ପୋକତୁଙ୍ଗା ଡମସାହିରେ ବ୍ୟାପୁଛି ଝାଡ଼ାବାନ୍ତି: ୨୨ ଗୁରୁତର; ଚିକିତ୍ସାଳୟରେ ଭର୍ତ୍ତି

ବନ୍ତଳା,୬ା୧୧(ଡି.ଏନ.ଏ.)-ଅନୁଗୋଳ ବ୍ଲକ ବନ୍ତଳା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପୋକତୁଙ୍ଗା ଡମସାହିରେ ୨ ଦିନ ହେଲା ଝାଡ଼ାବାନ୍ତି ବ୍ୟାପୁଛି। ଇତିମଧ୍ୟରେ ୨୨ ଆକ୍ରାନ୍ତଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗ୍ରାମଦେବତୀଙ୍କ କୋପରୁ ଏପରି ହେଉଥିବା ବିଶ୍ୱାସ କରି କେତେଜଣ ଆକ୍ରାନ୍ତ ପୂଜାର୍ଚ୍ଚନା, ଝଡ଼ାଫୁଙ୍କା ସହ ଅଧିଆ ପଡ଼ୁଥିବା ବେଳେ ଗଁାରେ ଏକ ଡାକ୍ତରୀ ଟିମ୍‌ ରହି ସେମାନଙ୍କ ଚିକିତ୍ସା କରିବାକୁ ସାଧାରଣରେ ଦାବି ହେଉଛି।
ପ୍ରକାଶ ଯେ, ସୋମବାର ସକାଳୁ ଗଁାରେ ଝାଡ଼ାବାନ୍ତିରେ ଜଣେ ପରେ ଜଣେ ଆକ୍ରାନ୍ତ ହୋଇଥିଲେ। ମଙ୍ଗଳବାର ସୁଦ୍ଧା ସାହିର ତନ୍ମୟ ବେହେରା, ରୂପାଲି ବେହେରା, ନରେଶ ନାଏକ, ପଞ୍ଚୁ ବେହେରା, ମାନସ ବେହେରା, ଅମିତା ବେହେରା, ମରୁଆ ବେହେରା, ରଜତ ବେହେରା, ଅମିତା ବେହେରା, ଜାହ୍ନବୀ ବେହେରା, ପବିତ୍ର ବେହେରା, ରାଜ ବେହେରା, ସୁଜାତା ବେହେରା, ଦକ୍ଷଶ୍ରୀ ବେହେରା, ଶିଳ୍ପା ବେହେରା, ଦଣ୍ଡ ବେହେରା, ବିମଳା ବେହେରା, ହାଡ଼ିବନ୍ଧୁ ବେହେରା, ସୁରେଇ ବେହେରା, ପୁନି ବେହେରା, ଗଗନ ବେହେରା, ସଙ୍ଗୀତା ବେହେରା ପ୍ରମୁଖ ୨୨ ଆକ୍ରାନ୍ତଙ୍କୁ ବନ୍ତଳା ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଥିସହିତ ଲକ୍ଷ୍ମୀ ବେହେରା, ଜତି ବେହେରା, କୁନ୍ଦନ ବେହେରା, ଶୈଳେନ୍ଦ୍ରୀ ବେହେରା, ପମି ବେହେରା, ଶୁଭଲକ୍ଷ୍ମୀ ବେହେରା ପ୍ରମୁଖ ଆକ୍ରାନ୍ତ ହୋଇ ଘରେ ରହିଛନ୍ତି। କେତେଜଣ ଗ୍ରାମଦେବତୀଙ୍କ କୋପ ଶାନ୍ତ ପାଇଁ ପୂଜାର୍ଚ୍ଚନା, ଝଡ଼ାଫୁଙ୍କା ସହ ଅଧିଆ ପଡ଼ିଛନ୍ତି। ଖବରପାଇ ସୋମବାର ରାତିରେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଘନଶ୍ୟାମ ବେହେରା ପହଞ୍ଚି ଆକ୍ରାନ୍ତମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଯିବା ପାଇଁ ପରାମର୍ଶ ଦେଇଥିଲେ। ମଙ୍ଗଳବାର ସକାଳେ ଡା. ଦୀପକ ସାହୁ, ଆକାଶ ଦେହୁରୀ, ଏଏନଏମ୍‌ ସଂଯୁକ୍ତା ସାହୁ, ଫାର୍ମାସିଷ୍ଟ ହରିସ ପାଳ, ଆଶାକର୍ମୀ ଅସକରା ସାହୁ ପ୍ରମୁଖ ଗଁାରେ ପହଞ୍ଚି ଜଳଉତ୍ସ, ଡ୍ରେନ୍‌ ଆଦିରେ ବ୍ଲିଚିଂ ପକାଇବା ସହିତ ମେଡିକାଲ ଯିବାକୁ ଲୋକମାନଙ୍କୁ ସଚେତନ କରିଥିଲେ। ତେବେ ଗଁାରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ରହି ଆକ୍ରାନ୍ତଙ୍କ ଚିକିତ୍ସା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅଳ୍ପ ଜାଗାରେ ୩୦୦ରୁ ଅଧିକ ପରିବାର ରହିବା, ଡ୍ରେନର ଦୁର୍ଗନ୍ଧ, ଖୋଲାରେ ମଳତ୍ୟାଗ ଓ ଅପରିଷ୍କାର ଜଳଉତ୍ସ ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି। ଏ ବିଷୟରେ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଘନଶ୍ୟାମ ବେହେରା କୁହନ୍ତି, ଖବରପାଇ ଉକ୍ତ ଗଁାକୁ ଯାଇଥିଲୁ। ଆକ୍ରାନ୍ତମାନଙ୍କୁ ବନ୍ତଳା ଡାକ୍ତରଖାନାରେ ରଖାଯାଇ ଚିକିତ୍ସା କରାଯାଉଛି। ଅତି ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।


All Right Reserved By Dharitri.Com

ଛୁଟିରେ ଚାଲିଛି ଡ୍ରେନ୍‌ ନିର୍ମାଣ

ଆନନ୍ଦପୁର, ୭।୧୦ (ସ୍ବ.ପ୍ର.)- ପାର୍ବଣ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଛୁଟିରେ ରହିଥିବା ବେଳେ ଏହି ସମୟରେ ଖପରାଖାଇ-ଘସିପୁରା ଭିଆଇପି ରୋଡ୍‌ର ଡ୍ରେନ୍‌ ନିର୍ମାଣ କାର୍ଯ୍ୟ...

ନିର୍ବନ୍ଧର ଗୋଟିଏ ଦିନ ପୂର୍ବରୁ ଯୁବକ ମୃତ

ଜଗନ୍ନାଥପ୍ରସାଦ,୨୧।୫(ଡି.ଏନ.ଏ.)-ନିର୍ବନ୍ଧର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ଜଣେ ଯୁବକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ୨୧ନଂ. ରାଜ୍ୟ...

ଛାତ୍ରୀଛାତ୍ର କଲେଜ ନଆସିଲେ ଅଭିଭାବକଙ୍କୁ ଜଣାଯିବ

ଭଞ୍ଜନଗର,୨୨।୮(ଡି.ଏନ.ଏ)- ଉଚ୍ଚଶିକ୍ଷାରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ସରକାର କେତେକ ନୂତନ ପଦକ୍ଷେପ ନେଇଛନ୍ତି। ଚଳିତ ଶିକ୍ଷା ବର୍ଷଠାରୁ କଲେଜରେ ଛାତ୍ରୀଛାତ୍ରଙ୍କ ୭୫ ପ୍ରତିଶତ ଉପସ୍ଥାନ...

୬ ବଖରା ଜଳିଗଲା, ନଗଦ ୫୦ ହଜାର ଟଙ୍କା, ଆସବାବପତ୍ର ପୋଡ଼ି ପାଉଁଶ

ପଦ୍ମପୁର,୯।୮(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମେଦ ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୬ ବଖରା ଜଳିଯାଇଛି। ଗୁରୁବାର ବିଳମ୍ବିତ ରାତିରେ...

ଘଣ୍ଟାପଡ଼ା ମେଗା ପଏଣ୍ଟରେ ତାଲା ପକାଇଲେ ଚାଷୀ

ଘଣ୍ଟାପଡ଼ା,୧୯।୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ତମ୍ବାସିନା(ଘଣ୍ଟାପଡ଼ା)ରେ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କ ଉନ୍ନତି ପାଇଁ ଏକ ମେଗା ପଏଣ୍ଟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଏଲ୍‌ଏନ୍‌ଟି...

ନାବାଳିକା ଗଣବଳାତ୍କାର ମାମଲା: ଆଉ ଜଣେ ଗିରଫ

ଯୋଡ଼ା, ୨୮।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ଘଟିଥିବା ନାବାଳିକା ବଳତ୍କାର ଘଟଣାରେ ପୋଲିସ ଗୁରୁବାର ଆଉ ଜଣଙ୍କୁ ଗିରଫ କରିଛି। ତାଙ୍କ ନାମ ଅଜିତ କୁମାର...

ଭିତ୍ତିଭୂମି ନାହିଁ, ନଁ। କୁ ଆଦର୍ଶ ବିଦ୍ୟାଳୟ

ବହଳଦା,୧୧ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲାର ସୀମାନ୍ତବର୍ତ୍ତୀ ଆଦିବାସୀ ଅଧ୍ୟୁଷିତ ତିରିଂ ବ୍ଲକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ହୋଇ ରହିଛି। ଏହି ଅଞ୍ଚଳରେ ଶିକ୍ଷାର ପ୍ରସାର ଲାଗି ୪...

ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ

ଯୋଡ଼ା,୧୭।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ଖଣିଜ ଚୋରା କାରବାର ଥମିବାର ନାଁ ନେଉନାହିଁ। ଯୋଡ଼ା ଥାନା ତଥା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଲହଣ୍ଡା ଠାରେ ଗୁରୁବାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *