ଭୁବନେଶ୍ୱରରେ ଜାତୀୟ ସଫେଇ କର୍ମଚାରୀ କମିଶନ ଅଧ୍ୟକ୍ଷ: ସଫେଇ କର୍ମଚାରୀଙ୍କୁ ସୁବିଧା ମିଳୁ ନ ଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୬।୧୧(ବ୍ୟୁରୋ):ଜାତୀୟ ସଫେଇ କର୍ମଚାରୀ କମିଶନ ଅଧ୍ୟକ୍ଷ ମନହର ବଲ୍‌ଜିଭାଇ ଜାଲା ମଙ୍ଗଳବାର ୨ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଅପରାହ୍ନରେ ତାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମୁଖ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଅଧ୍ୟକ୍ଷ ଜାଲା ସଫେଇ କର୍ମଚାରୀଙ୍କୁ ମିଳୁଥିବା ସୁବିଧା, ସ୍ବାସ୍ଥ୍ୟାବସ୍ଥା ଓ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ। କର୍ମଚାରୀମାନେ ମାସିକ ବେତନ, ରହିବାକୁ ବାସସ୍ଥଳୀ ଓ ବିନା ଛୁଟିରେ କାର୍ଯ୍ୟ କରିବାକୁ ମୁଖ୍ୟ ସମସ୍ୟା ବୋଲି କମିଶନ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ଏଥିସହିତ ସଫେଇ କରିବା ପାଇଁ ଆବଶ୍ୟକ ସ୍ବଚ୍ଛତା କିଟ୍‌ ଯୋଗାଇ ଦିଆଯାଉ ନାହିଁ, ଠିକ୍‌ ସମୟରେ ପେନ୍‌ସନ ମିଳୁନି, ଦୈନିକ ବେତନ ମାତ୍ର ୧୯୫ ଟଙ୍କା ମିଳୁଥିବା ଓ ମୃତ କର୍ମଚାରୀଙ୍କୁ ବକେୟା ଅର୍ଥ ମିଳୁ ନ ଥିବା ସେମାନେ କହିଥିଲେ। ବିଶେଷ ଭାବେ ମହିଳା ସଫେଇ କର୍ମଚାରୀଙ୍କ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ନେଇ ଉପସ୍ଥିତ ସଙ୍ଗଠନ ସଦସ୍ୟମାନେ ଗୁରୁତ୍ୱ ଦେଇଥିଲେ। ଗର୍ଭବତୀ ମହିଳାଙ୍କୁ ଚାକିରିରୁ ବାହାର କରିଦେବା, କାର୍ଯ୍ୟ କ୍ଷେତ୍ରରେ ଅଶ୍ଳୀଳ ବ୍ୟବହାରର ଶିକାର ହେବା, ସେମାନଙ୍କ ପିଲା ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କହିଥିଲେ। ସବୁକଥା ଶୁଣିବା ପରେ କମିଶନ ଅଧ୍ୟକ୍ଷ ଜାଲା ଉପସ୍ଥିତ ବିଏମ୍‌ସି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସଫେଇ କର୍ମଚାରୀଙ୍କ ସମସ୍ତ ସମସ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ କରିବା ସହ ମାସିକ ସ୍ବାସ୍ଥ୍ୟ ପରୀକ୍ଷା, ସଫେଇ ସଚେତନତା ଓ ଅନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦେବାକୁ ତାଗିଦ କରିଥିଲେ। ସଫେଇ କର୍ମଚାରୀଙ୍କୁ ଉପଲବ୍ଧ ସମସ୍ତ ସୁବିଧା ନ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।
ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଥିଲେ, ସଫେଇ କର୍ମଚାରୀଙ୍କୁ ଆବଶ୍ୟକ ଉପକରଣ ସହ ସମସ୍ତ ସୁବିଧା ଯୋଗାଇଦିଆଯାଉଛି। ବିଏମ୍‌ସି ଓ ନିଗମ ସହ ଜଡ଼ିତ ସମସ୍ତ ସଫେଇ କର୍ମଚାରୀଙ୍କ ସମସ୍ୟା ପ୍ରତି କର୍ତ୍ତୃପକ୍ଷ ବିଶେଷ ଭାବେ ଧ୍ୟାନ ଦେଉଛନ୍ତି। ଆଉକିଛି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ସହର ପରିମଳ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ସହରରେ ୫ ହଜାରରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ଠିକା ସଂସ୍ଥାଦ୍ୱାରା ପରିଚାଳିତ ପାଖାପାଖି ୪ହଜାର କର୍ମଚାରୀଙ୍କ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବୈଠକରେ ଜାତୀୟ ସଫେଇ କର୍ମଚାରୀ କମିଶନ ସମ୍ପାଦକ ମହେନ୍ଦ୍ର କୁମାର, ପରାମର୍ଶଦାତା ପୂରଣ ସିଂ, ବିଏମ୍‌ସିର ଉଚ୍ଚପଦସ୍ଥ ଅଧିକାରୀ, ବିଏମ୍‌ସି ସହ ଜଡ଼ିତ ବହୁ ସଙ୍ଗଠନ, ଟ୍ରଷ୍ଟ କର୍ମକର୍ତ୍ତା ଉପସ୍ଥିତ ଥିଲେ।


All Right Reserved By Dharitri.Com

କାନପୁରା ହାଇସ୍କୁଲରେ ‘ଅଟଳ ଟିଙ୍କରିଙ୍ଗ’ ଲ୍ୟାବ୍‌ ଉଦ୍‌ଘାଟିତ:ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା ପ୍ରଶିକ୍ଷଣ

କାମାକ୍ଷାନଗର, ୯।୭(ଡି.ଏନ୍‌.ଏ.)ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ ଲକ୍ଷ୍ୟରେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରସ୍ଥିତ ପଞ୍ଚାୟତିରାଜ ହାଇସ୍କୁଲରେ ସୋମବାର ଉଦ୍‌ଘାଟିତ ହୋଇଛି ‘ଅଟଳ...

ବିଜେପୁର ଉପନିର୍ବାଚନ: ୧ଟା ସୁଦ୍ଧା ୩୭.୧୦% ମତଦାନ

ବରଗଡ଼ ଅଫିସ /ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ନିର୍ବାଚନମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ...

ଆପଣମାନେ ଖୁସି ତ, ମୁଁ ବି ଖୁସି

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଆପଣମାନେ ଖୁସି ତ। ମୁଁ ବି ଖୁସି। ମୁଖ୍ୟମନ୍ତ୍ରୀଙ୍କ ଏହି ଉକ୍ତିକୁ ନେଇ ବୁଧବାର ବିଧାନସଭାରେ ଏକ ହାସ୍ୟରୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଷୋଡଶ...

୭୧୦ ଶିଶୁ, ୧୭୩ ଗର୍ଭବତୀଙ୍କୁ ଦିଆଯିବ ଟିକା

ଫୁଲବାଣୀ ଅଫିସ, ୩୦ା୧୧ -କନ୍ଧମାଳ ଜିଲାରେ ମିଶନ ଇନ୍ଦ୍ରଧନୁଷ୍‌ ୨.୦ କାର୍ଯ୍ୟକ୍ରମ ଆସନ୍ତା ୨ତାରିଖରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ ୪ଟି ପର୍ଯ୍ୟାୟରେ ଜିଲାରେ କାର୍ଯ୍ୟକାରୀ...

କେନ୍ଦ୍ରାପଡ଼ା ଲୋକ ସଭାରେ ଅନୁଭବ ଆଗୁଆ

କେନ୍ଦ୍ରାପଡା ଅଫିସ,୨୩ା୫- ଦ୍ୱିତୀୟ ରାଉଣ୍ଡରେ କେନ୍ଦ୍ରାପଡା ଲୋକ ସଭା ଆସନର ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୨୨୧୧ଖଣ୍ଡ ଭୋଟରେ ଆଗୁଆ ଥିଲେ। ସେହିପରି ତୃତୀୟ ରାଉଣ୍ଡ...

ପେଟ୍ରୋଲ ଟାଙ୍କି କରାଇଦେବା ନାଁରେ ୪୦ ଲକ୍ଷ ଟଙ୍କା ଠକେଇ:ବିହାରରୁ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନ, ୩ା୧୨(ଡି.ଏନ.ଏ) ପେଟ୍ରୋଲ ଟାଙ୍କି କରାଇଦେବା ନାଁରେ ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୩ନଂ ୱାର୍ଡର ଓମ ପ୍ରକାଶ ମିଶ୍ରଙ୍କଠାରୁ ୪୦ ଲକ୍ଷ ୪୫ ହଜାର...

ଭାଜପାରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଶନିବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ଭାଜପା ରାଜ୍ୟ ସଭାପତି ତଥା କଳାହାଣ୍ଡି ଏମ୍‌ପି...

ଡ୍ୟାନ୍ସ ବାର୍‌ ଖୋଲିବା ପ୍ରସଙ୍ଗ: ଭାଜପାର ଅଭିଯୋଗ ‘ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର,୨୯।୯(ବ୍ୟୁରୋ): ୨୦୧୮ରେ ରାଜ୍ୟ ସରକାର ଶପିଂମଲଗୁଡିକରେ ମଦ ବିକ୍ରିକୁ ବନ୍ଦ କରିବା ସହ ଏହା ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବିରୋଧୀ ବୋଲି ଦର୍ଶାଇଥିଲେ। ହେଲେ...

Leave a comment

Your email address will not be published. Required fields are marked *