ମାଟି ଚୋରା ଚାଲାଣ ବେଳେ ଚଢ଼ାଉକୁ ନେଇ ସନ୍ଦେହ

ଅନୁଗୋଳ ଅଫିସ, ୬।୧୧-ବଅଁରପାଳ ବ୍ଲକ କୁଇଓ ଠାରେ ୫ଟି ଟିପ୍ପର ସହ ଗୋଟିଏ ଜେସିବି ମେଶିନ୍‌ ଦ୍ୱାରା ମାଟି ଚୋରା ଚାଲାଣ ହେଉଥିବା ବେଳେ ମଙ୍ଗଳବାର ଅତିରିକ୍ତ ତହସିଲଦାର ଶ୍ୟାମସୁନ୍ଦର ସାହୁ ଚଢ଼ାଉ କରିଥିଲେ। ହେଲେ ଗାଡ଼ିଗୁଡ଼ିକୁ ଥାନା କି ତହସିଲକୁ ନିଆଯିବା କିମ୍ବା ଜରିମାନା ଆଦାୟ ପରିବର୍ତ୍ତେ ଘଟଣାସ୍ଥଳରେ ଛାଡ଼ି ଅତିରିକ୍ତ ତହସିଲଦାର ପଳାଇ ଯାଇଥିଲେ। ଅତିରିକ୍ତ ତହସିଲଦାରଙ୍କ ଏପରି କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଗାଡ଼ିଗୁଡ଼ିକ ଦୀର୍ଘ ସମୟ ଧରି ସେଠାରେ ଠିଆ ହୋଇ ରହିଥିବାରୁ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଅତିରିକ୍ତ ତହସିଲଦାରଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଓ ମତାମତ ମିଳିପାରି ନାହିଁ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କୁଇଓ ଠାରେ ମାଟି ଚୋରା ଚାଲାଣ ହେଉଥିବା ସୂଚନା ପାଇ ବଅଁରପାଳ ତହସିଲ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାହ୍ନ ସାଢ଼େ ୧୦ଟାରେ ଅତିରିକ୍ତ ତହସିଲଦାର ସାହୁ ଓ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଚଢ଼ାଉ କରିଥିଲେ। ଏପରି କି ଗାଡ଼ି ଗୁଡ଼ିକ ଅଟକ ରଖିଥିଲେ ବି କୌଣସି ଜରିମାନା ଆଦାୟ କରି ନ ଥିଲେ। କେବଳ ଚାଳକମାନଙ୍କ ସହ ଆଲୋଚନା କରି ମାଟି ଚୋରା ଚାଲାଣ ବନ୍ଦ କରିବାକୁ ତାଗିଦ୍‌ କରିଥିଲେ। ଏହାପରେ ଚାଳକମାନଙ୍କୁ କାର୍ଯ୍ୟାଳୟକୁ ଯାଇ ଦେଖା କରିବାକୁ କହିଥିଲେ। କିନ୍ତୁ ଗାଡ଼ିଗୁଡ଼ିକ ରାସ୍ତା ଉପରେ ଛାଡ଼ି ଅତିରିକ୍ତ ତହସିଲଦାର ଚାଲିଯାଇଥିଲେ। ଏପରି କି ଗାଡ଼ି ଗୁଡ଼ିକ ଜବତ କରାଯାଇଛି କି ନାହିଁ ସେ ନେଇ କୌଣସି ସୂଚନା ଦେଇ ନ ଥିଲେ। ଏହି ଘଟଣାରେ ବଅଁରପାଳ ତହସିଲଦାର ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଅତିରିକ୍ତ ତହସିଲଦାର ଚଢ଼ାଉ କରିଥିଲେ। କିନ୍ତୁ ଏହାପରେ କ’ଣ ହୋଇଛି ସେ ଜାଣିନାହାନ୍ତି।


All Right Reserved By Dharitri.Com

ପ୍ରବଳ ବର୍ଷାରେ ଅଞ୍ଚଳ ଜଳମଗ୍ନ

ସୋରଡ଼ା,୬।୯(ଡି.ଏନ.ଏ.)-ଅନବରତ ବର୍ଷା ଯୋଗୁ ସୋରଡ଼ା ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ସହରର ବାଂକ ବଜାର, ଖଦାଳ ସାହିରେ ନାଳ ପାଣି ରାସ୍ତା ଉପରେ ଭାସିବା ସହ...

ଔଷଧ ଦୋକାନ ଉପରେ ଚଢ଼ାଉ

ରାୟଗଡ଼ା ଅଫିସ,୨୧।୧-ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ସହରର ସମସ୍ତ ଔଷଧ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଡ୍ରଗ୍ସ ଇନ୍‌ସପେକ୍ଟର ପ୍ରିୟରଞ୍ଜନ ନାୟକଙ୍କ...

ପର୍ଯ୍ୟଟନ କେନ୍ଦ୍ରରେ ପାର୍କିଂ ଫି ଆଦାୟ ବିବାଦ ତୁଟିଲା: ଦାୟିତ୍ୱ ନେବ ବନ ସଂରକ୍ଷଣ ସମିତି

ଦାରିଙ୍ଗବାଡ଼ି,୧୫।୧(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଦାସିଂବାଡିଠାରେ ଥିବା ମିଡ଼ିୟୁବାନ୍ଦା ୱାଟରଫଲ ସମେତ କିରିକୁଟି ଲଭର୍ସ ପଏଣ୍ଟରେ ବେଆଇନ ଭାବେ ପାର୍କିଂ ଫି ଆଦାୟ କରାଯାଉଥିଲା। ଏନେଇ ବିଭିନ୍ନ...

ମଦବିକ୍ରିକୁ ବିରୋଧ: ଏସ୍‌ଏଚ୍‌ଜି ମହିଳା ଥାନାର ଦ୍ୱାରସ୍ଥ

ମୁରିବାହାଲ, ୧୮।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ବଡସାଇମରା ଗ୍ରାମ ପଞ୍ଚାୟତ ଅଧୀନ ଧୁମାମାଲ ଗ୍ରାମରେ ବ୍ୟାପକ ମଦ କାରବାର ଚାଲିଛି। ସ୍ଥାନୀୟ ପୋଲିସ ଓ...

ଚାଷ ଛଡାଇ ନେଲା ଚିନିକଳ: ବୁଡିବାକୁ ବସିଛି ଆଖୁଚାଷ

ନୟାଗଡ଼ ଅଫିସ,୬ା୨: ନୟାଗଡ଼ ଜିଲାର ପାରମ୍ପରିକ ଅର୍ଥକରୀ ଫସଲ ଆଖୁଚାଷ ଏବେ ବୁଡିବାକୁ ବସିଛି। କାହିଁ କେଉଁ କାଳରୁ ଏଠାକାର ଚାଷୀ ଆଖୁ ଚାଷ କରି...

ଝାଡେଶ୍ୱର ମହେଶଙ୍କ ପୀଠରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼

ଆନନ୍ଦପୁର,୫। ୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଝାଡ଼େଶ୍ୱର ମନ୍ଦିର ପରିସରରେ ବୋଲଭମ୍‌ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଶ୍ରାବଣ ମାସର ତୃତୀୟ ସୋମବାର କାଉଡ଼ିଆମାନେ ଝାଡ଼େଶ୍ୱର...

ମରଣଯନ୍ତା ପାଲଟିଛି ୫୫ନଂ ଜାତୀୟ ରାଜପଥ: ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ ଆଣିଲେ ଏମ୍‌ପି, ସମାଧାନ ନ ହେଲେ ଆନ୍ଦୋଳନ

ଅନୁଗୋଳ ଅଫିସ,୧୬।୮: ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ଯାଇଥିବା ୫୫ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତ୍ୟକ ଦିନ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ...

ଅନୁଗୋଳ ବନମଣ୍ଡଳରେ ୭୫,୬୦୭ ପକ୍ଷୀ: ୨୦୧୯ ତୁଳନାରେ ୧୩ ହଜାର ୩୦୭ ବୃଦ୍ଧି

ବନ୍ତଳା,୨୨ା୧(ଡି.ଏନ.ଏ.) – ଅନୁଗୋଳ ବନମଣ୍ଡଳ ସର୍କଲରେ ଗତ ୧ ତାରିଖରେ କରାଯାଇଥିବା ପକ୍ଷୀ ଗଣନା ରିପୋର୍ଟ ମଙ୍ଗଳବାର ବନ ବିଭାଗ ପ୍ରକାଶ କରିଛି। ଏଥିରେ ଅନୁଗୋଳ,...

Leave a comment

Your email address will not be published. Required fields are marked *