Posted inଜାତୀୟ

ରାସ୍ତାକୁ ଓହ୍ଲାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୬ା୧୧(ପି.ଟି.): ଦିଲ୍ଲୀରେ ପୋଲିସ-ଓକିଲ ସଂଘର୍ଷକୁ ନେଇ ସଂଗ୍ରାମ ଜାରି ରହିଛି। ପୋଲିସ କର୍ମଚାରୀମାନେ ମଙ୍ଗଳବାର ପୋଲିସ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କୁ ମନାଇବା ପାଇଁ ୧୨ ଥର ଉଦ୍ୟମ ହୋଇଥିଲେ ମଧ୍ୟ ପୋଲିସ କର୍ମଚାରୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦେବା ପାଇଁ ଦିଲ୍ଲୀ ପୋଲିସ ମୁଖ୍ୟଙ୍କ ଅନୁରୋଧକୁ ସେମାନେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଶେଷରେ ଉପରାଜ୍ୟପାଳ(ଏଲ୍‌ଜି) ଅନିଲ ବୈଜାଲ ସମ୍ପୃକ୍ତ ଆଇନଜୀବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ପୋଲିସ କର୍ମଚାରୀମାନେ ୧୧ ଘଣ୍ଟା ଧରି ଚଳାଇଥିବା ଆନ୍ଦୋଳନରୁ ଓହରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଏ ସଂକ୍ରାନ୍ତରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କ ନୀରବତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିବାବେଳେ ପୋଲିସକୁ ଭାଜପାର ସଶସ୍ତ୍ର ଶାଖା ବୋଲି ଅଭିହିତ କରିଛି ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)।
ତିସ୍‌ ହଜାରି କୋର୍ଟରେ ଶନିବାର ପାର୍କିଂକୁ ନେଇ ପୋଲିସ କର୍ମଚାରୀ ଓ ଓକିଲଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ କେତେଜଣ ଆଇନଜୀବୀ ଓ ୨୦ ପୋଲିସ କର୍ମୀ ଆହତ ହୋଇଥିଲେ। ଆଇନଜୀବୀମାନେ ଏକ ପୋଲିସ ଗାଡ଼ିକୁ ପୋଡ଼ିବା ସହ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ସେହିପରି ସୋମବାର ମଧ୍ୟ ଜଣେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିଲା। ସାକେତ ଜିଲା କୋର୍ଟ ବାହାରେ ୟୁନିଫର୍ମ ପିନ୍ଧି ମୋଟରସାଇକେଲରେ ଯାଉଥିବା ଜଣେ ପୋଲିସ କର୍ମଚାରୀଙ୍କୁ କହୁଣୀରେ ମାରିବା ଅଭିଯୋଗରେ ଜଣେ ଆଇନଜୀବୀଙ୍କ ବିରୋଧରେ ଦୁଇଟି ଏତଲା ଦାଏର କରାଯାଇଛି। ଏହି ଆକ୍ରମଣର ପ୍ରତିବାଦରେ ମଙ୍ଗଳବାର ହଜାର ହଜାର ସଂଖ୍ୟାରେ ପୋଲିସ କର୍ମୀ ଆଇଟିଓସ୍ଥିତ ପୋଲିସ ମୁଖ୍ୟାଳୟ ବାହାରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ଶାନ୍ତ ରହିବାକୁ ବୁଝାଶୁଝା କରିବାରୁ ସେମାନେ ‘ଆମକୁ ନ୍ୟାୟ ଦରକାର’ ଓ ‘ଗୋ ବ୍ୟାକ୍‌, ଗୋ ବ୍ୟାକ୍‌’ ସ୍ଲୋଗାନ ଦେଇଥିଲେ। ଆଉ କେତେଜଣ କର୍ମଚାରୀ ୧୯୮୮ର ଆଇନଜୀବୀ-ପୋଲିସ ସଂଘର୍ଷର ସ୍ମୃତିଚାରଣ କରି ତତ୍କାଳୀନ ଆଇପିଏସ୍‌ ଅଧିକାରୀ କିରନ ବେଦୀଙ୍କୁ ମନେପକାଇଥିଲେ। କେହି କେହି ସମ୍ପ୍ରତି ପୁଡୁଚେରୀ ଉପରାଜ୍ୟପାଳ ଥିବା କିରନଙ୍କ ଫଟୋ ଥିବା ବଡ଼ ବଡ଼ ପୋଷ୍ଟର ଧରିଥିଲେ, ଯେଉଁଥିରେ ଲେଖାଥିଲା ‘ଆମ କମିଶନର କିରନ ବେଦୀଙ୍କ ଭଳି ହେବା ଉଚିତ’। ଦିଲ୍ଲୀରେ ପୋଲିସର ଏଭଳି ବିକ୍ଷୋଭ କେବେ ଦେଖିବାକୁ ମିଳି ନ ଥିଲା। ଏହି ଆନ୍ଦୋଳନ ଯୋଗୁ ସହରର ଟ୍ରାଫିକ୍‌ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଥିଲା। ଇତିମଧ୍ୟରେ ହରିୟାଣା ଓ ବିହାର ପୋଲିସ ସଂଘ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ବିକ୍ଷୋଭକୁ ସମର୍ଥନ ଜଣାଇଥିଲା। ଏସବୁକୁ ଦେଖି ଦିଲ୍ଲୀ ପୋଲିସ ପକ୍ଷରୁ ଆହତ କର୍ମଚାରଙ୍କ ପାଇଁ ୨୫,୦୦୦ ଟଙ୍କା କ୍ଷତିପୂରଣ ଦିଆଯିବାକୁ ଘୋଷଣା କରାଯାଇଥିଲା।
ପୋଲିସ କର୍ମଚାରୀ ୧୦ ଦଫା ଦାବି ନେଇ ହାତରେ କଳା ପଟି ବାନ୍ଧି ବିକ୍ଷୋଭ ଚଳାଇଥିବାବେଳେ ସନ୍ଧ୍ୟା ଯାଏ ଅନେକ କର୍ମଚାରୀଙ୍କ ପରିବାର ସଦସ୍ୟ ଇଣ୍ଡିଆ ଗେଟ୍‌ ସାମ୍ନାରେ ବିକ୍ଷୋଭ କରିଥିଲେ। ଲୋକେ ସମସ୍ତ ପର୍ବକୁ ନିର୍ଭୟରେ ପାଳନ କରିପାରିବେ ବୋଲି ଦିଲ୍ଲୀ ପୋଲିସର ଅଧିକାରୀମାନେ ଦିନରାତି କାମ କରୁଛନ୍ତି। କିନ୍ତୁ ଏହି ତ୍ୟାଗ କରିବାବେଳେ ରାସ୍ତାରେ ସେମାନଙ୍କୁ ମାଡ଼ ମରାଯାଉଛି। ଆମର କିଛି ଭାବନା କି ଅଧିକାର ନାହିଁ ବୋଲି ଜଣେ ପୋଲିସ ଅଧିକାରୀଙ୍କ ସ୍ତ୍ରୀ ମୁନେଶ ଦହିୟା ପ୍ରଶ୍ନ କରିଛନ୍ତି। ଉତ୍ତ୍ୟକ୍ତ ଭିଡ଼କୁ ଦେଖି ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ନିଜ ଅଫିସରୁ ବାହାରି ସେମାନଙ୍କ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୋଲିସକୁ ଏକ ଶୃଙ୍ଖଳିତ ବଳ ଭାବେ ବ୍ୟବହାର ଦେଖାଇବାକୁ ପଡ଼ିବ। ପୋଲିସ ଆଇନର ଅନୁପାଳନ କରୁ ବୋଲି ସରକାର ଓ ଲୋକେ ଆଶା କରନ୍ତି। ଏହା ଆମର ବଡ଼ ଉତ୍ତରଦାୟିତ୍ୱ। ଘଟଣାକୁ ନେଇ ବିଚାରବିଭାଗୀୟ ତଦନ୍ତ ଚାଲିଛି। ତେଣୁ ସମସ୍ତ କର୍ମଚାରୀ ନିଜ ନିଜ କାର୍ଯ୍ୟରେ ଯୋଗଦିଅନ୍ତୁ ବୋଲି ସେ ଅନୁରୋଧ କରିଥିଲେ। ବରିଷ୍ଠ ଅଧିକାରୀମାନେ ଏହାର ସମାଧାନ ପାଇଁ ଲାଗିଥିବା ଅମୂଲ୍ୟ ପରେ ଖବରଦାତାଙ୍କୁ କହିଥିଲେ। ତେବେ ପ୍ରଥମେ ଆମକୁ ଆମର ଖାକିର ସମ୍ମାନ ବଞ୍ଚାଇବାକୁ ହେବ। ତା’ପରେ ଯାଇ ଆମେ କାର୍ଯ୍ୟରେ ଯୋଗଦେବୁ ବୋଲି ଜଣେ ପୋଲିସ କର୍ମଚାରୀ କହିଥିଲେ। ଦିଲ୍ଲୀ ପୋଲିସରେ ୮୦ ହଜାର କର୍ମଚାରୀ ନିୟୋଜିତ ଅଛନ୍ତି। ସେମାନଙ୍କ ପାଇଁ ଏକ ସଂଘ ଗଠନ କରାଯାଉ ବୋଲି ପୋଲିସ କର୍ମୀମାନେ ଦାବି କରିଥିଲେ। ଶନିବାର ତିସ୍‌ ହଜାରି କୋର୍ଟରେ ହୋଇଥିବା ସଂଘର୍ଷ ନେଇ ଦିଲ୍ଲୀ ପୋଲିସ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ ଦେଇଛି। ରାତିରେ ଏଲ୍‌ଜି ଅନିଲ ବୈଜାଲ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ସେ କଡ଼ା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ପୋଲିସ କର୍ମଚାରୀ ଆନ୍ଦୋଳନରୁ ଓହରିଥିଲେ।


All Right Reserved By Dharitri.Com

ପିଲାଙ୍କ ସହ ମିଶିଲେ ମୋଦି

ନୂଆଦିଲ୍ଲୀ,୧୫।୮: ସମଗ୍ର ଦେଶ ପାଳୁଛି ୭୩ତମ ସ୍ବାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲକିଲାଠାରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ...

୯୦ ବର୍ଷ ବୟସରେ ପୁଲ୍‌-ଅପ୍‌ସ: ଚର୍ଚ୍ଚାରେ ଅବସରପ୍ରାପ୍ତ ଏୟାର ମାର୍ଶାଲ

ନୂଆଦିଲ୍ଲୀ: ନିଜକୁ ଫିଟ୍‌ରଖିବା ଲାଗି ସମସ୍ତେ ଚାହାନ୍ତି। ହେଲେ ସମୟ ଅଭାବରୁ ଅଧିକାଂଶ ଜିମ୍‌ ଯିବା କିମ୍ବା ଶାରୀରିକ ପରିଶ୍ରମ କରିବା ପସନ୍ଦ କରି ନ...

ଏଠି ପାଣି ନଷ୍ଟ କଲେ ଦେବାକୁ ପଡିବ ୫ଶହ ଟଙ୍କା ଜରିମାନା

ଗାନ୍ଧିଗନର,୨୦।୫: ଗୁଜରାଟର ଦାହୋଦରେ ଏବେ ପାଣି ନଷ୍ଟ କଲେ ଦେବାକୁ ପଡିବ ୨୫୦ରୁ ୫ ଶହ ଟଙ୍କା ଜରିମାନା। ଏଠାରେ ଅନେକ ସ୍ଥାନରେ ଜଳାଭାବ ଦେଖା...

କର୍ନାଟକ ରାଜନୀତି ପୁଣି ସରଗରମ: ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କଲେ ବାଚସ୍ପତି

ବେଙ୍ଗାଲୁର୍‌,୨୮।୭: କର୍ନାଟକ ରାଜନୀତିରେ ଘଡ଼ିକେ ଘୋଡ଼ାଛୁଟୁଛି। ଏଚ୍‌.ଡି କୁମାରସ୍ବାମୀଙ୍କ ରାଜନୀତି ଦୌଡ଼ରେ ପଛାର ପକାଇ ବି.ଏସ୍‌.ୟେଦୁରପ୍ପା କ୍ଷମତା ଦଖଲ କରିଥିଲେ। ଏହାପରେ ବାଚସ୍ପତି ଆର୍‌. ରମେଶ...

ଚେତୁନି ପାକିସ୍ତାନ ପୁଣି କଲା ଅସ୍ତ୍ରବିରତି ଉଲ୍ଲଂଘନ

ଜମ୍ମୁ,୨୨।୧୦: ଭାରତ ପକ୍ଷରୁ ପିଓକେରେ ନିକଟରେ କରାଯାଇଥିବା ମିନି ସର୍ଜିକାଲ ଷ୍ଟ୍ରାଇକ ପରେ ବି ଚେତୁନି ପାକିସ୍ତାନ। ମଙ୍ଗଳବାର ମେନ୍ଧରର ବାଲାକୋଟ ସେକ୍ଟରରେ ପୁଣି ଥରେ...

ବାମ ପଟେ ନୋଜ୍‌ ରିଂ…

ସାଧାରଣତଃ ପୂର୍ବ କାଳରେ ଝିଅମାନେ ବା ମହିଳା ମାନେ କାନ ଓ ନାକରେ ଛିଦ୍ର କରି ଗହଣା ପିନ୍ଧୁଥିଲେ। ଏବେ ମଧ୍ୟ କେତେକ ଏପରି କରୁଥିବାର...

ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଲେ ମାନେକା ଗାନ୍ଧୀ: କହିଲେ, ଦେଶ ପାଇଁ ଏହା ଏକ ଭୟାନକ ଘଟଣା

ନୂଆଦିଲ୍ଲୀ, ୬।୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତ୍ରୀ ମାନେକା ଗାନ୍ଧୀ ହାଇଦ୍ରାବାଦ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇଛନ୍ତି। ସେଠାରେ ଯାହା ଘଟିଛି ତାହା ଠିକ୍‌...

ଯେଉଁ ମନ୍ଦିରରେ ଚଢାଯାଏ ହାତକଡ଼ି

ଏ କଥା ସମସ୍ତଙ୍କୁ ଜଣା ଯେ, ଭଗବାନଙ୍କ ଦୁଆରକୁ ଭକ୍ତ ନିଜ ମନସ୍କାମନା ପୂର୍ଣ୍ଣ ଲାଗି ପ୍ରାର୍ଥନା କରିବାକୁ ଆସିଥାଏ। ତାହା ପୂର୍ଣ୍ଣ ହେଲେ ନିଜ...

Leave a comment

Your email address will not be published. Required fields are marked *