ବଦଳିଲେ ମୟୂରଭଞ୍ଜ ଡିପିଏମ

ବାରିପଦା ଅଫିସ,୬।୧୧- ଜାତୀୟ ସ୍ବାସ୍ଥ୍ୟ ମିଶନର ମୟୂରଭଞ୍ଜ ଜିଲା ପ୍ରୋଗ୍ରାମ ମ୍ୟାନେଜର(ଡିପିଏମ) ଅନିଲ କୁମାର ମହାନ୍ତିଙ୍କୁ ବାଲେଶ୍ୱର ଜିଲାକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବାଲେଶ୍ୱର ଡିପିଏମ ଭାବେ କାର୍ଯ୍ୟରତ ଥିବା ପ୍ରଭୁ ପ୍ରୟାନ୍ତ ପତିଙ୍କୁ ମୟୂରଭଞ୍ଜ ଜିଲାକୁ ବଦଳି କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ଚିଠି ନଂ.୧୨୮୯୪(୫/୧୧/୨୦୧୯)ରେ ଏହି ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଛି। ଏହା ସହିତ କନ୍ଧମାଳ ଓ ଝାରସୁଗୁଡା ଡିପିଏମଙ୍କ ମଧ୍ୟ ଅନ୍ୟତ୍ର ବଦଳି ହୋଇଛି। ସୂଚନାଯୋଗ୍ୟ, ମୟୂରଭଞ୍ଜ ଡିପିଏମ କିଛି ଦିନ ହେବ ବହୁ ବିବାଦରେ ଛନ୍ଦି ହୋଇଥିଲେ। ବାରିପଦା ମେଡିକାଲ କଲେଜ ତଥା ଜିଲା ମୁଖ୍ୟ ଚିକିତ୍ସାଳୟର ସଫେଇ ଟେଣ୍ଡର ତଥା ବିଭାଗୀୟ କାର୍ଯ୍ୟକ୍ରମ ଗୁଡିକରେ ଅନିୟମିତତା କରିଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ଜାତୀୟ ସ୍ବାସ୍ଥ୍ୟ ମିଶନର ଏକ ଉଚ୍ଚସ୍ତରୀୟ ଟିମ ବାରିପଦା ଗସ୍ତରେ ଆସିଥିବାବେଳେ ଅଣରାଜନୈତିକ ସଂଗଠନ ଭଞ୍ଜସେନାର ସଭାପତି ପିଣ୍ଟୁ ମାଇତି ଓ ଅନ୍ୟମାନେ ମହାନ୍ତିଙ୍କ ବିରୋଧରେ ଅଭିଯୋଗ କରିବା ସହିତ ତାଙ୍କ ବଦଳି ଦାବି କରିଥିଲେ ଏବଂ ତାଙ୍କ ସମୟରେ ହୋଇଥିବା ସମସ୍ତ କାର୍ଯ୍ୟକ୍ରମର ତଦନ୍ତ ଦାବି କରିଥିଲେ।


All Right Reserved By Dharitri.Com

ଆରମ୍ଭ ହେଲା ରଜ ଉତ୍ସବ

ଆନନ୍ଦପୁର,୧୩ା୬(ସ୍ବ.ପ୍ର): ଘଷିପୁରା ଆଦର୍ଶ ସେବାସଂଘ ଆନୁକୂଲ୍ୟରେ ଆୟୋଜିତ  ରଜ ଉତ୍ସବ ଗ୍ୟାରେଜ ଛକ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ସଂଘର ସଭାପତି ଯଜ୍ଞ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ...

ଚୋରାଚାଲାଣ କୋଇଲା ବୋଝେଇ ପିକ୍‌ଅପ୍‌ ଅଟକାଇବାକୁ ଉଦ୍ୟମ ବେଳେ ଦୁର୍ଘଟଣା: କନଷ୍ଟେବଳ ଗୁରୁତର

ଭଦ୍ରକ ଅଫିସ,୨୧।୭: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ସାବରଙ୍ଗ ଏରଡ଼ା ନିକଟରେ ରବିବାର ସକାଳେ ଚୋରାଚାଲାଣ ହେଉଥିବା ଏକ କୋଇଲା ବୋଝେଇ ପିକ୍‌ଅପ୍‌ ପୋଲିସ ଅଟକାଇବାକୁ...

ପଟ୍ଟା ମିଳିଛି, ଜମି ଚିହ୍ନଟ ହେଉନି

ଅମରପାଲି, ୫।୮(ଡି.ଏନ.ଏ) ସରକାର ଭୁମିହୀନମାନଙ୍କୁ ଘରଡିହ ଯୋଗାଇ ଦେଇଛନ୍ତି। ଏପରିକି ଉକ୍ତ ପରିବାରମାନଙ୍କୁ ପଟ୍ଟା ବି ମିଳି ସାରିଛି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ...

ଲଗାଣ ବର୍ଷାରେ ଲାଞ୍ଜିଗଡରେ ବନ୍ୟା ପରିସ୍ଥିତି: ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଲାଞ୍ଜିଗଡ,୭।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅଞ୍ଚଳରେ ସୋମବାରଠାରୁ ବର୍ତ୍ତମାନ ଯାଏଁ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତା ଉପରେ...

ପୁନରୁଦ୍ଧାର ହେଉନି ନାଗସରା ପୋଖରୀ

ହାଟଡିହୀ, ୭ା୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ସୋସୋ ପଞ୍ଚାୟତ ସୋସୋ ଗ୍ରାମର ନାଗସରା ପୋଖରୀ ବହୁବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ପୋଖରୀଟି ଧୀରେ ଧୀରେ...

ଭଙ୍ଗା ଘରେ ଚାଲିଛି ବିଏସଏନଏଲ କାର୍ଯ୍ୟାଳୟ: ଅଫିସ କାର୍ଯ୍ୟ ବାଧାପ୍ରାପ୍ତ

ତେଲକୋଇ, ୨୦।୫(ଡି.ଏନ.ଏ.)-ତେଲକୋଇ ବ୍ଲକ ମୁଖ୍ୟାଳୟ ଠାରେ ଥିବା ବିଏସଏନଏଲ ସେବା ଦୀର୍ଘ ୨ମାସରୁ ଊର୍ଦ୍ଧ୍ୱ ହେଲାଣି ବନ୍ଦ ଅବସ୍ଥାରେ ରହିଛି । ଏଥିଯୋଗୁଁ ବିଭିନ୍ନ କାର୍ଯ୍ୟାଳୟରେ...

ସହର ଭିତରେ ଭାରୀଯାନ ଚଳାଚଳ ନିଷେଧ: କଟକଣା ଜାରି କଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ,୧୧।୧୦-ଦୁର୍ଘଟଣା ହ୍ରାସ ଏବଂ ଟ୍ରାଫିକ୍‌ ଭିଡ଼ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ବାଲେଶ୍ୱର ସହରର କେତେକ ବ୍ୟସ୍ତବହୁଳ ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।...

ମୌସୁମୀ ନିଷ୍କ୍ରିୟ, ଚାଷୀ ହତାଶ:୧୬,୮୪୩ ହେକ୍ଟର ଜମି ପଡ଼ିଆ

ରୂପ୍‌ସା, ୧୯।୭-ଚଳିତବର୍ଷ ବର୍ଷା ନିୟମିତ ହେଉ ନ ଥିବାରୁ ଧାନ ଅମଳ ହେବାର ସମ୍ଭାବନା କ୍ଷୀଣ ହୋଇଛି। ବର୍ଷା ଅଭାବରୁ ଚାଷୀ ହାତ ବାନ୍ଧି ବସିଛି।...

Leave a comment

Your email address will not be published. Required fields are marked *