କଂସର-ଜମନକିରା ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ଦୁର୍ନୀତି ପ୍ରସଙ୍ଗ:୫ ଜଣଙ୍କ ନାମରେ ମାମଲା

ସମ୍ବଲପୁର, ୫ା୧୧ (ବ୍ୟୁରୋ):ସମ୍ବଲପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା କଂସର-ଜମନକିରା ପ୍ରଧାନମନ୍ତ୍ରୀ ରାସ୍ତା କାମର ଦୁର୍ନୀତି ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତରେ ପ୍ରାୟ ୪୦ ଲକ୍ଷ ଟଙ୍କାରୁ ଅଧିକ ଦୁର୍ନୀତି ହୋଇଥିବା ଜଣାପଡିଛି। ଏ ନେଇ ସମ୍ବଲପୁର ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ ପାତ୍ର ରିଆମାଳ ଥାନାରେ ଅଭିଯୋଗ କରିବା ସହ ଦେବଗଡ଼ ଏସ୍‌ପି ରାହୁଲ ଜୈନଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ଦେବଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପୂର୍ବତନ ନିର୍ବାହୀ ଯନ୍ତ୍ରୀ ତଥା ବର୍ତ୍ତମାନ ଗଞ୍ଜାମ ଜିଲାରେ ଅବସ୍ଥାପିତ କିଶୋର ମିଶ୍ର, ପୂର୍ବତନ ସହକାରୀ ଯନ୍ତ୍ରୀ ତଥା ଏବେ ସମ୍ବଲପୁର ଜିଲା ରେଢ଼ାଖୋଲରେ ଅବସ୍ଥାପିତ ହିମାଂଶୁଶେଖର ସେଠୀ, ଦେବଗଡ ଗ୍ରାମ୍ୟ ଉନ୍ନୟନ ଡିଭିଜନର କନିଷ୍ଠ ଯନ୍ତ୍ରୀ ହିମାଂଶୁ ବେହେରା, ଏଷ୍ଟିମେଟର୍‌ ଇଂ. ସୁବୋଧ ମୁଦୁଲି ଓ ଠିକା ସଂସ୍ଥା ତୁଳସୀ କନଷ୍ଟ୍ରକଶନ୍‌ ନାମରେ ମାମଲା ରୁଜୁ ହୋଇଛି । ରିଆମାଳ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ଅନ୍ୟପଟେ କେନ୍ଦ୍ରୀୟ ଟିମ୍‌, ରାଜ୍ୟସ୍ତରୀୟ ଟିମ୍‌ ଓ ତଦନ୍ତ ପାଇଁ ଗଠନ ହୋଇଥିବା କମିଟି ଏ ପର୍ଯ୍ୟନ୍ତ ତଦନ୍ତ କରିବାକୁ ଆସି ନାହାନ୍ତି। ଦୁର୍ନୀତିକୁ ଚପାଇବାକୁ ଠିକାଦାରଙ୍କ ପାଖରୁ ସବ୍‌ କଣ୍ଟ୍ରାକ୍ଟର ଭାବେ କାମ ନେଇଥିବା ସ୍ଥାନୀୟ ଦୁଇ ଜଣ ଠିକାଦାର ରାତି ଅଧିଆ ମରାମତି କାମ କରୁଛନ୍ତି। ବ୍ୟୟଅଟକଳ ଅନୁସାରେ ଆବଶ୍ୟକ ସାମଗ୍ରୀ ବ୍ୟବହାର ନ କରି ଉପରେ ପିଚୁ କରି ଦେଉଛନ୍ତି । ଏଣୁ ଅଧୀକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଠିକାଦାରଙ୍କୁ କାମ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ରାସ୍ତାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହେଲା ପରେ ଅକ୍ଟୋବର ୨୬ ଧରିତ୍ରୀରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏହାକୁ ନେଇ ଅକ୍ଟୋବର ୨୮ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ପ୍ରଦୀପ କୁମାର ଜେନା ଉଦ୍‌ବେଗ ପ୍ରକାଶ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ୫ ଜଣିଆ ତଦନ୍ତ କମିଟି ଗଠନ କରି ଶୀଘ୍ର ତଦନ୍ତ ରିପୋର୍ଟ ଦେବାକୁ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶ ପାଇବା ପରେ ସମ୍ବଲପୁର ଅଧୀକ୍ଷଣ ଯନ୍ତ୍ରୀ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୭-୧୮ ଆର୍ଥତ୍କ ବର୍ଷରେ କଂସର-ଜମନକିରା ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରି ଟେଣ୍ଡର ଡକାଯାଇଥିଲା । ମୋଟ ୧୪ କି.ମି. ରାସ୍ତା କାମ ଲାଗି ୫ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିଲା । ଏହି କାମକୁ ଦେବଗଡ଼ ଜିଲାର ତୁଳସୀ କନଷ୍ଟ୍ରକଶନ୍‌ ନାମକ ଠିକା କମ୍ପାନୀ ଟେଣ୍ଡର ମାଧ୍ୟମରେ ପାଇଥିଲା। ହେଲେ ୮ କି.ମି. ରାସ୍ତା ନିର୍ମାଣ ହୋଇଛି । ଆହୁରି ୬ କି.ମି. ରାସ୍ତାର କାମ ହୋଇ ନାହିଁ। ଯେତିକି ବି କାମ ହୋଇଛି ସେଥିରେ ମଧ୍ୟ ବ୍ୟାପକ ଅନିୟମିତତା କରାଯାଇଛି । ନିୟମ ଅନୁସାରେ ପ୍ରଥମେ ମାଟି ପକାଇବା, ତା’ପରେ ମୋରମ ବିଛାଯିବା, ୨ସ୍ତର ମେଟାଲ ଦେବା ପରେ ପିଚୁ କରିବା ନିୟମ ରହିଛି । ହେଲେ ଆବଶ୍ୟକ ପରିମାଣର ସାମଗ୍ରୀ ବ୍ୟବହାର କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଥିଲା। କାମ ଶେଷ ହୋଇ ନ ଥିଲେ ମଧ୍ୟ ଗତ ମେ ମାସରେ ଫାଇନାଲ ବିଲ୍‌ କରାଯାଇଥିଲା।


All Right Reserved By Dharitri.Com

୨ ଫିଲ୍ମର ଶୁଭ ମହୁରତ

ବାରିପଦା ଅଫିସ,୩୧ା୧- ବାରିପଦା ସହର ସ୍ଥିତ ଅମ୍ବିକା ମନ୍ଦିରରେ ଗୁରୁବାର ଓଡ଼ିଆ ଚଳଚ୍ଚିତ୍ର ‘କକୁକୁଲା’ ଓ ଇଂଲିଶ ଫିଲ୍ମ ‘ଦି ଲାଷ୍ଟ ହେଲପ୍‌’ର ଶୁଭ ମହୁରତ...

ବ୍ରାଉନ ସୁଗାର ବ୍ୟବସାୟୀଙ୍କ ଦେଢ କୋଟିର ସମ୍ପତ୍ତି ଜବତ

ଅନୁଗୋଳ ଅଫିସ, ୧୯।୨ – ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରୁ ଗତ ୪ ମାସ ମଧ୍ୟରେ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା ୨୪...

ବ୍ରହ୍ମପୁରରେ ଜୁଡିସିଆଲ ଏକାଡେମୀର ୨୬ ଜଣିଆ ସଦସ୍ୟ

ବ୍ରହ୍ମପୁର ଅଫିସ,୧୪ା୨- ନ୍ୟାୟ ପରିଷଦ (ଜୁଡିସିଆଲ ଏକାଡେମୀ) ସଦସ୍ୟା ଓ ସଦସ୍ୟମାନେ ଗୁରୁବାର ବ୍ରହ୍ମପୁରରେ ପହଞ୍ଚିଥିଲେ। ୧୫ ଜିଲାର ୨୬ ଜଣିଆ ଟିମ୍‌ ପ୍ରଥମେ ସୁଧାର...

ରାସ୍ତାରେ ଢ଼େଉ ମାରୁଛି ଡ୍ରେନ୍‌ପାଣି

ଚୌଦ୍ୱାର,୩୦।୧୨(ଡି.ଏନ.ଏ): ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା କଳିଙ୍ଗ ଛକ-ଶଙ୍କରପୁର ରାସ୍ତାର କଳିଙ୍ଗଛକ ନିକଟରେ ରାସ୍ତାରେ ହମ୍ପ୍‌ସ ନିର୍ମାଣ ଯୋଗୁ ଆଖପାଖ ରାସ୍ତାରେ ନିୟମିତ...

ବରୁଣେଇରେ ଧର୍ମେନ୍ଦ୍ର, ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କଲେ

ଖୋର୍ଦ୍ଧା ଅଫିସ,୭।୧୨: ବରୁଣେଇରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ପୂର୍ବରୁ ଶନିବାର ସେ ପ୍ରସ୍ତୁତିର ସମୀକ୍ଷା କରିଥିବା ସୂଚନା ମିଳିଛି। ପ୍ରକାଶଯୋଗ୍ୟ,...

ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ: ୧୫ରୁ ଧାନକିଣା

ବଲାଙ୍ଗୀର ଅଫିସ, ୮ା୧୧-ବଲାଙ୍ଗୀର ଜିଲାରେ ଖରିଫ୍‌ ୨୦୧୯-୨୦ ବର୍ଷ ପାଇଁ ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ସ୍ଥାନୀୟ ଡିଆରଡିଏ ସମ୍ମଳନୀ କକ୍ଷରେ ଗୁରୁବାର ବସିଥିଲା...

ଶ୍ରମ ଆଇନ ସଂଶୋଧନକୁ ବିରୋଧ:ଇପିଏଫ ଅଫିସ ଆଗରେ ସିଟୁର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୩ା୮-କେନ୍ଦ୍ର ସରକାରଙ୍କ ପ୍ରଚଳିତ ଶ୍ରମ ଆଇନ ସଂଶୋଧନ ପ୍ରତିବାଦରେ ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିୟନସ (ସିଟୁ) ଗଞ୍ଜାମ ଜିଲା କମିଟି ପକ୍ଷରୁ ଶୁକ୍ରବାର...

ଜିଲା ସଡ଼କ ସୁରକ୍ଷା ବୈଠକ: କଡ଼ାକଡ଼ି କରାଯିବ ସୁରକ୍ଷା ବ୍ୟବସ୍ଥା

ନୟାଗଡ଼ ଅଫିସ,୨୪ା୮: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. ପୋମା ଟୁଡୁଙ୍କ...

Leave a comment

Your email address will not be published. Required fields are marked *