରେ ମୃତ୍ୟୁ ଘଟିଥିଲା ା ଅଟୋ ଚାଳକ ମୃତଦେହ ନେଇ...

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌: ଜଣେ ମୃତ, ୨ ଗୁରୁତର

ଫୁଲବାଣୀ ଅଫିସ,୪।୧୨: କନ୍ଧମାଳ ଜିଲା ଫୁଲବାଣୀ ଏଫ୍‌ସିଆଇ ଛକର ନିଶ୍ୱାସ କଲେଜ ନିକଟରେ ବୁଧବାର ଭାରସାମ୍ୟ ହରାଇ ଏକ କାର୍‌ (ଓଆର୍‌୦୫ଏଲ୍‌ ୯୧୯୧) ଗଛରେ ପିଟିହୋଇ...

Leave a comment

Your email address will not be published. Required fields are marked *