ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ: ବନ୍ଧା ହେଲେ ବିଡିଏ ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର

ଭୁବନେଶ୍ୱର (ବ୍ୟୁରୋ)/କଟକ ଅଫିସ, ୬।୧୧:ମଙ୍ଗଳବାର ଦିନ ଦ୍ୱିପ୍ରହରରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର ପୁରୁଷୋତ୍ତମ ଜେନାଙ୍କୁ ଭିଜିଲାନ୍ସ କାବୁ କରିଛି। ଜୟଦେବବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ସମ୍ବିତ ପାଣିଗ୍ରାହୀଙ୍କ ଫ୍ଲାଟ୍‌କୁ ଅଧା ଭାଙ୍ଗି ପୂରା ଉଚ୍ଛେଦ କରିିଛନ୍ତି ବୋଲି ପୁରୁଷୋତ୍ତମ ରିପୋର୍ଟ ପ୍ରସ୍ତୁତ କରିଥିଲେ। ପରେ ୧୫ ହଜାର ଟଙ୍କା ନ ଦେଲେ ସତରେ ପୂରା ଭାଙ୍ଗିଦେବେ ବୋଲି ସେ ସମ୍ବିତଙ୍କୁ ଧମକ ଦେଇଥିଲେ। ଦାବି ମୁତାବକ ପୁରୁଷୋତ୍ତମ ମଙ୍ଗଳବାର କେଶରୀ ସିନେମା ହଲ୍‌ ନିକଟରେ ଥିବା ଏକ ଚା’ ଦୋକାନ ପାଖରୁ ସମ୍ବିତଙ୍କଠାରୁ ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଏହାପରେ ଭିଜିଲାନ୍ସ ଟିମ୍‌ ଭୁବନେଶ୍ୱରରେ ଥିବା ପୁରୁଷୋତ୍ତମଙ୍କ ଭଡ଼ାଘର ଓ ଅଫିସ୍‌ ଚ୍ୟାମ୍ବରରେ ଯାଞ୍ଚ କରିଛି। ଏ ନେଇ ଭିଜିଲାନ୍ସ ସେଲ୍‌ ଥାନାରେ ୧୮/୨୦୧୯ରେ ଏକ ମାମଲା ରୁଜୁ କରାଯାଇ ପୁରୁଷୋତ୍ତମଙ୍କୁ ଗିରଫ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୨୩ରେ ଜୟଦେବ ବିହାର ନିକଟ ଜୟଦେବ ଟାଓ୍ବାରରେ ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ଆପାର୍ଟମେଣ୍ଟରେ ଥିବା ପାର୍କିଂ ସ୍ଥାନରେ ବେଆଇନ୍‌ ନିର୍ମାଣ ଓ ଉପର ମହଲାକୁ ବିନା ପ୍ଲାନ୍‌ରେ ତିଆରି କରାଯାଇଥିବା ଦର୍ଶାଇ ଉଚ୍ଛେଦ କରାଯାଇଛି ବୋଲି ଦର୍ଶାଯାଇଥିଲା। ବିନା ନୋଟିସ୍‌ ଓ ସୂଚନାରେ ସେଠାରେ ବିଡିଏ କର୍ମଚାରୀ ପହଞ୍ଚିଥିବାରୁ ଆପାର୍ଟମେଣ୍ଟବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଉଚ୍ଛେଦକୁ ବିରୋଧ କରିଥିଲେ। ଫଳରେ ଉଚ୍ଛେଦ ବିଳମ୍ବରେ ଆରମ୍ଭ ହୋଇଥିଲା। ବିନା କାହାରି ପରାମର୍ଶ ଓ ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ସ୍ଥଗିତାଦେଶକୁ ଖାତିର ନ କରି ପୁରୁଷୋତ୍ତମ ଉଚ୍ଛେଦ କରିଥିଲେ। ସମ୍ବିତ ବାରମ୍ବାର ଅନୁରୋଧ କରିଥିଲେ ବି ସେ ଶୁଣି ନଥିଲେ। କିନ୍ତୁ ବର୍ଷା ଅଧିକ ହେବା ଫଳରେ ଉଚ୍ଛେଦ ଅଧାରୁ ବନ୍ଦ ହୋଇଯାଇଥିଲା। ଏହାପରେ ସମ୍ବିତଙ୍କୁ ପୁରୁଷୋତ୍ତମ ବ୍ଲାକ୍‌ମେଲ କରିବା ଆରମ୍ଭ କରିଦେଇଥିଲେ। ଆଗକୁ ଉଚ୍ଛେଦ ନ ହେବା ଲାଗି ୧୫ ହଜାର ଲାଞ୍ଚ ମାଗିଥିଲେ। ଏନେଇ ସମ୍ବିତ ଭିଜିଲାନ୍ସର ଦ୍ୱାରସ୍ଥ ହେଇଥିଲେ। ସୂଚନାଥାଉ କି, ପୁରୁଷୋତ୍ତମ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ସେ ଠିକାରେ ବିଡିଏରେ ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ।


All Right Reserved By Dharitri.Com

ନୂଆ ନିୟମ ମାନିବାକୁ କୁନ୍ଥୁକୁନ୍ଥୁ: ରାଜ୍ୟରେ ବଢ଼ିଚାଲିଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ସେପ୍ଟେମ୍ବର ୧ ତାରିଖରୁ ସମଗ୍ର ଦେଶରେ ମୋଟର ଯାନ(ସଂଶୋଧିତ) ଆଇନ-୨୦୧୯ ଲାଗୁ କରାଯାଇଛି। ବେଆଇନଗାଡ଼ି ଚାଳକଙ୍କ ଉପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଜରିମାନା ରାଶି...

ଅବକାରୀ ବିଭାଗର ଚଢ଼ାଉ: ଜଣେ ଗିରଫ, ୧ କେଜି ବ୍ରାଉନ୍‌ସୁଗାର, ବନ୍ଧୁକ ଜବତ

ଜଳେଶ୍ୱର, ୧୬।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ଷ୍ଟେଶନ ବଜାରସ୍ଥିତ ମିଲବାଡ଼ି ଅଞ୍ଚଳରେ ବୁଧବାର ଭୋରରେ ଜଳେଶ୍ବର ଅବକାରୀ ଏବଂ କଟକ କେନ୍ଦ୍ରୀୟ ଅବକାରୀ...

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ରାଜ୍ୟ ସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୩ଟି ପଦବୀ ପାଇଁ ହେବାକୁ ଥିବା ଏହି ଉପନିର୍ବାଚନ ଲାଗି...

କାଳରାତ୍ରି ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା

ନିରାକାରପୁର,୫।୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନୂଆଗଡ ପଞ୍ଚାୟତ ଅନ୍ତର୍ଗତ ମୂଳିଝର ନିକଟସ୍ଥ ହାତୀଆଶୁଣି ପାହାଡ଼ ପାଦଦେଶରେ ବିଜେ ମା’ ଉଗ୍ରତାରାଙ୍କ ଶାକ୍ତପୀଠରେ ଶୁକ୍ରବାର ପାର୍ବଣର ସପ୍ତମୀ ତିଥିରେ...

ହରିଶଙ୍କରରୁ ନୃସିଂହନାଥକୁ ପାହାଡ ଚଢି ଯିବା ମଜା ନିଆରା

ଖପ୍ରାଖୋଲ, ୧୭ା୫(ଡି.ଏନ.ଏ.):ବଲାଙ୍ଗୀର ଜିଲା ଓ ବରଗଡ ଜିଲା ସୀମାନ୍ତରେ ରହିଛି ଗନ୍ଧମାର୍ଦ୍ଦନ ପାହାଡ ା ପାହାଡର ଦୁଇପାର୍ଶ୍ୱରେ ହରିଶଙ୍କର ଏବଂ ନୃସିଂହନାଥ ପୀଠ ା ବର୍ଷ...

ହୁଇଲ ଚେୟାର ଆଇପିଏଲ ଖେଳିବେ ଦିବ୍ୟାଙ୍ଗ ଚକ୍ରଧର

ବଲାଙ୍ଗୀର ଅଫିସ, ୧୧ା୬ ବଲାଙ୍ଗୀର ଜିଲା ସଦର ବ୍ଳକ୍‌ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମର ଦିବ୍ୟାଙ୍ଗ ଯୁବକ ଚକ୍ରଧର ନାଏକ (୩୦) ା ତାଙ୍କ ମାତା ଉର୍ମିଳା...

ଲୁହାଭାରାରୁ ମୁକୁଳିବ ବିଶ୍ୱ ଐତିହ୍ୟ

ଭୁବନେଶ୍ୱର,୪-୯(ବ୍ୟୁରୋ)/ କୋଣାର୍କ (ଡି.ଏନ୍‌.ଏ):ଶେଷରେ ଲୌହଭାରାରୁ ମୁକୁଳିବ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ଦୀର୍ଘଦିନର ବାଦବିବାଦ ଏବଂ ଦାବି ପରେ କୋଣାର୍କ ମନ୍ଦିରରୁ ହଟିବ ଲୌହଭାରା।...

୩ ଶୀର୍ଷ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ: ମୁଖ୍ୟ ଶାସନ ସଚିବଙ୍କୁ ୨୦, ଉନ୍ନୟନ କମିଶନର ୧୫ ଏବଂ ଏପିସିଙ୍କୁ ୫ ବିଭାଗ ଦାୟିତ୍ୱ

ଭୁବନେଶ୍ୱର,୩୦-୮(ବ୍ୟୁରୋ):ରାଜ୍ୟ ପ୍ରଶାସନର ଶୀର୍ଷସ୍ତରରେ ସରକାରୀ କାର୍ଯ୍ୟକୁ ଉତ୍ତମ ରୂପେ ତର୍ଜମା କରାଯିବ। ବିଭାଗୀୟ ଅନୁଶୀଳନ ପରେ ଜଣେ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଧିକାରୀ ଫାଇଲଗୁଡିକ...

Leave a comment

Your email address will not be published. Required fields are marked *